ଫେବୃୟାରୀ ୧୬ ରେ 'ବିକଶିତ ଭାରତ ବିକଶିତ ରାଜସ୍ଥାନ' କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

February 15th, 03:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୬, ୨୦୨୪ ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ 'ବିକଶିତ ଭାରତ ବିକଶିତ ରାଜସ୍ଥାନ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ୧୭,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡ଼ିକ ସଡ଼କ, ରେଳ, ସୌର ଶକ୍ତି, ଶକ୍ତି ପ୍ରସାରଣ, ପାନୀୟ ଜଳ ଏବଂ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ଆବଶ୍ୟକତା ପୂରଣ କରୁଛି ।