ଉତ୍ତର ପ୍ରଦେଶର ଗୋରଖପୁରରେ ଗୀତା ପ୍ରେସର ଶତବାର୍ଷିକୀ ସମାରୋହ ଉଦଯାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 07th, 04:00 pm
ଶ୍ରାବଣର ପବିତ୍ର ମାସ, ଇନ୍ଦ୍ର ଦେବଙ୍କ ଆଶୀର୍ବାଦ, ଶିବାବତାର ଗୁରୁ ଗୋରଖନାଥଙ୍କ ତପସ୍ୟାସ୍ଥଳୀ, ଏବଂ ଅନେକ-ଅନେକ ସନ୍ଥଙ୍କ କର୍ମସ୍ଥଳୀ ହେଉଛି ଏହି ଗୀତା ପ୍ରେସ ଗୋରଖପୁର! ଯେତେବେଳେ ସନ୍ଥମାନଙ୍କର ଆଶୀର୍ବାଦ ଫଳବତୀ ହୋଇଥାଏ, ସେତେବେଳେ ଏଭଳି ସୁଖଦ ସୁଯୋଗର ଲାଭ ମିଳିଥାଏ । ଚଳିତ ଥରର ମୋର ଗୋରଖପୁର ଗସ୍ତ, ‘ବିକାଶ ମଧ୍ୟ, ପରମ୍ପରା ମଧ୍ୟ’ ଏହି ନୀତିର ହେଉଛି ଏକ ଅଦ୍ଭୁତ ଉଦାହରଣ । ମୋତେ ଏବେ ସଚିତ୍ର ଶିବପୁରାଣ ଏବଂ ନେପାଳୀ ଭାଷାରେ ଶିବପୁରାଣର ଉନ୍ମୋଚନ କରିବାର ସୌଭାଗ୍ୟ ମିଳିଛି। ଗୀତା ପ୍ରେସର ଏହି କାର୍ଯ୍ୟକ୍ରମ ପରେ ହିଁ ଗୋରଖପୁର ରେଳ ଷ୍ଟେସନ ଯିବି । ଆଜିଠାରୁ ହିଁ ଗୋରଖପୁର ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଆଉ ମୁଁ ଯେବେ ଠାରୁ ସାମାଜିକ ଗଣମାଧ୍ୟମରେ ଏହାର ଫଟୋଚ୍ଚିତ୍ର ପକାଇଛି, ଲୋକମାନେ ଆଶ୍ଚର୍ଯ୍ୟର ସହିତ ଦେଖୁଛନ୍ତି । ଲୋକମାନେ କେବେ ମଧ୍ୟ ଭାବି ନ ଥିଲେ ଯେ ରେଳ ଷ୍ଟେସନର ମଧ୍ୟ ଏଭଳି ଭାବେ କାୟାକଳ୍ପ ହୋଇ ପାରିବ । ଆଉ ଏହି କାର୍ଯ୍ୟକ୍ରମରେ, ମୁଁ ଗୋରଖପୁରରୁ ଲକ୍ଷନୌଉ ପାଇଁ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇବି । ଆଉ ସେହି ସମୟରେ ଯୋଧପୁରରୁ ଅହମ୍ମଦାବାଦ ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ମଧ୍ୟ ଯାତ୍ରା ଆରମ୍ଭ ହେବ। ବନ୍ଦେ ଭାରତ ଟ୍ରେନ, ଦେଶର ମଧ୍ୟମ ବର୍ଗଙ୍କୁ ସୁବିଧାଗୁଡ଼ିକ ସହିତ ସୁଲଭ ଯାତ୍ରାର ନୂତନ ଉଡ଼ାଣ ଦେଇଛି। ଗୋଟିଏ ସମୟ ଥିଲା, ଯେତେବେଳେ ନେତାମାନେ ଚିଠି ଲେଖୁଥିଲେ ଯେ ଆମ ଅଞ୍ଚଳରେ ଏହି ଟ୍ରେନ ରହଣୀ ପାଇଁ ମଞ୍ଜୁରୀ ଦିଅନ୍ତୁ, ସେହି ଟ୍ରେନର ପାସେଞ୍ଜର ହଲ୍ଟ ନିର୍ମାଣ କରାନ୍ତୁ । କିନ୍ତୁ ଆଜି ଦେଶରେ କୋଣ- ଅନୁକୋଣରୁ ନେତାମାନେ ମୋତେ ଚିଠି ଲେଖି କହୁଛନ୍ତି ଯେ ଆମ ଅଞ୍ଚଳରେ ମଧ୍ୟ ବନ୍ଦେ ଭାରତ ଚଳାନ୍ତୁ । ଏହା ହେଉଛି ବନ୍ଦେ ଭାରତର ଏକ ସ୍ୱତନ୍ତ୍ର ଆକର୍ଷଣ । ଏହି ସମସ୍ତ ଆୟୋଜନ ପାଇଁ ମୁଁ ଗୋରଖପୁରର ଲୋକମାନଙ୍କୁ, ଦେଶର ଲୋକମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି।ଉତ୍ତରପ୍ରଦେଶର ଗୋରଖପୁରରେ ଗୀତା ପ୍ରେସର ଶତବାର୍ଷିକୀ ପାଳନର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
July 07th, 03:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗୋରଖପୁରରେ ଐତିହାସିକ ଗୀତା ପ୍ରେସର ଶତବାର୍ଷିକୀ ପାଳନର ଉଦ୍ଯାପନୀ ସମାରୋହକୁ ସମ୍ବୋଧିତ କରି ଚିତ୍ରମାୟା ଶିବ ପୁରାଣ ଗ୍ରନ୍ଥକୁ ଉନ୍ମୋଚନ କରିଛନ୍ତି । ପ୍ରଧାନମନ୍ତ୍ରୀ ଗୀତା ପ୍ରେସରେ ଲୀଳା ଚିତ୍ର ମନ୍ଦିର ପରିଦର୍ଶନ କରି ଭଗବାନ ଶ୍ରୀ ରାମଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।7-8 ଜୁଲାଇରେ 4 ଟି ରାଜ୍ୟକୁ ପରିଦର୍ଶନ କରିବେ ଏବଂ ପ୍ରାୟ 50,000 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
July 05th, 11:48 am
7 ଜୁଲାଇ ଦିନ ପ୍ରାୟ 10:45 ସମୟରେ ପ୍ରଧାନମନ୍ତ୍ରୀ ରାୟପୁରରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଦେଶକୁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉତ୍ସର୍ଗ କରିବେ। ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଗୋରଖପୁରରେ ପହଞ୍ଚିବେ, ପ୍ରାୟ ଦିନ ଦୁଇଟା ତିରିଶରେ ସେ ଗୀତା ପ୍ରେସ ଗୋରଖପୁରର ଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ ଏବଂ ଗୋରଖପୁର ରେଳ ଷ୍ଟେସନରେ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହା ପରେ, ପ୍ରାୟ 5 ଟା ସମୟରେ ପ୍ରଧାନମନ୍ତ୍ରୀ ବାରାଣାସୀରେ ପହଞ୍ଚିବେ, ଯେଉଁଠାରେ ସେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସେ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ, ଦେଶ ନିମନ୍ତେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ।ଗୀତା ପ୍ରେସର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
May 03rd, 08:35 pm
ଗୀତା ପ୍ରେସର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଦେଶର ଐତିହ୍ୟକୁ ଦେଶ ତଥା ଦେଶ ବାହାରକୁ ନେବା ଦିଗରେ ଏହି ପ୍ରକାଶକର ୧୦୦ ବର୍ଷର ଯାତ୍ରାକୁ ଅବିଶ୍ୱନୀୟ ଏବଂ ଅବିସ୍ମରଣୀୟ ବୋଲି କହିଛନ୍ତି ।