'ମନ୍ କୀ ବାତ୍'ର ଶ୍ରୋତାମାନେ ହିଁ ଏହି କାର୍ଯ୍ୟକ୍ରମର ପ୍ରକୃତ ଉପସ୍ଥାପକ: ପ୍ରଧାନମନ୍ତ୍ରୀ ମୋଦୀ
September 29th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆମମାନଙ୍କୁ ଏକାଠି ହେବାର ସୁଯୋଗ ମିଳିଛି । ଆଜିର ଅଧ୍ୟାୟ ମୋତେ ଭାବପ୍ରବଣ କରୁଛି, ମୋତେ ଅନେକ ପୁରୁଣା ସ୍ମୃତିଗର୍ଭକୁ ନେଇଯାଉଛି, କାରଣ ଏହା ଯେ, ‘ମନ୍ କି ବାତ୍’ର ଆମର ଏହି ଯାତ୍ରା ୧୦ ବର୍ଷ ପୂରଣ କରିଛି । ୧୦ ବର୍ଷ ପୂର୍ବେ ‘ମନ୍ କି ବାତ୍’ର ଶୁଭାରମ୍ଭ ଅକ୍ଟୋବର ୩ ତାରିଖ ବିଜୟାଦଶମୀ ଦିନ ହୋଇଥିଲା ଏବଂ ଏହା ମଧ୍ୟ ଏକ ପବିତ୍ର ସଂଯୋଗ ଯେ, ଏ ବର୍ଷ ଅକ୍ଟୋବର ୩ ତାରିଖ ଦିନ ‘ମନ୍ କି ବାତ୍’କୁ ୧୦ ବର୍ଷ ପୂରଣ ହେଉଥିବାବେଳେ ନବରାତ୍ରର ପ୍ରଥମ ଦିନ ହୋଇଥିବ । ‘ମନ୍ କି ବାତ୍’ର ଏହି ସୁଦୀର୍ଘ ଯାତ୍ରାର ଏଭଳି ଅନେକ ପର୍ଯ୍ୟାୟ ରହିଛି, ଯାହାକୁ ମୁଁ କେବେହେଲେ ଭୁଲିପାରିବି ନାହିଁ । ‘ମନ୍ କି ବାତ୍’ର କୋଟି କୋଟି ଶ୍ରୋତା ଆମର ଏହି ଯାତ୍ରାର ଏଭଳି ସାଥି, ଯେଉଁମାନଙ୍କ ଠାରୁ ମୋତେ ନିରନ୍ତର ସହଯୋଗ ମିଳିଛି । ଦେଶର କୋଣ-ଅନୁକୋଣରୁ ସେମାନେ ତଥ୍ୟ ଉପଲବ୍ଧ କରାଇଛନ୍ତି । ‘ମନ୍ କି ବାତ୍’ର ଶ୍ରୋତାମାନେ ହିଁ ହେଉଛନ୍ତି ଏହି କାର୍ଯ୍ୟକ୍ରମର ପ୍ରକୃତ ସୂତ୍ରଧର । ସାଧାରଣତଃ ଏମିତି ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ, କିଛି ମସଲାଯୁକ୍ତ ଚଟପଟି କଥା, କିମ୍ବା କିଛି ନକାରାତ୍ମକ କଥା ନ ଥିବା ଯାଏ ତାହାକୁ ଗୁରୁତ୍ୱ ଦିଆଯାଇନଥାଏ । କିନ୍ତୁ, ‘ମନ୍ କି ବାତ୍’ ଏହା ପ୍ରମାଣିତ କରିଛି ଯେ, ଦେଶର ଲୋକେ ସକାରାତ୍ମକ ତଥ୍ୟ ଜାଣିବା ପାଇଁ କେତେ ଅଧିକ ଉତ୍ସୁକ । ସକାରାତ୍ମକ କଥା, ପ୍ରେରଣାଦାୟୀ ଉଦାହରଣ, ପ୍ରୋତ୍ସାହିତ କରୁଥିବା କଥା ଲୋକଙ୍କୁ ବେଶ୍ ଭଲ ଲାଗିଥାଏ । ଯେମିତିକି ଗୋଟିଏ ପକ୍ଷୀ, ଯାହାର ନାଁ ଚକୋର । ତା’ ବିଷୟରେ କୁହାଯାଏ ଯେ, ସେ କେବଳ ବର୍ଷାଜଳ ପାନ କରିଥାଏ । ‘ମନ୍ କି ବାତ୍’ରେ ଆମେ ଦେଖିଲୁ ଯେ, ଲୋକେ ମଧ୍ୟ ଚକୋର ପକ୍ଷୀ ଭଳି ଦେଶର ଉପଲବ୍ଧି କଥା, ଲୋକଙ୍କ ସାମୁହିକ ଉପଲବ୍ଧି କଥା କେତେ ଗର୍ବର ସହିତ ଶୁଣୁଛନ୍ତି । ‘ମନ୍ କି ବାତ୍’ର ୧୦ ବର୍ଷର ଯାତ୍ରା ଏଭଳି ଏକ ମାଳ ଗୁନ୍ଥିଦେଇଛି, ଯେଉଁଥିରେ ପ୍ରତ୍ୟେକ ଅଧ୍ୟାୟ ସହ ନୂଆ କାହାଣୀ, ନୂଆ କୀର୍ତ୍ତିମାନ, ନୂତନ ବ୍ୟକ୍ତିତ୍ୱ ଯୋଡ଼ି ହୋଇଚାଲିଛନ୍ତି । ଆମ ସମାଜରେ ସାମୂହିକତାର ଭାବନା ସହ ଯାହା କିଛି କାର୍ଯ୍ୟ ହେଉଛି, ତାହାକୁ ‘ମନ୍ କି ବାତ୍’ ଜରିଆରେ ସମ୍ମାନ ପ୍ରାପ୍ତ ହୋଇଛି । ‘ମନ୍ କି ବାତ୍’ ପାଇଁ ଆସିଥିବା ଚିଠିଗୁଡ଼ିକ ପଢ଼ିବା ସମୟରେ ମୋ ମନ ବି ଗର୍ବରେ ଭରିଯାଏ । ଆମ ଦେଶରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ମନରେ ଦେଶ ଓ ସମାଜସେବା କରିବାର ଉତ୍ସାହ ଭରି ରହିଛି । ସେମାନେ ନିଃସ୍ୱାର୍ଥ ଭାବରେ ଜନସାଧାରଣଙ୍କ ସେବା କରିବାରେ ନିଜର ସମ୍ପୂର୍ଣ୍ଣ ଜୀବନ ସମର୍ପି ଦେଉଛନ୍ତି । ସେମାନଙ୍କ ବିଷୟରେ ଜାଣି ମୋ ମଧ୍ୟରେ ଶକ୍ତିର ଭରପୁର ସଂଚାର ହୋଇଯାଉଛି । ‘ମନ୍ କି ବାତ୍’ର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମୋ ପାଇଁ ମନ୍ଦିରକୁ ଯାଇ ଦେବଦର୍ଶନ କରିବା ସଦୃଶ । ‘ମନ୍ କି ବାତ୍’ର ପ୍ରତ୍ୟେକ କଥାକୁ, ପ୍ରତ୍ୟେକ ଘଟଣାକୁ, ପ୍ରତ୍ୟେକ ଚିଠିକୁ ଯେତେବେଳେ ମୁଁ ମନେପକାଉଛି, ସେତେବେଳେ ମୋତେ ଲାଗୁଛି ଯେ, ଜନତା-ଜନାର୍ଦ୍ଦନ, ଯେଉଁମାନେ ମୋ ପାଇଁ ଈଶ୍ୱର ସଦୃଶ, ମୁଁ ସେମାନଙ୍କ ଦର୍ଶନ କରୁଛି ।ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଅତୁଟ ଆସ୍ଥା ପ୍ରକଟ କରିଥିବାରୁ ଦେଶବାସୀଙ୍କୁ କୃତଜ୍ଞତା: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
June 30th, 11:00 am
ବନ୍ଧୁଗଣ, ଫେବୃଆରୀ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ଶେଷ ରବିବାର ଦିନ ମୁଁ ଆପଣଙ୍କ ସହିତ ଭାବବିନିମୟର ଅଭାବକୁ ଅନୁଭବ କରୁଥିଲି । କିନ୍ତୁ ଏହି ସମୟରେ ଆପଣ ମୋତେ ପଠାଇଥିବା ଲକ୍ଷ ଲକ୍ଷ ବାର୍ତ୍ତାଗୁଡ଼ିକୁ ଦେଖି ମୋତେ ଖୁବ ଭଲ ମଧ୍ୟ ଲାଗିଲା । ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମ ପଛେ କିଛି ମାସ ପାଇଁ ବନ୍ଦ ରହିଥିଲା, କିନ୍ତୁ ‘ମନ୍ କି ବାତ୍’ର ଯେଉଁ ଭାବନା ଦେଶରେ, ସମାଜରେ ରହିଛି ତାକୁ ନେଇ ପ୍ରତ୍ୟହ କିଛି ଭଲ କାମ, ନିଃସ୍ୱାର୍ଥ ଭାବରେ କାମ, ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା କାର୍ଯ୍ୟ ନିରନ୍ତର ଭାବେ ଚାଲି ରହୁଥାଉ । ନିର୍ବାଚନ ଖବର ମଧ୍ୟରେ ନିଶ୍ଚିତ ରୂପେ ମନକୁ ଛୁଇଁପାରୁଥିବା ଏଭଳି ଖବରଗୁଡ଼ିକ ଉପରେ ଆପଣମାନଙ୍କ ଦୃଷ୍ଟି ପଡ଼ିଥିବ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଟ୍ୟୁବ୍ ଯାତ୍ରା : ୧୫ ବର୍ଷର ବିଶ୍ୱସ୍ତରୀୟ ପ୍ରଭାବ
September 27th, 11:29 pm
ମୋର ସାଥୀ ୟୁଟ୍ୟୁବରମାନେ, ମୁଁ ଆଜି ଜଣେ ୟୁଟ୍ୟୁବର ଭାବରେ ଆପଣଙ୍କ ମଧ୍ୟରେ ରହି ବହୁତ ଖୁସି । ମୁଁ ଆପଣମାନଙ୍କ ଠାରୁ ଆଦୌ ଅଲଗା ନୁହେଁ । ୧୫ ବର୍ଷ ହେବ ମୁଁ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଜରିଆରେ ଦେଶ ସହ ଯୋଡ଼ି ହୋଇ ରହୁଛି ଓ ବିଶ୍ୱଭ୍ରମଣ କରିଛି। ମୋର ଅନେକ ସବ୍ସ୍କ୍ରାଇବର (ଅନୁଗାମୀ) ମଧ୍ୟ ଅଛନ୍ତି।ୟୁଟ୍ୟୁବ୍ ଫ୍ୟାନଫେଷ୍ଟ ଇଣ୍ଡିଆ 2023 ଅବସରରେ ୟୁଟ୍ୟୁବର୍ସଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
September 27th, 11:23 pm
ଆଜି ୟୁଟ୍ୟୁବ୍ ଫ୍ୟାନଫେଷ୍ଟ ଇଣ୍ଡିଆ 2023 ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁଟ୍ୟୁବର୍ କମ୍ୟୁନିଟିକୁ ସମ୍ବୋଧିତ କରିଛନ୍ତି। ସେ ୟୁଟ୍ୟୁବରେ ତାଙ୍କର 15 ବର୍ଷ ପୂରଣ କରିଥିଲେ ଏବଂ ଏହି ମାଧ୍ୟମର ସହାୟତାରେ ବିଶ୍ୱସ୍ତରୀୟ ପ୍ରଭାବ ସୃଷ୍ଟି କରିବାର ଅଭିଜ୍ଞତା ବାଣ୍ଟିଥିଲେ।ଜାତି ଉଦ୍ଦେଶ୍ୟରେ ଯଶୋଭୂମିର ଲୋକାର୍ପଣ ଏବଂ ପିଏମ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 17th, 06:08 pm
ଆଜି ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ ପାଳନ । ଏହି ଦିନ ଆମର ପାରମ୍ପରିକ କାରିଗର ଏବଂ ଶିଳ୍ପକାରମାନଙ୍କୁ ସମର୍ପିତ । ବିଶ୍ୱକର୍ମା ଜୟନ୍ତୀ ଅବସରରେ ମୁଁ ଦେଶର ସମସ୍ତ ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ମୁଁ ଆନନ୍ଦିତ ଯେ ଆଜିର ଦିନରେ ମୋତେ ସାରା ଦେଶର ଲକ୍ଷ ଲକ୍ଷ ବିଶ୍ୱକର୍ମା ବନ୍ଧୁଙ୍କ ସହ ଯୋଡ଼ି ହେବାର ସୁଯୋଗ ମିଳିଛି । କିଛି ଦିନ ତଳେ ମୁଁ ମୋର ଅନେକ ବିଶ୍ୱକର୍ମା ଭାଇ ଭଉଣୀଙ୍କ ସହ କଥା ବାର୍ତ୍ତା ମଧ୍ୟ କରିଥିଲି । ଏଠାରେ ପହଞ୍ଚିବାରେ ମୋର ବିଳମ୍ବର କାରଣ ହେଉଛି ମୁଁ ସେମାନଙ୍କ ସହିତ କଥାବାର୍ତ୍ତା କରିବାରେ ମଗ୍ନ ହୋଇଯାଇଥିଲି, ଏବଂ ତଳେ ପ୍ରଦର୍ଶନୀ ହୋଇଛି ତାହା ମଧ୍ୟ ଏତେ ଚମତ୍କାର ଯେ, ସେଠାରୁ ବାହାରିବାକୁ ଇଚ୍ଛା କରୁନଥିଲି ଏବଂ ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ଆପଣମାନେ ନିଶ୍ଚିତ ଭାବେ ଏହାକୁ ପରିଦର୍ଶନ କରନ୍ତୁ । ମୋତେ କୁହାଯାଇଛି ଯେ ଏହା ଆହୁରି ୨-୩ ଦିନ ପର୍ଯ୍ୟନ୍ତ ଚାଲିବ, ତେଣୁ ମୁଁ ବିଶେଷ ଭାବରେ ଦିଲ୍ଲୀବାସୀଙ୍କୁ ଅନୁରୋଧ କରୁଛି ଯେ ସେମାନେ ଏହାକୁ ନିଶ୍ଚିତ ଭାବେ ପରିଦର୍ଶନ କରନ୍ତୁ।ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନୀ କେନ୍ଦ୍ର-‘ଯଶୋଭୂମି’ର ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ
September 17th, 12:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଦ୍ୱାରକାଠାରେ ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନୀ କେନ୍ଦ୍ରର ପ୍ରଥମ ପର୍ଯ୍ୟାୟ 'ଯଶୋଭୂମି'କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । 'ଯଶୋଭୂମି'ରେ ଏକ ଭବ୍ୟ ସମ୍ମିଳନୀ କେନ୍ଦ୍ର, ଏକାଧିକ ପ୍ରଦର୍ଶନୀ ହଲ୍ ଏବଂ ଅନ୍ୟାନ୍ୟ ସୁବିଧା ରହିଛି। ବିଶ୍ୱକର୍ମା ଜୟନ୍ତୀ ଅବସରରେ ପାରମ୍ପରିକ କାରିଗରମାନଙ୍କ ପାଇଁ 'ପିଏମ୍ ବିଶ୍ୱକର୍ମା ଯୋଜନା'ର ଶୁଭାରମ୍ଭ ମଧ୍ୟ ପ୍ରଧାନମନ୍ତ୍ରୀ କରିଛନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଲୋଗୋ, ଟ୍ୟାଗ୍ ଲାଇନ୍ ଏବଂ ପୋର୍ଟାଲକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ସେ ଏକ ସ୍ୱତନ୍ତ୍ର ଡାକ ଟିକେଟ, ଟୁଲ୍ କିଟ୍ ଇ-ପୁସ୍ତିକା ଏବଂ ଭିଡିଓ ଉନ୍ମୋଚନ କରିଥିଲେ। ପ୍ରଧାନମନ୍ତ୍ରୀ ୧୮ ଜଣ ହିତାଧିକାରୀଙ୍କୁ ବିଶ୍ୱକର୍ମା ପ୍ରମାଣପତ୍ର ବଣ୍ଟନ କରିଥିଲେ।ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 07th, 04:16 pm
କିଛି ଦିନ ପୂର୍ବେ ହିଁ ଭାରତ ମଣ୍ଡପମ୍ ର ଭବ୍ୟ ଲୋକାର୍ପଣ କରାଯାଇଛି । ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ ଅଛନ୍ତି ଯେଉଁମାନେ ପୂର୍ବରୁ ମଧ୍ୟ ଏଠାକୁ ଆସୁଥିଲେ ଆଉ ତମ୍ବୁ ଟାଣି ନିଜର ଦୁନିଆ ଠିଆ କରୁଥିଲେ । ତେବେ ଆଜି ଆପଣ ପରିବର୍ତିତ ହୋଇଥିବା ଦେଶ ଏହିଠାରେ ଦେଖିଥିବେ । ଆଉ ଆଜି ଆମେ ଏହି ଭାରତ ମଣ୍ଡପମ୍ରେ ଜାତୀୟ ହସ୍ତତନ୍ତ ଦିବସ- ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ପାଳନ କରୁଛେ । ଭାରତ ମଣ୍ଡପମ୍ ର ଏହି ଭବ୍ୟତାରେ ମଧ୍ୟ, ଭାରତର ହସ୍ତତନ୍ତ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୁରାତନର ନୂତନ ସହିତ ଏହି ସଙ୍ଗମ ଆଜିକାର ଭାରତକୁ ପରିଭାଷିତ କରୁଛି । ଆଜିକାର ଭାରତ, ଲୋକାଲ ପ୍ରତି କେବଳ ଭୋକାଲ ହିଁ ନୁହେଁ, ବରଂ ତାହାକୁ ଗ୍ଲୋବାଲ କରିବା ପାଇଁ ବିଶ୍ୱସ୍ତରୀୟ ମଂଚ ମଧ୍ୟ ପ୍ରଦାନ କରୁଛି । କିଛି ସମୟ ପୂର୍ବରୁ ହିଁ ମୋତେ କିଛି ବୁଣାକାର ସାଥୀମାନଙ୍କ ସହିତ କଥା ହେବାର ସୁଯୋଗ ମିଳିଛି । ସାରା ଦେଶରେ ଅନେକଗୁଡ଼ିଏ ହସ୍ତତନ୍ତ କ୍ଲଷ୍ଟରଗୁଡ଼ିକରେ ମଧ୍ୟ ଆମର ବୁଣାକାର ଭାଇ- ଭଉଣୀ ଦୂର- ଦୂରାନ୍ତରରୁ ଆସିଛନ୍ତି ଆମ ସହିତ ଯୋଡ଼ି ହୋଇଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଏହି ବିଶାଳ ସମାରୋହକୁ ହୃଦୟର ସହିତ ସ୍ୱାଗତ କରୁଛି, ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି ।ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
August 07th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଭାରତ ମଣ୍ଡପମ୍ ଠାରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ଉତ୍ସବକୁ ସମ୍ବୋଧିତ କରିଛନ୍ତି ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଦ୍ୱାରା କପଡା ଏବଂ ଶିଳ୍ପ ଭଣ୍ଡାରକୁ ନେଇ ବିକଶିତ ଇ-ପୋର୍ଟାଲ୍ ‘ଭାରତୀୟ ବସ୍ତ୍ର ଏବଂ ଶିଳ୍ପ କୋଷ'ର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଦର୍ଶନୀ ପରିଦର୍ଶନ କରି ବୁଣାକାରମାନଙ୍କ ସହ ଆଲୋଚନା କରିଥିଲେ ।ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀଙ୍କ ଅରୁଣାଚଳପ୍ରଦେଶ ଓ ଉତ୍ତର ପ୍ରଦେଶ ଗସ୍ତ
November 17th, 03:36 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀଠାରେ ଆୟୋଜିତ ହେଉଥିବା ମାସେ ବ୍ୟାପୀ ‘କାଶୀ ତାମିଲ ସଙ୍ଗମମ୍’ କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ । କାର୍ଯ୍ୟକ୍ରମରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଉତ୍ସାହ ପ୍ରତିଫଳିତ। ତାମିଲନାଡୁ-କାଶୀ ମଧ୍ୟରେ ଯୁଗ ଯୁଗ ଧରି ରହି ଆସିଥିବା ସମ୍ପର୍କକୁ ଏହା ପୁନଃ ଉଦ୍ଜୀବିତ ଓ ପ୍ରତିପାଦିତ କରିବାକୁ ଲକ୍ଷ୍ୟ ରଖିଛି ।ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିଶ୍ୱ ସ୍ୱୀକାର କରିଛି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
September 25th, 11:00 am
ବିଗତ ଦିନରେ ଯେଉଁ କଥା ଆମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ତାହା ହେଲା ଚିତା । ଚିତା ଉପରେ କଥା ହେବା ପାଇଁ ବହୁତ ଗୁଡ଼ିଏ ଆସିଛି । ଉତ୍ତରପ୍ରଦେଶର ଅରୁଣ କୁମାର ଗୁପ୍ତା ହୁଅନ୍ତୁ କି ତେଲଙ୍ଗାନାର ଏନ୍.ରାମଚନ୍ଦ୍ରନ ରଘୁରାମ୍ ଜୀ, ଗୁଜରାଟର ରାଜନ୍ ଜୀ ହୋଇଥାଆନ୍ତୁ କିମ୍ବା ଦିଲ୍ଲୀର ସୁବ୍ରତ୍ ଜୀ । ଦେଶର କୋଣ ଅନୁକୋଣରୁ ଲୋକେ ଚିତା ଭାରତକୁ ଫେରିବା ନେଇ ଆନନ୍ଦ ପ୍ରକାଶ କରିଛନ୍ତି । ୧୩୦ କୋଟି ଭାରତବାସୀ ଆନନ୍ଦିତ, ଗର୍ବିତ । ଏହାହିଁ ହେଉଛି ଭାରତର ପ୍ରକୃତି ପ୍ରେମ । ଏ ବିଷୟରେ ଲୋକଙ୍କର ଗୋଟିଏ ହିଁ ପ୍ରଶ୍ନ, ମୋଦିଜୀ ଆମକୁ ଚିତା ଦେଖିବାର ସୁଯୋଗ କେବେ ମିଳିବ ?Those who do politics of short-cut never build new airports, highways, medical colleges: PM
July 12th, 03:56 pm
Prime Minister Narendra Modi today addressed a public meeting in Deoghar, Jharkhand. PM Modi started his address by recognising the enthusiasm of people. PM Modi said, “The way you have welcomed the festival of development with thousands of diyas, it is wonderful. I am experiencing the same enthusiasm here as well.”PM Modi addresses public meeting in Deoghar, Jharkhand
July 12th, 03:54 pm
Prime Minister Narendra Modi today addressed a public meeting in Deoghar, Jharkhand. PM Modi started his address by recognising the enthusiasm of people. PM Modi said, “The way you have welcomed the festival of development with thousands of diyas, it is wonderful. I am experiencing the same enthusiasm here as well.”ମଣିପୁରବାସୀଙ୍କୁ ୫ଠତମ ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
January 21st, 10:31 am
ମଣିପୁର ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଣିପୁରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରର ଉଦବୋଧନ ଦେଇ ସେ ଏହି ମହିମାନ୍ୱିତ ଯାତ୍ରାରେ ଯୋଗଦାନ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ତ୍ୟାଗ ଓ ଉଦ୍ୟମ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଐତିହାସିକ ଉତଥାନ ପତନ ମଧ୍ୟରେ ମଣିପୁରବାସୀଙ୍କ ଏକତା ଓ ନମନୀୟତା ସେମାନଙ୍କ ପ୍ରକୃତ ଶକ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି । ସେ ମଣିପୁରବାସୀଙ୍କ ଆଶା ଆକାଂକ୍ଷା ନେଇ ପ୍ରାଥମିକ ତଥ୍ୟ ହାସଲ କଲାପରେ ଯାଇ ଏହା ତାଙ୍କୁ ରାଜ୍ୟର ସମସ୍ୟା ସମାଧାନ ଦିଗରେ ବାଟ କଢ଼ାଇଥିଲା ବୋଲି ଦୃଢ଼ତାର ସହ ଦୋହରାଇଥିଲେ । ମଣିପୁରବାସୀ ସେମାନଙ୍କ ଆକାଂକ୍ଷିତ ଶାନ୍ତି ଫେରି ପାଇବା ଯୋଗୁ ସେ ଖୁସୀ ପ୍ରକଟ କରିଥିଲେ । ବନ୍ଦ ଓ ଅବରୋଧରୁ ମୁକ୍ତି ସହ ଶାନ୍ତି ପାଇଁ ମଣିପୁର ହକଦାର ବୋଲି ସେ କହିଥିଲେ ।ମଣିପୁର ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 21st, 10:30 am
ମଣିପୁର ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଣିପୁରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରର ଉଦବୋଧନ ଦେଇ ସେ ଏହି ମହିମାନ୍ୱିତ ଯାତ୍ରାରେ ଯୋଗଦାନ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ତ୍ୟାଗ ଓ ଉଦ୍ୟମ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଐତିହାସିକ ଉତଥାନ ପତନ ମଧ୍ୟରେ ମଣିପୁରବାସୀଙ୍କ ଏକତା ଓ ନମନୀୟତା ସେମାନଙ୍କ ପ୍ରକୃତ ଶକ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି । ସେ ମଣିପୁରବାସୀଙ୍କ ଆଶା ଆକାଂକ୍ଷା ନେଇ ପ୍ରାଥମିକ ତଥ୍ୟ ହାସଲ କଲାପରେ ଯାଇ ଏହା ତାଙ୍କୁ ରାଜ୍ୟର ସମସ୍ୟା ସମାଧାନ ଦିଗରେ ବାଟ କଢ଼ାଇଥିଲା ବୋଲି ଦୃଢ଼ତାର ସହ ଦୋହରାଇଥିଲେ । ମଣିପୁରବାସୀ ସେମାନଙ୍କ ଆକାଂକ୍ଷିତ ଶାନ୍ତି ଫେରି ପାଇବା ଯୋଗୁ ସେ ଖୁସୀ ପ୍ରକଟ କରିଥିଲେ । ବନ୍ଦ ଓ ଅବରୋଧରୁ ମୁକ୍ତି ସହ ଶାନ୍ତି ପାଇଁ ମଣିପୁର ହକଦାର ବୋଲି ସେ କହିଥିଲେ ।ବିଭିନ୍ନ କ୍ଷେତ୍ରର ଷ୍ଟାର୍ଟ ଅପ୍ଗୁଡିକ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ ଅବସରରେ ସମ୍ବୋଧନ
January 15th, 04:31 pm
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ପୀୟୁଷ ଗୋୟଲ ଜୀ, ମନସୁଖ ମାଣ୍ଡବ୍ୟ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ସର୍ବାନନ୍ଦ ସୋନୱାଲ ଜୀ, ପୁରୁଷୋତମ ରୁପାଲା ଜୀ, ଜି. କିଶନ୍ ରେଡ୍ଡୀ ଜୀ, ପଶୁପତି କୁମାର ପାରସ ଜୀ, ଜିତେନ୍ଦ୍ର ସିଂହ ଜୀ, ସୋମ ପ୍ରକାଶ ଜୀ, ସମଗ୍ର ଦେଶରୁ ସାମିଲ ହୋଇଥିବା ଷ୍ଟାର୍ଟ ଅପ ଦୁନିଆର ସମସ୍ତ ବିଶିଷ୍ଟ ବ୍ୟକ୍ତି, ଆମର ଯୁବା ସାଥୀ, ଅନ୍ୟ ମହାନୁଭବ ଏବଂ ଭାଇ ଓ ଭଉଣୀମାନେ,PM Modi's interaction with Start-ups from across the country
January 15th, 11:20 am
Prime Minister Narendra Modi interacted with Startups via video conferencing. He announced that every year 16th January would be marked as the National Start-up Day to celebrate the achievements of the start-ups across the country. Start-ups would be the backbone of new India, the PM added.Bhagwan Birsa lived for the society, sacrificed life for his culture and the country: PM
November 15th, 09:46 am
Prime Minister Narendra Modi inaugurated Bhagwan Birsa Munda Memorial Udyan cum Freedom Fighter Museum at Ranchi via video conferencing. He said, “This museum will become a living venue of our tribal culture full of persity, depicting the contribution of tribal heroes and heroines in the freedom struggle.”ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ରାଞ୍ଚି ଠାରେ ଭଗବାନ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
November 15th, 09:45 am
ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରିବା ଲାଗି ଭାରତ ସରକାର ଘୋଷଣା କରିଛନ୍ତି । ଏହି ଉପଲକ୍ଷେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦଘାଟନ କରିଛନ୍ତି । ରାଞ୍ଚି ଠାରେ ନିର୍ମାଣ କରାଯାଇଥିବା ଏହି ସଂଗ୍ରହାଳୟ ତଥା ଉଦ୍ୟାନକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଥିଲେ । ଝାଡ଼ଖଣ୍ଡ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।ୟୁନେସ୍କୋ କ୍ରିଏଟିଭ ସିଟିଜ ନେଟଓ୍ୱର୍କ (ୟୁସିସିଏନ)ରେ ଶ୍ରୀନଗର ସାମିଲ ହୋଇଥିବାରୁ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
November 08th, 10:55 pm
ଶିଳ୍ପ ଓ ଲୋକକଳାର ସ୍ୱତନ୍ତ୍ର ଉଲ୍ଲେଖ ସହ ଶ୍ରୀନଗରକୁ ୟୁନେସ୍କୋ କ୍ରିଏଟିଭ ସିଟିଜ ନେଟଓ୍ୱର୍କରେ ସାମିଲ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।କେଭିଆଇସି ଦ୍ୱାରା ପ୍ରସ୍ତୁତ ବିଶ୍ୱର ସର୍ବ ବୃହତ ଖଦି ଜାତୀୟ ପତାକାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ଉତ୍ସବ ସମୟରେ ଖଦି ଏବଂ ହସ୍ତତନ୍ତ ସାମଗ୍ରୀ ପାଇଁ ଆହ୍ୱାନ
October 03rd, 06:05 pm
ମହାତ୍ମା ଗାନ୍ଧୀଙ୍କ ସମ୍ମାନାର୍ଥେ ଲଦାଖର ଲେହ ଠାରେ ବିଶ୍ୱର ସର୍ବବୃହତ ଖଦି ଜାତୀୟ ପତାକା (୨୨୫ ଫୁଟ ଉଚ୍ଚତା ଏବଂ ୧୫୦ ଫୁଟ ଚଉଡା) ପ୍ରଦର୍ଶୀତ କରିବାରେ ଖଦି ଗ୍ରାମ୍ୟ ଶିଳ୍ପ ଆୟୋଗର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।