ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 07th, 04:16 pm
କିଛି ଦିନ ପୂର୍ବେ ହିଁ ଭାରତ ମଣ୍ଡପମ୍ ର ଭବ୍ୟ ଲୋକାର୍ପଣ କରାଯାଇଛି । ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ ଅଛନ୍ତି ଯେଉଁମାନେ ପୂର୍ବରୁ ମଧ୍ୟ ଏଠାକୁ ଆସୁଥିଲେ ଆଉ ତମ୍ବୁ ଟାଣି ନିଜର ଦୁନିଆ ଠିଆ କରୁଥିଲେ । ତେବେ ଆଜି ଆପଣ ପରିବର୍ତିତ ହୋଇଥିବା ଦେଶ ଏହିଠାରେ ଦେଖିଥିବେ । ଆଉ ଆଜି ଆମେ ଏହି ଭାରତ ମଣ୍ଡପମ୍ରେ ଜାତୀୟ ହସ୍ତତନ୍ତ ଦିବସ- ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ପାଳନ କରୁଛେ । ଭାରତ ମଣ୍ଡପମ୍ ର ଏହି ଭବ୍ୟତାରେ ମଧ୍ୟ, ଭାରତର ହସ୍ତତନ୍ତ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୁରାତନର ନୂତନ ସହିତ ଏହି ସଙ୍ଗମ ଆଜିକାର ଭାରତକୁ ପରିଭାଷିତ କରୁଛି । ଆଜିକାର ଭାରତ, ଲୋକାଲ ପ୍ରତି କେବଳ ଭୋକାଲ ହିଁ ନୁହେଁ, ବରଂ ତାହାକୁ ଗ୍ଲୋବାଲ କରିବା ପାଇଁ ବିଶ୍ୱସ୍ତରୀୟ ମଂଚ ମଧ୍ୟ ପ୍ରଦାନ କରୁଛି । କିଛି ସମୟ ପୂର୍ବରୁ ହିଁ ମୋତେ କିଛି ବୁଣାକାର ସାଥୀମାନଙ୍କ ସହିତ କଥା ହେବାର ସୁଯୋଗ ମିଳିଛି । ସାରା ଦେଶରେ ଅନେକଗୁଡ଼ିଏ ହସ୍ତତନ୍ତ କ୍ଲଷ୍ଟରଗୁଡ଼ିକରେ ମଧ୍ୟ ଆମର ବୁଣାକାର ଭାଇ- ଭଉଣୀ ଦୂର- ଦୂରାନ୍ତରରୁ ଆସିଛନ୍ତି ଆମ ସହିତ ଯୋଡ଼ି ହୋଇଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଏହି ବିଶାଳ ସମାରୋହକୁ ହୃଦୟର ସହିତ ସ୍ୱାଗତ କରୁଛି, ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି ।ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
August 07th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଭାରତ ମଣ୍ଡପମ୍ ଠାରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ଉତ୍ସବକୁ ସମ୍ବୋଧିତ କରିଛନ୍ତି ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଦ୍ୱାରା କପଡା ଏବଂ ଶିଳ୍ପ ଭଣ୍ଡାରକୁ ନେଇ ବିକଶିତ ଇ-ପୋର୍ଟାଲ୍ ‘ଭାରତୀୟ ବସ୍ତ୍ର ଏବଂ ଶିଳ୍ପ କୋଷ'ର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଦର୍ଶନୀ ପରିଦର୍ଶନ କରି ବୁଣାକାରମାନଙ୍କ ସହ ଆଲୋଚନା କରିଥିଲେ ।୨୦୨୨-୨୩ରେ ଜିଇଏମ ସମୁଦାୟ ବାଣିଜ୍ୟ ମୂଲ୍ୟ ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
March 31st, 05:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ୨୦୨୨-୨୩ରେ ଜିଇଏମ ସମୁଦାୟ ବାଣିଜ୍ୟ ମୂଲ୍ୟ ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।ଜିଇଏମ୍ ପ୍ଲାଟଫର୍ମରେ ଯେଉଁମାନେ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
November 29th, 09:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜିଇଏମ ପ୍ଲାଟଫର୍ମରେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ ପାଇଁ ବ୍ୟବସାୟୀଙ୍କୁ ପ୍ରଶଂସା କରିଛନ୍ତି ।୭୫ଟି ଜିଲ୍ଲାରେ ୭୫ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟର ଶୁଭାରମ୍ଭ ଅବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
October 16th, 03:31 pm
୭୫ ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ଉନ୍ମୋଚନ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଆଜି ଦେଶ ପୁଣିଥରେ ଡିଜିଟାଲ ଇଣ୍ଡିଆର ସମ୍ଭାବନାକୁ ଦେଖୁଛି । ଆଜି ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେଉଛି । ମୁଁ ଏହି ମିଶନ ସହିତ ଜଡ଼ିତ ସମସ୍ତ ଲୋକମାନଙ୍କୁ, ଆମର ବ୍ୟାଙ୍କିଙ୍ଗ କ୍ଷେତ୍ରକୁ, ଆମ ଆରବିଆଇକୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
October 16th, 10:57 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ୍ (ଡିବିୟୁ)କୁ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି ।ମଧ୍ୟ ପ୍ରଦେଶର ଶେଓପୁରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନର ମୂଳଲେଖା
September 17th, 01:03 pm
ମଧ୍ୟ ପ୍ରଦେଶର ରାଜ୍ୟପାଳ ଶ୍ରୀଯୁକ୍ତ ମଙ୍ଗୁଭାଇ ପଟେଲ, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଶିବରାଜ ସିଂହ ଜୀ ଚୌହାନ, କେନ୍ଦ୍ରୀୟ ମନ୍ତ୍ରୀ ପରିଷଦର ମୋର ବନ୍ଧୁଗଣ, ମଧ୍ୟ ପ୍ରଦେଶ ସରକାରର ମନ୍ତ୍ରୀଗଣ, ସାଂସଦ ଓ ବିଧାୟକ ବନ୍ଧୁ, ବିଶାଳ ସଂଖ୍ୟାରେ ଉପସ୍ଥିତ ଥିବା ଅନ୍ୟ ସମସ୍ତ ମହାନୁଭବ ତଥା ଆଜି ଏହି କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁରେ ଅଛନ୍ତି, ଯେଉଁମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ହେଉଛି, ଏଭଳି ବହୁତ ବଡ଼ ସଂଖ୍ୟାରେ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମାଆ ଓ ଭଉଣୀମାନଙ୍କୁ ପ୍ରଣାମ!PM addresses Women Self Help Groups Conference in Karahal, Madhya Pradesh
September 17th, 01:00 pm
PM Modi participated in Self Help Group Sammelan organised at Sheopur, Madhya Pradesh. The PM highlighted that in the last 8 years, the government has taken numerous steps to empower the Self Help Groups. “Today more than 8 crore sisters across the country are associated with this campaign. Our goal is that at least one sister from every rural family should join this campaign”, PM Modi remarked.ଅହମ୍ମଦାବାଦ ଖଦି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 27th, 09:35 pm
ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ସଂସଦରେ ମୋର ସହଯୋଗୀ ଶ୍ରୀ ସି.ଆର ପାଟିଲ ମହାଶୟ, ଗୁଜରାଟ ସରକାରରେ ମନ୍ତ୍ରୀ ଭାଇ ଜଗଦିଶ ପାଂଚାଲ, ହର୍ଷ ସାଙ୍ଗଭୀ, ଅହମ୍ମଦାବାଦର ମେୟର କିରୀଟ ଭାଇ, କେଭିଆସିର ଅଧ୍ୟକ୍ଷ ମନୋଜ ମହାଶୟ, ଅନ୍ୟ ମହାନୁଭବ ଏବଂ ଗୁଜରାଟର କୋଣ- ଅନୁକୋଣରୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ,PM participates in Khadi Utsav at the Sabarmati River Front, Ahmedabad
August 27th, 05:51 pm
PM Modi addressed Khadi Utsav at the Sabarmati River Front, Ahmedabad. The PM recalled his personal connection with Charkha and remembered his childhood when his mother used to work on Charkha. He said, “The bank of Sabarmati has become blessed today as on the occasion of 75 years of independence as 7,500 sisters and daughters have created history by spinning yarn on a spinning wheel together.”ଜୁଲାଇ ୪ରେ ପ୍ରଧାନମନ୍ତ୍ରୀଙ୍କ ଭୀମାଭରମ ଓ ଗାନ୍ଧୀନଗର ଗସ୍ତ
July 01st, 12:16 pm
ପ୍ରଧାନମନ୍ତ୍ରୀ ଜୁଲାଇ ୪ତାରିଖ ଦିନ ଆନ୍ଧ୍ରପ୍ରଦେଶର ଭୀମାଭରମ ଓ ଗୁଜରାଟର ଗାନ୍ଧୀନଗର ଗସ୍ତରେ ଯିବେ । ପ୍ରାୟ ପୂର୍ବାହ୍ନ ୧୧ଟାବେଳେ ପ୍ରଧାନମନ୍ତ୍ରୀ ଭୀମାଭରମଠାରେ ବର୍ଷେ ବ୍ୟାପୀ ପାଳିତ ହେବାକୁ ଥିବା କିମ୍ବଦନ୍ତୀ ପୁରୁଷ ତଥା ସ୍ୱାଧୀନତା ସଂଗ୍ରାମୀ ଆଲୁରୀ ସୀତାରାମ ରାଜୁଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ଉଦ୍ଘାଟନ କରିବେ । ପରେ ପ୍ରାୟ ଅପରାହ୍ନ ୪ଟା ୩୦ମିନିଟ୍ରେ ଗାନ୍ଧିନଗରଠାରେ ପ୍ରଧାନମନ୍ତ୍ରୀଙ୍କୁ ଡିଜିଟାଲ ଇଣ୍ଡିଆ ସପ୍ତାହ-୨୦୨୨ର ଉଦ୍ଘାଟନ କରିବେ ।Democracy is in DNA of every Indian: PM Modi
June 26th, 06:31 pm
PM Modi addressed and interacted with the Indian community in Munich. The PM highlighted India’s growth story and mentioned various initiatives undertaken by the government to achieve the country’s development agenda. He also lauded the contribution of diaspora in promoting India’s success story and acting as brand ambassadors of India’s success.ଜର୍ମାନୀର ମୁନିଚରେ ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ
June 26th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁନିଚର ଅଡି ଡୋମରେ ଜର୍ମାନୀରେ ଥିବା ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା ଏବଂ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜର୍ମାନୀରେ ଥିବା ଭାରତୀୟ ସମ୍ପ୍ରଦାୟର ହଜାର ହଜାର ସଦସ୍ୟ ଅଂଶଗ୍ରହଣ କରିଥିଲେ ।ମଧ୍ୟପ୍ରଦେଶ ଷ୍ଟାର୍ଟ ଅପ ନୀତିର ଶୁଭାରମ୍ଭ ଅବସରରେ ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳ ପାଠ
May 14th, 09:59 am
ଆପଣମାନେ ସମସ୍ତେ ଦେଖିଥିବେ ବୋଧହୁଏ ମୁଁ ମଧ୍ୟପ୍ରଦେଶର ଯୁବ ପ୍ରତିଭାମାନଙ୍କ ସହିତ, ଷ୍ଟାର୍ଟ ଅପଗୁଡିକ ସହ ଯୋଡି ହୋଇଥିବା କେତେକ ଯୁବକମାନଙ୍କ ସହ ଆଲୋଚନା କରୁଥିଲି ଏବଂ ମୁଁ ଅନୁଭବ କରୁଥିଲି, ଆପଣମାନେ ସମସ୍ତେ ମଧ୍ୟ ଅନୁଭବ କରୁଥିବେ ଏବଂ ଆଉ ଗୋଟିଏ କଥା ନିଶ୍ଚିତ ଯେ ଯେତେବେଳେ ହୃଦୟରେ ପ୍ରବଳ ଆଗ୍ରହ ଥିବ, ନୂତନ ଉନ୍ମାଦନା ଥିବ, ନବସୃଜନର ଉତ୍ସାହ ଥିବ ତାହାହେଲେ ତାର ପ୍ରଭାବ ସ୍ପଷ୍ଟ ଦୃଶ୍ୟମାନ ହୋଇଥାଏ ଏବଂ ଉତ୍ସାହ ତ ଆଜି ଏଭଳି ଭାଷଣ ମଧ୍ୟ ଦେଇଦେଲା । ଆପଣ ସମସ୍ତଙ୍କ ସହ ମତେ କଥା ହେବାର ଯେଉଁ ଅବସର ମିଳିଲା ଏବଂ ଯେଉଁମାନେ ଏହି କଥା ଶୁଣିଥିବେ ସେମାନେ ସମ୍ପୁର୍ଣ୍ଣ ବିଶ୍ୱାସର ସହିତ ଏହା କହି ପାରିବେ ଯେ ଆଜି ଦେଶରେ ଯେତିକି ସକ୍ରିୟ ଷ୍ଟାର୍ଟ ଅପ ନୀତି ରହିଛି, ସେତିକି ପରିଶ୍ରମୀ ଷ୍ଟାର୍ଟ ଅପ ନେତୃତ୍ୱ ମଧ୍ୟ ରହିଛି । ଏଥିପାଇଁ ଦେଶ ଏକ ନୂତନ ଯୁବ ଉର୍ଜା ସହ ବିକାଶକୁ ଗତି ପ୍ରଦାନ କରୁଛି । ଆଜି ମଧ୍ୟପ୍ରଦେଶରେ ଷ୍ଟାର୍ଟ ଅପ ପୋର୍ଟାଲ ଏବଂ ଆଇ-ହବ ଇନ୍ଦୋରର ଶୁଭାରମ୍ଭ କରାଯାଇଛି । ମଧ୍ୟପ୍ରଦେଶର ଷ୍ଟାର୍ଟ ଅପ ନୀତି ଅନୁସାରେ ଷ୍ଟାର୍ଟ ଅପ ଏବଂ ଇନକ୍ୟୁବେଟର୍ସ ଗୁଡିକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ମୁଁ ଏହି ପ୍ରୟାସଗୁଡିକ ପାଇଁ, ଏବଂ ଏହି ଆୟୋଜନ ପାଇଁ ମଧ୍ୟପ୍ରଦେଶ ସରକାରଙ୍କୁ, ଦେଶର ଷ୍ଟାର୍ଟ ଅପ ଇକୋସିଷ୍ଟମକୁ ଏବଂ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।ମଧ୍ୟ ପ୍ରଦେଶ ଷ୍ଟାର୍ଟ ଅପ୍ ସମାବେଶ ଅବସରରେ ମଧ୍ୟ ପ୍ରଦେଶ ଷ୍ଟାର୍ଟ ଅପ୍ ନୀତିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
May 13th, 06:07 pm
ି । ଏହାର ଗୋଟିଏ ବର୍ଷ ପରେ, ଅଟଳ ନବସୃଜନ ମିଶନ ଆରମ୍ଭ କରାଯାଇଥିଲା ଏବଂ ଦେଶର ସ୍କୁଲମାନଙ୍କରେ ଅଟଳ ଟିଙ୍କରିଂ ଲାବମାନ ସ୍ଥାପନ କରାଯାଇଥିଲା । ସେହିଭଳି ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଇନକୁବେସନ ସେଣ୍ଟରମାନ ସ୍ଥାପିତ ହୋଇଥିଲା । ଏବେ ଦେଶର ୧୦ ହଜାରରୁ ଅଧିକ ବିଦ୍ୟାଳୟରେ ଟିଙ୍କରିଂ ଲାବ୍ ଏବଂ ୭୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ନବସୃଜନ ବାତାବରଣ ସହିତ ସଂଶ୍ଳିଷ୍ଟ ହୋଇପାରିଛନ୍ତି । ସେହିଭଳି ଜାତୀୟ ଶିକ୍ଷା ନୀତି ମଧ୍ୟ ନବସୃଜନକୁ ପ୍ରୋତ୍ସାହନ ଯୋଗାଇ ଆସୁଛି । ନବସୃଜନ କ୍ଷେତ୍ରରେ ଘରୋଇ ପୁଂଜି ନିବେଶର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି ।ଜୈନ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ସଂଗଠନର ‘JITO Connect 2022’ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 06th, 02:08 pm
JITO ସଂଯୋଗର ଏହି ଶିଖର ସମ୍ମିଳନୀ ସ୍ୱାଧୀନତାର ୭୫ତମ ବର୍ଷରେ ଅମୃତ ମହୋତ୍ସବରେ ଅନୁଷ୍ଠିତ ହେଉଛି। ଏଠାରୁ ଦେଶ ସ୍ୱାଧୀନତାର ଅମୃତ କାଳକୁ ପ୍ରବେଶ କରୁଛି । ବର୍ତ୍ତମାନ ଦେଶ ସମ୍ମୁଖରେ ଆଗାମୀ ୨୫ ବର୍ଷରେ ଏକ ସୁବର୍ଣ୍ଣ ଭାରତ ଗଠନ ପାଇଁ ସଂକଳ୍ପ ଅଛି । ତେଣୁ ଏଥର ଆପଣ ଯେଉଁ ଥିମ ରଖିଛନ୍ତି, ଏହି ଥିମ ମଧ୍ୟ ନିଜେ ବହୁତ ଉପଯୁକ୍ତ । ଟୁଗେଦର, ଟୁୱାର୍ଡସ, ଟୁମୋରୋ ଏବଂ ମୁଁ କହିପାରେ ଯେ ଏହା ସେହି କଥା ଯାହା ସମସ୍ତଙ୍କ ପ୍ରୟାସର ଭାବନା, ଯାହା ସ୍ୱାଧୀନତାର ଅମୃତ କାଳରେ ଦ୍ରୁତ ବିକାଶର ମନ୍ତ୍ର ଅଟେ । ଆଗାମୀ ତିନିଦିନରେ ଆପଣ ସମସ୍ତଙ୍କର ପ୍ରୟାସ ଏହି ଭାବନାକୁ ସବୁ ଦିଗରେ ବିକଶିତ କରିବା ଉଚିତ, ବିକାଶ ସର୍ବବ୍ୟାପି ହେବା ଉଚିତ, ସମାଜର ଶେଷ ବ୍ୟକ୍ତି ମଧ୍ୟ ଏଥିରୁ ବଂଚିତ ହେବା ଉଚିତ ନୁହେଁ ।‘ଜିଆଇଟିଓ କନେକ୍ଟ ୨୦୨୨’ର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
May 06th, 10:17 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଜୈନ ଅନ୍ତର୍ଜାତୀୟ ବାଣିଜ୍ୟ ସଙ୍ଗଠନର ‘ଜିଆଇଟିଓ କନେକ୍ଟ ୨୦୨୨’ର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ।ପ୍ରଶାସନିକ ସେବା ଦିବସ ଉପଲକ୍ଷେ ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳ ପାଠ
April 21st, 10:56 pm
ମନ୍ତ୍ରୀମଣ୍ଡଳରେ ମୋର ସାଥୀ ଡକ୍ଟର ଜିତେନ୍ଦ୍ର ସିଂହ, ପି. କେ. ମିଶ୍ର ମହୋଦୟ, ରାଜୀବ ଗୌବା ମହୋଦୟ, ଶ୍ରୀ ବି. ଶ୍ରୀନିବାସନ ମହୋଦୟ ଏବଂ ଏଠାରେ ଉପସ୍ଥିତ ପ୍ରଶାସନିକ ସେବାର ସମସ୍ତ ସଦସ୍ୟ ଏବଂ ଭର୍ଚୁଆଲ ମାଧ୍ୟମରେ ସମଗ୍ର ଦେଶରୁ ଯୋଡି ହୋଇଥିବା ବନ୍ଧୁଗଣ, ଭାଇ ଓ ଭଉଣୀମାନେ, ପ୍ରଶାସନିକ ସେବା ଦିବସ ଅବସରରେ ଆପଣ ସମସ୍ତ କର୍ମଯୋଗୀମାନଙ୍କୁ ଅନେକ ଅନେକ ଶୁଭକାମନା । ଆଜି ଯେଉଁ ବନ୍ଧୁମାନଙ୍କୁ ଏହି ପୁରସ୍କାର ମିଳିଛି, ସେମାନଙ୍କୁ, ସେମାନଙ୍କ ପୁରା ଟିମକୁ ଏବଂ ସେହି ରାଜ୍ୟକୁ ମଧ୍ୟ ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ । କିନ୍ତୁ ମୋର ଏହି ଅଭ୍ୟାସ ଟିକେ ଭଲ ନୁହେଁ ।ପ୍ରଶାସନିକ ସେବା ଦିବସ ଉପଲକ୍ଷେ ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
April 21st, 10:31 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ପ୍ରଶାସନିକ ସେବା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ସେ ‘ପ୍ରଶାସନିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର’ ପ୍ରଦାନ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ପି. କେ ମିଶ୍ର, କ୍ୟାବିନେଟ୍ ସଚିବ ଶ୍ରୀ ରାଜୀବ ଗୌବା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।ଜଳ ସଞ୍ଚୟ ପାଇଁ ଆମକୁ ସମସ୍ତ ପ୍ରୟାସ କରିବାକୁ ପଡିବ: ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ
March 27th, 11:00 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଗତ ସପ୍ତାହରେ ଆମେ ଏଭଳି ଗୋଟିଏ ଉପଲବ୍ଧି ହାସଲ କଲୁ, ଯାହା ଆମ ସମସ୍ତଙ୍କୁ ଗର୍ବରେ ପରିପୂର୍ଣ୍ଣ କରିଦେଲା । ଆପଣ ଶୁଣିଥିବେ ଯେ, ଭାରତ ଗତ ସପ୍ତାହରେ ୪୦୦ ବିଲିୟନ୍, ଅର୍ଥାତ, ୩୦ ଲକ୍ଷ କୋଟି ଟଙ୍କାର ରପ୍ତାନୀ ଲକ୍ଷ୍ୟ ହାସଲ କରିଛି । ପ୍ରଥମ ଦୃଷ୍ଟିରେ ଏହା ଅର୍ଥନୀତି ସହ ଜଡ଼ିତ ଖବର ପରି ମନେହୁଏ, କିନ୍ତୁ ଏହା ଅର୍ଥନୀତିଠାରୁ ବଳି ଭାରତର ସାମର୍ଥ୍ୟ, ଭାରତର ଦକ୍ଷତା ସହ ଜଡ଼ିତ । ଏକଦା ଭାରତରୁ ରପ୍ତାନୀ କାରବାର ୧୦୦ ବିଲିୟନ, ଦେଢ଼ ଶହ ବିଲିୟନ ଆଉ ବେଳେବେଳେ ୨୦୦ ବିଲିୟନ ପର୍ଯ୍ୟନ୍ତ ହେଉଥିଲା । ଆଜି ଭାରତ ୪୦୦ ବିଲିୟନ ଡଲାର ଯାଏଁ ପହଂଚିଯାଇଛି । ଏହାର ଗୋଟିଏ ଅର୍ଥ ହେଲା ଯେ, ସାରା ବିଶ୍ୱରେ ଭାରତରେ ନିର୍ମିତ ଦ୍ରବ୍ୟଗୁଡ଼ିକର ଚାହିଦା ବଢ଼ିଚାଲିଛି । ଅନ୍ୟ ଅର୍ଥଟି ହେଲା, ଭାରତର ସପ୍ଲାଏ ଚେନ୍ ଦିନକୁ ଦିନ ଆହୁରି ସୁଦୃଢ଼ ହୋଇଚାଲିଛି ଏବଂ ଏହାର ଆଉ ଗୋଟିଏ ବହୁତ ବଡ଼ ବାର୍ତ୍ତା ମଧ୍ୟ ରହିଛି । ଦେଶ ସେତିକିବେଳ ବିରାଟ ପଦକ୍ଷେପ ଗ୍ରହଣ କରେ, ଯେତେବେଳେ ସଂକଳ୍ପ ସ୍ୱପ୍ନଠାରୁ ବିଶାଳ ହୋଇଥାଏ । ସେହି ସଂକଳ୍ପକୁ ନେଇ ଯେତେବେଳେ ରାତିଦିନ ନିଷ୍ଠାର ସହିତ ଉଦ୍ୟମ କରାଯାଇଥାଏ, ସେତେବେଳେ ସେହି ସଂକଳ୍ପ ସାକାର ମଧ୍ୟ ହୋଇଥାଏ । ଆପଣ ଲକ୍ଷ୍ୟ କରିଥିବେ ଯେ ବ୍ୟକ୍ତିର ଜୀବନରେ ମଧ୍ୟ ଏହାହିଁ ଘଟିଥାଏ । ଯଦି ଜଣକର ସଂକଳ୍ପ, ତା’ର ପ୍ରଚେଷ୍ଟା, ତା’ର ସ୍ୱପ୍ନ ଠାରୁ ବି ବଡ଼ ହୋଇଯାଏ, ତାହେଲେ ସଫଳତା ସ୍ୱୟଂ ତା’ ପାଖକୁ ଚାଲିଆସେ ।