ଭାରତ କରୋନା ଯୋଦ୍ଧାମାନଙ୍କୁ ଟୀକାକରଣରେ ପ୍ରାଥମିକତା ଦେଇ ସେମାନଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି : ପ୍ରଧାନମନ୍ତ୍ରୀ
January 16th, 03:22 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସେହି ନିଃସ୍ୱାର୍ଥପର ମଜବୁତ ଭାବନାର ପ୍ରଶଂସା କରିଥିଲେ, ଯାହା କରୋନା ମହାମାରୀ ବିରୋଧୀ ଲଢ଼େଇ ସମୟରେ ସମ୍ପୂର୍ଣ୍ଣ ରୂପରେ ଦେଖିବାକୁ ମିଳିଥିଲା। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ସର୍ବଭାରତୀୟ କୋଭିଡ-19 ଟୀକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ପରେ ଶ୍ରୀ ମୋଦୀ କହିଥିଲେ, ବିଗତ ଏକ ବର୍ଷ ମଧ୍ୟରେ ଭାରତୀୟମାନେ ବ୍ୟକ୍ତିଗତ ଭାବେ, ପାରିବାରିକ ଏବଂ ଏକ ରାଷ୍ଟ୍ର ଭାବେ ଅନେକ କିଛି ଶିକ୍ଷା ଲାଭ କରିଛନ୍ତି ଓ ସହିଛନ୍ତି। ମହାନ ତେଲୁଗୁ କବି ଗୁରୁଜାଦା ଭେଙ୍କଟ ଅପ୍ପାରାଓଙ୍କର ଉକ୍ତିକୁ ଉଦ୍ଧୃତ କରି ଶ୍ରୀ ମୋଦୀ କହିଥିଲେ ଯେ, ଆମ ସମସ୍ତଙ୍କୁ ସବୁବେଳେ ଅନ୍ୟମାନଙ୍କ ପାଇଁ ନିଃସ୍ୱାର୍ଥପର ଭାବନା ନେଇ କାମ କରିବାର ଆବଶ୍ୟକତା ରହିଛି। ଗୋଟିଏ ରାଷ୍ଟ୍ର କେବଳ ମାଟି, ପାଣି ଓ ପଥର ହୋଇନପାରେ, ବରଂ ଆମ ସମସ୍ତଙ୍କର “ୱି ଦ ପିପୁଲ” (ଆମେ ସମସ୍ତେ ଦେଶବାସୀ) ଭାବନାକୁ ନେଇ ଏକ ଦେଶ ଗଠନ ହୋଇଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ଏହି ସଂକଳ୍ପ ସହିତ କରୋନା ବିରୋଧରେ ସଂଗ୍ରାମ କରାଯାଇଛି।