PM Modi calls upon everyone to make meditation a part of their daily lives
December 21st, 12:28 pm
Prime Minister Shri Narendra Modi has called upon everyone to make meditation a part of their daily lives on World Meditation Day, today. Prime Minister Shri Modi remarked that Meditation is a powerful way to bring peace and harmony to one’s life, as well as to our society and planet.Institutional service has the ability to solve big problems of the society and the country: PM at the Karyakar Suvarna Mahotsav
December 07th, 05:52 pm
PM Modi addressed the Karyakar Suvarna Mahotsav in Ahmedabad via video conferencing. He highlighted the Karyakar Suvarna Mahotsav as a key milestone in 50 years of service by BAPS. He praised the initiative of connecting volunteers to service work, which began five decades ago and applauded the dedication of lakhs of BAPS workers.ଅହମ୍ମଦାବାଦରେ କାର୍ଯ୍ୟକାର ସୁବର୍ଣ୍ଣ ମହୋତ୍ସବକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
December 07th, 05:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦରେ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକାର ସୁବର୍ଣ୍ଣ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି । ଉପସ୍ଥିତ ସମାବେଶକୁ ଉଦବୋଧନ ଦେଇ ସେ ପରମ ପୂଜ୍ୟ ଗୁରୁ ହରି ମହନ୍ତ ସ୍ୱାମୀ ମହାରାଜ,ସତସଙ୍ଗୀ ପରିବାରର ଶ୍ରଦ୍ଧେୟ ସନ୍ଥ ଓ ସଦସ୍ୟମାନେ, ଗଣ୍ୟମାନ୍ୟ ବ୍ୟକ୍ତି ଓ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ୟକାର ସୁବର୍ଣ୍ଣ ମହୋତ୍ସବ ଅବସରରେ ଶ୍ରୀ ମୋଦୀ ଭଗବାନ ସ୍ୱାମୀ ନାରାୟଣଙ୍କୁ ପ୍ରଣିପାତ କରିବା ସହ କହିଥିଲେ, ଆଜି ମଧ୍ୟ ପ୍ରମୁଖ ସ୍ୱାମୀ ମହାରାଜଙ୍କ ୧୦୩ ତମ ଜୟନ୍ତୀ । ସେ କହିଥିଲେ, ଭଗବାନ ସ୍ୱାମୀ ନାରାୟଣଙ୍କ ଶିକ୍ଷା, ପ୍ରମୁଖ ସ୍ୱାମୀ ମହାରାଜଙ୍କ ସଂକଳ୍ପ ଆଜି ପରମ ପୂଜ୍ୟ ଗୁରୁ ହରି ମହନ୍ତ ସ୍ୱାମୀ ମହାରାଜଙ୍କ ପ୍ରଗାଢ଼ ଉଦ୍ୟମ ଯୋଗୁ ଫଳ ଆଣିପାରିଛି । ପ୍ରାୟ ଏକ ଲକ୍ଷ କର୍ମୀଙ୍କ ସମାବେଶରେ ଏପରି ଏକ ବିଶାଳ କାର୍ଯ୍ୟକ୍ରମର ସାକ୍ଷୀ ହୋଇପାରିଥିବାରୁ ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଥିଲେ । ବ୍ୟକ୍ତିଗତ ଭାବେ ସେ କାର୍ଯ୍ୟକ୍ରମରେ ଉପସ୍ଥିତ ନଥିଲେ ମଧ୍ୟ ଯୁବକ ଓ ପିଲାମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମରୁ ଉତ୍ସବର ଉତ୍ସାହକୁ ଭଲ ଭ।।ବେ ଅନୁଭବ କରିପାରିଥିଲେ । ଏଭଳି ଭବ୍ୟ ଦିବ୍ୟ ସମାରୋହ ପାଇଁ ସେ ପରମ ପୂଜ୍ୟ ଗୁରୁ ହରି ମହନ୍ତ ସ୍ୱାମୀ ମହାରାଜ ଓ ସମସ୍ତ ସନ୍ଥଙ୍କୁ ଅଭିନନ୍ଦନ ଜଣାଇଥିଲେ ।ଆଜି ସାରା ବିଶ୍ୱବାସୀ ଭାରତ ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
October 27th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ । ଆପଣ ଯଦି ମୋତେ ପଚାରନ୍ତି ଯେ, ମୋ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ କ’ଣ ଥିଲା, ତେବେ ମୋର ଅନେକ କଥା ମନେପଡ଼େ । କିନ୍ତୁ, ତନ୍ମଧ୍ୟରୁ ଗୋଟିଏ ମୁହୂର୍ତ୍ତ ହେଉଛି ସବୁଠାରୁ ବିଶିଷ୍ଟ, ସେହି କ୍ଷଣଟି ଥିଲା – ଯେତେବେଳେ ଗତବର୍ଷ ନଭେମ୍ବର ୧୫ ତାରିଖ ଦିନ ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମସ୍ଥାନ ଝାଡ଼ଖଣ୍ଡର ଉଲିଆତୁ ଗାଁକୁ ଯାଇଥିଲି । ଏହି ଯାତ୍ରା ମୋତେ ବହୁମାତ୍ରାରେ ପ୍ରଭାବିତ କରିଥିଲା । ଏହି ପବିତ୍ର ଭୂମିର ମାଟିକୁ ମସ୍ତକରେ ଲଗାଇବାର ସୌଭାଗ୍ୟ ପ୍ରାପ୍ତ କରିବାରେ ମୁଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ସେତେବେଳେ ମୁଁ କେବଳ ଯେ ସ୍ୱାଧୀନତା ସଂଗ୍ରାମର ଶକ୍ତିକୁ ଅନୁଭବ କଲି ତା’ ନୁହେଁ, ବରଂ ଏହି ଭୂମିର ଶକ୍ତି ସହ ଜଡ଼ିତ ହେବାର ସୁଯୋଗ ମଧ୍ୟ ମିଳିଲା । ମୁଁ ଏ କଥା ଅନୁଭବ କଲି ଯେ, କିଭଳି ଗୋଟିଏ ସଂକଳ୍ପକୁ ସମ୍ପୂର୍ଣ୍ଣ କରିବାର ସାହସ ଦେଶର କୋଟି କୋଟି ଲୋକଙ୍କ ଭାଗ୍ୟକୁ ବଦଳାଇ ଦେଇପାରେ ।ଚେସ୍ ଅଲିମ୍ପିଆଡ୍ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
September 26th, 12:15 pm
ସାର, ପ୍ରଥମ ଥର ଭାରତ ଉଭୟ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛି ଏବଂ ଦଳ ଯେଉଁଭଳି ପ୍ରଦର୍ଶନ କରିଛି ତାହା ଚମତ୍କାର ଥିଲା, ଅର୍ଥାତ୍ ବାଳକଙ୍କ ଦ୍ୱାରା ୨୨ ରୁ ୨୧ ପଏଣ୍ଟ ଏବଂ ବାଳିକାଙ୍କ ଦ୍ୱାରା ୨୨ ରୁ ୧୯ ପଏଣ୍ଟ, ଆମର ମୋଟ ୪୪ ରୁ ୪୦ ପଏଣ୍ଟ । ଏତେ ଭଲ, ଉତ୍ତମ ପ୍ରଦର୍ଶନ ପୂର୍ବରୁ କେବେ ହୋଇନଥିଲାପ୍ରଧାନମନ୍ତ୍ରୀ ମୋଦୀ ଆମ ଚେସ୍ ଚମ୍ପିଆନମାନଙ୍କୁ ଭେଟି ଉତ୍ସାହିତ କରିଛନ୍ତି
September 26th, 12:00 pm
ଐତିହାସିକ ଦ୍ବିତୀୟ ସ୍ୱର୍ଣ୍ଣ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଚେସ୍ ଦଳ ସହ ମତ ବିନିମୟ କରିଛନ୍ତି। ଆଲୋଚନାରେ ସେମାନଙ୍କ କଠିନ ପରିଶ୍ରମ, ଚେସ୍ ର ବଢୁଥିବା ଲୋକପ୍ରିୟତା, ଖେଳ ଉପରେ ଏଆଇର ପ୍ରଭାବ ଏବଂ ସଫଳତା ହାସଲ ରେ ସଂକଳ୍ପ ଏବଂ ଦଳଗତ କାର୍ଯ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।ମହାକାଶ କ୍ଷେତ୍ରରେ ସଂସ୍କାର ଦ୍ୱାରା ଦେଶର ଯୁବବର୍ଗ ଉପକୃତ ହୋଇଛନ୍ତି: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
August 25th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ମୋର ସମସ୍ତ ପରିଜନଙ୍କୁ ସ୍ୱାଗତ କରୁଛି । ଆଜି ପୁଣି ଥରେ ଆଲୋଚନା ହେବ – ଦେଶର ଉପଲବ୍ଧି ସମ୍ପର୍କରେ, ଦେଶର ସାମୂହିକ ପ୍ରଚେଷ୍ଟା ସମ୍ପର୍କରେ । ଏକବିଂଶ ଶତାବ୍ଦୀର ଭାରତରେ ଏଭଳି ବହୁତ କିଛି ଘଟୁଛି, ଯାହା ବିକଶିତ ଭାରତର ମୂଳଦୁଆକୁ ସୁଦୃଢ଼ କରୁଛି । ଯେମିତିକି, ଏଇ ଅଗଷ୍ଟ ୨୩ ତାରିଖ ଦିନ ଆମେ ସମସ୍ତ ଦେଶବାସୀ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କଲୁ । ଆପଣମାନେ ସମସ୍ତେ ଏହି ଦିନଟି ସହ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ପୁଣିଥରେ ଉତ୍ସବ ପାଳନ କରିଥିବେ ବୋଲି ମୋର ବିଶ୍ୱାସ । ଗତବର୍ଷ ଠିକ୍ ଏହି ଦିନ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ଭାଗରେ ଶିବ-ଶକ୍ତି ପଏଣ୍ଟ ଠାରେ ସଫଳତାର ସହ ଅବତରଣ କରିଥିଲା । ଏହି ଉପଲବ୍ଧି ହାସଲ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଲା ।ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଅତୁଟ ଆସ୍ଥା ପ୍ରକଟ କରିଥିବାରୁ ଦେଶବାସୀଙ୍କୁ କୃତଜ୍ଞତା: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
June 30th, 11:00 am
ବନ୍ଧୁଗଣ, ଫେବୃଆରୀ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ଶେଷ ରବିବାର ଦିନ ମୁଁ ଆପଣଙ୍କ ସହିତ ଭାବବିନିମୟର ଅଭାବକୁ ଅନୁଭବ କରୁଥିଲି । କିନ୍ତୁ ଏହି ସମୟରେ ଆପଣ ମୋତେ ପଠାଇଥିବା ଲକ୍ଷ ଲକ୍ଷ ବାର୍ତ୍ତାଗୁଡ଼ିକୁ ଦେଖି ମୋତେ ଖୁବ ଭଲ ମଧ୍ୟ ଲାଗିଲା । ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମ ପଛେ କିଛି ମାସ ପାଇଁ ବନ୍ଦ ରହିଥିଲା, କିନ୍ତୁ ‘ମନ୍ କି ବାତ୍’ର ଯେଉଁ ଭାବନା ଦେଶରେ, ସମାଜରେ ରହିଛି ତାକୁ ନେଇ ପ୍ରତ୍ୟହ କିଛି ଭଲ କାମ, ନିଃସ୍ୱାର୍ଥ ଭାବରେ କାମ, ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା କାର୍ଯ୍ୟ ନିରନ୍ତର ଭାବେ ଚାଲି ରହୁଥାଉ । ନିର୍ବାଚନ ଖବର ମଧ୍ୟରେ ନିଶ୍ଚିତ ରୂପେ ମନକୁ ଛୁଇଁପାରୁଥିବା ଏଭଳି ଖବରଗୁଡ଼ିକ ଉପରେ ଆପଣମାନଙ୍କ ଦୃଷ୍ଟି ପଡ଼ିଥିବ ।ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 21st, 06:31 am
ଅନ୍ତର୍ଜାତୀୟ ଯୋଗ ଦିବସରେ କଶ୍ମୀରର ଯୋଗ ଓ ସାଧନ ଭୂମିରେ ରହିବାର ସୌଭାଗ୍ୟ ମୋତେ ମିଳିଛି। କାଶ୍ମୀର ଏବଂ ଶ୍ରୀନଗରର ପରିବେଶ, ଶକ୍ତି ଏବଂ ଅନୁଭୂତି ଆମକୁ ଯୋଗରୁ ମିଳୁଥିବା ଶକ୍ତିଅନୁ କରୁଛୁ ।| ଯୋଗ ଦିବସରେ ମୁଁ କଶ୍ମୀର ମାଟିରୁ ଦେଶର ସମସ୍ତ ଜନସାଧାରଣ ଏବଂ ବିଶ୍ୱର କୋଣ ଅନୁକୋଣରେ ଯୋଗ ଅଭ୍ୟାସ କରୁଥିବା ଲୋକମାନଙ୍କୁ ଶୁଭେଚ୍ଛା ଜଣାଉଛି ।ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୪ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 21st, 06:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀରର ଶ୍ରୀନଗରଠାରେ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇୱାଇଡି) କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନର ନେତୃତ୍ୱ ନେଇଥିଲେ ଏବଂ ଯୋଗ ଶିବିରରେ ଅଂଶଗ୍ରହଣ କରିଥିଲେ ।ଜୁନ୍ ୨୦ ଓ ୨୧ରେ ଜାମ୍ମୁ - କାଶ୍ମୀର ଗସ୍ତ କରିବେ ପ୍ରଧାନମନ୍ତ୍ରୀ
June 19th, 04:26 pm
ଜୁନ୍ ୨୦ ତାରିଖ ସନ୍ଧ୍ୟା ପ୍ରାୟ ୬ଟାରେ ପ୍ରଧାନମନ୍ତ୍ରୀ ଶ୍ରୀନଗରସ୍ଥିତ ଶେର-ଇ-କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (ଏଏସ୍କେଆଇସିସି)ରେ 'ଯୁବ ସଶକ୍ତିକରଣ, ଜାମ୍ମୁ- କାଶ୍ମୀରର ରୂପାନ୍ତରଣ' କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ସେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରତିଯୋଗିତାମୂଳକ ଉନ୍ନତି ପ୍ରକଳ୍ପ (ଜେକେସିଆଇପି)ର ଶୁଭାରମ୍ଭ କରିବେ ।ପ୍ରଧାନମନ୍ତ୍ରୀ ଶଶାଙ୍କଆସନର ଭିଡିଓ ସେୟାର କଲେ
June 19th, 08:36 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶଶାଙ୍କଆସନ (ଠେକୁଆ ଭଙ୍ଗୀ)ର ଏକ ଭିଡିଓ ସେୟାର କରିଛନ୍ତି । ଏହି ଯୋଗାସନ ଅଜୀର୍ଣ୍ଣରୁ ମୁକ୍ତି ଦେବା ସହ ହଜମ ଶକ୍ତିକୁ ବୃଦ୍ଧି କରିଥାଏ ।ଉଷ୍ଟ୍ରାସନର ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ
June 18th, 10:29 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଷ୍ଟ୍ରାସନ ତଥା ଓଟ ଭଙ୍ଗୀର ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି । ଉଷ୍ଟ୍ରାସନ ମଣିଷର ପିଠି, ବେକର ମାଂସପେଶୀକୁ ଦୃଢ଼ କରିବା ସହ ଶରୀରରେ ରକ୍ତ ସଂଚାଳନ ସୁଗମ ଏବଂ ଦୃଷ୍ଟିଶକ୍ତି ବଢ଼ାଇଥାଏ ।Prime Minister Narendra Modi shares Bhadrasana Yoga Video
June 17th, 10:07 am
The Prime Minister, Shri Narendra Modi has shared Bhadrasana detailed Yoga video describing its benefits for joints, which also reduces pain in the knees. Bhadrasana yoga pose is also good for the stomach.ପଦହସ୍ତାସନର ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ
June 16th, 10:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ପଦହସ୍ତାସନର ବିସ୍ତୃତ ଭିଡିଓ ସେୟାର କରିଛନ୍ତି । ପଦହସ୍ତାସନ ମାସିକ ଋତୁସ୍ରାବର ଯନ୍ତ୍ରଣା ହ୍ରାସ ଏବଂ ମେରୁଦଣ୍ଡର ସୁସ୍ଥତା ପାଇଁ ପାଦ ଓ ହାତର ଭଙ୍ଗୀ ପଦହସ୍ତାସନରେ ଦେଖାଯାଇଥାଏ । ଏହାକୁ ଅଭ୍ୟାସ କରିବାକୁ ଭିଡିଓରେ ଅନୁରୋଧ କରାଯାଇଛି ।ଅର୍ଦ୍ଧ ଚକ୍ରାସନ ଉପରେ ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ
June 15th, 09:50 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଦ୍ଧ ଚକ୍ରାସନ କିମ୍ବା ଅର୍ଦ୍ଧ ଚକ୍ର ସ୍ଥିତି ଉପରେ ଏକ ଭିଡିଓ କ୍ଲିପ ଶେୟାର କରିବା ସହ ଉତ୍ତମ ହୃଦୟ ଏବଂ ରକ୍ତ ପ୍ରବାହରେ ଉନ୍ନତି ଆଣିବା ପାଇଁ ଏହି ସ୍ଥିତିର ଅଭ୍ୟାସ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।ତାଡାସନର ଭିଡିଓ କ୍ଲିପ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
June 13th, 09:47 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଡାସନ ବା ତାଳ ଗଛର ମୁଦ୍ରା ଉପରେ ଏକ ଭିଡିଓ କ୍ଲିପ୍ ପୋଷ୍ଟ କରିଛନ୍ତି ।ବିଶ୍ୱ ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞରେ ପ୍ରାଧନମନ୍ତ୍ରୀଙ୍କ ଭିଡିଓ ବର୍ତାର ମୂଳପାଠ
February 25th, 09:10 am
ଗାୟତ୍ରୀ ପରିବାରର କୌଣସି ବି ଆୟୋଜନ ଏତେ ପବିତ୍ରତା ସହ ଯୋଡି ହୋଇଥାଏ ଯେ, ସେଥିରେ ସାମିଲ ହେବା ନିଜ ପାଇଁ ଏକ ସୌଭାଗ୍ୟର ବିଷୟ ହୋଇଥାଏ । ମତେ ଖୁସି ଲାଗୁଛି ଯେ ମୁଁ ଆଜି ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞର ଅଂଶ ହୋଇପାରିଛି । ଯେତେବେଳେ ମୋତେ ଗାୟତ୍ରୀ ପରିବାର ତରଫରୁ ଏହି ଅଶ୍ୱମେଧ ଯଜ୍ଞରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ ମିଲିଥିଲା, ସେତେବେଳେ ସମୟ ଅଭାବ ସହ ମୋ ସମ୍ମୁଖରେ ଏକ ଦ୍ୱନ୍ଦ୍ୱ ମଧ୍ୟ ଥିଲା । ଭିଡିଓ ମାଧ୍ୟମରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଏକ ସମସ୍ୟା ଏହା ଥିଲା ଯେ ସାଧାରଣ ମଣିଷ, ଅଶ୍ୱମେଧ ଯଜ୍ଞକୁ କ୍ଷମତାର ବିସ୍ତାର ସହ ଯୋଡିକି ଦେଖିଥାଏ । ଆଜିକାଲି ନିର୍ବାଚନର ଏହି ସମୟରେ ସ୍ୱଭାବିକ ଭାବରେ ଅଶ୍ୱମେଧ ଯଜ୍ଞର କିଛି ଅନ୍ୟ ଅର୍ଥ ବାହାରି ପଡିଥାନ୍ତା । କିନ୍ତୁ ତାପରେ ମୁଁ ଦେଖିଲେ ଯେ ଅଶ୍ୱମେଧ ଯଜ୍ଞ, ଆଚାର୍ଯ୍ୟ ଶ୍ରୀରାମ ଶର୍ମାଙ୍କ ଭାବନା ଗୁଡିକୁ ଆଗକୁ ବଢାଉଛି, ଅଶ୍ୱମେଧ ଯଜ୍ଞର ଏକ ନୂଆ ଅର୍ଥକୁ ପ୍ରତିପାଦିତ କରୁଛି, ତାପରେ ମୋର ସମସ୍ତ ଦ୍ୱନ୍ଦ୍ୱ ଦୂର ହୋଇଗଲା ।ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞକୁ ସମ୍ବୋଧିତ କରିଲେ ପ୍ରଧାନମନ୍ତ୍ରୀ
February 25th, 08:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞକୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି 'ଅଶ୍ୱମେଧ ଯଜ୍ଞ' ସହିତ ସେ ଜଡିତ ହେବାକୁ ନେଇ ରହିଥିବା ଦ୍ୱନ୍ଦ୍ୱରୁ ଆରମ୍ଭ କରିଥିଲେ, କାରଣ ସେ ଭାବିଥିଲେ ଯେ, ଏହାକୁ ନେଇ ଭୁଲ ବ୍ୟାଖ୍ୟା ମଧ୍ୟ କରାଯାଇପାରେ । ତେବେ ସେ କହିଲେ, ଯେତେବେଳେ ମୁଁ ଆଚାର୍ଯ୍ୟ ଶ୍ରୀ ରାମ ଶର୍ମାଙ୍କ ଭାବନାକୁ ବଜାୟ ରଖିବା ଏବଂ ଏହାକୁ ନୂତନ ଅର୍ଥ ପ୍ରଦାନ କରିବା ପାଇଁ ଅଶ୍ୱମେଧ ଯଜ୍ଞ ଦେଖିଲି , ମୋର ସନ୍ଦେହ ଦୂର ହୋଇଗଲା ।ଆଚାର୍ଯ୍ୟ ଶ୍ରୀ ଏସ୍. ଏନ୍ . ଗୋଏଙ୍କାଙ୍କ ୧୦୦ତମ ଜୟନ୍ତୀ ପାଳନର ସମାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
February 04th, 03:00 pm
ଆଚାର୍ଯ୍ୟ ଶ୍ରୀ ଏସ୍.ଏନ୍. ଗୋଏଙ୍କାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏହି ଉତ୍ସବ ଏକ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ 'ଆଜାଦି କା ଅମୃତ ମହୋତ୍ସବ' ପାଳନ କରିବା ସମୟରେ କଲ୍ୟାଣମିତ୍ର ଗୋଏଙ୍କାଜୀଙ୍କ ନୀତିକୁ ଦେଶ ସ୍ମରଣ କରିଥିଲା। ଆଜି ତାଙ୍କ ଶତବାର୍ଷିକୀ ଉତ୍ସବ ଶେଷ ହେବାକୁ ଯାଉଥିବା ବେଳେ ଦେଶ ଏକ ବିକଶିତ ଭାରତର ଉପଲବ୍ଧି ଦିଗରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ଏହି ଯାତ୍ରାରେ, ଆମେ ଏସ.ଏନ. ଗୋଏଙ୍କା ଜୀଙ୍କ ଚିନ୍ତାଧାରା ଏବଂ ସମାଜ ପ୍ରତି ତାଙ୍କର ପ୍ରତିବଦ୍ଧତାରୁ ପ୍ରାପ୍ତ ଶିକ୍ଷାକୁ ପ୍ରୟୋଗ କରିପାରିବା | ଗୁରୁଜୀ ପ୍ରାୟତଃ ଭଗବାନ ବୁଦ୍ଧଙ୍କ ମନ୍ତ୍ର- ସମଗ୍ଗା-ନମ ତପୋସୁଖୋକୁ ଦୋହରାଇଥାନ୍ତି, ଯେଉଁଠି ଲୋକମାନେ ଏକାଠି ଧ୍ୟାନ କଲେ ପ୍ରାପ୍ତ ହେଉଥିବା ଶକ୍ତିଶାଳୀ ଫଳାଫଳକୁ ସୂଚାଇଥାଏ । ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ପାଇଁ ଏହି ଏକତା ଭାବନା ଏକ ମୌଳିକ ମୂଳଦୁଆ । ଏହି ଶତବାର୍ଷିକୀ ପାଳନ ଅବସରରେ ଆପଣମାନେ ସମସ୍ତେ ଏହି ମନ୍ତ୍ରର ପ୍ରଚାର କରିଛନ୍ତି ଏବଂ ମୁଁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।