ଜାମ୍ମୁ ଏବଂ କାଶ୍ମୀର ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ମୂଳପାଠ

October 30th, 10:01 am

ଜାମ୍ମୁ-କାଶ୍ମୀରର ଉଦୀୟମାନ ଯୁବକମାନଙ୍କ ପାଇଁ, ଆମ ପୁଅ ଓ ଝିଅମାନଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ଜାମ୍ମୁ-କାଶ୍ମୀରରେ ୨୦ଟି ଭିନ୍ନ ଭିନ୍ନ ସ୍ଥାନରେ ୩ ହଜାର ଯୁବକମାନଙ୍କୁ ସରକାରଙ୍କ ଠାରେ କାମ କରିବାକୁ ନିଯୁକ୍ତିପତ୍ର ପ୍ରଦାନ କରାଯାଉଛି । ଏହି ଯୁବକମାନଙ୍କୁ ପିଡବ୍ଲୁଡି, ସ୍ୱାସ୍ଥ୍ୟ ବିଭାଗ, ଖାଦ୍ୟ ଏବଂ ନାଗରିକ ଯୋଗାଣ ବିଭାଗ, ପଶୁପାଳନ, ଜଳଶକ୍ତି, ଶିକ୍ଷା-ସଂସ୍କୃତି ଭଳି ବିଭିନ୍ନ ବିଭାଗରେ ସେବା କରିବାର ସୁଯୋଗ ପାଇବାକୁ ଯାଉଛନ୍ତି । ଆଜି ନିଯୁକ୍ତିପତ୍ର ପାଇଥିବା ସମସ୍ତ ଯୁବଗୋଷ୍ଠୀଙ୍କୁ ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଏବଂ ରୋଜଗାର ମେଳାର ଏହି ଆୟୋଜନ ପାଇଁ ଶ୍ରୀମାନ ମନୋଜ ସିହ୍ନା ଜୀଙ୍କୁ ଏବଂ ତାଙ୍କର ପୁରା ଦଳକୁ ମଧ୍ୟ ଶୁଭକାମନା ଜଣାଉଛି । ମୋତେ କୁହାଯାଇଛି ଯେ ଆଗାମୀ ଦିନରେ ଅନ୍ୟ ବିଭାଗର ମଧ୍ୟ ୭୦୦ରୁ ଅଧିକ ନିଯୁକ୍ତିପତ୍ର ଦେବା ପାଇଁ ପ୍ରସ୍ତୁତ ଜୋରସୋରରେ ଚାଲିଛି । ଏହାର ଲାଭ ଯେଉଁ ଲୋକମାନଙ୍କୁ ମିଳିବ ଏବଂ ତାହା ମଧ୍ୟ କିଛି ଦିନ ମଧ୍ୟରେ ହେବାକୁଯାଉଛି ତାଙ୍କୁ ମଧ୍ୟ ମୁଁ ଆଗରୁ ଶୁଭେଚ୍ଛା ଜଣାଉଛି ।

ଜମ୍ମୁ ଓ କଶ୍ମୀର ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

October 30th, 10:00 am

ସମବେତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜିର ଦିନଟିକୁ ଜମ୍ମୁ ଓ କଶ୍ମୀରର ଯୁବକ ଯୁବତୀମାନଙ୍କ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଦିବସଭାବେ ଅବିହିତ କରିଛନ୍ତି । ଜମ୍ମୁ ଓ କଶ୍ମୀରର ୨୦ଟି ବିଭିନ୍ନ ସ୍ଥାନରେ ନିଯୁକ୍ତିପତ୍ର ପାଇଥିବା ତିନି ହଜାର ଯୁବକଯୁବତୀଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ । ଏହି ପିଲାମାନେ ପିଡବ୍ଲଡି, ସ୍ୱାସ୍ଥ୍ୟବିଭାଗ, ଖାଦ୍ୟ ଓ ସାଧାରଣ ବଣ୍ଟନ, ପଶୁସମ୍ପଦ, ଜଳଶକ୍ତି, ଶିକ୍ଷା ଓ ସଂସ୍କୃତି ବିଭାଗର କାର୍ଯ୍ୟ କରିବାର ସୁଯୋଗ ପାଇବେ ବୋଲି ସେ କହିଥିଲେ । ଆଗାମୀ ଦିନରେ ଆହୁରି ସାତଶହ ନିଯୁକ୍ତି ପ୍ରଦାନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି ବୋଲି ସେ କହିଥିଲେ ।

"ସୁସ୍ଥ ଭାରତର ୮ବର୍ଷ” ର ବିବରଣୀକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

June 08th, 01:56 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୮ ବର୍ଷ ମଧ୍ୟରେ ଭାରତରେ ସ୍ୱାସ୍ଥ୍ୟସେବାକୁ ମଜବୁତ କରିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ବିବରଣୀ ସେୟାର କରିଛନ୍ତି ।

‘କୋଭିଡ଼-୧୯ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

June 18th, 09:45 am

କରୋନା ବିରୋଧରେ ମହାଯୁଦ୍ଧରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନର ଆଉ ଏକ ପର୍ଯ୍ୟାୟ ପ୍ରାରମ୍ଭ ହେଉଛି। କରୋନାର ପ୍ରଥମ ଲହର ସମୟରେ ଦେଶରେ ହଜାର ହଜାର ପେଶାଦାରମାନେ, କୌଶଳ ବିକାଶ ଅଭିଯାନ ସହିତ ସାମିଲ ହୋଇଥିଲେ। ଏହି ପ୍ରୟାସ ଦେଶକୁ କରୋନା ମୁକାବିଲା କରିବା ପାଇଁ ବଡ଼ ଶକ୍ତି ଦେଇଥିଲା। ଏବେ କରୋନାର ଦ୍ୱିତୀୟ ଲହର ପରେ ଯେଉଁ ଅନୁଭବ ମିଳିଛି, ସେହି ଅନୁଭବ ଆଜିର ଏହି କାର୍ଯ୍ୟକ୍ରମର ପ୍ରମୁଖ ଆଧାର ପାଲଟିଛି। କରୋନାର ଦ୍ୱିତୀୟ ଲହରରେ ଆମେମାନେ ଦେଖିଲେ ଯେ, କରୋନା ଭୁତାଣୁର ପରିବର୍ତିତ ଏବଂ ବାରମ୍ବାର ପରିବର୍ତନ ହେଉଥିବା ସ୍ୱରୂପ କେଉଁ ପ୍ରକାରର ଆହ୍ୱାନ ସବୁକୁ ଆମ ସମ୍ମୁଖକୁ ଆଣିପାରେ। ଏହି ଭୂତାଣୁ ଏବେ ମଧ୍ୟ ଆମ ମାନଙ୍କ ଗହଣରେ ଅଛି ଆଉ ଯେ ପର୍ଯ୍ୟନ୍ତ ଏହା ରହିଛି, ଏହାର ମ୍ୟୁଟେଂଟ ହେବାର ସମ୍ଭାବନା ମଧ୍ୟ ରହିଛି। ତେଣୁ, ପ୍ରତ୍ୟେକ ପ୍ରକାରର ଚିକିତ୍ସା, ସମସ୍ତ ସାବଧାନତା ଅବଲମ୍ବନ କରି ଆଗାମୀ ଆହ୍ୱାନ ଗୁଡ଼ିକର ମୁକାବିଲା କରିବା ପାଇଁ ଆମ୍ଭମାନଙ୍କୁ ଦେଶର ପ୍ରସ୍ତୁତିକୁ ଆହୁରି ଅଧିକ ବଢ଼଼ାଇବାକୁ ହେବ। ଏହି ଲକ୍ଷ୍ୟକୁ ନେଇ ଆଜି ଦେଶରେ 1 ଲକ୍ଷ ଆଗଧାଡ଼ିର କରୋନା ଯୋଦ୍ଧା ପ୍ରସ୍ତୁତ କରିବାର ମହାଅଭିଯାନ ଆରମ୍ଭ କରାଯାଉଛି।

‘ସମ୍ମୁଖ କୋଭିଡ-19 କର୍ମୀଙ୍କ ପାଇଁ ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

June 18th, 09:43 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ‘କୋଭିଡ-19 ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଅନୁକୂଳ କ୍ରାଶ କୋର୍ସ’ର ଶୁଭାରମ୍ଭ କରିଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ 26ଟି ରାଜ୍ୟର 111ଟି କେନ୍ଦ୍ରରେ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଅଧୀନରେ ପାଖାପାଖି 1 ଲକ୍ଷ ସମ୍ମୁଖ ଯୋଦ୍ଧାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ, ଆହୁରି ବହୁ କେନ୍ଦ୍ର ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ, ବିଶେଷଜ୍ଞ ଓ ଅନ୍ୟ ଅଂଶୀଦାରମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଜୁନ୍‌ 18ରେ କୋଭିଡ-19 ସମ୍ମୁଖ ଯୋଦ୍ଧାଙ୍କ ପାଇଁ ‘ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

June 16th, 02:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍‌ 18, 2021 ପୂର୍ବାହ୍ନ 11ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ-19 ସମ୍ମୁଖ ଯୋଦ୍ଧାଙ୍କ ପାଇଁ ‘ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିବେ । 26ଟି ରାଜ୍ୟରେ ଥିବା 111ଟି ପ୍ରଶିକ୍ଷଣ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଆୟୋଜନ କରାଯିବ । କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ । ଏହି ଅବସରରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଅଂଶଗ୍ରହଣ କରିବେ ।