India is committed to responsible and ethical use of AI: PM Modi
December 12th, 05:20 pm
PM Modi inaugurated the Global Partnership on Artificial Intelligence (GPAI) Summit at Bharat Mandapam, New Delhi. Addressing the event, PM Modi said, India is the main player in the field of AI talent and AI-related ideas. A vibrant AI spirit is visible in India as the Indian youth is testing and pushing the frontier of AI tech.ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବାର୍ଷିକ ବୈଶ୍ୱିକ ସହଭାଗିତା (ଜିପିଏଆଇ) ଶିଖର ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
December 12th, 05:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବୈଶ୍ୱିକ ସହଭାଗିତା (ଜିପିଏଆଇ) ଶିଖର ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରୀୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିଛନ୍ତି । ଜିପିଏଆଇ ହେଉଛି ଏକ ବହୁ-ଅଂଶୀଦାର ଆଧାରିତ ପ୍ରୟାସ ଯେଉଁଥିରେ ୨୯ ଟି ସଦସ୍ୟ ଦେଶ ଏଆଇ ସମ୍ବନ୍ଧୀୟ ପ୍ରାଥମିକତା ଉପରେ ଅତ୍ୟାଧୁନିକ ଗବେଷଣା ଏବଂ ପ୍ରୟୋଗ କାର୍ଯ୍ୟକଳାପକୁ ସମର୍ଥନ କରି ଏଆଇ କ୍ଷେତ୍ରରେ ବିଷୟବସ୍ତୁ ଏବଂ ଅଭ୍ୟାସ ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୨୪ରେ ଭାରତ ଜିପିଏଆଇର ମୁଖ୍ୟ ଅଧ୍ୟକ୍ଷତା ଦାୟିତ୍ୱ ନିର୍ବାହ କରୁଛି।ଦ୍ବିତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀରେ ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ
November 17th, 04:03 pm
ଦ୍ବିତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀର ଉଦ୍ ଘାଟନୀ ଅଧିବେଶନରେ ୧୪୦ କୋଟି ଭାରତୀୟଙ୍କ ତରଫରୁ, ମୁଁ ଆପଣସମସ୍ତଙ୍କୁ ସ୍ୱାଗତ ଜଣାଉଛି । ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ହେଉଛି ଏକବିଂଶ ଶତାବ୍ଦୀର ପରିବର୍ତ୍ତନଶୀଳ ବିଶ୍ୱରେ ସବୁଠାରୁ ଅନନ୍ୟ ପ୍ଲାଟଫର୍ମ। ଭୌଗୋଳିକ ଦୃଷ୍ଟିକୋଣରୁ ଗ୍ଲୋବାଲ ସାଉଥ୍ ସବୁବେଳେ ରହିଆସିଛି। କିନ୍ତୁ ପ୍ରଥମ ଥର ପାଇଁ ତାଙ୍କୁ ଏଭଳି ସ୍ୱର ମିଳୁଛି। ଏବଂ ଏହା ଆମ ସମସ୍ତଙ୍କ ମିଳିତ ପ୍ରୟାସ ଯୋଗୁଁ ସମ୍ଭବ ହୋଇପାରିଛି । ଆମେ ୧୦୦ରୁ ଅଧିକ ଭିନ୍ନ-ଭିନ୍ନ ଦେଶ, କିନ୍ତୁ ଆମର ସମାନ ସ୍ୱାର୍ଥ ଅଛି, ଆମର ସମାନ ପ୍ରାଥମିକତା ଅଛି ।ଜି-୨୦ ୟୁନିଭର୍ସିଟି କନେକ୍ଟ ସମାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 26th, 04:12 pm
ଆସନ୍ତୁ ଗୋଟିଏ ମୁହୂର୍ତ୍ତ ପାଇଁ ଚିନ୍ତା କରିବା; ଆମେ ସେହି ଲୋକ ଯେଉଁମାନେ ଦେଶ ପାଇଁ ଜୀବନ ବଳିଦାନ ଦେବାର ସୁଯୋଗ ପାଇନାହୁଁ । ଭଗତ ସିଂହ, ସୁଖଦେବ, ଚନ୍ଦ୍ରଶେଖର ଓ ଆଜାଦଙ୍କୁ ଯେଉଁ ଭାଗ୍ୟ ମିଳିଥିଲା, ତାହା ଆମକୁ ମିଳିନଥିଲା। କିନ୍ତୁ ଆମେ ଭରତଙ୍କ ପାଇଁ ବଞ୍ଚିବାର ସୁଯୋଗ ପାଇଛୁ। ୧୦୦ ବର୍ଷ ପୁରୁଣାକୁ ଦେଖନ୍ତୁ ଏବଂ ୧୯୧୯, ୧୯୨୦, ୧୯୨୨, ୧୯୨୩, ୧୯୨୫ ମସିହାକୁ କଳ୍ପନା କରନ୍ତୁ । ସେହି ସମୟରେ ଯୁବକମାନେ ସ୍ଥିର କରିଥିଲେ ଯେ ଦେଶକୁ ମୁକ୍ତ କରିବା ପାଇଁ ଯାହା ବି କରିବାକୁ ପଡ଼ିବ ସେମାନେ କରିବେ। ସେମାନେ ଯାହା ବାଟ ପାଇବେ ତାହାକୁ ବ୍ୟବହାର କରିବେ। ଆଉ ସେହି ସମୟର ଯୁବକମାନେ ସେମାନଙ୍କ ଯାତ୍ରା ଆରମ୍ଭ କରିଥିଲେ । ସେମାନେ ସେମାନଙ୍କ ବହିଗୁଡ଼ିକୁ ଆଲମାରୀରେ ବନ୍ଦ କରି ଦେଉଥିଲେ ଏବଂ ସେମାନେ ଜେଲ୍ ଯିବାକୁ ପସନ୍ଦ କରୁଥିଲେ। ସେମାନେ ଫାଶୀ ଦଣ୍ଡ ଭୋଗିବାକୁ ପସନ୍ଦ କରୁଥିଲେ। ସେମାନେ ନିଜ ପାଇଁ ଯାହା ବି ରାସ୍ତା ପାଊଥିଲେ, ସେହି ରାସ୍ତାରେ ଚାଲୁଥିଲେ। ପ୍ରାୟ ୧୦୦ ବର୍ଷ ପୂର୍ବେ ସାହସିକତା ଚରମ ସୀମାରେ ପହଞ୍ଚିଥିଲା; ବଳିଦାନର ବାତାବରଣ ସୃଷ୍ଟି ହେଲା; ମାତୃଭୂମି ପାଇଁ ମରିବାର ଇଚ୍ଛା ଦୃଢ଼ ହୋଇଗଲା; ଏବଂ ୨୫ ବର୍ଷ ମଧ୍ୟରେ ଦେଶ ସ୍ୱାଧୀନ ହେଲା । ଏହା ଘଟିଲା କି ନାହିଁ ସାଥୀମାନେ, ସେମାନଙ୍କ ପ୍ରୟାସ ଯୋଗୁଁ ଏହା ଘଟିଛି କି ନାହିଁ? ସେହି ୨୫ ବର୍ଷ ମଧ୍ୟରେ ଯେଉଁ ଦେଶବ୍ୟାପୀ ଉତ୍ସାହ ସୃଷ୍ଟି ହୋଇଥିଲା ତାହା ୧୯୪୭ମସିହାରେ ଦେଶକୁ ସ୍ୱାଧୀନତା ଦେଇଥିଲା।ଜି - ୨୦ ବିଶ୍ୱବିଦ୍ୟାଳୟ କନେକ୍ଟ ଫିନାଲେକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
September 26th, 04:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଜି -୨୦ ବିଶ୍ୱବିଦ୍ୟାଳୟ କନେକ୍ଟ ଫିନାଲେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଭାରତର ଯୁବବର୍ଗଙ୍କ ମଧ୍ୟରେ ଭାରତର ଜି - ୨୦ ଅଧ୍ୟକ୍ଷତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ ଜି-୨୦ କାର୍ଯ୍ୟକ୍ରମରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜି-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜି-୨୦ ଭାରତ ଅଧ୍ୟକ୍ଷତାର ବୃହତ୍ ସଫଳତା : ଦୂରଦର୍ଶୀ ନେତୃତ୍ୱ, ଅନ୍ତର୍ଭୁକ୍ତି ଆଭିମୁଖ୍ୟ , ଭାରତର ଜି -୨୦ ଅଧ୍ୟକ୍ଷତା: ବସୁଧୈବ କୁଟୁମ୍ବକମ୍; ଜି-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମର ସଂକଳନ; ଏବଂ ଜି-୨୦ରେ ଭାରତୀୟ ସଂସ୍କୃତି ପ୍ରଦର୍ଶନ ଶୀର୍ଷକ ୪ଟି ପ୍ରକାଶନକୁ ଉନ୍ମୋଚନ କରିଥିଲେ ।ସଂସଦର ସ୍ୱତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 18th, 11:52 am
ଏହି ଅବସରରେ ଆମ ଦେଶର ୭୫ ବର୍ଷର ସଂସଦୀୟ ଯାତ୍ରା ଏବଂ ନୂଆ ଗୃହରେ ପ୍ରବେଶ କରିବା ପୂର୍ବରୁ ସେହି ପ୍ରେରଣାଦାୟକ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇବା ପାଇଁ ଆମେ ଏହି ଐତିହାସିକ କୋଠାକୁ ବିଦାୟ ଦେଉଛୁ। ସ୍ୱାଧୀନତା ପୂର୍ବରୁ ଏହି ଗୃହକୁ ଇମ୍ପେରିଆଲ୍ ଲେଜିସଲେଟିଭ୍ କାଉନସିଲ୍ କୁହାଯାଉଥିଲା। ସ୍ୱାଧୀନତା ପରେ ଏହା ସଂସଦ ଭବନ ନାମରେ ପରିଚିତ ଥିଲା । ଏହା ସତ ଯେ ଏହି କୋଠା ନିର୍ମାଣ ପାଇଁ ନିଷ୍ପତ୍ତି ବିଦେଶୀ ସାଂସଦମାନେ ନେଇଥିଲେ, କିନ୍ତୁ ଆମେ କେବେ ବି ଏହି କଥାକୁ ଭୁଲି ପାରିବୁ ନାହିଁ ଏବଂ ଗର୍ବର ସହ କହିପାରିବା ଯେ ଏହି ଭବନ ନିର୍ମାଣରେ ମୋର ଦେଶବାସୀଙ୍କ ପରିଚୟ ଲାଗି, ମୋର ସାଥୀ ଦେଶବାସୀଙ୍କ କଠିନ ପରିଶ୍ରମ ଏଥିରେ ନିୟୋଜିତ ହୋଇଥିଲା ଏବଂ ଅର୍ଥ ମଧ୍ୟ ମୋ ଦେଶର ଲୋକମାନଙ୍କର ଥିଲା।ଲୋକସଭାରେ ସଂସଦର ସ୍ବତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 18th, 11:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୮-୦୯-୨-୨୩) ସଂସଦର ସ୍ବତନ୍ତ୍ର ଅଧିବେଶନ ଅବସରରେ ଲୋକସଭାରେ ନିଜର ଅଭିଭାଷଣ ରଖିଛନ୍ତି। ସେପ୍ଟେମ୍ବର ୧୮ରୁ ୨୨, ୨୦୨୩ ପର୍ଯ୍ୟନ୍ତ ସ୍ବତନ୍ତ୍ର ଅଧିବେଶନ ବସୁଛି। ଗୃହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସଂସଦୀୟ ଯାତ୍ରାର ୭୫ ବର୍ଷର ସ୍ମୃତି ରୋମନ୍ଥନର କ୍ଷଣ। ପୁରୁଣା ସଂସଦ ଭବନକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ଭାରତର ସ୍ବାଧୀନତା ପୂର୍ବରୁ ରାଜକୀୟ ଆଇନ ପ୍ରଣୟନ ପରିଷଦ ଥିବାବେଳେ, ସ୍ବାଧୀନତା ପରେ ଏହା ଭାରତର ସଂସଦ ଭାବେ ପରିଚୟ ଲାଭ କରିଥିଲା। ବିଦେଶୀ ଶାସକଙ୍କ ଦ୍ବାରା ଏହି ଭବନ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଭାରତୀୟଙ୍କ କଠିନ ପରିଶ୍ରମ ଓ ଅର୍ଥ ଖର୍ଚ୍ଚ ପାଇଁ ଏହାର ବିକାଶ ଘଟିଥିଲା। ୭୫ ବର୍ଷର ଯାତ୍ରାରେ ଏହି ସଦନ ଅତ୍ୟନ୍ତ ଉତ୍ତମ ପ୍ରଥା ଓ ପରମ୍ପରା ସୃଷ୍ଟି କରିଛି ଯାହା ଅନ୍ୟମାନଙ୍କ ଅବଦାନ ଓ ଉପସ୍ଥିତି ଯୋଗୁ ସମ୍ଭବପର ହୋଇଛି। “ଆମେ ନୂତନ ଭବନକୁ ସ୍ଥାନାନ୍ତରିତ ହେଉଛୁ ସତ, ହେଲେ ଏହି ଭବନ ଭବିଷ୍ୟତ ପିଢ଼ି ନିମନ୍ତେ ପ୍ରେରଣାର ଉତ୍ସ ହୋଇ ରହିବ, କାରଣ ଭାରତୀୟ ଗଣତନ୍ତ୍ରର ଯାତ୍ରାରେ ଏହା ଏକ ସ୍ବର୍ଣ୍ଣିମ ଅଧ୍ୟାୟ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
September 18th, 10:15 am
ଚନ୍ଦ୍ର ଅଭିଯାନର ସଫଳତା ପରେ ଚନ୍ଦ୍ରଯାନ-୩ରେ ଆମର ତ୍ରିରଙ୍ଗା ପତାକା ଉଡ଼ୁଛି। ଶିବଶକ୍ତି ପଏଣ୍ଟ ନୂତନ ପ୍ରେରଣାର କେନ୍ଦ୍ର ପାଲଟିଛି ଏବଂ ତ୍ରିରଙ୍ଗା ପଏଣ୍ଟ ଆମକୁ ଗର୍ବରେ ଭରି ଦେଇଛି। ଯେତେବେଳେ ସମଗ୍ର ବିଶ୍ବରେ ଏଭଳି ସଫଳତା ଘଟେ, ସେତେବେଳେ ତାହାକୁ ଆଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସହ ମିଶାଇ ଦେଖିବାକୁ ହୋଇଥାଏ। ଆଉ ଯେତେବେଳେ ଏହି ସାମର୍ଥ୍ୟକୁ ବିଶ୍ୱ ଆଗରେ ପ୍ରଦର୍ଶିତ କରାଯାଏ, ସେତେବେଳେ ଏହା ଭାରତ ପାଇଁ ଅନେକ ସମ୍ଭାବନା, ଅନେକ ସୁଯୋଗ ଆମ ସମ୍ମୁଖରେ ଆସି ଠିଆ ହୋଇ ଯାଇଥାଏ। ଜି-୨୦ର ଅଭୂତପୂର୍ବ ସଫଳତା, ୬୦ରୁ ଅଧିକ ସ୍ଥାନରେ ବିଶ୍ୱର ସମସ୍ତ ନେତାମାନଙ୍କୁ ସ୍ୱାଗତ କରିବା, ବିଚାରବିମର୍ଶ ଅଧିବେଶନ, ପ୍ରକୃତ ଭାବନାରେ ସଂଘୀୟ ଢାଞ୍ଚାର ଜୀବନ୍ତ ଅନୁଭବ, ଭାରତର ବିବିଧତା, ଭାରତର ବିଶେଷତା, ସ୍ବତନ୍ତ୍ରତାର ଉତ୍ସବରେ ପରିଣତ ହୋଇଥିଲା। ଜି-୨୦ରେ ଭାରତ ଏଥିପାଇଁ ସବୁବେଳେ ଗର୍ବ ଅନୁଭବ କରିବ ଯେ ଗ୍ଲୋବାଲ ସାଉଥର ଆମେ ସ୍ବର ହୋଇପାରିବୁ। ଆଫ୍ରିକୀୟ ସଂଘର ସ୍ଥାୟୀ ସଦସ୍ୟତା ଏବଂ ସର୍ବସମ୍ମତିକ୍ରମେ ଜି-୨୦ ଘୋଷଣାନାମା ଭଳି ଘଟଣା ଏହି ସମସ୍ତ କଥା ଭାରତର ଉଜ୍ଜ୍ୱଳ ଭବିଷ୍ୟତର ସଙ୍କେତ ଦେଉଛି।ନୂଆଦିଲ୍ଲୀ ନେତୃମଣ୍ଡଳୀଙ୍କ ଘୋଷଣାନାମାକୁ ଗ୍ରହଣ କରିବା ଇତିହାସ ସୃଷ୍ଟି କରିଛି: ପ୍ରଧାନମନ୍ତ୍ରୀ
September 09th, 06:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ନେତୃମଣ୍ଡଳୀଙ୍କ ଘୋଷଣାନାମାକୁ ଗ୍ରହଣ କରିବା ପାଇଁ ପ୍ରଶଂସା କରିଛନ୍ତି ଏବଂ ସମର୍ଥନ ଓ ସହଯୋଗ ପାଇଁ ଜି-୨୦ର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।ଜି୨୦ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମା
September 09th, 05:04 pm
ଜି୨୦ ନୂଆଦିଲ୍ଲୀ ନେତାମାନଙ୍କ ଆଜିର ଘୋଷଣାନାମା ଏଠାରେ ଦେଖାଯାଇପାରିବ: