ଭବିଷ୍ୟତ କ୍ଷେତ୍ରରେ କଗ୍ନିଜାଣ୍ଟର ଭାଗିଦାରୀକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ

December 09th, 09:13 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଗ୍ନିଜାଣ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରବି କୁମାର ଏସ୍ ଏବଂ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜେଶ ଭାରିୟରଙ୍କ ସହ ଏକ ଗଠନମୂଳକ ବୈଠକ କରିଛନ୍ତି।

ଜି୨୦ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

November 23rd, 04:05 pm

ଯେତେବେଳେ ଆଜିର ଦୁନିଆରେ ପ୍ରଯୁକ୍ତି ଦିନକୁ ଦିନ ଆଗକୁ ଅଗ୍ରଗତି କରିଚାଲିଛି, ଉଭୟ ସୁଯୋଗ ଏବଂ ସମ୍ପଦ କିଛି ମାତ୍ର ଲୋକଙ୍କ ହାତରେ ଅଧିକ ମାତ୍ରାରେ ଠୁଳ ହେବାରେ ଲାଗିଛି। ସମଗ୍ର ବିଶ୍ୱରେ, ଜଟିଳ ପ୍ରଯୁକ୍ତି ନିମନ୍ତେ ପ୍ରତିଯୋଗିତା ତୀବ୍ରତର ହେବାରେ ଲାଗିଛି। ଏହା ମାନବ ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି, ଏବଂ ଏହା ମଧ୍ୟ ନବାଚାର କ୍ଷେତ୍ରରେ ପ୍ରତିବନ୍ଧକ ଭାବରେ ଉଭା ହୋଇଛି। ଏହି ସମସ୍ୟାର ମୁକାବିଲା ନିମନ୍ତେ, ଆମକୁ ଆମର ଆଭିମୁଖ୍ୟ ଓ କାର୍ଯ୍ୟପନ୍ଥାରେ ମୌଳିକ ପରିବର୍ତ୍ତନ ଆଣିବା ଜରୁରୀ ହୋଇପଡ଼ିଛି।

"ସମସ୍ତଙ୍କ ପାଇଁ ଏକ ନିରପେକ୍ଷ ଏବଂ ନ୍ୟାୟପୂର୍ଣ୍ଣ ଭବିଷ୍ୟତ" ବିଷୟ ଉପରେ ଜି-୨୦ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

November 23rd, 04:02 pm

ପ୍ରଧାନମନ୍ତ୍ରୀ ଆଜି ସମସ୍ତଙ୍କ ପାଇଁ ଏକ ନିରପେକ୍ଷ ଏବଂ ନ୍ୟାୟପୂର୍ଣ୍ଣ ଭବିଷ୍ୟତ-ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ; ଉତ୍ତମ କାର୍ଯ୍ୟ; କୃତ୍ରିମ ବୁଦ୍ଧିମତା ଉପରେ ଜି-୨୦ ଶିଖର ସମ୍ମିଳନୀର ତୃତୀୟ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବାର ଉପାୟରେ ଏକ ମୌଳିକ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏଭଳି ବୈଷୟିକ ପ୍ରୟୋଗଗୁଡ଼ିକ 'ଅର୍ଥ-କୈନ୍ଦ୍ରିକ’ ପରିବର୍ତ୍ତେ 'ମାନବ-କୈନ୍ଦ୍ରିକ’, 'ଜାତୀୟ’ ପରିବର୍ତ୍ତେ 'ବିଶ୍ୱସ୍ତରୀୟ’ ଏବଂ 'ଏକ୍ସକ୍ଲୁସିଭ୍ ମଡେଲ୍’ ପରିବର୍ତ୍ତେ ‘ମୁକ୍ତ ଉତ୍ସ’ ଉପରେ ଆଧାରିତ ହେବା ଆବଶ୍ୟକ। ସେ ବିସ୍ତୃତ ଭାବେ କହିଥିଲେ ଯେ ଏହି ପରିକଳ୍ପନାକୁ ଭାରତର ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମରେ ଏକୀକୃତ କରାଯାଇଛି ଏବଂ ଏହାର ଫଳସ୍ୱରୂପ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିଛି, ତାହା ମହାକାଶ ପ୍ରୟୋଗ ହେଉ, କୃତ୍ରିମ ବୁଦ୍ଧିମତା ହେଉ, କିମ୍ବା ଡିଜିଟାଲ୍ ପେମେଣ୍ଟ ହେଉ, ଯେଉଁଠି ଏହା ବିଶ୍ୱରେ ଅଗ୍ରଣୀ ରହିଛି।

ଜି-୨୦ ଶିଖର ସମ୍ମିଳନୀର ଦ୍ୱିତୀୟ ଅଧିବେଶନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

November 22nd, 09:57 pm

ଏହି ଚିନ୍ତାଧାରାର ସହିତ ଭାରତ ନିଜର ଜି-୨୦ ଅଧ୍ୟକ୍ଷତା ଅବଧିରେ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀ ସ୍ଥାପନା କରିଥିଲା। ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟସୂଚୀକୁ ପ୍ରାଥମିକତା ପ୍ରଦାନ ପୂର୍ବକ ଆଗକୁ ବଢ଼ାଇ ଥିବାରୁ ମୁଁ ଦକ୍ଷିଣ ଆଫ୍ରିକାକୁ ଅଭିନନ୍ଦନ ଜଣାଉଛି।

ଜୋହାନ୍ସବର୍ଗ ଜି୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନ

November 22nd, 09:35 pm

ଉନ୍ମୋଚନ ଅଧିବେଶନରେ ସମାବେଶୀ ଏବଂ ପୋଷଣୀୟ ଆର୍ଥିକ ବିକାଶରେ କାହାକୁ ପଛରେ ନ ଛାଡ଼ିବା' ଶୀର୍ଷକ ପ୍ରସଙ୍ଗରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ କୁଶଳୀ ସ୍ଥାନରନ୍ତଣ, ପର୍ଯ୍ୟଟନ, ଖାଦ୍ୟ ନିରାପତ୍ତା, କୃତ୍ରିମ ପ୍ରଜ୍ଞା, ଡିଜିଟାଲ ଅର୍ଥନୀତି, ନବାସାର ଏବଂ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏହି ଗୋଷ୍ଠୀ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ପ୍ରସଙ୍ଗରେ, ସେ ଉଲ୍ଲେଖ କରିଥିଲେ ଯେ ନୂଆଦିଲ୍ଲୀ ଶିଖର ସମ୍ମିଳନୀ ଅବସରରେ ଗ୍ରହଣ କରାଯାଇଥିବା କେତେକ ଐତିହାସିକ ନିଷ୍ପତ୍ତିକୁ ଆଗକୁ ଆଗେଇ ନିଆଯାଇଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ ପୂର୍ବକ ସୂଚାଇଥିେ ଯେ ବର୍ତ୍ତମାନ ସମୟ ଆସିଛି ଯେତେବେଳେ ଆମକୁ ବିକାଶର ନୂଆ ନୂଆ ମାପଦଣ୍ଡ ଦୃଷ୍ଟିରୁ ଦେଖିବା ଉଚିତ, ଯାହା ଫଳରେ ବିକାଶ କ୍ଷେତ୍ରରେ ଥିବା ଅସନ୍ତୁଳନକୁ ମେଣ୍ଟାଯାଇ ପାରିବ ଏବଂ ପ୍ରାକୃତିକ ସମ୍ପଦର ମାତ୍ରାତିରିକ୍ତ ଉତ୍ତୋଳନକୁ ମଧ୍ୟ ରୋକାଯାଇ ହେବ। ବିଶେଷ କରି ଯେତେବେଳେ ଜି- ୨୦ ଶିଖର ସମ୍ମିଳନୀ ପ୍ରଥମ ଥର ପାଇଁ ଆଫ୍ରିକା ଭୂଇଁରେ ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ, ସେ ଦର୍ଶାଇଥିଲେ ଯେ ସାମଗ୍ରିକ ମାନବିକତା'ର ଚିନ୍ତାଧାରା ଯାହା କି ଭାରତର ସଭ୍ୟତାଗତ ପ୍ରଜ୍ଞା ଉପରେ ଆଧାରିତ ତାହା ଅଧିକ ମାତ୍ରାରେ ଉପଯୋଗ କରାଯିବା ଉଚିତ। ସାମଗ୍ରିକ ମାନବବାଦକୁ ବ୍ୟାଖ୍ୟା କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ମାନବ, ସମାଜ ଏବଂ ପ୍ରକୃତିର ସାମଗ୍ରିକ ଚିନ୍ତାଧାରାକୁ ହିଁ ଆଧାର କରି ଆଗକୁ ଅଗ୍ରସର ହୋଇଥାଏ ଏବଂ ସେଥି ନିମନ୍ତେ ପ୍ରଗତି ପଥରେ ସକଳ ପ୍ରକାର ସମନ୍ୱୟ ରକ୍ଷା କରାଯାଇଥାଏ ଏବଂ ଏହା ଧରିତ୍ରୀ ଅବଶ୍ୟ ହାସଲ କରିପାରିବ।

ତାମିଲନାଡୁର କୋଏମ୍ବାଟୁରରେ ଦକ୍ଷିଣ ଭାରତ ପ୍ରାକୃତିକ ଚାଷ ସମ୍ମେଳନ ୨୦୨୫ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦେଇଥିବା ଅଭିଭାଷଣ

November 19th, 07:01 pm

ତାମିଲନାଡୁ ରାଜ୍ୟପାଳ ଆର. ଏନ ରବିଜୀ, କେନ୍ଦ୍ର କ୍ୟାବିନେଟ ସହଯୋଗୀ ଏଲ. ମୁଗୁଗାନଜୀ, ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. କେ.ରାମସ୍ୱାମୀଜୀ, ବିଭିନ୍ନ କୃଷି ଅନୁଷ୍ଠାନର ମାନ୍ୟ ଗଣ୍ୟ ପଦାଧିକାରୀ, ଜନପ୍ରତିନିଧି ଗଣ, କୃଷକ ଭାଇ ଓ ଉଭଣୀ ଏବଂ ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଯୋଡି ହୋଇଥିବା ସାରା ଦେଶର ଲକ୍ଷ ଲକ୍ଷ କୃଷକମାନେ । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅଭିବାଦନ ଜଣାଉଛି । ବନାକ୍କମ ଓ ନମସ୍କାର ସହ ଆପଣମାନଙ୍କୁ ମୁଁ ସ୍ୱାଗତ କରୁଛି । ପ୍ରଥମତଃ ମୁଁ ଆପଣ ସମସ୍ତଙ୍କଠାରୁ ଓ ସାରା ଦେଶର ଚାଷୀଙ୍କଠାରୁ କ୍ଷମା ପ୍ରାର୍ଥନା ମାଗୁଛି । ପୁଟ୍ଟପର୍ତୀରେ ଭଗବାନ ସତ୍ୟସାଇ ବାବାଙ୍କ କାର୍ଯ୍ୟକ୍ରମ ପାଇଁ ମୋର ଏଠାକୁ ଆସିବାକୁ ପ୍ରାୟ ଘଂଟାଏ ବିଳମ୍ବ ହୋଇଗଲା । ମୁଁ ଦେଖୁଛି ଏଇଠି ବହୁ ଲୋକ ମୋତେ ଅପେକ୍ଷା କରିଛନ୍ତି । ତେଣୁ ବିଳମ୍ବରେ ଆସିଥିବାରୁ ଆପଣମାନଙ୍କଠାରୁ ମୁଁ କ୍ଷମା ପ୍ରାର୍ଥନା କରୁଛି ।

ତାମିଲନାଡୁର କୋଏମ୍ବାଟୁରଠାରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ୨୦୨୫କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 19th, 02:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର କୋଏମ୍ବାଟୁରଠାରେ ଦକ୍ଷିଣ ଭାରତ ଜୈବିକ କୃଷି ସମ୍ମିଳନୀ ୨୦୨୫ର ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କୋଏମ୍ବାଟୁରର ପବିତ୍ର ଭୂମିରେ ମାରୁଧାମାଲାଇର ଭଗବାନ ମୁରୁଗାନଙ୍କୁ ପ୍ରଣାମ କରି ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ। ସେ କୋଏମ୍ବାଟୁରକୁ ସଂସ୍କୃତି, କରୁଣା ଏବଂ ସୃଜନଶୀଳତାର ଭୂମି ଭାବରେ ବର୍ଣ୍ଣନା କରିଛନ୍ତି। ଏହାକୁ ଦକ୍ଷିଣ ଭାରତର ଉଦ୍ୟୋଗୀ ଶକ୍ତିର ଏକ ଶକ୍ତି କେନ୍ଦ୍ର ଭାବରେ ସ୍ୱୀକୃତି ଦେଇଛନ୍ତି। ସେ ଆଲୋକପାତ କରିଛନ୍ତି ଯେ, ସହରର ବୟନ ଶିଳ୍ପ ଜାତୀୟ ଅର୍ଥନୀତିରେ ଏକ ପ୍ରମୁଖ ଯୋଗଦାନ ଦେଇଥାଏ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, କୋଏମ୍ବାଟୁର ଏବେ ଆହୁରି ସ୍ୱତନ୍ତ୍ରତା ହାସଲ କରିଛି, କାରଣ ଏହାର ପୂର୍ବତନ ସାଂସଦ ଶ୍ରୀ ସି.ପି. ରାଧାକୃଷ୍ଣନ ଏବେ ଉପରାଷ୍ଟ୍ରପତି ଭାବରେ ଦେଶକୁ ନେତୃତ୍ୱ ଦେଉଛନ୍ତି।

ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିଥିବା ରାମନାଥ ଗୋଏଙ୍କା ଷଷ୍ଠ ଅଭିଭାଷଣ

November 17th, 08:30 pm

ଆଜି ଆମେ ସଭିଏଁ ଏଭଳି ଜଣେ ବିଭୂତିଙ୍କୁ ସମ୍ମାନ ପ୍ରଦର୍ଶନ କରିବା ନିମନ୍ତେ ଏଠାରେ ଆସି ଉପସ୍ଥିତ ହୋଇଛେ, ଯିଏ ଭାରତୀୟ ଲୋକତନ୍ତ୍ରରେ, ସାମ୍ବାଦିକତା କ୍ଷେତ୍ରରେ, ଅଭିବ୍ୟକ୍ତି ଏବଂ ଜନ ଆନ୍ଦୋଳନର ଶକ୍ତିକୁ ନୂତନ ଶୀର୍ଷରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । ରାମନାଥ ଗୋଏଙ୍କାଜୀ ଏଭଳି ଜଣେ ଦୂରଦ୍ରଷ୍ଟା ଭାବରେ, ଜଣେ ଅନୁଷ୍ଠାନ ନିର୍ମାତା ଭାବରେ, ଜଣେ ରାଷ୍ଟ୍ରବାଦୀ ରୂପରେ ଏବଂ ଜଣେ ଗଣମାଧ୍ୟମ ନେତୃତ୍ୱ ଭାବରେ, ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପକୁ, କେବଳ ଗୋଟିଏ ସମ୍ବାଦପତ୍ର ଭାବରେ ନୁହେଁ ବରଂ ଏକ ମିଶନ ଭାବରେ, ଭାରତର ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିପାରିଥିଲେ । ଅନେକ ନେତୃତ୍ୱରେ ଏହି ଗୋଷ୍ଠୀ, ଭାରତର ଲୋକତାନ୍ତ୍ରିକ ମୂଲ୍ୟବୋଧ ଏବଂ ରାଷ୍ଟ୍ରୀୟ ହିତ ସାଧନର ସ୍ୱର ରୂପରେ ମଧ୍ୟ ଗୁଞ୍ଜରିତ ହୋଇପାରିଥିଲା । ସେଥି ନିମନ୍ତେ ଏକବିଂଶ ଶତାବ୍ଦୀର ଏହି କାଳଖଣ୍ଡରେ ଯେତେବେଳେ ଭାରତ ବିକଶିତ ହେବାର ସଂକଳ୍ପର ସହିତ ଆଗକୁ ଅଗ୍ରସର ହୋଇଚାଲିଛି, ସେତେବେଳେ ରାମନାଥ ଗୋଏଙ୍କାଜୀଙ୍କ ପ୍ରତିବଦ୍ଧତା, ତାଙ୍କର ପ୍ରୟାସ, ତାଙ୍କର ପରିକଳ୍ପନା, ଆମକୁ ଢେର୍ ପ୍ରେରଣା ଯୋଗାଉଛି । ମୁଁ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ ନିକଟରେ କୃତଜ୍ଞତା ବ୍ୟକ୍ତ କରୁଛି ଯେ ଆପଣମାନେ ମୋତେ ଏହି ବ୍ୟାଖ୍ୟାନ ନିମନ୍ତେ ଆମନ୍ତ୍ରିତ କରିଛନ୍ତି, ମୁଁ ଆପଣମାନଙ୍କ ସମସ୍ତଙ୍କୁ ଏଥି ସକାଶେ ଅଭିନନ୍ଦନ ଜ୍ଞାପନ କରୁଛି ।

ଷଷ୍ଠ ରାମନାଥ ଗୋଏଙ୍କା ବକ୍ତୃତା ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

November 17th, 08:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଦ ଇଣ୍ଡିଆନ ଏକ୍ସପ୍ରେସ ଦ୍ୱାରା ଆୟୋଜିତ ଷଷ୍ଠ ରାମନାଥ ଗୋଏଙ୍କା ବତ୍କୃତା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଆମେ ଏମିତି ଜଣେ ବ୍ୟକ୍ତିତ୍ୱଙ୍କୁ ସ୍ମରଣ କରିବାକୁ ଏକାଠି ହୋଇଛୁ, ଯିଏକି ଭାରତର ଗଣତନ୍ତ୍ର, ପତ୍ରକାରିତା, ଅଭିବ୍ୟକ୍ତି ଏବଂ ଜନଆନ୍ଦୋଳନର ଶକ୍ତିକୁ ଉଚ୍ଚ ସ୍ଥାନକୁ ନେଇଯାଇଥିଲେ । ସେ ଉଲ୍ଲେଖ କରିଥିଲେ, ଶ୍ରୀ ରାମନାଥ ଗୋଏଙ୍କା ଦୃଷ୍ଟିସମ୍ପନ୍ନ, ସଂସ୍ଥାପକ, ଜାତୀୟତାବାଦୀ ଏବଂ ଗଣମାଧ୍ୟମ ନେତା ଭାବେ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପକୁ କେବଳ ଏକ ସମ୍ବାଦପତ୍ର ନୁହେଁ, ବରଂ ଜନତାଙ୍କ ମଧ୍ୟରେ ଏକ ମିଶନରେ ପରିଣତ କରିଥିଲେ । ସେ କହିଥିଲେ, ଗୋଏଙ୍କାଜୀଙ୍କ ନେତୃତ୍ୱରେ ଏହି ଗ୍ରୁପ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଜାତୀୟ ହିତର ଏକ ସ୍ୱର ହୋଇପାରିଥିଲା । ସେ କହିଥିଲେ, ଏକବିଂଶ ଶତାବ୍ଦୀର ଏହି ଯୁଗରେ ଯେତେବେଳେ ଭାରତ ନିଜକୁ ବିକଶିତ କରିବାର ସଂକଳ୍ପରେ ଅଗ୍ରସର ହେଉଛି, ଗୋଏଙ୍କାଜୀଙ୍କର ଦୃଢ଼ତା ଏବଂ ଦୃଷ୍ଟି ଆମ ପାଇଁ ପ୍ରେରଣା । ବତ୍କୃତା ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପକୁ କୃତଜ୍ଞତା ଜଣାଇବା ସହ ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ରାଷ୍ଟ୍ରୀୟ ଗୀତ'ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ବର୍ଷବ୍ୟାପୀ ସମାରୋହର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 07th, 10:00 am

ବନ୍ଦେ ମାତରମ୍, ଏହି ଶବ୍ଦଗୁଡ଼ିକ ହେଉଛି ଏକ ମନ୍ତ୍ର, ଏକ ଶକ୍ତି, ଏକ ସ୍ୱପ୍ନ, ଏକ ସଂକଳ୍ପ। ବନ୍ଦେ ମାତରମ୍, ଏହି ଗୋଟିଏ ଶବ୍ଦ ହେଉଛି ମା’ ଭାରତୀଙ୍କ ସାଧନା, ମା’ଭାରତୀଙ୍କ ଆରାଧନା । ବନ୍ଦେ ମାତରମ୍, ଏହି ଗୋଟିଏ ଶବ୍ଦ ଆମକୁ ଇତିହାସ ଭିତରକୁ ନେଇଯାଇଥାଏ। ଏହା ଆମର ଆତ୍ମବିଶ୍ୱାସକୁ, ଆମର ବର୍ତ୍ତମାନକୁ, ଆତ୍ମବିଶ୍ୱାସରେ ଭରି ଦେଇଥାଏ, ଏବଂ ଆମ ଭବିଷ୍ୟତକୁ ଏକ ନୂତନ ସାହସ ଦେଇଥାଏ ଯେ ଏମିତି କୌଣସି ସଂକଳ୍ପ ନାହିଁ, ଯାହା ପୂରଣ ହୋଇପାରିବ ନାହିଁ। ଏପରି କୌଣସି ଲକ୍ଷ୍ୟ ନାହିଁ ଯାହା ଆମେ ଭାରତବାସୀ ହାସଲ କରିପାରିବୁ ନାହିଁ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀ ଉପଲକ୍ଷେ ବର୍ଷବ୍ୟାପୀ ସ୍ମାରକୀ ଉତ୍ସବର ଉଦଘାଟନ କରିଛନ୍ତି

November 07th, 09:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀ ପାଳନ ଲାଗି ଏକ ବର୍ଷବ୍ୟାପୀ ସମାରୋହର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ବନ୍ଦେ ମାତରମ୍ କେବଳ ଏକ ଶବ୍ଦ ନୁହେଁ - ଏହା ଏକ ମନ୍ତ୍ର, ଏକ ଶକ୍ତି, ଏକ ସ୍ୱପ୍ନ ଏବଂ ଏକ ପବିତ୍ର ସଂକଳ୍ପ। ସେ ଏହା ମଧ୍ୟ କହିଛନ୍ତି ଯେ ‘ବନ୍ଦେ ମାତରମ୍’ ଭାରତ ମାତାଙ୍କ ପ୍ରତି ଭକ୍ତି ଏବଂ ଆଧ୍ୟାତ୍ମିକ ସମର୍ପଣର ପ୍ରତୀକ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଶବ୍ଦ ଆମକୁ ଆମର ଇତିହାସ ସହିତ ଯୋଡେ, ଆମର ବର୍ତ୍ତମାନକୁ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ କରେ ଏବଂ ଆମର ଭବିଷ୍ୟତକୁ ଏହି ବିଶ୍ୱାସ କରିବାର ସାହସ ଦିଏ ଯେ, କୌଣସି ସଂକଳ୍ପ ପୂରଣ କରିବା ଅସମ୍ଭବ ନୁହେଁ, କୌଣସି ଲକ୍ଷ୍ୟ ଆମ ପାଇଁ ଅପହଞ୍ଚ ନୁହେଁ।

ନୟା ରାୟପୁରରେ ଶାନ୍ତି ଶିଖର - ବ୍ରହ୍ମକୁମାରୀ ଧ୍ୟାନ କେନ୍ଦ୍ରର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ଅନୁବାଦ

November 01st, 11:15 am

ଓମ୍ ଶାନ୍ତି! ଛତିଶଗଡର ରାଜ୍ୟପାଳ ରମଣ ଡେକା ଜୀ, ରାଜ୍ୟର ଲୋକପ୍ରିୟ ତଥା ସକ୍ରିୟ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ଜୀ, ରାଜଯୋଗିନୀ ଭଉଣୀ ଜୟନ୍ତୀ ଜୀ, ରାଜଯୋଗୀ ମୃତୁଞ୍ଜୟ ଜୀ, ସମସ୍ତ ବ୍ରହ୍ମକୁମାରୀ ଭଉଣୀ, ଏଠାରେ ଉପସ୍ଥିତ ଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିଗଣ!

ନୟା ରାୟପୁରରେ ‘ଶାନ୍ତି ଶିଖର’ ଉଦଘାଟନୀ ଉତ୍ସବରେ ବ୍ରହ୍ମକୁମାରୀମାନଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

November 01st, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ର ନୟା ରାୟପୁରରେ ଆଧ୍ୟାତ୍ମିକ ଶିକ୍ଷା, ଶାନ୍ତି ଏବଂ ଧ୍ୟାନ ପାଇଁ ଏକ ଆଧୁନିକ କେନ୍ଦ୍ର ଶାନ୍ତି ଶିଖରର ଉଦଘାଟନ ଅବସରରେ ବ୍ରହ୍ମାକୁମାରୀମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ କାରଣ ଛତିଶଗଡ଼ ଏହାର ପ୍ରତିଷ୍ଠାର ୨୫ ବର୍ଷ ପୂରଣ କରୁଛି। ସେ ଉଲ୍ଲେଖ କରିଥିଲେ ଯେ, ଛତିଶଗଡ଼ ସହିତ, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡ ମଧ୍ୟ ସେମାନଙ୍କର ପ୍ରତିଷ୍ଠାର ୨୫ ବର୍ଷ ପୂରଣ କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ, ଦେଶର ଅନ୍ୟାନ୍ୟ ଅନେକ ରାଜ୍ୟ ଆଜି ସେମାନଙ୍କର ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି। ଶ୍ରୀ ମୋଦୀ ଏହି ସମସ୍ତ ରାଜ୍ୟର ବାସିନ୍ଦାଙ୍କୁ ସେମାନଙ୍କର ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭକାମନା ଜଣାଇଥିଲେ। ରାଜ୍ୟଗୁଡ଼ିକର ବିକାଶ ଦେଶର ପ୍ରଗତିକୁ ଇନ୍ଧନ ଯୋଗାଇଥାଏ, ଏହି ମାର୍ଗଦର୍ଶକ ନୀତି ଦ୍ୱାରା ପରିଚାଳିତ ହୋଇ, ଆମେ ଏକ ବିକଶିତ ଭାରତ ନିର୍ମାଣ ମିଶନରେ ସକ୍ରିୟ ଭାବରେ ନିୟୋଜିତ ଅଛୁ ବୋଲି ପ୍ରଧାନମନ୍ତ୍ରୀ ଦୃଢତାର ସହିତ କହିଥିଲେ।

ନୌବାଣିଜ୍ୟ ନେତାଙ୍କ ମୁମ୍ବାଇ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 29th, 04:09 pm

ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଜୀ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଜୀ, ଶାନ୍ତନୁ ଠାକୁରଜୀ, କୀର୍ତିବର୍ଦ୍ଧନ ସିଂହ ଜୀ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ଅଜିତ ପାୱାର ଜୀ, ସିପିଂ ଓ ଅନ୍ୟାନ୍ୟ ବିଭାଗ ସହ ଜଡିତ ନେତା, ଭଦ୍ରମଣ୍ଡଳୀ ।

ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍‌ 2025ରେ ମେରିଟାଇମ୍ ଲିଡର୍ସ କନକ୍ଲେଭକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

October 29th, 04:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍‌ ବା ଭାରତ ସାମୁଦ୍ରିକ ସପ୍ତାହ 2025 କାର୍ଯ୍ୟକ୍ରମ ଅନ୍ତର୍ଗତ ମେରିଟାଇମ୍ ଲିଡର୍ସ କନକ୍ଲେଭ (ସାମୁଦ୍ରିକ ନେତୃବର୍ଗଙ୍କ ସମ୍ମିଳନୀ)କୁ ସମ୍ବୋଧିତ କରିଛନ୍ତି । ସେ ମଧ୍ୟ ବିଶ୍ୱ ସାମୁଦ୍ରିକ କ୍ଷେତ୍ରର ବରିଷ୍ଠ ପଦାଧିକାରୀଙ୍କୁ ନେଇ ଆୟୋଜିତ ମଞ୍ଚ ଗ୍ଲୋବାଲ୍ ମେରିଟାଇମ୍ ସିଇଓ ଫୋରମର ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ଲୋବାଲ୍ ମେରିଟାଇମ୍ ଲିଡର୍ସ କନକ୍ଲେଭରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ। ସେ କହିଥିଲେ, ଏହି କାର୍ଯ୍ୟକ୍ରମ 2016ରେ ମୁମ୍ବାଇରେ ଆରମ୍ଭ ହୋଇଥିଲା। ଏହା ବର୍ତ୍ତମାନ ଏକ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀରେ ପରିଣତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। 85ରୁ ଅଧିକ ଦେଶର ଅଂଶଗ୍ରହଣ ଏକ ଦୃଢ଼ ବାର୍ତ୍ତା ଦେଉଛି ବୋଲି ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ। ସେ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିବା ପ୍ରମୁଖ ଜାହାଜ କମ୍ପାନୀ, ଷ୍ଟାର୍ଟଅପ୍, ନୀତି ନିର୍ଦ୍ଧାରକ ଏବଂ ନବସୃଜନକାରୀଙ୍କ ସିଇଓଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ। ସେ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରର ପ୍ରତିନିଧିମାନଙ୍କ ଉପସ୍ଥିତିକୁ ପ୍ରଶଂସା କରି କହିଥିଲେ, ସେମାନଙ୍କର ସାମୂହିକ ଦୃଷ୍ଟିକୋଣ ଶିଖର ସମ୍ମିଳନୀର ସମନ୍ୱୟ ଏବଂ ଶକ୍ତିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି।

୨୨ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

October 26th, 02:20 pm

ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ତାଙ୍କ ସଫଳ ଆସିଆନ ଅଧ୍ୟକ୍ଷତା ପାଇଁ ମୁଁ ସହୃଦୟତାର ସହିତ ଅଭିନନ୍ଦନ ଜଣାଉଛି। ମୁଁ ଫିଲିପାଇନ୍ସର ରାଷ୍ଟ୍ରପତି ମାର୍କୋସଙ୍କୁ ଭାରତର ଦେଶ ସଂଯୋଜକ ହିସାବରେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରିଥିବାରୁ ଧନ୍ୟବାଦ ଜଣାଉଛି। ମୁଁ ଆସିଆନ୍‌ର ନୂତନ ସଦସ୍ୟ ଭାବରେ ତିମୋର-ଲେଷ୍ଟେଙ୍କୁ ସ୍ୱାଗତ ଜଣାଉଛି।

କୁଆଲାଲମ୍ପୁରରେ ୨୨ତମ ଆସିଆନ-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

October 26th, 02:06 pm

୨୨ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ୨୬ ଅକ୍ଟୋବର ୨୦୨୫ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଏବଂ ଆସିଆନ ନେତାମାନେ ମିଳିତ ଭାବେ ଆସିଆନ-ଭାରତ ସମ୍ପର୍କରେ ହେଉଥିବା ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ବ୍ୟାପକ ରଣନୈତିକ ସହଭାଗୀତାକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଏହା ଥିଲା ଭାରତ-ଆସିଆନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କର ଦ୍ୱାଦଶ ଅଂଶଗ୍ରହଣ।

ନୂଆଦିଲ୍ଲୀ ଏନଡିଟିଭି ୱାର୍ଲଡ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 17th, 11:09 pm

ମହାମହିମ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହାରିନି ଅମରସୂର୍ଯ୍ୟାଜୀ, ମହାମହିମ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମୋ ବନ୍ଧୁ ଟୋନି ଆବଟ୍ଟଜୀ, ମହାମହିମ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକଜୀ, ଅନ୍ୟାନ୍ୟ ବନ୍ଧୁଗଣ, ନମସ୍କାର ।

ଏନଡିଟିଭି ବିଶ୍ୱ ସମ୍ମିଳନୀ ୨୦୨୫ରେ ପ୍ରଧାମନ୍ତ୍ରୀଙ୍କ ଉଦବୋଧନ

October 17th, 08:00 pm

ନୂଆଦିଲ୍ଲୀ,୧୭.୧୦.୨୦୧୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ‘ଏନଡିଟିଭି ବିଶ୍ବ ସମ୍ମିଳନୀ ୨୦୨୫’ରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ସମ୍ବୋଧନ କରି ସେ ଉପସ୍ଥିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ । ଲୋକମାନଙ୍କୁ ଦୀପାବଳୀର ଅଭିନନ୍ଦନ ଜଣାଇ ସେ କହିଥିଲେ ଯେ, ଏନଡିଟିଭି ବିଶ୍ବ ସମ୍ମିଳନୀ ପାର୍ବଣର ଉତ୍ସବମୁଖର ସମୟରେ ଆୟୋଜିତ ହୋଇଛି । ସେ ଅଧିବେଶନର ବିଷୟବସ୍ତୁ ଅଜେୟ ଭାରତକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ଏହା ଯଥେଷ୍ଟ ଉପଯୁକ୍ତ, କାରଣ ଆଜିର ଭାରତ ବନ୍ଦ ହେବାର ମନୋଭାବରେ ନାହିଁ। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ବନ୍ଦ ହେବ ନାହିଁ, ଏହା ବନ୍ଦ ହେବ ନାହିଁ, ୧୪୦ କୋଟି ଭାରତୀୟ ଏକତ୍ର ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି।”

ଆନ୍ଧ୍ର ପ୍ରଦେଶ କୁର୍ଣ୍ଣୁଲରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 16th, 03:00 pm

ଆନ୍ଧ୍ର ପ୍ରଦେଶର ମହାମହିମ ରାଜ୍ୟପାଳ ଏସ. ଅବଦୁଲ ନଜିରଜୀ, ଲୋକପ୍ରିୟ ଓ କର୍ମଠ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କେନ୍ଦ୍ରମନ୍ତ୍ରୀ କେ. ରାମମୋହନ ନାଇଡୁଜୀ, ଚନ୍ଦ୍ରଶେଖର ପ୍ରେମାସାନିଜୀ, ଭୂପତିରାଜୁ ଶ୍ରୀନିବାସ ବର୍ମାଜୀ, ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଜୀ, ରାଜ୍ୟ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ନାରା ଲୋକେଶଜୀ, ସମସ୍ତ ମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି ପି.ଭି.ଏନ ମାଧବଜୀ, ସମସ୍ତ ସାଂସଦ, ବିଧାୟକଗଣ ଓ ଏଠାରେ ଆମକୁ ଆଶୀର୍ବାଦ କରିବାକୁ ଆସିଥିବା ମୋର ସମସ୍ତ ପ୍ରିୟ ଭାଇ ଓ ଉଭଣୀମାନେ ।