ଜି -୨୦ ଶିକ୍ଷା ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
June 22nd, 11:00 am
ଜି -୨୦ ଶିକ୍ଷା ମନ୍ତ୍ରୀ ବୈଠକ ପାଇଁ ମୁଁ ଆପଣ ସମସ୍ତଙ୍କୁ ଭାରତକୁ ସ୍ୱାଗତ କରୁଛି । ଶିକ୍ଷା କେବଳ ଯାହା ଉପରେ ଆମର ସଭ୍ୟତା ନିର୍ମିତ ହୋଇଛି ତାହାର ଭିତ୍ତିଭୂମି ନୁହେଁ, ଏହା ମାନବିକତାର ଭବିଷ୍ୟତର ସ୍ଥାପତ୍ୟ ମଧ୍ୟ ଅଟେ । ଶିକ୍ଷା ମନ୍ତ୍ରୀ ଭାବରେ, ଆପଣ ବିକାଶ, ଶାନ୍ତି ଏବଂ ସମୃଦ୍ଧତା ପାଇଁ ଆମର ପ୍ରୟାସ କ୍ଷେତ୍ରରେ ଶେର୍ପା ଭାବେ ମାନବିକତାକୁ ଆଗେଇ ନେଉଛନ୍ତି । ଭାରତୀୟ ଶାସ୍ତ୍ରରେ ଶିକ୍ଷାର ଭୂମିକାକୁ ଆନନ୍ଦ ଆଣିବା କ୍ଷେତ୍ରରେ ପ୍ରମୁଖ ବୋଲି ବର୍ଣ୍ଣନା କରାଯାଇଛି । ବିଦ୍ୟା ଦଦାତି ବିନୟଂ ବିୟାଦ୍ ପାତ୍ରତାମ୍ । ପାତ୍ରତ୍ୱାତ୍ ଧନମାପ୍ନୋତି ଧନାର୍ଦ୍ଧମ୍ ତତଃ / विद्या ददाति विनयं विनयाद् पात्रताम् । पात्रत्वात् धनमाप्नोति धनाद्धर्मं ततः।। ଏହାର ଅର୍ଥ ହେଉଛି : “ପ୍ରକୃତ ଜ୍ଞାନ ନମ୍ରତା ପ୍ରଦାନ କରେ । ନମ୍ରତା ଠାରୁ ମୂଲ୍ୟବୋଧ ଆସେ । ମୂଲ୍ୟବୋଧରୁ ଜଣେ ଧନ ପ୍ରାପ୍ତ ହୁଏ । ଧନ ଜଣେ ବ୍ୟକ୍ତିଙ୍କୁ ଭଲ କାର୍ଯ୍ୟ କରିବାକୁ ସକ୍ଷମ କରେ । ଏବଂ, ଏହା ହିଁ ଆନନ୍ଦ ଆଣିଥାଏ । ଏହି କାରଣରୁ, ଭାରତରେ, ଆମେ ଏକ ସାମଗ୍ରିକ ଏବଂ ବ୍ୟାପକ ଯାତ୍ରା ଆରମ୍ଭ କରିଛୁ । ଆମେ ବିଶ୍ୱାସ କରୁ ଯେ ଭିତ୍ତିଭୂମି ସାକ୍ଷରତା ଆମର ଯୁବକ ମାନଙ୍କ ପାଇଁ ଏକ ମଜଭୁତ ଆଧାର ଅଟେ । ଏବଂ, ଆମେ ଏହାକୁ ପ୍ରଯୁକ୍ତି ସହିତ ମିଶ୍ରଣ କରୁଛୁ । ଏଥି ପାଇଁ ଆମେ “ବୁଝିବା ଏବଂ ସାଂଖ୍ୟିକତା ସହିତ ପଠନରେ ଦକ୍ଷତା ପାଇଁ ଜାତୀୟ ପଦକ୍ଷେପ'' କିମ୍ବା '' ନିପୁଣ ଭାରତ'' ପଦକ୍ଷେପ ଆରମ୍ଭ କରିଛୁ । ମୁଁ ଖୁସି ଯେ “ଭିତ୍ତିଭୂମି ସାକ୍ଷରତା ଏବଂ ସାଂଖ୍ୟିକତା '' ଆପଣ ମାନଙ୍କ ଗୋଷ୍ଠୀ ଦ୍ୱାରା ପ୍ରାଥମିକତା ଭାବରେ ଚିହ୍ନଟ ହୋଇଛି । ୨୦୩୦ ସୁଦ୍ଧା ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହା ଉପରେ କାର୍ଯ୍ୟ କରିବାକୁ ଆମେ ସଂକଳ୍ପବଦ୍ଧ ହେବା ଆବଶ୍ୟକ ।ଜି ୨୦ ଶିକ୍ଷା ମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
June 22nd, 10:36 am
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା କେବଳ ଆମର ମୂଳଦୁଆ ନୁହେଁ, ଏହା ଭବିଷ୍ୟତର ମାନବିକତା ପାଇଁ ମଧ୍ୟ ଆୟୁଦ୍ଧ ଅଟେ । ପ୍ରଧାନମନ୍ତ୍ରୀ ଶିକ୍ଷା ମନ୍ତ୍ରୀମାନଙ୍କୁ ଶେରପା ବୋଲି କହିଥିଲେ ଏବଂ ସମସ୍ତଙ୍କ ବିକାଶ, ଶାନ୍ତି ଏବଂ ସମୃଦ୍ଧି ପାଇଁ ସେମାନେ ମାନବଜାତିର ନେତୃତ୍ୱ ନେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ । ଶ୍ରୀ ମୋଦୀ ଆଲୋକପାତ କରି କହିଛନ୍ତି ଯେ ଭାରତୀୟ ଶାସ୍ତ୍ରଗୁଡ଼ିକ ଉଲ୍ଲେଖ କରିଛନ୍ତି ଯେ ଖୁସି ପାଇବାର ଏକ ମାତ୍ର ଚାବିକାଠି ହେଉଛି ଶିକ୍ଷା । ଏକ ସଂସ୍କୃତ ଶ୍ଲୋକ ପଢିବାର ଅର୍ଥ ହେଉଛି ‘ପ୍ରକୃତ ଜ୍ଞାନ ନମ୍ରତା ପ୍ରଦାନ କରେ, ନମ୍ରତା ଠାରୁ ମୂଲ୍ୟବୋଧ, ମୂଲ୍ୟବୋଧରୁ ଧନ ପ୍ରାପ୍ତ ହୁଏ, ଧନ ଜଣେ ବ୍ୟକ୍ତିକୁ ଭଲ କାର୍ଯ୍ୟ କରିବାକୁ ସକ୍ଷମ କରେ ଏବଂ ଏହା ହିଁ ଆନନ୍ଦ ଆଣିଥାଏ' ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏ କ୍ଷେତ୍ରରେ ସାମଗ୍ରିକ ଏବଂ ବିସ୍ତୃତ ଯାତ୍ରା ଆରମ୍ଭ କରିଛି । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ ମୂଳଦୂଆର ସାକ୍ଷରତା ଯୁବପିଢୀ ପାଇଁ ଏକ ଦୃଢ ଆଧାର ଅଟେ ଏବଂ ଭାରତ ଏହାକୁ ଜ୍ଞାନକୌଶଳ ସହିତ ସମ୍ମିଶ୍ରଣ କରୁଛି । ସେ ନେସନାଲ ଇନିସିଏଟିଭ ଫର ପ୍ରଫିସିଏନ୍ସି ଇନ୍ ରିଡିଂ ୱିଥ୍ ଅଣ୍ଡରଷ୍ଟାଣ୍ଡିଂ ଆଣ୍ଡ ନ୍ୟୁମେରେସି” କିମ୍ବା ସରକାରଙ୍କ ନିପୁଣ ଭାରତ” ପଦକ୍ଷେପ ଆଲୋକପାତ କରି ଖୁସି ବ୍ୟକ୍ତ କରିଛନ୍ତି ଯେ ମୌଳିକ ଶିକ୍ଷା ଏବଂ ସଂଖ୍ୟା” ମଧ୍ୟ ଜି୨୦ ଦ୍ୱାରା ପ୍ରାଥମିକତା ଭାବରେ ଚିହ୍ନଟ ହୋଇଛି । ୨୦୩୦ ସୁଦ୍ଧା ଏକ ର୍ନିଦ୍ଦିଷ୍ଟ ସମୟ ମଧ୍ୟରେ ଏହା ଉପରେ କାର୍ଯ୍ୟ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ ।ଦିନଣ୍ଡିଗୁଲ ଗାନ୍ଧିଗ୍ରାମ ଗ୍ରାମୀଣ ପ୍ରତିଷ୍ଠାନ 36ତମ ସମାବର୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 11th, 04:20 pm
ଏହି ସମାବର୍ତନ ସମାରୋହକୁ ଆସିବା ମୋ ପାଇଁ ଏକ ପ୍ରେରଣାଦାୟୀ ଅନୁଭୂତି । ଗାନ୍ଧିଗ୍ରାମ ସ୍ୱୟଂ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସ୍ଥିର ଗ୍ରାମୀଣ ଜୀବନ, ସରଳ କିନ୍ତୁ ବୌଦ୍ଧିକ ପରିବେଶ, ଗ୍ରାମୀଣ ବିକାଶ ନେଇ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାର ଆତ୍ମାକୁ ଯେ କେହି ଏଠାରେ ଦେଖି ପାରିବ । ମୋର ଯୁବ ବନ୍ଧୁଗଣ, ଆପଣମାନେ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ସ୍ନାତକ ଡିଗ୍ରୀ ଲାଭ କରୁଛନ୍ତି । ଯେତେବେଳେ ଗାନ୍ଧୀବାଦର ମୂଳ୍ୟବୋଧ ବେଶ ପ୍ରାସଙ୍ଗିକ ହୋଇପଡିଛି । କେଉଁଠାରେ ବିବାଦର ଅନ୍ତ ହେଉ ଅବା ଜଳବାୟୁ ସଂକଟ ହେଉ, ଗାନ୍ଧିଜୀଙ୍କ ଚିନ୍ତାଧାରାରେ ସମସ୍ତ ଜ୍ୱଳନ୍ତ ପ୍ରସଙ୍ଗର ଉତର ରହିଛି । ଗାନ୍ଧିଜୀଙ୍କ ଜୀବନ ଶୈଳୀର ଛାତ୍ର ଭାବେ, ଏକ ବଡ଼ ପ୍ରଭାବ ସୃଷ୍ଟି କରିବା ପାଇଁ ଆପଣମାନଙ୍କ ପାଖରେ ଏକ ବଡ଼ ସୁଯୋଗ ମଧ୍ୟ ରହିଛି ।PM attends 36th Convocation Ceremony of Gandhigram Rural Institute at Dindigul, Tamil Nadu
November 11th, 04:16 pm
PM Modi attended the 36th Convocation Ceremony of Gandhigram Rural Institute at Dindigul in Tamil Nadu. The Prime Minister mentioned that Mahatma Gandhi’s ideals have become extremely relevant in today’s day and age, be it ending conflicts or climate crises, and his ideas have answers to many challenges that the world faces today.ଭାରତର ଜି-୨ଠ ନେତୃତ୍ୱ ପାଇଁ ଲୋଗୋ, ଥିମ ଏବଂ ୱେବସାଇଟର ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
November 08th, 07:31 pm
ମୋର ପ୍ରିୟ ଦେଶବାସୀ ଏବଂ ବିଶ୍ୱ ସମୁଦାୟର ସମସ୍ତ ପରିବାରଗଣ, କିଛି ଦିନ ପରେ, ଡିସେମ୍ବର ପହିଲାରୁ ଭାରତ, ଜି-୨ଠର ଅଧ୍ୟକ୍ଷତା କରିବ । ଭାରତ ପାଇଁ ଏହା ଏକ ଐତିହାସିକ ଅବସର ଅଟେ । ଆଜି ଏହି ସଂଦର୍ଭରେ ଏହି ସମ୍ମିଳନୀର ୱେବସାଇଟ, ଥିମ ଏବଂ ଲୋଗୋକୁ ଉନ୍ମୋଚନ କରାଯାଇଛି । ମୁଁ ସମସ୍ତ ଦେଶବାସୀଙ୍କୁ ଏହି ଅବସରରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।ଭାରତର ଜି-୨ଠ ସଭାପତିତ୍ୱ ଅବସରରେ ଏହାର ଲୋଗୋ ଓ ୱେବସାଇଟକୁ ଆଭାସୀ ଜରିଆରେ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
November 08th, 04:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଠ୮-୧୧-୨ଠ୨୨) ଆଭାସୀ ମାଧ୍ୟମରେ ଜି-୨ଠରେ ଭାରତ ଅଧ୍ୟକ୍ଷତାରେ ଲୋଗୋ, ବାର୍ତ୍ତା ଓ ୱେବସାଇଟ ଉନ୍ମୋଚନ କରିଛନ୍ତି ।One nation, one fertilizer: PM Modi
October 17th, 11:11 am
Mantri Kisan Samruddhi Kendras (PMKSK) under the Ministry of Chemicals & Fertilisers. Furthermore, the Prime Minister also launched Pradhan Mantri Bhartiya Jan Urvarak Pariyojana - One Nation One Fertiliser.PM inaugurates PM Kisan Samman Sammelan 2022 at Indian Agricultural Research Institute, New Delhi
October 17th, 11:10 am
The Prime Minister, Shri Narendra Modi inaugurated PM Kisan Samman Sammelan 2022 at Indian Agricultural Research Institute in New Delhi today. The Prime Minister also inaugurated 600 Pradhan Mantri Kisan Samruddhi Kendras (PMKSK) under the Ministry of Chemicals & Fertilisers. Furthermore, the Prime Minister also launched Pradhan Mantri Bhartiya Jan Urvarak Pariyojana - One Nation One Fertiliser.ଗ୍ଲୋବାଲ୍ ଇନୋଭେସନ୍ ସମ୍ମିଳନୀ 2021ର ଉଦ୍ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 18th, 03:57 pm
କୋଭିଡ -19 ମହାମାରୀ ସ୍ୱାସ୍ଥ୍ୟସେବାର ଗୁରୁତ୍ୱକୁ ବହୁ ମାତ୍ରାରେ ବୃଦ୍ଧି କରିଛି। ଜୀବନଶୈଳୀ ହେଉ, କିମ୍ବା ଔଷଧ, ଚିକିତ୍ସା ପ୍ରଯୁକ୍ତିବିଦ୍ୟା, କିମ୍ବା ଟିକା, ସ୍ୱାସ୍ଥ୍ୟସେବାର ପ୍ରତ୍ୟେକ ଦିଗ ଗତ ଦୁଇ ବର୍ଷ ମଧ୍ୟରେ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଔଷଧ ଶିଳ୍ପ ମଧ୍ୟ ଅନେକ ଗୁଡ଼ିଏ ଆହ୍ବାନକୁ ସଫଳତାପୂର୍ବକ ଅତିକ୍ରମ କରିପାରିଛି।ଔଷଧପତ୍ର ପ୍ରସ୍ତୁତି କ୍ଷେତ୍ରରେ ପ୍ରଥମ ବୈଶ୍ୱିକ ଶିଖର ସମ୍ମିଳନୀ
November 18th, 03:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା୧୮-୧୧-୨୧) ପ୍ରଥମ ବିଶ୍ୱ ଔଷଧ ପ୍ରସ୍ତୁତି ଶିଖର ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।ଇଣ୍ଡିଆନ ସ୍ପେଶ ଆସୋସିଏସନ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
October 11th, 11:19 am
ଦେଶର ଦୁଇ ମହାନ ସୁପୁତ୍ର, ଭାରତ ରତ୍ନ ଶ୍ରୀ ଜୟପ୍ରକାଶ ନାରାୟଣ ଜୀ ଏବଂ ଭାରତ ରତ୍ନ ଶ୍ରୀ ନାନାଜି ଦେଶମୁଖଙ୍କର ଆଜି ଜନ୍ମ ଜୟନ୍ତୀ ମଧ୍ୟ ଅଛି । ସ୍ୱାଧୀନତା ପରେ ଭାରତକୁ ମାର୍ଗ ଦେଖାଇବାରେ ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କର ବହୁତ ବଡ଼ ଭୂମିକା ରହିଛି । ସମସ୍ତଙ୍କୁ ସାଥୀରେ ନେଇ, ସମସ୍ତଙ୍କ ପ୍ରୟାସ ଦ୍ୱାରା, ଦେଶରେ କିପରି ବଡ଼-ବଡ଼ ପରିବର୍ତ୍ତନ ଆସିଥାଏ, ଏମାନଙ୍କର ଜୀବନ ଦର୍ଶନ ଆମକୁ ଆଜି ମଧ୍ୟ ଏହାର ପ୍ରେରଣା ଦେଇଥାଏ । ମୁଁ ଜୟପ୍ରକାଶ ନାରାୟଣ ଜୀ ଏବଂ ନାନାଜୀ ଦେଶମୁଖ ଜୀଙ୍କୁ ପ୍ରଣାମ କରୁଛି, ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭାରତୀୟ ମହାକାଶ ସଂଘ ଉଦ୍ଘାଟିତ
October 11th, 11:18 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଭାରତୀୟ ମହାକାଶ ସଂଘ (ଇସ୍ପା)କୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ମହାକାଶ ଉଦ୍ୟୋଗର ପ୍ରତିନିଧିମାନଙ୍କ ସହ ସେ ମଧ୍ୟ ମତବିନିମୟ କରି ବିଭିନ୍ନ କଥା ପଚାରି ବୁଝିଛନ୍ତି ।ତଥ୍ୟ ସୂଚୀ: କ୍ୱାଦ୍ ନେତୃ ସମ୍ମିଳନୀ
September 25th, 11:53 am
ସେପ୍ଟେମ୍ବର ୨୪ ତାରିଖ ଦିନ ରାଷ୍ଟ୍ରପତି ବାଇଡେନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କର୍ଟ ମୋରିସନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡ଼େ ସୁଗାଙ୍କ ସହ ହ୍ୱାଇଟ୍ ହାଉସଠାରେ କ୍ୱାଦ୍ ସଦସ୍ୟଭୁକ୍ତ ରାଷ୍ଟ୍ରର ନେତୃବର୍ଗଙ୍କ ସହିତ ପ୍ରଥମ ବ୍ୟକ୍ତିଗତ ଶିଖର ସମ୍ମିଳନୀର ଆୟୋଜନ କରିଥିଲେ । ଏହି ସମ୍ମିଳନୀ ଅବସରରେ କ୍ୱାଦ୍ ନେତୃବର୍ଗ ସେମାନଙ୍କର ମହାତ୍ତ୍ୱାକାଂକ୍ଷୀ ପ୍ରୟାସମାନ ଉପସ୍ଥାପନ କରିଥିଲେ ଯାହାକି ଏକବିଂଶ ଶତାବ୍ଦୀରେ ଆମର ପାରସ୍ପରିକ ସମ୍ପର୍କକୁ ଅଧିକ ନିବିଡ଼ କରିବା ତଥା ବାସ୍ତବ ସହଯୋଗକୁ ଆଗକୁ ଆଗେଇ ନେବା ଦିଗରେ ସହାୟକ ହୋଇପାରିବ । ସେଥି ମଧ୍ୟରେ କୋଭିଡ଼ – ୧୯ ବୈଶ୍ୱିକ ମହାମାରୀର ମୂଳୋତ୍ପାଟନ, ଏଥି ସହିତ ଏହାକୁ ନିଃଶେଷ କରିବା ସକାଶେ ଅଧିକରୁ ଅଧିକ ନିରାପଦ ତଥା ଫଳପ୍ରସୂ ପ୍ରତିଷେଧକ ଟିକା ଉତ୍ପାଦନ କରିବା; ଉଚ୍ଚ ମାନଯୁକ୍ତ ଭିତ୍ତିଭୂମିର ବିକାଶକୁ ପ୍ରୋତ୍ସାହନ ଯୋଗାଇବା, ଜଳବାୟୁ ପରିବର୍ତ୍ତନ ଜନିତ ସଂକଟ ବିରୋଧରେ ଲଢ଼େଇ କରିବା; ମୁଣ୍ଡ ଟେକୁଥିବା ନୂଆ ନୂଆ ପ୍ରଯୁକ୍ତି, ମହାକାଶ ଓ ସାଇବର ନିରାପତ୍ତା କ୍ଷେତ୍ରରେ ସହଭାଗୀ ହେବା; ଏବଂ ନିଜ ନିଜ ଦେଶରେ ପରବର୍ତ୍ତୀ ପିଢ଼ିର ମେଧା ସୃଷ୍ଟି କରିବା ଆଦି ଅନ୍ୟତମ ।ଶ୍ରୀଲ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ଜୀଙ୍କର ୧୨୫ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 01st, 04:31 pm
ଆଜିର ଏହି ଶୁଭ ଅବସରରେ ଆମ ସହ ଉପସ୍ଥିତ ଥିବା ଦେଶର ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି. କିଶନ୍ ରେଡ୍ଡୀ, ଇସ୍କନ ବ୍ୟୁରୋର ଅଧ୍ୟକ୍ଷ ଶ୍ରୀ ଗୋପାଳ କୃଷ୍ଣ ଗୋସ୍ୱାମୀ ଜୀ, ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଆମ ସହ ଯୋଡି ହୋଇଥିବା ସମସ୍ତ ସାଥୀ, କୃଷ୍ଣ ଭକ୍ତଗଣ!ଶ୍ରୀଲ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କଲେ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା
September 01st, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଆଜି ଏକ ସ୍ମାରକୀ ମୁଦ୍ରା ଭିଡିଓ କନ୍ଫରେନ୍ସିଂ ଜରିଆରେ ଉନ୍ମୋଚନ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର ପୂର୍ବାଞ୍ଚଳ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ ।କୋୱିନ ଗ୍ଲୋବାଲ କନ୍କ୍ଲେଭ-୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ମୂଳପାଠ
July 05th, 03:08 pm
କରୋନା ଲଢେଇରେ ଟେକ୍ନୋଲୋଜି ଆମର ପ୍ରଧାନ ଆୟୁଧ ସାଜିଛି । ସୌଭାଗ୍ୟବଶତଃ ସଫ୍ଟଓୟାର ଏକ କ୍ଷେତ୍ର, ଯେଉଁଠି ଆମର ବିଶେଷକିଛି ଅଭାବ ନାହିଁ । ସେଥିପାଇଁ ଆମ କୋଭିଡ୍ ଟ୍ରେସିଂ ଓ ଟ୍ରାକିଙ୍ଗ ଆପ୍ ବୈଷୟିକ ଦୃଷ୍ଟିରୁ ସମର୍ଥ ହେବା ମାତ୍ରେ ଆମେ ଏହାକୁ ସମସ୍ତଙ୍କ ପାଇଁ ମୁକ୍ତ (ଓପନ ସୋର୍ସ)କରୁଛୁ । ପ୍ରାୟ ୨୦୦ନିୟୁତ ୟୁଜର୍ସଙ୍କ ସହିତ ଆରୋଗ୍ୟ ସେତୁ ଆପ୍ ଡେଭଲପର୍ସଙ୍କ ପାଇଁ ଏକ ସହଜଲବ୍ଧ ପ୍ୟାକେଜରେ ପରିଣତ ହୋଇପାରିଛି । ଏହା ଭାରତରେ ବ୍ୟବହୃତ ହେବା ସହିତ ବିଶ୍ୱବ୍ୟାପୀ ବେଗ ଓ ପ୍ରସାର କ୍ଷେତ୍ରରେ ମଧ୍ୟ ସହଜଲବ୍ଧ ହୋଇଛି । ଆପଣ ଏହାର ଦକ୍ଷତା ମାପିପାରିବେ ।କୋୱିନ୍ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
July 05th, 03:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋୱିନ୍ ବିଶ୍ୱ ସମ୍ମିଳନୀରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ କୋଭିଡ-19ର ମୁକାବିଲା କରିବା ଲାଗି ବିଶ୍ୱକୁ ସହାୟତା କରିବା ଉଦ୍ଦେଶ୍ୟରେ ଭାରତ ପକ୍ଷରୁ ଡିଜିଟାଲ ଜନକଲ୍ୟାଣ ରୂପରେ କୋୱିନ୍ ପ୍ଲାଟଫର୍ମ ଉପଲବ୍ଧ କରାଇବା ନିମନ୍ତେ ପ୍ରସ୍ତାବ ଦେଇଥିଲେ।ବିଶ୍ୱର କୋଣ ଅନୁକୋଣରେ ଯୋଗର ପହଂଚ ସୁନିଶ୍ଚିତ କରିବାକୁ ଆମକୁ ପ୍ରୟାସ କରିବାକୁ ପଡିବ: ପ୍ରଧାନମନ୍ତ୍ରୀ ମୋଦୀ
June 21st, 08:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କହିଛନ୍ତି ଯେ ,ଯୋଗର ଯେଉଁ ମୌଳିକ ତତ୍ୱ ଜ୍ଞାନ ରହିଛି, ମୌଳିକ ସିଦ୍ଧାନ୍ତ ରହିଛି, ତାହାକୁ ବଜାୟ ରଖି, ଯୋଗ ଜନ-ଜନଙ୍କ ପାଖରେ ପହଞ୍ଚୁ, ଅବିରତ ପହଞ୍ଚୁ ଆଉ ନିରନ୍ତର ପହଞ୍ଚୁ, ଏହା କରିବାର ଆବଶ୍ୟକତା ରହିଛି। ଆଉ ଏହି କାର୍ଯ୍ୟ ଯୋଗ ସହିତ ଜଡ଼ିତ ଲୋକମାନଙ୍କୁ ଯୋଗର ଆଚାର୍ଯ୍ୟମାନଙ୍କ, ଯୋଗ ପ୍ରଚାରକମାନଙ୍କ ସହିତ ମିଳିମିଶି କରିବା ଉଚିତ।ଆଜି ଯେତେବେଳେ ସମଗ୍ର ବିଶ୍ୱ କୋଭିଡ ମହାମାରୀ ବିରୁଦ୍ଧରେ ଲଢ଼ୁଛି ,ଯୋଗ ଏକ ଆଶାର କିରଣରେ ପରିଣତ ହୋଇଛି:ପ୍ରଧାନମନ୍ତ୍ରୀ ମୋଦୀ
June 21st, 08:37 am
ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମହାମାରୀ ସମୟରେ ଯୋଗର ଭୂମିକା ବିଷୟରେ ଉଲ୍ଲେଖ କରିଛନ୍ତି ।ଆନ୍ତର୍ଜାତିକ ଯୋଗ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
June 21st, 06:42 am
ଆଜି ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀର ମୁକାବିଲା କରୁଛି, ସେତେବେଳେ ଯୋଗ ଆଶାର କିରଣ ପାଲଟିଛି। ଦୁଇ ବର୍ଷ ଧରି ସାରା ବିଶ୍ୱର ବିଭିନ୍ନ ଦେଶ ଏବଂ ଭାରତରେ ଯଦିଓ ବଡ଼ ବଡ଼ ସାର୍ବଜନିକ କାର୍ଯ୍ୟକ୍ରମ ଆୟୋଜିତ ହୋଇନାହିଁ, କିନ୍ତୁ ଯୋଗ ଦିବସ ପ୍ରତି ଉତ୍ସାହ ଟିକେ ମଧ୍ୟ କମି ନାହିଁ। କରୋନା ସତ୍ୱେ ମଧ୍ୟ, ଚଳିତ ଥର ଯୋଗ ଦିବସର ବିଷୟ ବସ୍ତୁ ‘ସୁସ୍ଥତା ପାଇଁ ଯୋଗ’ କୋଟି କୋଟି ଲୋକଙ୍କ ମଧ୍ୟରେ ଯୋଗ ପ୍ରତି ଉତ୍ସାହକୁ ମଧ୍ୟ ଆହୁରି ବୃଦ୍ଧି କରିଛି। ମୁଁ ଆଜି ଯୋଗ ଦିବସ ଅବସରରେ ଏହି କାମନା କରୁଛି ଯେ ପ୍ରତ୍ୟେକ ଦେଶ, ପ୍ରତ୍ୟେକ ସମାଜ ଏବଂ ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରୁହନ୍ତୁ, ସମସ୍ତେ ଏକାଠି ମିଶି ଜଣେ ଅନ୍ୟ ଜଣଙ୍କର ଶକ୍ତି ପାଲଟନ୍ତୁ।