'ମହାରାଷ୍ଟ୍ରର ବଧବନଠାରେ ସବୁ ଋତୁରେ ସଞ୍ଚାଳନ ଯୋଗ୍ୟ ଗ୍ରୀନଫିଲ୍ଡ ଡିପଡ୍ରାଫ୍ଟ ମୁଖ୍ୟ ବନ୍ଦରର ବିକାଶ'କୁ କ୍ୟାବିନେଟ୍ ର ଅନୁମୋଦନ

June 19th, 09:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମହାରାଷ୍ଟ୍ରର ଦହାନୁ ନିକଟବର୍ତ୍ତୀ ବଧାବନଠାରେ ଏକ ବୃହତ୍ ବନ୍ଦର ପ୍ରତିଷ୍ଠାକୁ ମଞ୍ଜୁରୀ ମିଳିଛି । ଜବାହରଲାଲ ନେହେରୁ ବନ୍ଦର କର୍ତ୍ତୃପକ୍ଷ (ଜେଏନ୍ ପି ଏ) ଏବଂ ମହାରାଷ୍ଟ୍ର ମେରିଟାଇମ୍ ବୋର୍ଡ (ଏମ୍ଏମ୍ ବି ) ଦ୍ୱାରା ଗଠିତ ଏସ ପି ଭି ବଧବନ ପୋର୍ଟ ପ୍ରୋଜେକ୍ଟ ଲିମିଟେଡ୍ (ଭିପିପିଏଲ୍) ଦ୍ୱାରା ଏହି ପ୍ରକଳ୍ପ ନିର୍ମାଣ କରାଯିବ। ମହାରାଷ୍ଟ୍ରର ପାଲଘର ଜିଲ୍ଲାର ବଧାବନଠାରେ ବଧାବନ ବନ୍ଦରକୁ ସର୍ବକାଳୀନ ଗ୍ରୀନଫିଲ୍ଡ ଡିପ୍ ଡ୍ରାଫ୍ଟ ପ୍ରମୁଖ ବନ୍ଦର ଭାବରେ ବିକଶିତ କରାଯିବ ।