କର୍ଣ୍ଣାଟକର ହୁବଲୀ-ଧାରୱାଡରେ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 12th, 04:01 pm
ମୋତେ ଚଳିତ ବର୍ଷର ଆରମ୍ଭରେ ମଧ୍ୟ ହୁବଲୀ ଆସିବାର ସୌଭାଗ୍ୟ ମିଳିଥିଲା । ଯେଉଁଭଳି ଭାବେ ହୁବଲୀର ମୋର ପ୍ରିୟ ଭାଇମାନେ ଓ ଭଉଣୀମାନେ ସଡ଼କ କଡ଼ରେ ଠିଆ ହୋଇ ମୋତେ ଆଶୀର୍ବାଦ ଦେଲେ, ସେହି ମୁହୂର୍ତ୍ତକୁ ମୁଁ କେବେ ହେଲେ ମଧ୍ୟ ଭୁଲି ପାରିବି ନାହିଁ, ଏତେ ଭଲ ପାଇବା, ଏତେ ଆଶୀର୍ବାଦ । ବିଗତ ସମୟରେ ମୋତେ କର୍ଣ୍ଣାଟକର ଅନେକ ଅଞ୍ଚଳକୁ ଯିବାର ସୁଯୋଗ ମିଳିଛି । ବେଙ୍ଗାଲୁରୁରୁ ନେଇ ବେଲାଗାବୀ ପର୍ଯ୍ୟନ୍ତ, କଲବୁର୍ଗୀରୁ ନେଇ ଶିମୋଗା ପର୍ଯ୍ୟନ୍ତ, ମହୀଶୂରରୁ ନେଇ ତୁମକୁରୁ ପର୍ଯ୍ୟନ୍ତ, କନ୍ନଡିଗା ଲୋକମାନେ ମୋତେ ଯେପରି ସ୍ନେହ ଦେଇଛନ୍ତି, ନିଜରପଣିଆ ଦେଖାଇଛନ୍ତି, ଗୋଟିଏରୁ ବଳି ଆରେକ, ଆପଣମାନଙ୍କର ଏହି ଭଲପାଇବା, ଆପଣମାନଙ୍କର ଏହି ଆଶୀର୍ବାଦ ହେଉଛି ଅଭୀଭୂତ କରି ଦେବା ଭଳି । ଏହି ସ୍ନେହ ହେଉଛି ଆପଣମାନଙ୍କର ମୋ ଉପରେ ରହିଥିବା ଏକ ଋଣ ସଦୃଶ, ହେଉଛି କରଜ ଆଉ ଏହି ଋଣକୁ ମୁଁ କର୍ଣ୍ଣାଟକର ଜନତାଙ୍କର ଲାଗାତାର ଭାବେ ସେବା କରି ଏହି ଋଣ ସୁଝିବି । କର୍ଣ୍ଣାଟକର ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଖୁସିରେ ଭରି ଯାଉ, ଏଠାକାର ଯୁବକମାନଙ୍କୁ ଆଗକୁ ବଢ଼ିବାର, ରୋଜଗାର କରିବାର ନୂତନ ସୁଯୋଗ କ୍ରମାଗତ ଭାବେ ମିଳୁ, ଏଠାକାର ଭଉଣୀ- ଝିଅମାନେ ଆହୁରି ସଶକ୍ତ ହୁଅନ୍ତୁ, ଏହି ଦିଗରେ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରୁଛୁ । ଭାଜପାର ଡବଲ ଇଞ୍ଜିନର ସରକାର, କର୍ଣ୍ଣାଟକର ପ୍ରତ୍ୟେକ ଜିଲ୍ଲାରେ, ପ୍ରତ୍ୟେକ ଗାଁ, ପ୍ରତ୍ୟେକ ସାହି- ବସ୍ତିର ସମ୍ପୂର୍ଣ୍ଣ ବିକାଶ ପାଇଁ ସଚ୍ଚୋଟତାର ସହିତ ପ୍ରୟାସ କରୁଛନ୍ତି । ଆଜି ଧାରୱାଡର ଏହି ମାଟିରେ ବିକାଶର ଏକ ନୂତନ ଧାରା ବାହାରୁଛି । ବିକାଶର ଏହି ଧାରା ହୁବଲୀ, ଧାରୱାଡ ସହିତ ହିଁ, ସମ୍ପୂର୍ଣ୍ଣ କର୍ଣ୍ଣାଟକର ଭବିଷ୍ୟତକୁ ସିଞ୍ଚନ କରିବାର କାର୍ଯ୍ୟ କରିବ, ତାହାକୁ ପୁଷ୍ପିତ ଏବଂ ପଲ୍ଲବିତ କରିବାର କାର୍ଯ୍ୟ କରିବ ।କର୍ଣ୍ଣାଟକର ହୁବାଲି-ଧରୱାଡରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ
March 12th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ହୁବାଲୀ-ଧରୱାଡରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଥିବା ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଆଇଆଇଟି ଧରୱାଡ ରହିଛି ଯାହାର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ଫେବୃଆରୀ ୨୦୧୯ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲା, ଶ୍ରୀ ସିଦ୍ଧରୋଧା ସ୍ୱାମୀଜୀ ହୁବାଲି ଷ୍ଟେସନରେ ୧୫୦୭ ମିଟର ଲମ୍ବ ବିଶିଷ୍ଟ ବିଶ୍ୱର ଦୀର୍ଘତମ ରେଳ ପ୍ଲାଟଫର୍ମ ଯାହା ନିକଟରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ଦ୍ୱାରା ମାନ୍ୟତା ପାଇଛି, ଏହି ଅଞ୍ଚଳରେ ଯୋଗାଯୋଗ ବୃଦ୍ଧି ପାଇଁ ହୋସାପେଟେ - ହୁବାଲି - ଟିନାଇଘାଟ ସେକ୍ସନର ବିଦ୍ୟୁତିକରଣ ଏବଂ ହୋସାପେଟ ଷ୍ଟେସନର ନବୀକରଣ ଆଦି ରହିଛି । ପ୍ରଧାନମନ୍ତ୍ରୀ ହୁବାଲି-ଧରୱାଡ ସ୍ମାର୍ଟ ସିଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସେ ଜୟଦେବ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର, ଧରୱାଦ ବହୁମୁଖୀ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ଟୁପାରୀହଲ୍ଲା ବନ୍ୟା କ୍ଷତିଗ୍ରସ୍ତ ନିୟନ୍ତ୍ରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୨ ତାରିଖରେ କର୍ଣ୍ଣାଟକର ମାଣ୍ଡ୍ୟା ଏବଂ ହୁବଳି - ଧରୱାଡ ପରିଦର୍ଶନ କରିବେ
March 10th, 01:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୨ ତାରିଖରେ କର୍ଣ୍ଣାଟକ ଗସ୍ତ କରିବେ, ଯେଉଁଠାରେ ସେ ପ୍ରାୟ ୧୬,୦୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ଏହାର ଲୋକର୍ପଣ କରିବେ । ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ପ୍ରଧାନମନ୍ତ୍ରୀ ମାଣ୍ଡ୍ୟା ଠାରେ ପ୍ରମୁଖ ସଡକ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ଏହାର ଲୋକର୍ପଣ କରିବେ । ଏହା ପରେ, ଅପରାହ୍ନ ପ୍ରାୟ ୩ : ୧୫ ମିନିଟ୍ରେ ସେ ହୁବଳି - ଧରୱାଡ ଠାରେ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।କର୍ଣ୍ଣାଟକର ହୁବଲୀ ଠାରେ ୨୬ତମ ରାଷ୍ଟ୍ରୀୟ ଯୁବ ମହୋତ୍ସବର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
January 12th, 04:30 pm
କର୍ଣ୍ଣାଟକର ଏହି କ୍ଷେତ୍ର ନିଜର ପରମ୍ପରା; ସଂସ୍କୃତି ଏବଂ ଜ୍ଞାନ ପାଇଁ ପ୍ରସିଦ୍ଧ ଅଟେ । ଏଠିକାର ଅନେକ ବ୍ୟକ୍ତିତ୍ୱମାନଙ୍କୁ ଜ୍ଞାନପୀଠ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି । ଏହି କ୍ଷେତ୍ର ଦେଶକୁ ସବୁଠାରୁ ବଡ଼ ବଡ଼ ମହାନ ସଂଗୀତକାରମାନଙ୍କୁ ଦେଇଛି । ପଣ୍ଡିତ ଗନ୍ଧର୍ବ, ପଣ୍ଡିତ ବସବରାଜ ରାଜଗୁରୁ, ପଣ୍ଡିତ ମଲ୍ଲିକାର୍ଜୁନ ମାନସୁର, ଭାରତ ରତ୍ନ ପଣ୍ଡିତ ଭୀମସେନ ଜୋଶୀ ଏବଂ ପଣ୍ଡିତା ଗଙ୍ଗୁବାଈ ହଙ୍ଗଲ ଜୀଙ୍କୁ ମୁଁ ଆଜି ହୁବଲୀର ଧରିତ୍ରରେ ପ୍ରଣାମ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଉଛି ।କର୍ଣ୍ଣାଟକର ହୁବ୍ବଲି ଠାରେ ୨୬ତମ ଜାତୀୟ ଯୁବ ମହୋତ୍ସବକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
January 12th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ହୁବ୍ବଲି ଠାରେ ୨୬ତମ ଜାତୀୟ ଯୁବ ମହୋତ୍ସବକୁ ଉଦଘାଟନ କରିଛନ୍ତି । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ହେଉଥିବା ଜାତୀୟ ଯୁବ ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସ୍ୱାମୀ ବିବେକାନନ୍ଦଙ୍କ ବିଚାର, ଆଦର୍ଶ, ଶିକ୍ଷା ଓ ଯୋଗଦାନକୁ ସମ୍ମାନ ଜଣାଇବା କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ। ଚଳିତ ବର୍ଷ ଜାତୀୟ ଯୁବ ମହୋତ୍ସବର ବିଷୟବସ୍ତୁ ରହିଛି – ‘ବିକଶିତ ଯୁବା-ବିକଶିତ ଭାରତ’। ମହୋତ୍ସବରେ ଦେଶର ସବୁ ପ୍ରାନ୍ତରୁ ବିବିଧ ସଂସ୍କୃତିକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ଲାଗି ପ୍ରୟାସ କରାଯାଇଛି। ଏଥିରେ ଯୋଗ ଦେଇଥିବା ଯୁବ ପ୍ରତିଯୋଗୀମାନେ ଏକ ଭାରତ, ଶ୍ରେଷ୍ଠ ଭାରତ ଭାବନା ନେଇ ଏକତ୍ରିତ ହୋଇଛନ୍ତି ।