'ମନ୍ କୀ ବାତ୍' ପାଇଁ ଲୋକମାନେ ଯେଉଁ ସ୍ନେହ ଦେଖାଇଛନ୍ତି ତାହା ଅଭୂତପୂର୍ବ: ପ୍ରଧାନମନ୍ତ୍ରୀ ମୋଦୀ
May 28th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ । ଏଥର ‘ମନ୍ କି ବାତ୍’ର ଏହି ଅଧ୍ୟାୟ, ଦ୍ୱିତୀୟ ଶତକର ଶୁଭାରମ୍ଭ । ଗତ ମାସରେ ଆମେ ସମସ୍ତେ ଏହାର ସ୍ୱତନ୍ତ୍ର ଶତକକୁ ଆନନ୍ଦରେ ପାଳନ କଲୁ । ଆପଣମାନଙ୍କ ଅଂଶଗ୍ରହଣ ହିଁ ଏହି କାର୍ଯ୍ୟକ୍ରମର ସବୁଠାରୁ ବଡ଼ ଶକ୍ତି । ୧୦୦ତମ ଅଧ୍ୟାୟର ପ୍ରସାରଣ ସମୟରେ ସାରା ଦେଶ ଏକ ପ୍ରକାର ଗୋଟିଏ ସୂତ୍ରରେ ବାନ୍ଧି ହୋଇଯାଇଥିଲା । ସଫେଇ କାର୍ଯ୍ୟରେ ଲିପ୍ତ ଆମ ଭାଇଭଉଣୀ ହୁଅନ୍ତୁ କିମ୍ବା ଭିନ୍ନ ଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ମହାରଥିମାନେ, ‘ମନ୍ କି ବାତ୍’ ସମସ୍ତଙ୍କୁ ଏକାଠି କରିପାରିଛି । ଆପଣମାନେ ସମସ୍ତେ ‘ମନ୍ କି ବାତ୍’ ପ୍ରତି ଯେଉଁ ଆତ୍ମୀୟତା ଏବଂ ସ୍ନେହଭାବ ପ୍ରଦର୍ଶିତ କରିଛନ୍ତି, ତାହା ଅଭୁତପୂର୍ବ ଏବଂ ଭାବବିହ୍ୱଳକାରୀ । ଯେତେବେଳେ ‘ମନ୍ କି ବାତ୍’ର ପ୍ରସାରଣ ହେଲା, ସେତେବେଳେ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ଅଲଗା ଅଲଗା ଟାଇମ୍ ଜୋନ୍ ଥିଲା, କେଉଁଠି ସଞ୍ଜ ନଇଁ ଆସୁଥିଲା, ତ କେଉଁଠି ଥିଲା ରାତ୍ରିର ବିଳମ୍ବିତ ପ୍ରହର । ଏହାସତ୍ୱେ ଲୋକେ ୧୦୦ତମ ଅଧ୍ୟାୟଟି ଶୁଣିବାକୁ ସମୟ ବାହାର କଲେ । ମୁଁ ହଜାର ହଜାର ମାଇଲ ଦୂରରେ ଥିବା ନ୍ୟୁଜିଲାଣ୍ଡର ସେହି ଭିଡିଓଟି ଦେଖିଲି, ଯେଉଁଥିରେ ଜଣେ ଶତାୟୂ ମାତା ତାଙ୍କ ଆଶୀର୍ବାଦ ପ୍ରଦାନ କରୁଥାନ୍ତି । ‘ମନ୍ କି ବାତ୍’କୁ ନେଇ ଦେଶବିଦେଶର ଲୋକେ ସେମାନଙ୍କ ମତ ଉପସ୍ଥାପିତ କରିଛନ୍ତି । ଅନେକ ଲୋକେ ଏହାର ଗଠନମୂଳକ ବିଶ୍ଲେଷଣ ମଧ୍ୟ କରିଛନ୍ତି । ‘ମନ୍ କି ବାତ୍’ରେ ଦେଶ ଏବଂ ଦେଶବାସୀଙ୍କ ଉପଲବ୍ଧି ବିଷୟରେ ହେଉଥିବା ଆଲୋଚନାକୁ ଲୋକେ ପସନ୍ଦ କରିଛନ୍ତି । ଆପଣମାନଙ୍କର ଏହି ଆଶୀର୍ବାଦ ପାଇଁ ମୁଁ ପୁଣିଥରେ ଆପଣମାନଙ୍କୁ ସାଦର ଧନ୍ୟବାଦ ଅର୍ପଣ କରୁଛି ।ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ପ୍ରେସ ବିବୃତ୍ତି
May 24th, 06:41 am
ଅଷ୍ଟ୍ରେଲିଆ ଗସ୍ତ ସମୟରେ ମୋତେ ଏବଂ ମୋର ପ୍ରତିନିଧିମାନଙ୍କୁ ଦିଆଯାଇଥିବା ଆତିଥ୍ୟ ଏବଂ ଆଦର-ସତ୍କାର ପାଇଁ ମୁଁ ଅଷ୍ଟ୍ରେଲିଆର ଲୋକମାନଙ୍କୁ ଏବଂ ପ୍ରଧାନମନ୍ତ୍ରୀ ଆଲବାନିଜଙ୍କୁ ହୃଦୟର ସହିତ ଧନ୍ୟବାଦ ଜଣାଉଛି । ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଆଲବାନିଜଙ୍କ ଭାରତ ଗସ୍ତର ଦୁଇ ମାସ ମଧ୍ୟରେ ମୁଁ ଏଠାକୁ ଆସିଛି । ଗତ ଏକ ବର୍ଷ ମଧ୍ୟରେ ଏହା ହେଉଛି ଆମର ଷଷ୍ଠ ସାକ୍ଷତ ବୈଠକ।Prime Minister’s visit to the Hiroshima Peace Memorial Museum
May 21st, 07:58 am
Prime Minister Shri Narendra Modi joined other leaders at G-7 Summit in Hiroshima to visit the Peace Memorial Museum. Prime Minister signed the visitor’s book in the Museum. The leaders also paid floral tributes at the Cenotaph for the victims of the Atomic Bomb.ୟୁକ୍ରେନର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
May 20th, 07:57 pm
ଜି -7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିରୋସିମା ଠାରେ 20 ମଇ 2023ରେ ୟୁକ୍ରେନର ରାଷ୍ଟ୍ରପତି ମହାମହିମ ଶ୍ରୀ ଭୋଲଦମିର ଜେଲେନସ୍କିଙ୍କୁ ସାକ୍ଷାତ କରିଛନ୍ତି।କ୍ୱାଡ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବକ୍ତବ୍ୟ
May 20th, 05:16 pm
ଆଜି ବନ୍ଧୁମାନଙ୍କ ଗହଣରେ କ୍ୱାଡ ଶିଖର ସମ୍ମିଳନୀରେ ଭାଗ ନେଇ ମୁଁ ବେଶ ଆନ୍ଦନ ଅନୁଭବ କରୁଛି । କ୍ୱାଡ ସମୂହ, ଭାରତ- ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ଭାବେ ପ୍ରତିଷ୍ଠିତ ହୋଇ ସାରିଛି । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଭାରତ- ପ୍ରଶାନ୍ତ ମହାସାଗର ଅଂଚଳ ହେଉଛି ବୈଶ୍ୱିକ ବ୍ୟାପାର, ଅଭିନବତା ଏବଂ ଅଭିବୃଦ୍ଧିର ଇଞ୍ଜିନ । ଆମେ ସମସ୍ତେ ସହମତ ଯେ, ଭାରତ- ପ୍ରଶାନ୍ତ ମହାସାଗର ଅଂଚଳର ସୁରକ୍ଷା ଓ ସଫଳତା ନା କେବଳ ଏହି ଅଂଚଳ ପାଇଁ ବରଂ ସମଗ୍ର ବିଶ୍ୱ ପାଇଁ ହେଉଛି ଗୁରୁତ୍ୱପୂର୍ଣ୍ଣ। ଏକ ରଚନାତ୍ମକ ଏଜେଣ୍ଡା ସହିତ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ ଆଧାରରେ ଆମେ ଆଗକୁ ଅଗ୍ରସର ହେଉଛେ ।କ୍ୱାଡ ନେତାଙ୍କ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ
May 20th, 05:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋସେଫ ବାଇଡେନଙ୍କ ସହ ଜାପାନର ହିରୋସୀମାଠାରେ ୨୦୨୩ ମେ ୨୦ ତାରିଖରେ ଅନୁଷ୍ଠିତ ବ୍ୟକ୍ତିଗତ ଉପସ୍ଥିତି ଆଧାରିତ ତୃତୀୟ କ୍ୱାଡ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ ।ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
May 20th, 05:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି -୭ ଶିଖର ସମ୍ମିଳନୀ ଅବସରରେ ହିରୋସିମା ଠାରେ ୨୦ ମଇ ୨୦୨୩ ରେ ଫ୍ରାନ୍ସର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ୍ ମାକ୍ରନ୍ଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି ।ଜାପାନର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
May 20th, 12:06 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି – ୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ହିରୋସୀମା ଗସ୍ତରେ ଅଛନ୍ତି । ଏହି ଅବସରରେ ସେ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଜାପାନର ବିଶିଷ୍ଟ ବ୍ୟକ୍ତି ଡକ୍ଟର ତୋମିଓ ମିଜୋକାମି ଏବଂ ସୁଶ୍ରୀ ହିରୋକୋ ତାକାୟାମାଙ୍କୁ ଭେଟିଥିଲେ ।ହିରୋସିମାରେ ମହାତ୍ମା ଗାନ୍ଧୀଙ୍କର ପ୍ରତିମାର ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ
May 20th, 08:12 am
ଅନାବରଣ ସମାରୋହରେ ଉପସ୍ଥିତ ମାନ୍ୟଗଣ୍ୟ ସଦସ୍ୟଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ପରାମର୍ଶଦାତା ଏବଂ ସାଂସଦ ଶ୍ରୀ ନକାତାନି ଜେନ, ହିରୋସୀମା ସହରର ମେୟର ଶ୍ରୀ କାଜୁମୀ ମାତ୍ସୁଇ, ହିରୋସିମା ସହର ଆସେମ୍ବଲି ଅଧ୍ୟକ୍ଷ ଶ୍ରୀ ତତସୁନୋରି ମୋତାନି, ହିରୋସୀମାର ସାଂସଦ ଏବଂ ବରିଷ୍ଠ ସହକାରୀ ଅଧିକାରୀ, ଭାରତୀୟ ଜନସମୁଦାୟ ଏବଂ ଜାପାନରେ ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ସାମିଲ୍ ଥିଲେ।PM Modi arrives in Hiroshima, Japan
May 19th, 05:23 pm
Prime Minister Narendra Modi arrived in Hiroshima, Japan. He will attend the G7 Summit as well hold bilateral meetings with PM Kishida of Japan and other world leaders.ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ବିବୃତ୍ତି
March 20th, 12:30 pm
ପ୍ରଥମେ ମୁଁ ପ୍ରଧାନମନ୍ତ୍ରୀ କିଶିଦା ଓ ତାଙ୍କ ସହ ଭାରତକୁ ଆସିଥିବା ପ୍ରତିନିଧିଗଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ଗତବର୍ଷକ ମଧ୍ୟରେ ପ୍ରଧାନମନ୍ତ୍ରୀ କିଶିଦା ଓ ମୁଁ ଅନେକ ଥର ଭେଟାଭେଟି ହୋଇଛୁ । ଆଉ ପ୍ରତିଥର ତାଙ୍କର ଭାରତ-ଜାପାନ ସମ୍ପର୍କରେ ଅଙ୍ଗୀକାରବଦ୍ଧତା ଓ ସକାରାତ୍ମକ ମନୋଭାବ ଥିବା ମୁଁ ଅନୁଭବ କରିଛି । ସେ ଦୃଷ୍ଟିରୁ ତାଙ୍କର ଆଜିର ଗସ୍ତ ଆମ ସହଯୋଗକୁ ଅଧିକ ଗତି ଦେବାରେ ଖୁବ୍ ଉପାଦେୟ ହେବ ।PM pays homage to all those who lost their lives in Hiroshima bombings, during the World War-II
August 06th, 10:37 am