PM to visit Andhra Pradesh and Odisha on 8th-9th January

January 06th, 06:29 pm

Prime Minister Shri Narendra Modi will visit Andhra Pradesh and Odisha on a two day tour from 8th-9th January 2025. In a major push for sustainable development, industrial growth and infrastructure enhancement, Prime Minister will dedicate to the nation, inaugurate and lay the foundation stone of projects worth over Rs. 2 Lakh Crore at Visakhapatnam on 8th January at 5:30 PM. He will also inaugurate the 18th Pravasi Bhartiya Divas (PBD) convention at Bhubaneswar on 9th January at 10 AM.

India’s talented youth driving unprecedented growth across sectors: Prime Minister

January 04th, 04:14 pm

The Prime Minister, Shri Narendra Modi praised India’s remarkable achievements across various sectors, attributing the success to the energy and talent of the nation’s youth.

ONDC has contributed to empowering small businesses and revolutionising e-commerce: PM Modi

January 02nd, 10:23 am

The Prime Minister Shri Narendra Modi today highlighted ONDC’s contribution in empowering small businesses and revolutionising e-commerce and remarked that it will play a vital role in furthering growth and prosperity.

Why India’s Public Sector Banks Are Thriving Like Never Before - Inside the Modi Era Banking Success Story

December 18th, 07:36 pm

A competitive advantage that sets the Modi era apart from its predecessors has not only been sustaining successful policies but also amplifying and expanding upon them for the national good at the right time.

ଭାରତ-ଶ୍ରୀଲଙ୍କା ମିଳିତ ବିବୃତି: ଭାଗିଦାରୀ ଭବିଷ୍ୟତ ପାଇଁ ଭାଗିଦାରୀକୁ ପ୍ରୋତ୍ସାହିତ କରିବା

December 16th, 03:26 pm

16 ଡିସେମ୍ବର 2024 ରେ ଭାରତ ଗସ୍ତ ସମୟରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକ ନୂଆଦିଲ୍ଲୀରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବ୍ୟାପକ ଏବଂ ଫଳପ୍ରଦ ଆଲୋଚନା କରିଥିଲେ ।

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତ୍ତି

December 16th, 01:00 pm

ମୁଁ ରାଷ୍ଟ୍ରପତି ଦିଶାନାୟକଙ୍କୁ ଭାରତକୁ ସ୍ୱାଗତ କରୁଛି । ମୁଁ ଆନନ୍ଦିତ ଯେ ଆପଣ ରାଷ୍ଟ୍ରପତି ଭାବରେ ନିଜର ପ୍ରଥମ ବିଦେଶ ଗସ୍ତ ପାଇଁ ଭାରତକୁ ବାଛିଛନ୍ତି । ରାଷ୍ଟ୍ରପତି ଦିଶାନାୟକଙ୍କ ଗସ୍ତ ଆମ ସମ୍ପର୍କରେ ନୂତନ ଗତିଶୀଳତା ଏବଂ ଶକ୍ତି ସୃଷ୍ଟି କରିଛି । ଆମର ଭାଗିଦାରୀ ପାଇଁ ଆମେ ଏକ ଭବିଷ୍ୟତ ଦୃଷ୍ଟିକୋଣ ଗ୍ରହଣ କରିଛୁ । ଆମେ ଆମର ଅର୍ଥନୈତିକ ଭାଗିଦାରୀରେ ନିବେଶ ଭିତ୍ତିକ ଅଭିବୃଦ୍ଧି ଏବଂ ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛୁ ଏବଂ ସ୍ଥିର କରିଛୁ ଯେ ଭୌତିକ, ଡିଜିଟାଲ ଏବଂ ଶକ୍ତି ସଂଯୋଗ ଆମର ଭାଗିଦାରୀର ମୁଖ୍ୟ ସ୍ତମ୍ଭ ହେବ । ଆମେ ଉଭୟ ଦେଶ ମଧ୍ୟରେ ବିଦ୍ୟୁତ-ଗ୍ରିଡ୍ ସଂଯୋଗ ଏବଂ ମଲ୍ଟି-ପ୍ରଡକ୍ଟ ପେଟ୍ରୋଲିୟମ ପାଇପଲାଇନ ସ୍ଥାପନ ଦିଗରେ କାର୍ଯ୍ୟ କରିବୁ । ସାମପୁର ସୌର ଶକ୍ତି ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯିବ । ଏହାବ୍ୟତୀତ ଶ୍ରୀଲଙ୍କାର ପାୱାର ପ୍ଲାଣ୍ଟ ପାଇଁ ଏଲଏନଜି ଯୋଗାଇ ଦିଆଯିବ । ଦ୍ୱିପାକ୍ଷିକ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ ପକ୍ଷ ଖୁବଶୀଘ୍ର ଇଟିସିଏ ସମ୍ପୂର୍ଣ୍ଣ କରିବାକୁ ପ୍ରୟାସ କରିବେ ।

ଡିସେମ୍ବର ୧୪ ଓ ୧୫ ରେ ମୁଖ୍ୟ ସଚିବମାନଙ୍କ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

December 13th, 12:53 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୪ ଓ ୧୫ ତାରିଖରେ ନୂଆଦିଲ୍ଲୀରେ ଦେଶର ମୁଖ୍ୟ ସଚିବମାନଙ୍କ ଚତୁର୍ଥ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଲାଗି ଏହି ସମ୍ମିଳନୀ କାମ ଦେବ ବୋଲି କୁହାଯାଇଛି । ସଂଘୀୟ ବ୍ୟବସ୍ଥାକୁ ମଜଭୂତ କରିବା ଲାଗି ଏହା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ବୋଲି ବିବେଚନା କରାଯାଏ ।

ଶ୍ରୀ ଶଶୀକାନ୍ତ ରୁଇଆଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

November 26th, 09:27 am

ଶିଳ୍ପ ଜଗତର ବିଶାଳ ବ୍ୟକ୍ତିତ୍ୱ ଶ୍ରୀ ଶଶୀକାନ୍ତ ରୁଇଆଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶୋକ ପ୍ରକାଶ କରିଛନ୍ତି । ଅଭିବୃଦ୍ଧିର ନବାଚାରରେ ଏକ ନୂତନ ମାନାଙ୍କ ଧାର୍ଯ୍ୟ କରିଥିବାରୁ ତାଙ୍କୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ ।

The bond between India & Guyana is of soil, of sweat, of hard work: PM Modi

November 21st, 08:00 pm

Prime Minister Shri Narendra Modi addressed the National Assembly of the Parliament of Guyana today. He is the first Indian Prime Minister to do so. A special session of the Parliament was convened by Hon’ble Speaker Mr. Manzoor Nadir for the address.

ଗୁୟାନାର ସଂସଦକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

November 21st, 07:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନା ସଂସଦର ଜାତୀୟ ଆସେମ୍ବଲିକୁ ସମ୍ବୋଧିତ କରିଛନ୍ତି । ଏପରି କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ଅଭିଭାଷଣ ପାଇଁ ମାନ୍ୟବର ବାଚସ୍ପତି ମଞ୍ଜୁର ନାଦିର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ।

ସ୍ପେନ୍ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଭାରତ-ସ୍ପେନ୍ ମିଳିତ ବିବୃତି (ଅକ୍ଟୋବର ୨୮-୨୯, ୨୦୨୪)

October 28th, 06:32 pm

ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ରୂପ ଦେଇଛି ଏବଂ ଏହାକୁ ନୂତନ ଗତି ପ୍ରଦାନ କରିଛି ଏବଂ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗର ଏକ ନୂତନ ଯୁଗ ପାଇଁ ମଞ୍ଚ ସ୍ଥାପନ କରିଛି ବୋଲି ଦୁଇ ନେତା ଉଲ୍ଲେଖ କରିଥିଲେ। ୨୦୧୭ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ପେନ ଗସ୍ତ ପର ଠାରୁ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତିକୁ ନେଇ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ଦ୍ୱିପାକ୍ଷିକ ଏଜେଣ୍ଡାକୁ ଆହୁରି ଉନ୍ନତ କରିବା ସହ ରାଜନୈତିକ, ଅର୍ଥନୈତିକ, ନିରାପତ୍ତା, ପ୍ରତିରକ୍ଷା, ଜନସାଧାରଣଙ୍କ ମଧ୍ୟରେ ଏବଂ ସାଂସ୍କୃତିକ ସହଯୋଗର ସମସ୍ତ ଦିଗରେ ସହଯୋଗ ସ୍ଥାପନ କରିବାକୁ ଉଭୟ ନେତା ସେମାନଙ୍କ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି।

ଅକ୍ଟୋବର ୪ ତାରିଖରେ କୌଟିଲ୍ୟ ଆର୍ଥିକ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

October 03rd, 10:50 am

ନୂଆଦିଲ୍ଲୀର ତାଜ ହୋଟେଲରେ ଅକ୍ଟୋବର ୪ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟରେ ହେବାକୁ ଥିବା କୌଟିଲ୍ୟ ଆର୍ଥିକ ସମାବେଶରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ । ଏହି ଅବସରରେ ସେ ସମାବେଶକୁ ଉଦବୋଧନ ମଧ୍ୟ କରିବେ ।

ମହାରାଷ୍ଟ୍ରର ୱାର୍ଦ୍ଧାରେ ଜାତୀୟ 'ପିଏମ୍ ବିଶ୍ୱକର୍ମା' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 20th, 11:45 am

ଦୁଇ ଦିନ ତଳେ ଆମେ ସମସ୍ତେ ବିଶ୍ୱକର୍ମା ପୂଜା ପାଳନ କରିଥିଲୁ। ଆଉ ଆଜି ୱାର୍ଦ୍ଧାର ପବିତ୍ର ଭୂମିରେ ଆମେ ପିଏମ ବିଶ୍ୱକର୍ମା ଯୋଜନାର ସଫଳତାର ଉତ୍ସବ ପାଳନ କରୁଛୁ । ଆଜିର ଦିନଟି ମଧ୍ୟ ବିଶେଷ, କାରଣ ୧୯୩୨ ମସିହା ଆଜିର ଦିନରେ ମହାତ୍ମା ଗାନ୍ଧୀ ଅସ୍ପୃଶ୍ୟତା ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ। ଏଭଳି ପରିସ୍ଥିତିରେ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତିର ଏହି ଉତ୍ସବ, ବିନୋବା ଭାବେ ଜୀ ଙ୍କର ଏହି ସାଧନାସ୍ଥଳୀ, ମହାତ୍ମା ଗାନ୍ଧୀଙ୍କର କର୍ମଭୂମି,ୱାର୍ଧାର ଏହି ଭୂମି, ସଫଳତା ଓ ପ୍ରେରଣାର ଏମିତି ସଂଗମ, ଯାହାକି ଭାରତର ବିକଶିତ ଭାରତ ପାଇଁ ଆମର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ। ବିଶ୍ୱକର୍ମା ଯୋଜନା ମାଧ୍ୟମରେ ଆମେ କଠିନ ପରିଶ୍ରମ ମାଧ୍ୟମରେ ସମୃଦ୍ଧି, ଏହାର ଦକ୍ଷତାକୁ ଏକ ଉନ୍ନତ ଭବିଷ୍ୟତର ଯେଉଁ ସଙ୍କଳ୍ପ ନେଇଛୁ, ୱାର୍ଦ୍ଧାରେ ବାପୁଙ୍କ ପ୍ରେରଣା ସେହି ସଂକଳ୍ପଗୁଡ଼ିକୁ ସଫଳତାର ସହ ନେବାରେ ମାଧ୍ୟମ ହେବ । ଏହି ଅବସରରେ ମୁଁ ଏହି ଯୋଜନା ସହ ଜଡ଼ିତ ସମସ୍ତ ଜନସାଧାରଣ, ଦେଶର ସମସ୍ତ ହିତାଧିକାରୀଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଉଛି ।

ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ଜାତୀୟ ପିଏମ୍‌ ବିଶ୍ୱକର୍ମା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 20th, 11:30 am

: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ଜାତୀୟ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ 'ଆଚାର୍ଯ୍ୟ ଚାଣକ୍ୟ ଦକ୍ଷତା ବିକାଶ' ଯୋଜନା ଏବଂ 'ପୁଣ୍ୟଶ୍ଲୋକ ଅହଲ୍ୟାଦେବୀ ହୋଲକର ମହିଳା ଷ୍ଟାର୍ଟଅପ୍ ଯୋଜନା'ର ଶୁଭାରମ୍ଭ କରିଥିଲେ। ସେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହିତାଧିକାରୀଙ୍କୁ ସାର୍ଟିଫିକେଟ୍ ଏବଂ ଋଣ ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଅଧୀନରେ ପ୍ରଗତିର ଏକ ବର୍ଷ ପୂର୍ତ୍ତି ଅବସରରେ ସମର୍ପିତ ଏକ ସ୍ମାରକୀ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ । ଶ୍ରୀ ମୋଦୀ ମହାରାଷ୍ଟ୍ରର ଅମରାବତୀଠାରେ ପ୍ରଧାନମନ୍ତ୍ରୀ ମେଗା ସମନ୍ୱିତ ଟେକ୍ସଟାଇଲ୍ ରିଜିୟନ୍ସ ଆଣ୍ଡ୍ ଆପାରେଲ୍ (ପିଏମ୍ ମିତ୍ର) ପାର୍କର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ପଦଯାତ୍ରା କରିଥିଲେ।

ଭଏସ୍ ଅଫ୍ ଗ୍ଲୋବାଲ ସାଉଥ୍ ଶିଖର ସମ୍ମିଳନୀ 3.0 ର ନେତୃସ୍ତରୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ଅଭିଭାଷଣ

August 17th, 12:00 pm

ଆପଣଙ୍କ ମୂଲ୍ୟବାନ ଚିନ୍ତାଧାରା ଏବଂ ପରାମର୍ଶ ପାଇଁ ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ଆପଣମାନେ ସମସ୍ତେ ଆମର ସାଧାରଣ ଚିନ୍ତା ଏବଂ ଆକାଂକ୍ଷାକୁ ଉପସ୍ଥାପନ କରିଛନ୍ତି । ଆପଣଙ୍କ ଚିନ୍ତାଧାରାରୁ ଏହା ସ୍ପଷ୍ଟ ଯେ ଗ୍ଲୋବାଲ ସାଉଥ ଏକଜୁଟ ରହିଛି।

୭୮ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ଭବିଷ୍ୟତ ପାଇଁ ମହତ୍ୱାକାଂକ୍ଷୀ ଦୃଷ୍ଟିକୋଣ ଉପସ୍ଥାପନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 15th, 10:16 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୭୮ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ଅଭିବୃଦ୍ଧିକୁ ଆକାର ଦେବା, ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ନେତା ଭାବରେ ଦେଶକୁ ଅବସ୍ଥାପିତ କରିବା ଉଦ୍ଦେଶ୍ୟରେ ଅନେକ ଭବିଷ୍ୟତ ଉନ୍ମୁଖି ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି ।

ଜୁଲାଇ ୩୦ରେ ସିଆଇଆଇର ବଜେଟ୍ ପରବର୍ତ୍ତୀ ସମ୍ମିଳନୀର ଉଦ୍‌ଘାଟନୀ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

July 29th, 12:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୦ ଜୁଲାଇ ୨୦୨୪ ଦିନ ମଧ୍ୟାହ୍ନ ୧୨ ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ‘ବିକଶିତ ଭାରତ ଦିଗରେ ଯାତ୍ରା : ୨୦୨୪-୨୫ କେନ୍ଦ୍ର ବଜେଟ୍ ପରବର୍ତ୍ତୀ ସମ୍ମିଳନୀ’ ଉଦ୍‌ଘାଟନୀ ସମାରୋହକୁ ସମ୍ବୋଧିତ କରିବେ ।

ସଂସଦର ବଜେଟ୍ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

July 22nd, 10:30 am

ଆଜି ହେଉଛି ଶ୍ରାବଣର ପ୍ରଥମ ସୋମବାର, ଏହି ପବିତ୍ର ଦିନରେ ଏକ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଆରମ୍ଭ ହେଉଛି ଏବଂ ଏହି ଅବସରରେ ଏହି ପ୍ରଥମ ସୋମବାରରେ ମୁଁ ଦେଶବାସୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି ।

ସଂସଦ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

July 22nd, 10:15 am

ଏହି ଅବସରରେ ଗଣମାଧ୍ୟମ ନିକଟରେ ନିଜର ମତ ଦୋହରାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ୬୦ ବର୍ଷ ବ୍ୟବଧାନ ପରେ କ୍ରମାଗତ ଭାବରେ ତୃତୀୟ ଥର ପାଇଁ ଏକ ସରକାର କ୍ଷମତାକୁ ଆସିଛି । ତୃତୀୟ ପାଳିରେ ସଂସଦରେ ବଜେଟ ଉପସ୍ଥାପନ କରାଯିବାକୁ ଦେଶ ଏକ ଗୌରବମୟ ଘଟଣା ବୋଲି ବିବେଚନା କରୁଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତ କାଳର ଏହା ଏକ ମାଇଲ ଖୁଣ୍ଟ ବଜେଟ ଏବଂ ସରକାର ଯେଉଁସବୁ ଗ୍ୟାରେଣ୍ଟିମାନ ଦେଇଥିଲା ତାହାକୁ ବାସ୍ତବରେ ରୂପାନ୍ତରିତ କରିବା ନିମନ୍ତେ ସବୁମତେ କାର୍ଯ୍ୟ କରୁଛି । ‘ଏହି ବଜେଟ ବର୍ତ୍ତମାନ ସରକାରଙ୍କ ଆଗାମୀ ପାଞ୍ଚ ବର୍ଷ ନିମନ୍ତେ ଦିଶା ନିର୍ଦ୍ଦେଶ କରିବ ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ’ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ବିମ୍ସଟେକ୍ ବିଦେଶ ମନ୍ତ୍ରୀଗଣ

July 12th, 01:52 pm

ବିମ୍ସଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବିଦେଶ ମନ୍ତ୍ରୀମାନେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିତ ଭାବେ ସାକ୍ଷାତ କରିଛନ୍ତି ।