ଗୋଆ ମୁକ୍ତି ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

December 19th, 03:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆ ମୁକ୍ତି ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ଗୋଆ ମୁକ୍ତି ଦିବସରେ ଗୋଆବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

December 19th, 11:31 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆ ମୁକ୍ତି ଦିବସରେ ଗୋଆର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଗୋଆଠାରେ ଗୋଆ ମୁକ୍ତି ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

December 19th, 03:15 pm

ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଗୋଆର ସମସ୍ତ ଭାଇ ଭଉଣୀଙ୍କୁ ମୋର ନମସ୍କାର । ଏହି ଐତିହାସିକ କାର୍ଯ୍ୟକ୍ରମରେ ଉପସ୍ଥିତ ଗୋଆର ରାଜ୍ୟପାଳ ଶ୍ରୀ ପି. ଏସ୍‌. ଶ୍ରୀଧରନ୍ ପିଲ୍ଲଇ ମହୋଦୟ, ଗୋଆର ଉର୍ଜାବାନ୍ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମହୋଦୟ, ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାୱଲେକର ମହୋଦୟ, ମନୋହର ଅଜଗାଓଁକର ମହୋଦୟ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀପଦ ନାୟକ ମହୋଦୟ, ଗୋଆ ବିଧାନସଭାର ବାଚସ୍ପତି ରାଜେଶ ପଟନେକର ମହୋଦୟ, ଗୋଆ ସରକାରର ସମସ୍ତ ମନ୍ତ୍ରୀଗଣ, ଜନ ପ୍ରତିନିଧିଗଣ, ସମସ୍ତ ଅଧିକାରୀଗଣ ଏବଂ ଗୋଆର ମୋର ଭାଇ ଓ ଭଉଣୀମାନେ ।

ଗୋଆ ମୁକ୍ତି ଦିବସ ପାଳନ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

December 19th, 03:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗୋଆଠାରେ ଆଜି (୧୯.୧୨.୨୦୨୧) ଗୋଆ ମୁକ୍ତି ସଂଗ୍ରାମ ସ୍ମାରକୀ ଦିବସ ସମାରୋହରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୁକ୍ତି ଯୋଦ୍ଧା ଓ ଅପରେସନ ବିଜୟର ପ୍ରବୀଣ ସେନାନୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ । ଆଗୁଦା କାରାଗାର ସଂଗ୍ରହାଳୟ, ଗୋଆ ମେଡିକାଲ କଲେଜ ସୁପର ସ୍ପେଶିଆଲିଟି ବ୍ଲକ, ନୂତନ ଦକ୍ଷିଣ ଗୋଆ ଜିଲ୍ଳା ହସ୍‌ପିଟାଲ, ମୋପା ବିମାନଘାଟୀରେ ଉଡାଣ କୌଶଳ ବିକାଶ କେନ୍ଦ ଓ ମାଡଗାଁଓର ଡାବୋଲିମ-ନାଭୋଲିମ୍‌ଠାରେ ଗ୍ୟାସ ବିଚ୍ଛିନ୍ନ ସବ୍‌ଷ୍ଟେସନ ସମେତ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ । ଗୋଆ ବାର କାଉନସିଲ ଇଣ୍ଡିଆ ଟ୍ରଷ୍ଟଠାରେ ଭାରତ ଆନ୍ତର୍ଜାତିକ ଆଇନ ଶିକ୍ଷା ବିଦ୍ୟାଳୟର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଗୋଆ ମୁକ୍ତି ଦିବସ ଉତ୍ସବରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୯ତାରିଖରେ ଗୋଆ ଯିବେ

December 17th, 04:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୧୯ତାରିଖରେ ଗୋଆ ଗସ୍ତରେ ଯିବେ । ଗୋଆ ମୁକ୍ତିଦିବସ ଅବସରରେ ସେଠାକାର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ଅପରାହ୍ନ ପ୍ରାୟ ୩ଟା ସମୟରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀ ଏବଂ ‘ଅପରେସନ ବିଜୟ’ର ସଦସ୍ୟମାନଙ୍କୁ ସମ୍ମାନୀତ କରିବେ ।