ପଶ୍ଚିମ ବଙ୍ଗର ହଳଦିଆ ଠାରେ କେତେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

February 07th, 05:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ହଳଦିଆ ଗସ୍ତରେ ଯାଇ ଏଲପିଜି ଇମ୍ପୋର୍ଟ ଟର୍ମିନାଲ, ପ୍ରଧାନମନ୍ତ୍ରୀ ଊର୍ଜା ଗଙ୍ଗା ପ୍ରକଳ୍ପର ଅଂଶବିଶେଷ ଭାବେ ୩୪୮ କିଲୋମିଟର ବ୍ୟାପୀ ଦୋଭି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନ ସେକ୍ସନକୁ ରାଷ୍ଟ୍ର ଉଦେ୍ଦଶ୍ୟରେ ଉତ୍ସର୍ଗ କରିଛନ୍ତି । ଏଥିସହ ହଳଦିଆ ରିଫାଇନରିର ଦ୍ୱିତୀୟ କାଟାଲିଟିକ-ଆଇସୋଡିୱାକ୍ସିଙ୍ଗ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଜାତୀୟ ରାଜପଥ ୪୧ରେ ହଳଦିଆର ରାଣୀଛକଠାରେ ୪ ଲେନବିଶିଷ୍ଟ ଆରଓବି ତଥା ଫ୍ଲାଏଓଭରକୁ ମଧ୍ୟ ରାଷ୍ଟ୍ରକୁ ଉତ୍ସର୍ଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟମାନେ ଯୋଗଦେଇଥିଲେ ।

ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ରାଷ୍ଟ୍ରକୁ ଉତ୍ସର୍ଗ କରିବା ସହ କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ

February 07th, 05:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ହଳଦିଆ ଗସ୍ତରେ ଯାଇ ଏଲପିଜି ଇମ୍ପୋର୍ଟ ଟର୍ମିନାଲ, ପ୍ରଧାନମନ୍ତ୍ରୀ ଊର୍ଜା ଗଙ୍ଗା ପ୍ରକଳ୍ପର ଅଂଶବିଶେଷ ଭାବେ ୩୪୮ କିଲୋମିଟର ବ୍ୟାପୀ ଦୋଭି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନ ସେକ୍ସନକୁ ରାଷ୍ଟ୍ର ଉଦେ୍ଦଶ୍ୟରେ ଉତ୍ସର୍ଗ କରିଛନ୍ତି । ଏଥିସହ ହଳଦିଆ ରିଫାଇନରିର ଦ୍ୱିତୀୟ କାଟାଲିଟିକ-ଆଇସୋଡିୱାକ୍ସିଙ୍ଗ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଜାତୀୟ ରାଜପଥ ୪୧ରେ ହଳଦିଆର ରାଣୀଛକଠାରେ ୪ ଲେନବିଶିଷ୍ଟ ଆରଓବି ତଥା ଫ୍ଲାଏଓଭରକୁ ମଧ୍ୟ ରାଷ୍ଟ୍ରକୁ ଉତ୍ସର୍ଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟମାନେ ଯୋଗଦେଇଥିଲେ ।

ଉତ୍ତରାଖଣ୍ଡରେ ନମାମୀ ଗଙ୍ଗେ କାର୍ଯ୍ୟକ୍ରମ ଅଧୀନରେ ଛଅଟି ମେଗା ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 29th, 11:11 am

ସାଥୀଗଣ, ଏବେ କିଛି ସମୟ ପୂର୍ବରୁ ଜଳ ଜୀବନ ମିଶନର ଏକ ସୁନ୍ଦର ଲୋଗୋ ଏବଂ ମାର୍ଗ ଦର୍ଶିକାର ଉନ୍ମୋଚନ କରାଯାଇଛି । ଜଳ ଜୀବନ ମିଶନ- ଭାରତର ଗ୍ରାମମାନଙ୍କରେ, ପ୍ରତ୍ୟେକ ଘର ପର୍ଯ୍ୟନ୍ତ ବିଶୁଦ୍ଧ ଜଳ, ପାଇପ ଯୋଗେ ପହଞ୍ଚାଇବା ସକାଶେ ବହୁତ ବଡ଼ ଅଭିଯାନ ଆରମ୍ଭ କରାଯାଇଛି । ଏହି ମିଶନର ଲୋଗୋ, ନିରନନ୍ତର ଏହି କଥାର ପ୍ରେରଣା ଦେବ ଯେ ପାଣିର ଗୋଟିଏ ଗୋଟିଏ ବୁନ୍ଦା ସଞ୍ଚୟ କରିବା ଏକାନ୍ତ ଜରୁରି । ଏହା ହେଉଛି ସେହି ମାର୍ଗଦର୍ଶିକା । ଗାଁର ଲୋକମାନଙ୍କୁ, ଗ୍ରାମ ପଞ୍ଚାୟତ ମାନଙ୍କ ସକାଶେ ଏହା ସେତିକି ଜରୁରି ଯେତିକି ସରକାରୀ କଳ ପାଇଁ ଅତ୍ୟାବଶ୍ୟକ ।

ପବିତ୍ର ଗଙ୍ଗା ନଦୀକୁ ନିର୍ମଳ ଓ ଅବିରଳ କରିବା ଲାଗି ଉତ୍ତରାଖଣ୍ଡରେ 6ଟି ବୃହତ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 29th, 11:10 am

ଶ୍ରୀ ମୋଦୀ ହରିଦ୍ୱାରଠାରେ ଗଙ୍ଗା ନଦୀ ତଟରେ ପ୍ରଥମ ଥର ପାଇଁ ‘ଗଙ୍ଗା ଅବଲୋକନ’ ସଂଗ୍ରହାଳୟର ଉଦଘାଟନ କରିଥିଲେ। ସେ ଏକ ପୁସ୍ତକ ରୋଇଙ୍ଗ ଡାଉନ ଗଙ୍ଗେସ ଏବଂ ଜଳ ଜୀବନ ମିଶନର ନୂଆ ଲୋଗୋକୁ ମଧ୍ୟ ଜାରି କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଜଳ ଜୀବନ ମିଶନ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଏବଂ ଜଳ ସମିତି ଲାଗି ଉପଯୋଗୀ ‘ମାର୍ଗଦର୍ଶିକା’ ମଧ୍ୟ ଜାରି କରିଥିଲେ।

Inspired by Pt. Deendayal Upadhyaya, 21st century India is working for Antyodaya: PM Modi

February 16th, 01:01 pm

PM Modi unveiled the statue of Deendayal Upadhyaya in Varanasi. He flagged off the third corporate train Mahakaal Express which links 3 Jyotirling Pilgrim Centres – Varanasi, Ujjain and Omkareshwar. The PM also inaugurated 36 development projects and laid foundation stone for 14 new projects.

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମାରକୀ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

February 16th, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରାଣସୀରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ଦୀନଦୟାଲ ଉପାଧ୍ୟାୟ ସ୍ମାରକୀକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ତିନୋଟି ଜ୍ୟୋତିର୍ଲିଙ୍ଗ ତୀର୍ଥସ୍ଥଳୀ- ବାରାଣସୀ, ଉଜ୍ଜୟିନୀ ଏବଂ ଓଁକାରେଶ୍ୱରକୁ ସଂଯୋଗ କରୁଥିବା ତୃତୀୟ ସମନ୍ୱୟ ଟ୍ରେନ ମହାକାଳ ଏକ୍ସପେସର ଶୁଭାରମ୍ଭ କରିଛନ୍ତି । ବାରାଣସୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସେଠାରେ 36ଟି ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ଯାହା ମଧ୍ୟରେ 430 ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ସରକାରୀ ହସପିଟାଲ ଅନ୍ତର୍ଭୁକ୍ତ । ସେହିଭଳି ସେ ଅନ୍ୟ 14ଟି ବିକାଶମୂଳକ କାର୍ଯ୍ୟକ୍ରମର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

ଝାଡ଼ଖଣ୍ଡର ରାଞ୍ଚିରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 12th, 12:20 pm

ନୂତନ ସରକାର ପ୍ରତିଷ୍ଠା ହେବା ପରେ ଯେଉଁ କେତେକ ରାଜ୍ୟକୁ ମୋତେ ପ୍ରଥମେ ଯିବାର ସୁଯୋଗ ମିଳିଲା, ସେମାନଙ୍କ ମଧ୍ୟରୁ ଝାଡ଼ଖଣ୍ଡ ମଧ୍ୟ ହେଉଛି ଗୋଟିଏ ରାଜ୍ୟ । ଏହି ପ୍ରଖ୍ୟାତ ମୈଦାନ, ପ୍ରଭାତ ତାରା ମୈଦାନ, ସକାଳର ସମୟ ଆଉ ଆମେ ସମସ୍ତେ ଯୋଗ କରୁଥିଲେ ଏବଂ ବର୍ଷା ମଧ୍ୟ ଆମ ଉପରେ ଆଶୀର୍ବାଦ ଢାଳୁଥିଲା । ଆଜି ଯେତେବେଳେ ପୁଣି ଏହି ମୈଦାନକୁ ଆସିଛି ତ ଅନେକ ପୁରୁଣା ସ୍ମୃତି ସତେଜ ହୋଇ ଉଠୁଛି । ଏହା ହେଉଛି ସେହି ମୈଦାନ ଯେଉଁଠାରୁ ଆୟୁଷ୍ମାନ ଭାରତ ଯୋଜନା ଗତ ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିଲା।

ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

September 12th, 12:11 pm

କୃଷକଙ୍କ ଜୀବନକୁ ସୁରକ୍ଷିତ କରିବା ଲାଗି ଏକ ବୃହତ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ରାଂଚିଠାରେ ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ଝାଡଖଣ୍ଡର ସାହେବଗଞ୍ଜଠାରେ ଏକାଧିକ ବିକାଶ ପ୍ରକଳ୍ପର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

April 06th, 12:59 pm

ଆଜି ଏକ ବହୁତ ବଡ଼ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଯାହା ଝାଡଖଣ୍ଡ ଏବଂ ବିହାରକୁ ଯୋଡୁ ଅଛି । ଗଙ୍ଗା ଉପରେ ଦୁଇଟି ରାଜ୍ୟକୁ ଯୋଡୁଥିବା ସବୁଠାରୁ ବଡ଼ ସେତୁ 2,200 କୋଟି ଟଙ୍କାରୁ ଅଧିକ ବିନିଯୋଗ ଏବଂ ଏହା କେବଳ ଦୁଇଟି ରାଜ୍ୟକୁ ଯୋଡୁଛି ତାହା ନୁହେଁ ଏହା ବିକାଶର ନୂଆ ଦ୍ୱାରକୁ ଉନ୍ମୁକ୍ତ କରୁଛି । ଆପଣ ଏହିଠାରୁ ପୂର୍ବ ଭାରତର ବିଶାଳ ଦୃଷ୍ଟିଭଙ୍ଗି ସହିତ ନିଜକୁ ସିଧା ଯୋଡିବା ପାଇଁ ଏହି ସେତୁ ନିର୍ମାଣ ହେବା ଦ୍ୱାରା ଆପଣ ମାନଙ୍କୁ ସୁଯୋଗ ମିଳୁଛି । ମୁଁ ବିହାରବାସୀଙ୍କୁ ଅଭିନନ୍ଦନ ଦେଉଛି ।

ଝାଡଖଣ୍ଡରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

April 06th, 12:58 pm

ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥର ଗୋବିନ୍ଦପୁର-ଜାମତରା-ଦୁମକା-ସାହେବଗଞ୍ଜ ସେକ୍ସନରେ 311 କିଲୋମିଟର ସଡକର ଉଦ୍ଘାଟନ କରିଥିଲେ । ସେହିପରି ସାହେବଗଞ୍ଜ ଜିଲ୍ଲା କୋର୍ଟ ଏବଂ ସଦର ମହକୁମା ହସ୍ପିଟାଲ ପରିସରରେ ସୌରଶକ୍ତି ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ ।