"ତିନୋଟି ନୂତନ ଅପରାଧିକ ଆଇନ"ର ସଫଳ ରୂପାୟନକୁ ଦେଶକୁ ସମର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 03rd, 12:15 pm
ଚଣ୍ଡିଗଡ଼ ଆସିବା ପରେ ମୋତେ ଲାଗୁଛି ମୁଁ ମୋ ପ୍ରିୟଜନଙ୍କ ମଧ୍ୟକୁ ଆସିଯାଇଛି । ଚଣ୍ଡିଗଡ଼ର ପରିଚୟ ଶକ୍ତି-ସ୍ୱରୂପା ମାଚଣ୍ଡିକାଙ୍କ ନାମ ସହିତ ଯୋଡି ହୋଇଛି । ମା’ଚଣ୍ଡି, ଅର୍ଥାତ୍ ଶକ୍ତିର ସେହି ସ୍ୱରୂପ ଯାହା ଦ୍ୱାରା ସତ୍ୟ ଓ ନ୍ୟାୟ ପ୍ରତିଷ୍ଠିତ ହୋଇଥାଏ । ଏହା ଭାବନା ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତାର ସମ୍ପୂର୍ଣ୍ଣ ପ୍ରାରୁପର ଆଧାର ମଧ୍ୟ ଅଟେ । ବିକଶିତ ଭାରତର ସଂକଳ୍ପ ନେଇ ଏମିତି ସମୟରେ ଦେଶ ଆଗକୁ ବଢ଼ୁଛି, ଯେତେବେଳେ ବେଳେ ସମ୍ବିଧାନର ୭୫ ବର୍ଷ ବିତିଗଲାଣି... ତା'ପରେ ସମ୍ବିଧାନର ଭାବନାରେ ଅନୁପ୍ରାଣିତ ହୋଇ ଭାରତୀୟ ନ୍ୟାୟ ସଂହିତା ପ୍ରଭାବ ଆରମ୍ଭ ହେବା, ତାହାର ପ୍ରଭାବରେ ଆସିବା ଏହା ଏକ ବହୁତ ବଡ ପ୍ରାରମ୍ଭ । ଦେଶର ନାଗରିକଙ୍କ ପାଇଁ ଆମ ସମ୍ବିଧାନ ରେ ପରିକଳ୍ପନା କରାଯାଇଥିବା ଆଦର୍ଶକୁ ପୂରଣ କରିବା ପାଇଁ ଏହା ଏକ ସମନ୍ୱିତ ପ୍ରୟାସ । ଏହି ଆଇନଗୁଡ଼ିକ କିପରି କାର୍ଯ୍ୟକାରୀ ହେବ ତାହାର ଲାଇଭ୍ ଡେମୋ ଦେଖୁଥିଲି। ଏବଂ ମୁଁ ଏଠାରେ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସେମାନେ ସମୟ ବାହାର କରନ୍ତୁ ଏବଂ ଏହି ଲାଇଭ୍ ଡେମୋକୁ ନିଶ୍ଚିତ ଦେଖନ୍ତୁ । ଆଇନର ଛାତ୍ରଛାତ୍ରୀମାନେ, ବାରର ସାଥିମାନେ ଦେଖନ୍ତୁ, ନ୍ୟାୟପାଳିକାର ସାଥିମାନଙ୍କୁ ଯଦି ସୁବିଧା ହେବ, ସେମାନେ ମଧ୍ୟ ଦେଖନ୍ତୁ, ଏହି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଭାରତୀୟ ନ୍ୟାୟ ସଂହିତା, ନାଗରିକ ସଂହିତାର ଲାଗୁ ହେବା ପାଇଁ ଶୁଭେଚ୍ଛା ଜଣାଉଛି। ଏବଂ ମୁଁ ଚଣ୍ଡିଗଡ଼ ପ୍ରଶାସନ ସହ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।ତିନୋଟି ନୂତନ ଅପରାଧିକ ଆଇନର ସଫଳ ରୂପାୟନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 03rd, 11:47 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚଣ୍ଡିଗଡ଼ଠାରେ ତିନୋଟି ରୂପାନ୍ତରିତ ନୂତନ ଅପରାଧିକ ଆଇନ- ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମର ସଫଳ ରୂପାୟନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସମବେତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଚଣ୍ଡିଗଡ଼ର ପରିଚୟ ଦେବୀ ମା' ଚଣ୍ଡୀଙ୍କ ସହ ଜଡ଼ିତ, ଯିଏ ସତ୍ୟ ଓ ନ୍ୟାୟ ପ୍ରତିଷ୍ଠା କରୁଥିବା ଶକ୍ତିର ଏକ ରୂପ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମାନ ଦର୍ଶନ ଭାରତୀୟ ନ୍ୟାୟ ସଂହିତା ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ସମଗ୍ର ଫର୍ମାଟର ଆଧାର ଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ସମ୍ବିଧାନର ଭାବନାରେ ଅନୁପ୍ରାଣିତ ହୋଇ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ଏକ ଚମତ୍କାର ମୁହୂର୍ତ୍ତ, କାରଣ ଦେଶ ବିକଶିତ ଭାରତର ସଂକଳ୍ପ ସହିତ ଭାରତୀୟ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଗକୁ ବଢ଼ିବାର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ରହିଛି । ଦେଶର ନାଗରିକଙ୍କ ପାଇଁ ଆମ ସମ୍ବିଧାନ ଯେଉଁ ଆଦର୍ଶର ପରିକଳ୍ପନା କରିଛି ତାହାକୁ ପୂରଣ କରିବା ଦିଗରେ ଏହା ଏକ ଠୋସ୍ ପ୍ରୟାସ ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଏହାର ସିଧା ପ୍ରଦର୍ଶନ ଦ୍ୱାରା କିପରି ଆଇନ କାର୍ଯ୍ୟକାରୀ ହେବ ତାହାର ଝଲକ ସେ ନିକଟରେ ପାଇଛନ୍ତି। ଏହି ଆଇନର ସିଧା ପ୍ରଦର୍ଶନ ପରିଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ତିନୋଟି ନୂତନ ଅପରାଧିକ ଆଇନର ସଫଳ ରୂପାୟନ ଅବସରରେ ସେ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଚଣ୍ଡିଗଡ଼ ପ୍ରଶାସନର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଉତ୍ତରାଖଣ୍ଡ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଇଂରାଜୀ ମନ୍ତବ୍ୟ
November 09th, 11:00 am
ଆଜିଠାରୁ ଉତ୍ତରାଖଣ୍ଡର ରଜତ ଜୟନ୍ତୀ ବର୍ଷର ଶୁଭାରମ୍ଭ ହେଉଛି । ଅର୍ଥାତ୍ ଆମର ଉତ୍ତରାଖଣ୍ଡ ଏହାର ୨୫ତମ ବର୍ଷରେ ପ୍ରବେଶ କରୁଛି। ଉତ୍ତରାଖଣ୍ଡର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମକୁ ଏବେ ଆଗାମୀ ୨୫ ବର୍ଷର ଯାତ୍ରା ଆରମ୍ଭ କରିବାକୁ ପଡ଼ିବ। ଏଥିରେ ଏକ ସୁଖଦ ସଂଯୋଗ ମଧ୍ୟ ରହିଛି। ଏହି ଯାତ୍ରା ଏମିତି ସମୟରେ ହେବ ଯେତେବେଳେ ଦେଶ ମଧ୍ୟ ୨୫ ବର୍ଷର ଅମୃତକାଳରେ ରହିଥିବ । ଅର୍ଥାତ୍ ବିକଶିତ ଭାରତ ପାଇଁ ବିକଶିତ ଉତ୍ତରାଖଣ୍ଡ, ଦେଶ ଏହି ସଂକଳ୍ପକୁ ଏହି ସମୟ ମଧ୍ୟରେ ପୂରଣ ହେବା ଦେଖିବ । ମୁଁ ଖୁସି ଯେ ଉତ୍ତରାଖଣ୍ଡର ଆପଣ ଲୋକମାନେ ଆଗାମୀ ୨୫ ବର୍ଷ ପାଇଁ ସଂକଳ୍ପ ନେଇ ସମଗ୍ର ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ତରାଖଣ୍ଡର ଗୌରବକୁ ମଧ୍ୟ ପ୍ରସାରିତ କରାଯିବ ଏବଂ ବିକଶିତ ଉତ୍ତରାଖଣ୍ଡର ଲକ୍ଷ୍ୟ ମଧ୍ୟ ପ୍ରତ୍ୟେକ ଅଞ୍ଚଳବାସୀଙ୍କ ପର୍ଯ୍ୟନ୍ତ ପହଞ୍ଚିବ । ମୁଁ ଆପଣ ସମସ୍ତଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଏବଂ ଏହି ମହତ୍ୱପୂର୍ଣ୍ଣ ସଂକଳ୍ପ ପାଇଁ ମୁଁ ଆପଣ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ମାତ୍ର ଦୁଇ ଦିନ ପୂର୍ବରୁ ପ୍ରବାସୀ ଉତ୍ତରାଖଣ୍ଡ ସମ୍ମିଳନୀ ମଧ୍ୟ ସଫଳତାର ସହ ଆୟୋଜନ କରାଯାଇଥିଲା। ମୋର ବିଶ୍ୱାସ ଅଛି ଆମର ପ୍ରବାସୀ ଉତ୍ତରାଖଣ୍ଡବାସୀ ରାଜ୍ୟର ବିକାଶ ଯାତ୍ରାରେ ଏତେ ବଡ଼ ଭୂମିକା ନିର୍ବାହ କରିବେ ।ଦେବଭୂମି ଉତ୍ତରାଖଣ୍ଡର ରୌପ୍ୟ ଜୟନ୍ତୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
November 09th, 10:40 am
ଉତ୍ତରାଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ ଏହାର ସମସ୍ତ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ଆଜିଠାରୁ ଉତ୍ତରାଖଣ୍ଡ ରାଜ୍ୟ ଗଠନର ରୌପ୍ୟ ଜୟନ୍ତୀ ବର୍ଷ ଆରମ୍ଭ ହେବାର ସୂଚନା ଦେଇଛନ୍ତି । ଉତ୍ତରାଖଣ୍ଡ ପ୍ରତିଷ୍ଠାର ୨୫ତମ ବର୍ଷରେ ପ୍ରବେଶ କରିବା ଅବସରରେ ଶ୍ରୀ ମୋଦୀ ଲୋକମାନଙ୍କୁ ରାଜ୍ୟର ଆଗାମୀ ୨୫ ବର୍ଷର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶର ଆଗାମୀ ୨୫ ବର୍ଷର ଯାତ୍ରା ଏକ ବଡ ସଂଯୋଗ, କାରଣ ଭାରତ ମଧ୍ୟ ଏହାର ୨୫ ବର୍ଷର ଅମୃତ କାଳରେ ଅଛି, ଯାହାର ଅର୍ଥ ହେଉଛି ବିକଶିତ ଭାରତ ପାଇଁ ଏକ ବିକଶିତ ଉତ୍ତରାଖଣ୍ଡ । ଏହି ଅବଧିରେ ଦେଶ ସଂକଳ୍ପ ପୂରଣ ହେବାର ସାକ୍ଷୀ ରହିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ଆଗାମୀ ୨୫ ବର୍ଷର ସଂକଳ୍ପ ସହିତ ଲୋକମାନେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ଖୁସି ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ତରାଖଣ୍ଡର ଗୌରବର ପ୍ରସାର ହେବ ଏବଂ ବିକଶିତ ଉତ୍ତରାଖଣ୍ଡର ଲକ୍ଷ୍ୟ ରାଜ୍ୟର ପ୍ରତ୍ୟେକ ଅଧିବାସୀଙ୍କ ନିକଟରେ ପହଞ୍ôଚବ । ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଏପରି ମହତ୍ୱପୂର୍ଣ୍ଣ ସଂକଳ୍ପକୁ ଆପଣେଇଥିବାରୁ ଶ୍ରୀ ମୋଦୀ ରାଜ୍ୟର ସମସ୍ତ ବାସିନ୍ଦାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସମ୍ପ୍ରତି ସଫଳତାର ସହ ଆୟୋଜିତ ହୋଇଥିବା ‘ ପ୍ରବାସୀ ଉତ୍ତରାଖଣ୍ଡ ସମ୍ମିଳନୀ’ର କାର୍ଯ୍ୟକ୍ରମକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି ଏବଂ ଉତ୍ତରପ୍ରଦେଶର ବିକାଶରେ ପ୍ରବାସୀ ଉତ୍ତରାଖଣ୍ଡର ଲୋକମାନେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ।ଗୁଜରାଟର କେଭାଡିଆଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 31st, 07:31 am
ସର୍ଦ୍ଦାର ସାହେବଙ୍କ ତେଜସ୍ଵୀ ଭାଷଣ... ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟରେ ଏହି ଭବ୍ୟ କାର୍ଯ୍ୟକ୍ରମ... ଏକତା ନଗରର ଏହି ମନୋରମ ଦୃଶ୍ୟ, ଏବଂ ଏଠାରେ ଅନୁଷ୍ଠିତ ଚମତ୍କାର ପ୍ରଦର୍ଶନ ... ଏହା ହେଉଛି ମିନି ଇଣ୍ଡିଆର ଝଲକ... ସବୁକିଛି ବହୁତ ଚମତ୍କାର, କେତେ ପ୍ରେରଣାଦାୟକ । ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ଭଳି... ଅକ୍ଟୋବର ୩୧ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ....ଏହା ସମଗ୍ର ଦେଶକୁ ନୂଆ ଶକ୍ତିରେ ଭରି ଦେଇଥାଏ। ଜାତୀୟ ଏକତା ଦିବସ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।ଗୁଜରାଟର କେଭାଡିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 31st, 07:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେଭାଡିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରିଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖରେ ପାଳନ କରାଯାଉଥିବା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶ୍ରୀ ମୋଦୀ ଏକତା ଦିବସ ଶପଥ ପାଠ କରାଇବା ସହ ଏକତା ଦିବସ ପରେଡ୍ ଦେଖିଥିଲେ।PM Modi attends News18 Rising Bharat Summit
March 20th, 08:00 pm
Prime Minister Narendra Modi attended and addressed News 18 Rising Bharat Summit. At this time, the heat of the election is at its peak. The dates have been announced. Many people have expressed their opinions in this summit of yours. The atmosphere is set for debate. And this is the beauty of democracy. Election campaigning is in full swing in the country. The government is keeping a report card for its 10-year performance. We are charting the roadmap for the next 25 years. And planning the first 100 days of our third term, said PM Modi.