ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଲେ ଏବଂ ସ୍ଥିର ଗ୍ରହ ସକାଶେ ଅବଦାନ ପାଇଁ ମା’ଙ୍କ ନାମରେ ଅଧିକରୁ ଅଧିକ ଗଛ ଲଗାଇବାକୁ ଆହ୍ୱାନ
November 16th, 09:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ ମାନଙ୍କୁ ସ୍ଥିର ଗ୍ରହ ପାଇଁ ଅବଦାନ ସକାଶେ ମା’ଙ୍କ ନାମରେ ଅଧିକରୁ ଅଧିକ ଗଛ ଲଗାଇବାକୁ ଅନୁରୋଧ କରିଛନ୍ତି । ଗୋଟିଏ ଗଛ ମା’ଙ୍କ ନାମରେ ଅଭିଯାନରେ ଯେଉଁମାନେ ସାମିଲ ହୋଇଛନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କୃତଜ୍ଞତା ଜଣାଇଛନ୍ତି ।ପରିଣାମଗୁଡ଼ିକର ତାଲିକା: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରୁଷ ଗସ୍ତ
July 09th, 09:59 pm
୨୦୨୪ରୁ ୨୦୨୯ ପର୍ଯ୍ୟନ୍ତ ରୁଷର ସୁଦୂର ପ୍ରାଚ୍ୟରେ ବାଣିଜ୍ୟ, ଆର୍ଥିକ ଓ ପୁଞ୍ଜିନିବେଶ କ୍ଷେତ୍ରରେ ଭାରତ-ରୁଷ ସହଯୋଗର କାର୍ଯ୍ୟକ୍ରମ ଏବଂ ରୁଷର ଆର୍କ୍ଟିକ୍ ଜୋନରେ ସହଯୋଗ ନୀତିର କାର୍ଯ୍ୟକାରିତାPM reviews preparedness for heat wave related situation
April 11th, 09:19 pm
Prime Minister Shri Narendra Modi chaired a meeting to review preparedness for the ensuing heat wave season.ଭାରତରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି
February 29th, 09:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତରେ ଚିତାବାଘଙ୍କ ବଢ଼ିଥିବା ସଂଖ୍ୟାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଚିତାବାଘ ସଂଖ୍ୟାରେ ଏହି ଉଲ୍ଲେଖନୀୟ ବୃଦ୍ଧି ଜୈବ ବିବିଧତା ପ୍ରତି ଭାରତର ଅତୁଟ ସମର୍ପଣର ପ୍ରମାଣ ।ଆନ୍ଧ୍ର ପ୍ରଦେଶର ପୁଟପର୍ତ୍ତୀରେ ସାଇ ହୀରା ଗ୍ଲୋବାଲ କନଭେନସନ ସେଣ୍ଟରର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
July 04th, 11:00 am
ସାଇରାମ, ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ଅବଦୁଲ ନଜିର, ଶ୍ରୀ ସତ୍ୟସାଇ ସେଣ୍ଟ୍ରାଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟୀ ଶ୍ରୀ ଆର. ଜେ. ରତ୍ନାକର ଜୀ, ଶ୍ରୀ କେ. ଚକ୍ରବର୍ତ୍ତୀ ଜୀ, ମୋର ବହୁତ ପୁରୁଣା ବନ୍ଧୁ ଶ୍ରୀ ୟୁକୋ ହୀରା ଜୀ, ଡ. ମୋହନ ଜୀ, ଶ୍ରୀ ଏମ ଏମ ନାଗାନନ୍ଦ ଜୀ, ଶ୍ରୀ ନିମିଷ ପାଣ୍ଡ୍ୟା ଜୀ, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ର ଲୋକମାନେ, ଆପଣ ସମସ୍ତଙ୍କୁ ପୁଣିଥରେ ସାଇରାମ ।ଆନ୍ଧ୍ର ପ୍ରଦେଶର ପୁଟପର୍ତ୍ତୀ ସାଇ ହୀରା ବୈଶ୍ୱିକ ଅଧିବେଶନ କେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଉଦଘାଟିତ
July 04th, 10:36 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୪.୦୭.୨୦୨୩) ଆନ୍ଧ୍ର ପ୍ରଦେଶର ପୁଟପର୍ତ୍ତୀ ଠାରେ ସାଇ ହୀରା ବୈଶ୍ୱିକ ଅଧିବେଶନ କେନ୍ଦ୍ରକୁ ଆଭାସୀ ଜରିଆରେ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ସମାରୋହରେ ବିଶ୍ୱର ଅନେକ ବିଶିଷ୍ଟ ବ୍ୟକ୍ତି ଓ ଭକ୍ତମାନେ ଉପସ୍ଥିତ ଥିଲେ ।ବାନ୍ଦିପୁର ଓ ମୁଦୁମଲାଇ ଟାଇଗର ରିଜର୍ଭ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
April 09th, 02:48 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକ ଓ ତାମିଲନାଡୁରେ ଥିବା ବାନ୍ଦିପୁର ଓ ମୁଦୁମଲାଇ ଟାଇଗର ରିଜର୍ଭ ପରିଦର୍ଶନ କରିଛନ୍ତି । ଏହି ଅବସରରେ ମୁଦୁମଲାଇ ଟାଇଗର ରିଜର୍ଭରେ ଥିବା ଥେପ୍ପାକାଡୁ ହାତୀ କ୍ୟାମ୍ପ ମଧ୍ୟ ପରିଦର୍ଶନ କରି ମାହୁନ୍ତ ଓ କାଭାଡିମାନଙ୍କ ସହ ବାର୍ତ୍ତାଳାପ କରିବା ସହ ହାତୀଙ୍କୁ ଖୁଆଇଥିଲେ । ପ୍ରଧାନମନ୍ତ୍ରୀ ଓସ୍କାର ବିଜେତା ପ୍ରାମାଣିତ ଚିତ୍ର ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍ପରର୍ସ’ରେ ପ୍ରଦର୍ଶିତ ହାତୀ ପାଳକମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।ମହୀଶୂର ବ୍ୟାଘ ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ଅବସରରେ ଉଦଘାଟନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
April 09th, 01:00 pm
ସର୍ବ ପ୍ରଥମେ ମୁଁ ଆପଣ ସମସ୍ତଙ୍କଠାରୁ କ୍ଷମା ଚାହୁଁଛି ଯେ, ସକାଳ 6ଟାରୁ ଚାଲି ଯାଇଥିଲି ମୁଁ ଭାବିଥିଲି ଯେ ଠିକ ସମୟରେ ଜଙ୍ଗଲ ଭ୍ରମଣ କରି ଫେରିଆସିବି କିନ୍ତୁ ମୋତେ ଆସିବାରେ 1 ଘଣ୍ଟ। ବିଳମ୍ବ ହୋଇଗଲା । ଆପଣ ସମସ୍ତଙ୍କୁ ପ୍ରତୀକ୍ଷା କରିବାକୁ ପଡିଲା ଏଥିପାଇଁ ମୁଁ ଆପଣ ସମସ୍ତଙ୍କଠାରୁ କ୍ଷମା ଚାହୁଁଛି । ମୋ କଥା, ପ୍ରଥମେ ଆମେ ଏ ଯେଉଁ ବାଘ ସଂଖ୍ୟା ସଂଖ୍ୟାକୁ ଆମେ ଛୁଇଁଛେ, ଯାହା ଦେଖୁଛେ, ଆମର ଏହି ବାଘଙ୍କ ପରବାରର ଯେଉଁ ବିସ୍ତାର ହେଉଛି, ଏହା ହେଉଛି ଗୌରବମୟ ମୁହୂର୍ତ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଏହି ବାଘଙ୍କ ସମ୍ମାନରେ ନିଜ ସ୍ଥାନରେ ଠିଆ ହୋଇ ଆମେ ବାଘମାନଙ୍କୁ ଉତ୍ସାହପୂର୍ଣ୍ଣ ସ୍ୱାଗତ କରିବା । ଧନ୍ୟବାଦ!କର୍ଣ୍ଣାଟକର ମହୀଶୂରରେ "ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷର ପୂର୍ତ୍ତି ସ୍ମାରକୀ” କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
April 09th, 12:37 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ମହୀଶୂର ସ୍ଥିତ ମହୀଶୂର ବିଶ୍ୱବିଦ୍ୟାଳୟ ଠାରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷର ପୂର୍ତ୍ତି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଇଣ୍ଟରନେସନାଲ ବିଗ୍ କ୍ୟାଟ ଆଲାଏନ୍ସ (ଆଇବିସିଏ)ର ମଧ୍ୟ ଶୁଭାରମ୍ଭ କରିଛନ୍ତି । ବ୍ୟାଘ୍ର ସଂରକ୍ଷଣର ପରିଚାଳନା ପ୍ରଭାବର ମୂଲ୍ୟାଙ୍କନର ୫ ମ ଚକ୍ରର ଏକ ସାରାଂଶ ରିପୋର୍ଟ ଅମୃତ କାଲ କା ଭିଜନ ଫର ଟାଇଗର କନଜରଭେସନ” ପୁସ୍ତକର ଉନ୍ମୋଚନ କରିଥିଲେ, ବାଘ ସଂଖ୍ୟା ଘୋଷଣା କରି ସର୍ବ ଭାରତୀୟ ବ୍ୟାଘ୍ର ଆକଳନ (୫ମ ଚକ୍ର) ର ସାରାଂଶ ରିପୋର୍ଟ ଉନ୍ମୋଚନ କରିଥିଲେ । ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂରଣ ହେବା ଅବସରରେ ସେ ଏକ ସ୍ମରଣୀୟ ମୁଦ୍ରା ମଧ୍ୟ ଜାରି କରିଥିଲେ ।ସ୍ଥାନାନ୍ତରିତ ଚିତାଗୁଡିକ ମଧ୍ୟରୁ ଗୋଟିଏ ଚିତା ବାଘ ଚାରିଟି ଶାବକଙ୍କୁ ଜନ୍ମ ଦେଇଥିବାରୁ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
March 29th, 04:27 pm
କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;ଏନପିଡିଆରଆର ର ତୃତୀୟ ବୈଠକ ଏବଂ ଶୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-2023 ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 10th, 09:43 pm
ସର୍ବ ପ୍ରଥମେ ମୁଁ ବିପର୍ଯ୍ୟୟ ହ୍ରାସ ଏବଂ ବିପର୍ଯ୍ୟୟ ପରିଚାଳନା ସହିତ ଜଡିତ ସମସ୍ତ ସାଥୀମାନଙ୍କୁ ଶୁଭେଚ୍ଛା ଜଣାଉଛି । କାରଣ କାର୍ଯ୍ୟ ହେଉଛି ଏଭଳି ଯେ, ଆପଣ ଅନେକ ଥର ନିଜ ଜୀବନକୁ ବିପଦରେ ପକାଇ ମଧ୍ୟ ଅନ୍ୟମାନଙ୍କର ଜୀବନ ବଂଚାଇବା ପାଇଁ ବହୁତ ଭଲ କାର୍ଯ୍ୟ କରିଥାନ୍ତି । ନିକଟରେ ତୁର୍କୀ ଏବଂ ସିରିଆରେ ଭାରତୀୟ ଦଳର ପ୍ରୟାସକୁ ସମଗ୍ର ବିଶ୍ୱ ପ୍ରଶଂସା କରିଛି ଆଉ ଏହି କଥା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବର ବିଷୟ । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସହିତ ଜଡିତ ମାନବ ସମ୍ବଳ ଏବଂ ବୈଷୟିକ ଦକ୍ଷତାକୁ ଭାରତ ଯେଭଳି ଭାବେ ବୃଦ୍ଧି କରିଛି, ତାହାଦ୍ୱାରା ଦେଶରେ ମଧ୍ୟ ଭିନ୍ନ- ଭିନ୍ନ ବିପର୍ଯ୍ୟୟ ସମୟରେ ଅନେକ ଗୁଡିଏ ଲୋକଙ୍କର ଜୀବନ ବଂଚାଇବାରେ ସହାୟତା ମିଳିଛି । ବିପର୍ଯ୍ୟୟ ପରିଚାଳନା ସହିତ ଜଡିତ ବ୍ୟବସ୍ଥା ସଶକ୍ତ ହେଉ, ଏଥିପାଇଁ ପ୍ରୋତ୍ସାହନ ମିଳୁ, ଏବଂ ସାରା ଦେଶରେ ଏକ ସୁସ୍ଥ ପ୍ରତିଯୋଗିତାର ବାତାବରଣ ସୃଷ୍ଟି ହେଉ, ଏହି କାର୍ଯ୍ୟ ଲାଗି ଏବଂ ଏଥିପାଇଁ ଏକ ସ୍ୱତନ୍ତ୍ର ପୁରସ୍କାରର ମଧ୍ୟ ଘୋଷଣା କରାଯାଇଛି । ଆଜି ଏଠାରେ ଦୁଇଟି ସଂସ୍ଥାନକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ଦିଆଯାଇଛି । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(Odisha State Disaster Management Authority), ବାତ୍ୟାଠାରୁ ନେଇ ସୁନାମୀ ପର୍ଯ୍ୟନ୍ତ, ବିଭିନ୍ନ ବିପର୍ଯ୍ୟୟ ସମୟରେ ବହୁତ ଭଲ କାର୍ଯ୍ୟ କରୁଛି । ସେହିଭଳି ମିଜୋରମର ଲୁଙ୍ଗଲେଇ ଅଗ୍ନିଶମ କେନ୍ଦ୍ର ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାରେ କଠିନ ପରିଶ୍ରମ କରିଛି, ସମଗ୍ର ଅଂଚଳକୁ ବଂଚାଇଲା ଏବଂ ନିଆଁ ବ୍ୟାପିବାକୁ ରୋକିଲା । ମୁଁ ଏହି ସଂସ୍ଥାନରେ କାର୍ଯ୍ୟ କରୁଥିବା ସମସ୍ତ ସାଥୀମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।ଜାତୀୟ ବିପର୍ଯ୍ୟୟ ଭୟ ହ୍ରାସ ମଞ୍ଚର ତୃତୀୟ ଅଧିବେଶନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
March 10th, 04:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ବିପର୍ଯ୍ୟୟ ହ୍ରାସ ମଂଚ (ନ୍ୟାସନାଲ ପ୍ଲାଟଫର୍ମପର ଡିଜାଷ୍ଟର ରିକ୍ସ ରିଡକ୍ସନ ବା ଏନ୍ଡିପିଆର୍ଆର)ର ତୃତୀୟ ଅଧିବେଶନକୁ ଉଦ୍ଘାଟନ କରିଛନ୍ତି । ଏହି ମଂଚରେ ତୃତୀୟ ଅଧିବେଶନର ମୁଖ୍ୟ ବିଷୟବସ୍ତୁ ଥିଲା “ଜଳବାୟୁ ପରିବର୍ତ୍ତନରେ ସ୍ଥାନୀୟ ମୁକାବିଲା ପ୍ରସ୍ତୁତି ।”ଗୁଜରାଟର ଏକତା ନଗରରେ ପରିବେଶ ମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 23rd, 04:26 pm
ଆପଣ ସମସ୍ତଙ୍କୁ ଏହି ରାଷ୍ଟ୍ରୀୟ ସମ୍ମିଳନୀକୁ ଏବଂ ବିଶେଷ କରି ଏକତା ନଗରକୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି । ଏକତା ନଗରରେ ଏହି ରାଷ୍ଟ୍ରୀୟ ସମ୍ମିଳନୀ ନିଜକୁ ନିଜ ମଧ୍ୟରେ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଁ ଅନୁଭବ କରୁଛି । ଯଦି ଆମେ ଜଙ୍ଗଲ କଥା କହିବା, ଆମର ଆଦିବାସୀ ଭାଇ-ଭଉଣୀ ମାନଙ୍କର କଥା କହିବା, ଆମେ ବନ ଜୀବନ କଥା କହିବା, ଆମେ ଜଳ ସଂରକ୍ଷଣ କଥା ଚର୍ଚ୍ଚା କରିବା, ଆମେ ପର୍ଯ୍ୟଟନ କଥା କହିବା, ଆମେ ପ୍ରକୃତି ଏବଂ ପର୍ଯ୍ୟାବରଣ ଓ ବିକାଶ, ଏକ ପ୍ରକାରରେ ଏକତା ନଗରରେ ତାହାର ଯେଉଁ ସାମଗ୍ରିକ ବିକାଶ ହୋଇଛି, ତାହା ନିଜକୁ ନିଜ ମଧ୍ୟରେ ଏହି ବାର୍ତ୍ତା ହେଉଛି । ବିଶ୍ୱାସ ସୃଷ୍ଟି କରୁଛି ଯେ, ବନ ଏବଂ ପର୍ଯ୍ୟାବରଣ କ୍ଷେତ୍ର ପାଇଁ ଆଜି ଏକତା ନଗର ଏକ ତୀର୍ଥ ସ୍ଥଳ ପାଲଟି ଯାଇଛି । ଆପଣ ସମସ୍ତେ ଏହି କ୍ଷେତ୍ର ସହିତ ଜଡିତ ଥିବା ମନ୍ତ୍ରୀ ଏବଂ ଅଧିକାରୀମାନେ ଆସିଛନ୍ତି । ମୁଁ ଚାହିଁବି ଯେ ଏକତା ନଗରରେ ଆପଣମାନେ ଯେତେ ସମୟ ଅତିବାହିତ କରିବେ, ତାହାକୁ ଅତି ସୁକ୍ଷ୍ମତାର ସହିତ ଅନୁଧ୍ୟାନ କରିବେ । ଯାହା ଦ୍ୱାରା ପର୍ଯ୍ୟାବରଣ ପ୍ରତି, ଆମର ଆଦିବାସୀ ସମାଜ ପ୍ରତି, ଆମର ବନ ଜୀବନ ପ୍ରତି କେତେ ସମ୍ବେଦନଶୀଳତା ସହିତ ସଂରଚନା କରାଯାଇଛି, ନିର୍ମାଣ କାର୍ଯ୍ୟ ହୋଇଛି ଏବଂ ଭବିଷ୍ୟତରେ ଦେଶର ଅନେକ କୋଣ ଅନୁକୋଣରେ ବନ ପର୍ଯ୍ୟାବରଣର ସୁରକ୍ଷା କରି ବିକାଶ ପଥରେ ଦ୍ରୁତ ଗତିରେ ଆଗକୁ ଅଗ୍ରସର ହୋଇ ପାରିବା, ଏଠାରେ ଏହାର ବହୁତ କିଛି ଦେଖିବା- ବୁଝିବାକୁ ମିଳିବ।PM inaugurates the National Conference of Environment Ministers of all States in Ekta Nagar, Gujarat
September 23rd, 09:59 am
PM Modi inaugurated National Conference of Environment Ministers in Ekta Nagar, Gujarat via video conferencing. He said that the role of the Environment Ministry was more as a promoter of the environment rather than as a regulator. He urged the states to own the measures like vehicle scrapping policy and ethanol blending.କୁନୋ ଜାତୀୟ ପ୍ରାଣୀ ଉଦ୍ଦ୍ୟାନରେ ଚିତାବାଘଙ୍କ ପୁନର୍ବାସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିଥିବା ମୂଳ ଭାଷଣର ଅନୁବାଦ
September 17th, 11:51 am
ମାନବ ସମାଜ ନିକଟରେ ଏଭଳି ଅବସର ଖୁବ୍ କମ୍ ଥର ଆସିଥାଏ ଯେତେବେଳେ ସମୟ ଚକ୍ର ଆମକୁ ଅତୀତକୁ ସୁଧାରିବା ନିମନ୍ତେ ନୂତନ ଭବିଷ୍ୟତର ନିର୍ମାଣ ନିମନ୍ତେ ସୁଯୋଗ ପ୍ରଦାନ କରିଥାଏ । ଆଜି ଆମର ସୌଭାଗ୍ୟକୁ ଆମ ସାମ୍ନାରେ ଏଭଳି ଏକ କ୍ଷଣ ଉପସ୍ଥିତ ହୋଇଛି । ଦଶନ୍ଧି ଦଶନ୍ଧି ପୂର୍ବରୁ ଜୈବ ବିବିଧତାର ଶହ ଶହ ବର୍ଷ ପୁରାତନ ଯେଉଁ କଡ଼ି ଛିଣ୍ଡି ଯାଇଥିଲା, ବିଲୁପ୍ତ ହୋଇଯାଇଥିଲା, ଆଜି ଆମକୁ ଏହାକୁ ପୁଣି ଥରେ ଯୋଡ଼ିବାର ସୁଯୋଗ ମିଳିଛି । ଆଜି ଭାରତ ଭୂମିକୁ ଚିତାବାଘ ଲେଉଟି ଆସିଛି ଏବଂ ମୁଁ ଏକଥା ମଧ୍୍ର କହିବି ଯେ ଏହି ତିତାମାନଙ୍କ ସହିତ ହିଁ ଭାରତର ପ୍ରକୃତିପ୍ରେମୀ ଚେତନା ପୂର୍ଣ୍ଣ ଶକ୍ତିର ସହିତ ଜାଗ୍ରତ ହୋଇ ଉଠିଛି । ମୁଁ ଏହି ଐତିହାସିକ ଅବସରରେ ସମସ୍ତ ଦେଶବାସୀଙ୍କୁ ବଧେଇ ଜଣାଉଛି ।PM addresses the nation on release of wild Cheetahs in Kuno National Park in Madhya Pradesh
September 17th, 11:50 am
PM Modi released wild Cheetahs brought from Namibia at Kuno National Park under Project Cheetah, the world's first inter-continental large wild carnivore translocation project. PM Modi said that the cheetahs will help restore the grassland eco-system as well as improve the biopersity. The PM also made special mention of Namibia and its government with whose cooperation, the cheetahs have returned to Indian soil after decades.ଦେଶରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ଏବଂ ମୌସୁମୀ ପ୍ରସ୍ତୁତିର ସ୍ଥିତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ
May 05th, 08:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ଏବଂ ମୌସୁମୀ ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିଛନ୍ତି ।ପ୍ରଧାନମନ୍ତ୍ରୀ PSLV C52 ମିଶନର ସଫଳ ଉତ୍କ୍ଷେପଣ ପାଇଁ ଭାରତୀୟ ମହାକାଶ ବିଜ୍ଞାନୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି
February 14th, 10:39 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ PSLV C52 ମିଶନର ସଫଳ ଉତ୍କ୍ଷେପଣ ପାଇଁ ଭାରତୀୟ ମହାକାଶ ବିଜ୍ଞାନୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଭାରତୀୟ ସଂସ୍କୃତିର ଜୀବନ୍ତତା ସର୍ବଦା ସମଗ୍ର ବିଶ୍ୱର ଲୋକଙ୍କୁ ଆକର୍ଷିତ କରିଛି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
January 30th, 11:30 am
ବନ୍ଧୁଗଣ, ସ୍ୱାଧୀନତାର ଅମୃତ୍ ମହୋତ୍ସବରେ ଦେଶ ଏଭଳି ପ୍ରଚେଷ୍ଟା ମାଧ୍ୟମରେ ନିଜର ଜାତୀୟ ପ୍ରତୀକଗୁଡ଼ିକର ପୁନଃପ୍ରତିଷ୍ଠା କରୁଛି । ଆମେ ଦେଖିଲୁ ଯେ, ଇଣ୍ଡିଆ ଗେଟ୍ ନିକଟରେ ଅମର ଯବାନ୍ ଜ୍ୟୋତି ଏବଂ ନିକଟସ୍ଥ ଜାତୀୟ ସମର ସ୍ମାରକୀଠାରେ ପ୍ରଜ୍ଜ୍ୱଳିତ ଜ୍ୟୋତିକୁ ଏକାକାର କରିଦିଆଗଲା । ଭାବବିହ୍ୱଳର ଏହି ମୁହୂର୍ତ୍ତରେ ଅନେକ ଦେଶବାସୀ ଓ ଶହୀଦମାନଙ୍କ ପରିବାରର ଚକ୍ଷୁ ଲୋତକପୂର୍ଣ୍ଣ ହୋଇଥିଲା । ଜାତୀୟ ସମର ସ୍ମାରକୀରେ ସ୍ୱାଧୀନତା ପ୍ରାପ୍ତି ପରେ ଶହୀଦ ହୋଇଥିବା ଦେଶର ସମସ୍ତ ବୀରମାନଙ୍କ ନାମ ଉଲ୍ଲେଖ କରାଯାଇଛି । ସେନାର କେତେକ ପୂର୍ବତନ ଯବାନ୍ ମୋତେ ପତ୍ର ଲେଖି କହିଛନ୍ତି ଯେ - ଶହୀଦମାନଙ୍କ ସ୍ମୃତି ସମ୍ମୁଖରେ ପ୍ରଜ୍ଜ୍ୱଳିତ ଥିବା ଅମର ଯବାନ୍ ଜ୍ୟୋତି ଶହୀଦମାନଙ୍କ ଅମରତ୍ୱର ପ୍ରତୀକ । ପ୍ରକୃତରେ ଅମର ଯବାନ୍ ଜ୍ୟୋତି ଭଳି ଆମ ଶହୀଦ୍, ସେମାନଙ୍କର ପ୍ରେରଣା ତଥା ଯୋଗଦାନ ମଧ୍ୟ ଅମର । ଯେତେବେଳେ ବି ସମୟ ମିଳେ ଜାତୀୟ ସମର ସ୍ମାରକୀ ଯିବା ପାଇଁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି । ନିଜ ପରିବାର ଓ ପିଲାମାନଙ୍କୁ ମଧ୍ୟ ନିଶ୍ଚୟ ସାଙ୍ଗରେ ନେଇଯାଆନ୍ତୁ । ଏଠାରେ ଆପଣମାନଙ୍କୁ ଏକ ଭିନ୍ନ ଧରଣର ଶକ୍ତି ଏବଂ ପ୍ରେରଣାର ଅନୁଭୂତି ମିଳିବ ।ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
June 05th, 11:05 am
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ନିତୀନ ଗଡ଼କରୀ ମହାଶୟ, ନରେନ୍ଦ୍ର ସିଂହ ତୋମର ମହାଶୟ, ପ୍ରକାଶ ଜାବଡେକର ମହାଶୟ, ପୀୟୂଷ ଗୋୟଲ ମହାଶୟ, ଧର୍ମେନ୍ଦ୍ର ପ୍ରଧାନ ମହାଶୟ, ଗୁଜରାଟ ଖେଡ଼ାର ସାଂସଦ ଦେବୁସିଂହ ଜେସିଂଭାଇ ଚୌହାନ ମହାଶୟ, ୟୁପିର ହରଦୋଇର ସାଂସଦ ଭାଇ ଜୟପ୍ରକାଶ ରାୱତ ମହାଶୟ, ପୁଣେର ମେୟର ମୁରଲୀଧର ମହୋଲ ମହାଶୟ, ପିମ୍ପିରୀ ଚିଞ୍ଚୱାଡ଼ ମହାନଗର ନିଗମର ମେୟର ଭଉଣୀ ଉଷା ମହାଶୟା, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ମହାନୁଭବ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ,