ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବୈଶ୍ୱିକ ନିବେଶକ ସମ୍ମିଳନୀ-୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

February 10th, 11:01 am

ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମହାଶୟ, ବ୍ରଜେଶ ପାଠକ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ବରିଷ୍ଠ ସହଯୋଗୀ ଏବଂ ଏହି ଲକ୍ଷ୍ନୌର ପ୍ରତିନିଧି ଶ୍ରୀମାନ ରାଜନାଥ ସିଂହ ମହାଶୟ, ବିଭିନ୍ନ ଦେଶରୁ ଆସିଥିବା ସମସ୍ତ ବରିଷ୍ଠ ମହାନୁଭବ, ୟୁପିର ସମସ୍ତ ମନ୍ତ୍ରୀଗଣ ଏବଂ ବୈଶ୍ୱିକ ନିବେଶକ ସମ୍ମିଳନୀକୁ ଆସିଥିବା ଉଦ୍ୟୋଗ ଜଗତର ସମ୍ମାନୀୟ ସଦସ୍ୟ, ବୈଶ୍ୱିକ ନିବେଶ ଜଗତର ସମୁଦାୟ, ନୀତି ନିର୍ଦ୍ଧାରକ, କର୍ପୋରେଟ ନେତୃବୃନ୍ଦ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ!

ଲକ୍ଷ୍ନୌ ଠାରେ ଉତ୍ତର ପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍‍ ୨୦୨୩ ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

February 10th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌ ଠାରେ ଉତ୍ତର ପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଟ୍‍ ୨୦୨୩ ର ଉଦଘାଟନ କରିଛନ୍ତି । ସେ ବିଶ୍ୱ ବାଣିଜ୍ୟ ପ୍ରଦର୍ଶନୀର ଉଦଘାଟନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ସମୟରେ ଇନଭେଷ୍ଟ ୟୁପି ୨.୦ ର ଶୁଭାରମ୍ଭ କରିଥିଲେ । ଉତ୍ତରପ୍ରଦେଶ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ୍‍ ୨୦୨୩ ହେଉଛି ଉତ୍ତରପ୍ରଦେଶ ସରକାରଙ୍କ ଫ୍ଲାଗସିପ୍ ନିବେଶ ସମ୍ମିଳନୀ ଯାହା ନୀତି ର୍ନିମାତା, ଶିଳ୍ପପତି, ଶିକ୍ଷାବିତ୍‍, ଚିନ୍ତକ ଏବଂ ନେତାମାନଙ୍କୁ ଏକତ୍ରିତ କରି ବ୍ୟବସାୟିକ ସୁଯୋଗ ଏବଂ ସହଭାଗୀତା ସୃଷ୍ଟି କରିବ । ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ମଧ୍ୟ ବୁଲି ଦେଖିଥିଲେ ।

ଜାତୀୟ ଖାଇବା ତେଲ ମିଶନ-ଅଏଲ ପାମର କାର୍ଯ୍ୟକାରିତାକୁ କ୍ୟାବିନେଟ ମଞ୍ଜୁର

August 18th, 11:54 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପାମ ଅଏଲ (ତାଳ ତେଲ) ଲାଗି ଏକ ନୂତନ ମିଶନ ଆରମ୍ଭ କରାଯିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ଯୋଜନା ଜାତୀୟ ଖାଇବା ତେଲ ମିଶନ-ପାମ ଅଏଲ (ଏନଏମଇଓ-ଓପି) ନାମରେ ପରିଚିତ ହେବ। ଏହା ଏକ କେନ୍ଦ୍ର ପ୍ରୟୋଜିତ ଯୋଜନା। ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପ ସମୂହ ଉପରେ ବିଶେଷ ଗୁରୁତ୍ବାରୋପ କରାଯାଇ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଖାଇବା ତେଲ ପାଇଁ ବର୍ତ୍ତମାନ ଆମଦାନୀ ଉପରେ ଅଧିକ ନିର୍ଭରଶୀଳ ହେବାକୁ ପଡ଼ୁଛି, ସେଥିପାଇଁ ଖାଇବା ତେଲ ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଏଥିପାଇଁ ପାମ ଅଏଲ ଚାଷ ଓ ଉତ୍ପାଦନ ବଢ଼ାଇବା ଅତ୍ୟନ୍ତ ଜରୁରି।