ଫ୍ରାନ୍ସର ମାୟୋଟେରେ ସାମୁଦ୍ରିକ ଝଡ ଚିଡୋ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଯୋଗୁଁ ଦୁଃଖିତ : ପ୍ରଧାନମନ୍ତ୍ରୀ

December 17th, 05:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ମାୟୋଟେରେ ସାମୁଦ୍ରିକ ଝଡ ଚିଡୋ ଯୋଗୁଁ ହୋଇଥିବା କ୍ଷୟକ୍ଷତି ଉପରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଭାରତ ଫ୍ରାନ୍ସ ସହ ଏକତ୍ର ଠିଆ ହୋଇଛି ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛି । ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରୋନ୍‌ଙ୍କ ନେତୃତ୍ୱରେ ଫ୍ରାନ୍ସ ସ୍ଥିରତା ଏବଂ ଦୃଢ଼ ସଂକଳ୍ପ ସହିତ ଏହି ବିପଦ ସମୟର ମୁକାବିଲା କରିପାରିବ ।

ଡ. ପୃଥ୍ୱୀନ୍ଦ୍ର ମୁଖାର୍ଜୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

November 30th, 09:27 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡ. ପୃଥ୍ୱୀନ୍ଦ୍ର ମୁଖାର୍ଜୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, କବିତା ଓ ସଙ୍ଗୀତକୁ ଭଲ ପାଉଥିବା ଡ. ମୁଖାର୍ଜୀ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଥିଲେ ।

ମହାରାଷ୍ଟ୍ରର ୱାର୍ଦ୍ଧାରେ ଜାତୀୟ 'ପିଏମ୍ ବିଶ୍ୱକର୍ମା' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 20th, 11:45 am

ଦୁଇ ଦିନ ତଳେ ଆମେ ସମସ୍ତେ ବିଶ୍ୱକର୍ମା ପୂଜା ପାଳନ କରିଥିଲୁ। ଆଉ ଆଜି ୱାର୍ଦ୍ଧାର ପବିତ୍ର ଭୂମିରେ ଆମେ ପିଏମ ବିଶ୍ୱକର୍ମା ଯୋଜନାର ସଫଳତାର ଉତ୍ସବ ପାଳନ କରୁଛୁ । ଆଜିର ଦିନଟି ମଧ୍ୟ ବିଶେଷ, କାରଣ ୧୯୩୨ ମସିହା ଆଜିର ଦିନରେ ମହାତ୍ମା ଗାନ୍ଧୀ ଅସ୍ପୃଶ୍ୟତା ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ। ଏଭଳି ପରିସ୍ଥିତିରେ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତିର ଏହି ଉତ୍ସବ, ବିନୋବା ଭାବେ ଜୀ ଙ୍କର ଏହି ସାଧନାସ୍ଥଳୀ, ମହାତ୍ମା ଗାନ୍ଧୀଙ୍କର କର୍ମଭୂମି,ୱାର୍ଧାର ଏହି ଭୂମି, ସଫଳତା ଓ ପ୍ରେରଣାର ଏମିତି ସଂଗମ, ଯାହାକି ଭାରତର ବିକଶିତ ଭାରତ ପାଇଁ ଆମର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ। ବିଶ୍ୱକର୍ମା ଯୋଜନା ମାଧ୍ୟମରେ ଆମେ କଠିନ ପରିଶ୍ରମ ମାଧ୍ୟମରେ ସମୃଦ୍ଧି, ଏହାର ଦକ୍ଷତାକୁ ଏକ ଉନ୍ନତ ଭବିଷ୍ୟତର ଯେଉଁ ସଙ୍କଳ୍ପ ନେଇଛୁ, ୱାର୍ଦ୍ଧାରେ ବାପୁଙ୍କ ପ୍ରେରଣା ସେହି ସଂକଳ୍ପଗୁଡ଼ିକୁ ସଫଳତାର ସହ ନେବାରେ ମାଧ୍ୟମ ହେବ । ଏହି ଅବସରରେ ମୁଁ ଏହି ଯୋଜନା ସହ ଜଡ଼ିତ ସମସ୍ତ ଜନସାଧାରଣ, ଦେଶର ସମସ୍ତ ହିତାଧିକାରୀଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଉଛି ।

ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ଜାତୀୟ ପିଏମ୍‌ ବିଶ୍ୱକର୍ମା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 20th, 11:30 am

: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ଜାତୀୟ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ 'ଆଚାର୍ଯ୍ୟ ଚାଣକ୍ୟ ଦକ୍ଷତା ବିକାଶ' ଯୋଜନା ଏବଂ 'ପୁଣ୍ୟଶ୍ଲୋକ ଅହଲ୍ୟାଦେବୀ ହୋଲକର ମହିଳା ଷ୍ଟାର୍ଟଅପ୍ ଯୋଜନା'ର ଶୁଭାରମ୍ଭ କରିଥିଲେ। ସେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହିତାଧିକାରୀଙ୍କୁ ସାର୍ଟିଫିକେଟ୍ ଏବଂ ଋଣ ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଅଧୀନରେ ପ୍ରଗତିର ଏକ ବର୍ଷ ପୂର୍ତ୍ତି ଅବସରରେ ସମର୍ପିତ ଏକ ସ୍ମାରକୀ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ । ଶ୍ରୀ ମୋଦୀ ମହାରାଷ୍ଟ୍ରର ଅମରାବତୀଠାରେ ପ୍ରଧାନମନ୍ତ୍ରୀ ମେଗା ସମନ୍ୱିତ ଟେକ୍ସଟାଇଲ୍ ରିଜିୟନ୍ସ ଆଣ୍ଡ୍ ଆପାରେଲ୍ (ପିଏମ୍ ମିତ୍ର) ପାର୍କର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ପଦଯାତ୍ରା କରିଥିଲେ।

ରୌପ୍ୟ ପଦକ ଜିତିଥିବାରୁ କ୍ରୀଡ଼ାବିତ ଯୋଗେଶ କାଥୁନିୟାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ

September 02nd, 08:15 pm

ଫ୍ରାନ୍ସରେ ଏବେ ଚାଲିଥିବା ପ୍ୟାରିସ ପାରାଅଲିମ୍ପିକ୍ସର ପୁରୁଷ ଡିସକସ୍ ଥ୍ରୋ ଏଫ୫୬ରେ ରୌପ୍ୟ ପଦକ ଜିତିଥିବାରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିବାରୁ ବିଶ୍ୱ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 15th, 09:20 pm

୭୮ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଓଅଭିନନ୍ଦନ ଜଣାଇଥିବାରୁ ବିଶ୍ୱ ନେତୃତ୍ୱଙ୍କୁଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ ।

ପ୍ୟାରିସ୍ ଅଲମ୍ପିକରେ ରୌପ୍ୟ ପଦକ ଜିତିଥିବାରୁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

August 09th, 08:14 am

ଫ୍ରାନ୍ସର ପ୍ୟାରିସ୍‌ରେ ଚାଲିଥିବା ଅଲମ୍ପିକ୍ସରେ ଜାଭେଲିନ୍ ଥ୍ରୋ’ରେ ରୌପ୍ୟ ପଦକ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀରଜ ଚୋପ୍ରାଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି ।

ଜି-୭ ଶିଖର ସମ୍ମିଳନୀ ଅବସରରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

June 14th, 03:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ଗଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ ମାକ୍ରୋନ୍ ଆଜି ଇଟାଲୀର ଆପୁଲିଆଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଦ୍ୱିପାକ୍ଷିକ ବୈଠକ କରିଥିଲେ । କ୍ରମାଗତ ତୃତୀୟ ଥର ପାଇଁ କାର୍ଯ୍ୟଭାର ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ମାକ୍ରୋନ୍ ଶୁଭେଚ୍ଛା କରିଥିବାରୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ଐତିହାସିକ ପୁନଃନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ମାକ୍ରନ

June 06th, 03:02 pm

ଫ୍ରାନ୍ସ ସାଧାରଣତନ୍ତ୍ରର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଫୋନ୍ କଲ୍ ପାଇଛନ୍ତି । ଐତିହାସିକ ନିର୍ବାଚନୀ ବିଜୟ ପାଇଁ ରାଷ୍ଟ୍ରପତି ମାକ୍ରନ ଅଭିନନ୍ଦନ ଜଣାଇବା ସହ ତୃତୀୟ ଥର ଶାସନ କ୍ଷମତାକୁ ଆସିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ବିକଶିତ ଭାରତ ବିକଶିତ ରାଜସ୍ଥାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 16th, 11:30 am

ବିକଶିତ ଭାରତ ବିକଶିତ ରାଜସ୍ଥାନ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଏହି ସମୟରେ ରାଜସ୍ଥାନର ପ୍ରତ୍ୟେକ ବିଧାନସଭାର ଲକ୍ଷ ଲକ୍ଷ ବନ୍ଧୁ ଯୋଡ଼ି ହୋଇଛନ୍ତି । ମୁଁ ଆପଣସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଲୋକଙ୍କୁ ଟେକ୍ନୋଲୋଜିର ଏଭଳି ଚମତ୍କାର ଉପଯୋଗ କରିବାର ସୁଯୋଗ ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । କିଛି ଦିନ ତଳେ ଜୟପୁରରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଯେଉଁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ତାହା କେବଳ ସମଗ୍ର ଫ୍ରାନ୍ସରେ ନୁହେଁ, ସମଗ୍ର ଭାରତବର୍ଷରେ ଗୁଞ୍ଜରିତ ହେଉଛି । ଆଉ ଏହା ହେଉଛି ରାଜସ୍ଥାନବାସୀଙ୍କ ବିଶେଷତ୍ୱ । ରାଜସ୍ଥାନର ଆମ ର ଭାଇ ଭଉଣୀମାନେ ଯେଉଁମାନଙ୍କୁ ଭଲ ପାଇବା ଦେଇଛନ୍ତି, ସେମାନେ କୌଣସି କସରତ ଛାଡ଼ନ୍ତି ନାହିଁ । ମୋର ମନେ ଅଛି, ଯେତେବେଳେ ମୁଁ ବିଧାନସଭା ନିର୍ବାଚନ ସମୟରେ ରାଜସ୍ଥାନ ଆସୁଥିଲି, ଆପଣ ମାନେ କିପରି ଆମକୁ ଆଶୀର୍ବାଦ କରିବାକୁ ଆସିଥିଲେ । ଆପଣମାନେ ସମସ୍ତେ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ବିଶ୍ୱାସ କରିଥିଲେ, ଆପଣମାନେ ସମସ୍ତେ ଡବଲ ଇଞ୍ଜିନ ସରକାର ଗଠନ କରିଥିଲେ । ଆଉ ଦେଖନ୍ତୁ, ରାଜସ୍ଥାନର ଡବଲ ଇଞ୍ଜିନ ସରକାର ଏତେ ଦ୍ରୁତ ଗତିରେ କାମ ଆରମ୍ଭ କରିଛନ୍ତି । ଆଜି ରାଜସ୍ଥାନର ବିକାଶ ପାଇଁ ପ୍ରାୟ ୧୭ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି । ରେଳ, ସଡକ, ସୌର ଶକ୍ତି, ଜଳ ଓ ଏଲପିଜି ଭଳି ବିକାଶ ମୂଳକ କାର?୍ୟ୍ୟକ୍ରମ ସହ ଏହି ପ୍ରକଳ୍ପଗୁଡିକ ଜଡିତ । ଏହି ପ୍ରକଳ୍ପଗୁଡ଼ିକ ରାଜସ୍ଥାନର ହଜାର ହଜାର ଯୁବକଙ୍କୁ ରୋଜଗାର ଯୋଗାଇବାକୁ ଯାଉଛି । ଏହି ପ୍ରକଳ୍ପ ପାଇଁ ମୁଁ ରାଜସ୍ଥାନର ସମସ୍ତ ସହଯୋଗୀଙ୍କୁ ଅଭିନନ୍ଦନ ଜଣାଉଛି ।

ବିକଶିତ ଭାରତ, ବିକଶିତ ରାଜସ୍ଥାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 16th, 11:07 am

ସମବେତ ଜନତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ରାଜସ୍ଥାନର ସମସ୍ତ ନିର୍ବାଚନମଣ୍ଡଳୀରୁ ‘ବିକଶିତ ଭାରତ, ବିକଶିତ ରାଜସ୍ଥାନ’ କାର୍ଯ୍ୟକ୍ରମ ନିମନ୍ତେ ଉପସ୍ଥିତ ରହିଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ମଧ୍ୟ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଯୁକ୍ତି ବଳରେ ସମସ୍ତ ହିତାଧିକାରୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିପାରିଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ । ରାଜସ୍ଥାନ ଜନସାଧାରଣଙ୍କ ଖୁସ୍ ମିଜାଜର ନଜିର ଦେଇ ସେମାନେ କିପରି ଫ୍ରାନ୍ସ ରାଷ୍ଟ୍ରପତି ଶ୍ରୀ ଇମାନୁଏଲ ମାକ୍ରୋନଙ୍କୁ ଭବ୍ୟ ଅଭ୍ୟର୍ଥନା ଜଣାଇଥିଲେ ତା’ର ସ୍ମୃତିଚାରଣ କରି ତାହା କେବଳ ଭାରତ ନୁହେଁ, ଫ୍ରାନ୍ସରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି ବୋଲି କହିଥିଲେ । ରାଜସ୍ଥାନବାସୀଙ୍କ ଆଶୀର୍ବାଦର ଅବତାରଣା କରି ସେ ବିଧାନସଭା ନିର୍ବାଚନ କାଳରେ କିପରି ସେମାନେ ‘ମୋଦୀ କୀ ଗ୍ୟାରେଣ୍ଟି’ ଉପରେ ଭରସା କରି ଏକ ଡବଲ ଇଞ୍ଜିନ ସରକାର ଗଠନରେ ସହାୟତା କଲେ ତାହା କହିଥିଲେ । ସେ ରାଜସ୍ଥାନବାସୀଙ୍କୁ ଆଜି ବିକାଶମୂଳକ ପ୍ରକଳ୍ପଗୁଡ଼ିକ ନିମନ୍ତେ ଧନ୍ୟବାଦ ଜଣାଇବା ସହ ଏହି ୧୭ ହଜାର କୋଟି ଟଙ୍କାର ପ୍ରକଳ୍ପ ସଡ଼କ, ରେଳବାଇ, ସୌର ଶକ୍ତି, ଶକ୍ତି ସରବରାହ, ପାନୀୟ ଜଳ ଓ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ହୋଇଥିବା ବେଳେ, ଏହାର ରାଜ୍ୟରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ ।

ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ମନ୍ତ୍ରୀସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 14th, 02:45 pm

ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ମନ୍ତ୍ରୀସ୍ତରୀୟ ବୈଠକରେ ସମସ୍ତଙ୍କୁ ଶୁଭେଚ୍ଛା । ସୂଚନାଯୋଗ୍ୟ, ଆଇଇଏ ଏହାର ପ୍ରତିଷ୍ଠାର ୫୦ତମ ବାର୍ଷିକୀ ପାଳନ କରୁଛି । ଏହି ମାଇଲଖୁଣ୍ଟ ପାଇଁ ଅଭିନନ୍ଦନ । ଏହି ବୈଠକରେ ସହ-ଅଧ୍ୟକ୍ଷତା କରିଥିବାରୁ ମୁଁ ଆୟର୍ଲାଣ୍ଡ ଏବଂ ଫ୍ରାନ୍ସକୁ ମଧ୍ୟ କୃତଜ୍ଞତା ଜଣାଉଛି ।

ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ମନ୍ତ୍ରୀସ୍ତରୀୟ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 14th, 02:39 pm

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ପ୍ରତିଷ୍ଠାର ୫୦ ତମ ବାର୍ଷିକୀ ପାଇଁ ଅଭିନନ୍ଦନ ଜଣାଇବା ସହ ଏହି ବୈଠକର ସହ - ଅଧ୍ୟକ୍ଷତା କରିଥିବାରୁ ଆୟର୍ଲାଣ୍ଡ ଏବଂ ଫ୍ରାନ୍ସକୁ କୃତଜ୍ଞତା ଜଣାଇଥିଲେ ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ନିକଟରେ ଭାରତ ଗସ୍ତର ଭିଡିଓ ସେୟାର କରିଛନ୍ତି

February 04th, 11:17 pm

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଭାରତ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଏକ୍ସ ପୋଷ୍ଟ , ଯେଉଁଥିରେ ମାକ୍ରୋନ୍ ତାଙ୍କର ନିକଟରେ ଭାରତ ଗସ୍ତ ସମ୍ପର୍କରେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି,, ତାହା ଉପରେ ଶ୍ରୀ ମୋଦୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ସମାରୋହ ଅବସରରେ ସେ ନିକଟରେ ଭାରତ ଗସ୍ତ କରିଥିବାର ଝଲକ ଦେଖିବାକୁ ମିଳିଛି ।

ଔପଚାରିକ ଭାବେ ୟୁପିଆଇ ଆରମ୍ଭ କରିଥିବାରୁ ଫ୍ରାନ୍ସକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

February 02nd, 10:30 pm

ପ୍ୟାରିସ୍‌ରେ ଇଫେଲ ଟାୱାରରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ)କୁ ଔପଚାରିକ ଭାବେ ଆରମ୍ଭ କରାଯିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସକୁ ଶୁଭେଚ୍ଛା ଜଣାଇଛନ୍ତି ।

Glimpses from 75th Republic Day celebrations at Kartavya Path, New Delhi

January 26th, 01:08 pm

India marked the 75th Republic Day with great fervour and enthusiasm. The country's perse culture, prowess of the Armed Forces were displayed at Kartavya Path in New Delhi. President Droupadi Murmu, Prime Minister Narendra Modi, President Emmanuel Macron of France, who was this year's chief guest, graced the occasion.

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 25th, 10:56 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କୁ ସ୍ୱାଗତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ସହ ଜୟପୁରରେ ଜନ୍ତରମନ୍ତର ଗସ୍ତ କରିଛନ୍ତି

January 25th, 10:48 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କ ସହ ଜୟପୁରରେ ଜନ୍ତରମନ୍ତର ବୁଲିଛନ୍ତି ।

ଜାନୁଆରୀ ୨୫ରେ ବୁଲନ୍ଦସହର ଏବଂ ଜୟପୁର ଗସ୍ତ କରିବେ ପ୍ରଧାନମନ୍ତ୍ରୀ

January 24th, 05:46 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୫ରେ ଉତ୍ତରପ୍ରଦେଶର ବୁଲନ୍ଦସହର ଏବଂ ରାଜସ୍ଥାନର ଜୟପୁର ଯିବେ । ଅପରାହ୍ନ ପ୍ରାୟ ୧ଟା ୪୫ରେ ପ୍ରଧାନମନ୍ତ୍ରୀ ବୁଲନ୍ଦସହରରେ ୧୯,୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଦେଶକୁ ସମର୍ପିତ କରିବେ । ଏଥିରେ ରେଳ, ସଡ଼କ, ତୈଳ ଏବଂ ଗ୍ୟାସ୍‌, ସହରୀ ବିକାଶ ଏବଂ ଆବାସ ସମ୍ବନ୍ଧିତ ଅନେକ ପ୍ରକଳ୍ପ ରହିଛି ।

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

December 01st, 09:32 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁବାଇରେ ୨୦୨୩ ଡିସେମ୍ବର ୧ରେ କପ୍ ୨୮ ସମ୍ମିଳନୀରେ ଯୋଗ ଦେବା ଅବସରରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କ ସହ ବୈଠକ କରିଛନ୍ତି ।