ଗୁରୁ ନାନକ ଦେବଙ୍କ 550ତମ ଜନ୍ମବାର୍ଷିକୀ ଆୟୋଜନକୁ କ୍ୟାବିନେଟ ଅନୁମୋଦନ
November 22nd, 05:19 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଶ୍ରୀ ଗୁରୁ ନାନକ ଦେବଙ୍କ 550ତମ ଜନ୍ମ ବାର୍ଷିକୀ ଆୟୋଜନ କରିବା ଲାଗି ଏକ ସଂକଳ୍ପ ଗୃହୀତ ହୋଇଛି । ଏହା ଆସନ୍ତା ବର୍ଷ ସାରା ଦେଶରେ ଏବଂ ବିଶ୍ୱ ବ୍ୟାପୀ ମହା ସମାରୋହରେ ପାଳନ କରାଯିବ । ଏହାଛଡା ଉପଯୁକ୍ତ ଢଙ୍ଗରେ ରାଜ୍ୟ ସରକାର ତଥା ବିଦେଶରେ ଥିବା ଭାରତ ମିଶନ ସହ ମିଳିତ ଭାବେ ବିଭିନ୍ନ ସମାରୋହ ଆୟୋଜନ କରାଯିବ । ଗୁରୁ ନାନକ ଦେବଙ୍କ ଶିକ୍ଷା ସ୍ନେହ, ଶାନ୍ତି, ସମାନତା ଏବଂ ଭ୍ରାତୃତ୍ଵର ଶାଶ୍ୱତ ମୂଲ୍ୟ ରହିଛି ।