ବିଶ୍ୱ ପରିବେଶ ଦିବସ ୨୦୨୩ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ମୂଳ ପାଠ
June 05th, 03:00 pm
ବିଶ୍ୱ ପରିବେଶ ଦିବସ ଅବସରରେ ଆପଣ ସମସ୍ତଙ୍କୁ, ଦେଶ ଏବଂ ବିଶ୍ୱକୁ ବହୁତ ବହୁତ ଶୁଭକାମନା । ଚଳିତ ବର୍ଷର ପରିବେଶ ଦିବସର ବିଷୟବସ୍ତୁ ‘ଏକକ ବ୍ୟବହାର ପ୍ଲାଷ୍ଟିକକୁ ନିଷିଦ୍ଧ କରିବାର ଅଭିଯାନ’ ଅଟେ ଏବଂ ମୋତେ ଖୁସି ଲାଗୁଛି ଯେ ଯେଉଁ କଥା ବିଶ୍ୱ ଆଜି କରୁଛି, ତାହା ଉପରେ ଭାରତ ଗତ ଚାରି ପାଞ୍ଚ ବର୍ଷରୁ ଲଗାତାର ଭାବେ କାର୍ଯ୍ୟ କରୁଛି । ୨୦୧୮ରେ ଭାରତ ଏକକ ବ୍ୟବହାର ପ୍ଲାଷ୍ଟିକକୁ ନିଷିଦ୍ଧି କରିବା ପାଇଁ ଦୁଇଟି ସ୍ତରରେ କାର୍ଯ୍ୟକୁ ଯୋଡ଼ି ଥିଲୁ। ପ୍ରଥମେ ଗୋଟିଏ ଦିଗରେ, ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧ ଲଗାଇ ଦିଆଗଲା ଏବଂ ଅନ୍ୟପକ୍ଷରେ ପ୍ଲାଷ୍ଟିକ ଅବଶିଷ୍ଟ ପ୍ରକ୍ରିୟାକରଣ ଅନିବାର୍ଯ୍ୟ କରାଗଲା । ଏହି କାରଣରୁ ଭାରତରେ ପାଖାପାଖି ୩୦ ଲକ୍ଷ ଟନ୍ ପ୍ଲାଷ୍ଟିକ ପ୍ୟାକେଜିଂର ପୁନଃ ପ୍ରକ୍ରିୟାକରଣ ପାଇଁ ବାଧ୍ୟତାମୂଳକ କରାଗଲା । ଏହି ଭାରତରେ ଜନ୍ମ ନେଇଥିବା ଲୋକ ମୋଟାମୋଟି ଭାବରେ ବ୍ଲୁ-ପ୍ରିଣ୍ଟ ପ୍ଲାଷ୍ଟିକ ବର୍ଜ୍ୟର ୭୫ ଶତକଡ଼ା ଅଟେ ଏବଂ ଆଜି ଏହାର ଅଧୀନରେ ପ୍ରାୟତଃ ୧୦ ହଜାର ଦୃଷ୍ଟାନ୍ତ, ଇଂପୋଟର ଏବଂ ବ୍ରାଣ୍ଡ୍ ମାଲିକ ଅଟନ୍ତି ।ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
June 05th, 02:29 pm
ସମବେତ ଜନତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ବିଶ୍ୱର ପ୍ରତ୍ୟେକ ଦେଶକୁ ବିଶ୍ୱ ପରିବେଶ ଦିବସ ଅବସରରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଚଳିତ ବର୍ଷ ପରିବେଶ ଦିବସର ବାର୍ତ୍ତା ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଉପରେ ଆଲୋକପାତ କରି ଭାରତ ଏ ଦିଗରେ ଗତ ଚାରିରୁ ପାଞ୍ଚ ବର୍ଷ ଧରି ଉଦ୍ୟମ କରି ଆସୁଥିବା ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଭାରତ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବର୍ଜନ ନିମନ୍ତେ ଦୁଇଟି ସ୍ତରରେ ୨୦୧୮ ମସିହା ଠାରୁ କାର୍ଯ୍ୟ କରି ଆସୁଛି ବୋଲି ସେ କହିଥିଲେ । “ଗୋଟେ ପଟରେ ଆମେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକକୁ ନିଷିଦ୍ଧ କରିବା ସହ ଅନ୍ୟପଟରେ ପ୍ଲାଷ୍ଟିକ ବର୍ଜ୍ୟର ପ୍ରକ୍ରିୟାକରଣକୁ ମଧ୍ୟ ବାଧ୍ୟତାମୂଳକ କରୁଛୁ” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ଦେଶର ବାର୍ଷିକ ଶତକଡ଼ା ୭୫ ଭାଗ ପ୍ଲାଷ୍ଟିକ ବର୍ଜ୍ୟ ପ୍ରାୟ ୩୦ ଲକ୍ଷ ଟନ ପ୍ଲାଷ୍ଟିକର ବାଧ୍ୟତାମୂଳକ ପୁନଃ ପ୍ରକ୍ରିୟାକରଣ ହେଉଛି ଓ ପ୍ରାୟ ଦଶ ହଜାର ପ୍ରସ୍ତୁତକାରୀ, ଆମଦାନୀକାରୀ ଓ ବ୍ରାଣ୍ଡ ଏହାର ପରିସର ମଧ୍ୟକୁ ଆଜି ଆସି ପାରିଛନ୍ତି ।୧୩ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା
September 09th, 09:21 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରାୟ ୧୩ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ ।