
ଭାରତ-ନ୍ୟୁଜିଲାଣ୍ଡ ମିଳିତ ବିବୃତି
March 17th, 02:39 pm
ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଲକ୍ସନଙ୍କୁ ଉଷ୍ମ ଏବଂ ପାରମ୍ପରିକ ସ୍ୱାଗତ କରାଯାଇଥିଲା। ଏହାପରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଲକ୍ସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ମାର୍ଚ୍ଚ ୧୭, ୨୦୨୫ରେ ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀରେ ରାଇସିନା ଡାଏଲଗର ଦଶମ ସଂସ୍କରଣକୁ ଉଦଘାଟନ କରିବେ ଏବଂ ପ୍ରଧାନମନ୍ତ୍ରୀ ଲକ୍ସନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ଲକ୍ସନ ରାଜଘାଟସ୍ଥିତ ମହାତ୍ମା ଗାନ୍ଧୀ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ରାଷ୍ଟ୍ରପତି ଦ୍ରୁପଦୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।
ଫଳାଫଳ ତାଲିକା : ପ୍ରଧାନମନ୍ତ୍ରୀଙ୍କ ମରିସସ୍ ଗସ୍ତ
March 12th, 01:56 pm
ସୀମାପାର କାରବାର ନିମନ୍ତେ ସ୍ଥାନୀୟ ମୁଦ୍ରା (ଆଇଏନ୍ଆର୍ କିମ୍ବା ଏମ୍ୟୁଆର୍) ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ମରିସସ୍ ବ୍ୟାଙ୍କ ମଧ୍ୟରେ ଚୁକ୍ତି ।
ଏମ୍. ଏସ୍. ଏମ୍. ଇ. କ୍ଷେତ୍ର ଉପରେ ବଜେଟ୍ ପରବର୍ତ୍ତୀ ତିନୋଟି ୱେବିନାରକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
March 04th, 01:00 pm
କ୍ୟାବିନେଟର ମୋର ସମସ୍ତ ସହଯୋଗୀ, ଅର୍ଥ ଏବଂ ଅର୍ଥ ନୀତି ବିଶେଷଜ୍ଞ, ହିତାଧିକାରୀ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ !ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 04th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଥିଲେ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ରର ଅଭିବୃଦ୍ଧି, ଉତ୍ପାଦନ, ରପ୍ତାନି ଏବଂ ଆଣବିକ ଶକ୍ତି ମିଶନ, ନିୟନ୍ତ୍ରଣ, ନିବେଶ ଏବଂ ବ୍ୟବସାୟ କରିବାରେ ସହଜତା ଆଦି ବିଷୟ ଉପରେ ଏହି ୱେବିନାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ପାଦନ ଏବଂ ରପ୍ତାନି ଉପରେ ଆୟୋଜିତ ଏହି ବଜେଟ୍ ପରବର୍ତ୍ତୀ ୱେବିନାର୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବଜେଟକୁ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ବୋଲି ଉଲ୍ଲେଖ କରି ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ବଜେଟର ସବୁଠାରୁ ଉଲ୍ଲେଖନୀୟ ଦିଗ ହେଉଛି ଏହାର ଆଶାନୁରୂପ ଫଳାଫଳ । ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞଙ୍କ ଆଶାଠାରୁ ଅଧିକ ପଦକ୍ଷେପ ସରକାର ନେଇଛନ୍ତି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ଚଳିତ ବଜେଟରେ ଉତ୍ପାଦନ ଏବଂ ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି।ଇ. ଟି. ନାଓ ବୈଶ୍ୱିକ ବ୍ୟବସାୟ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 15th, 08:30 pm
ଶେଷ ଥର ଯେତେବେଳେ ମୁଁ ଇ. ଟି. ଶିଖର ସମ୍ମିଳନୀକୁ ଆସିଥିଲି, ସେତେବେଳେ ନିର୍ବାଚନ ହେବାକୁ ଯାଉଥିଲା। ଏବଂ ସେହି ସମୟରେ, ମୁଁ ଆପଣମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ବିନମ୍ରତାର ସହ କହିଥିଲି ଯେ ଆମର ତୃତୀୟ କାର୍ଯ୍ୟକାଳରେ ଭାରତ ଏକ ନୂତନ ଗତିରେ କାର୍ଯ୍ୟ କରିବ। ମୁଁ ସନ୍ତୁଷ୍ଟ ଯେ ଏହି ଗତି ଆଜି ଦୃଶ୍ୟମାନ ହେଉଛି ଏବଂ ଦେଶ ମଧ୍ୟ ଏହାକୁ ସମର୍ଥନ କରୁଛି। ନୂଆ ସରକାର ଗଠନ ହେବା ପରେ ବି. ଜେ. ପି.- ଏନ୍. ଡି. ଏ. କୁ ଦେଶର ଅନେକ ରାଜ୍ୟରେ ଲୋକଙ୍କ ଆଶୀର୍ବାଦ ମିଳିବା ଜାରି ରହିଛି। ଜୁନ ମାସରେ ଓଡ଼ିଶାର ଲୋକମାନେ ବିକଶିତ ଭାରତର ସଂକଳ୍ପକୁ ଗତି ଦେଇଥିଲେ, ପୁଣି ହରିୟାଣାର ଲୋକମାନେ ସମର୍ଥନ କରିଥିଲେ ଏବଂ ଏବେ ଦିଲ୍ଲୀର ଲୋକମାନେ ଆମକୁ ସମ୍ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ଏକ ବିକଶିତ ଭାରତର ଲକ୍ଷ୍ୟ ପାଇଁ ଦେଶର ଲୋକମାନେ ଆଜି କିପରି କାନ୍ଧରେ କାନ୍ଧ ମିଶାଇ ଚାଲିଛନ୍ତି, ଏହା ତାହାର ଏକ ସ୍ୱୀକୃତି।ଇଟି ନାଓ ଗ୍ଲୋବାଲ ବିଜିନେସ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭାଭାଷଣ
February 15th, 08:00 pm
ଶନିବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଇଟି ନାଓଗ୍ଲୋବାଲ ବିଜିନେସ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଅଂଶଗ୍ରହଣ କରିଥିଲେ । ତୃତୀୟ ପାଳିରେ ଭାରତବର୍ଷଏକ ବିକାଶମ୍ନୁଖୀ ଦିଗରେ ଗତି କରୁଥିବ ବୋଲି ପୂର୍ବ ଇଟିସିମିଟରେ ସେ କହିଥିବା ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ।ବିକଶିତ ଭାରତ ହେବା ଲକ୍ଷ୍ୟରେ ଅନନ୍ୟ ଯୋଗଦାନଦେଇଥିବା ଓଡିଶା, ମହାରାଷ୍ଟ୍ର, ହରିୟାଣା ଓ ନୂଆଦିଲ୍ଲୀଅଧିବାସୀଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ । ଏକବିକଶିତ ଭାରତ ଲକ୍ଷ୍ୟରେ ଏହି ଦେଶର ନାଗରିକମାନେକାନ୍ଧକୁ କାନ୍ଧ ମିଳାଇ କାମ କରୁଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖକରିଥିଲେ ।India is building its own Large Language Model considering our diversity: PM Modi at AI Action Summit
February 11th, 03:15 pm
In his address during the AI Action Summit in Paris, PM Modi highlighted AI’s potential and the need for global governance to ensure ethical, inclusive, and responsible use. He stressed reducing biases, AI-driven innovation in health, education, and sustainability, and the importance of skilling for future jobs. PM Modi also showcased India’s leadership in AI adoption, digital infrastructure, and its commitment to a people-centric AI future.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସଠାରେ ଏଆଇ ଆକ୍ସନ ଶିଖର ସମ୍ମିଳନୀର ସହ ଅଧ୍ୟକ୍ଷତା କଲେ
February 11th, 03:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସଠାରେ ଫ୍ରାନ୍ସ ର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ ମାକ୍ରୋନଙ୍କ ସହ ଏଆଇ ଆକ୍ସନ ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷତା କରିଥିଲେ । ଫେବ୍ରୁଆରି ୬ରୁ ୭ ତାରିଖ ପର୍ଯ୍ୟନ୍ତ ବିଜ୍ଞାନ ଦିବସରୁ ଆରମ୍ଭ ହୋଇଥିବା ସପ୍ତାହବ୍ୟାପୀ ଏହି ସମ୍ମିଳନୀ ପରେ ଫେବ୍ରୁଆରି ୮ରୁ ୯ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ ସପ୍ତାହ ସହ ଶେଷ ହୋଇଥିଲା। ବିଶ୍ୱସ୍ତରୀୟ ନେତା, ନୀତି ନିର୍ମାତା ଏବଂ ଶିଳ୍ପ ବିଶେଷଜ୍ଞଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବିଭାଗରେ ଏହା ଶେଷ ହୋଇଥିଲା।ପରୀକ୍ଷା ପେ ଚର୍ଚ୍ଚା 2025 : ପରୀକ୍ଷା ବାହାରେ-ଜୀବନ ଓ ସଫଳତା ଉପରେ ଏକ ସଂଳାପ
February 10th, 03:09 pm
ପରୀକ୍ଷା ପେ ଚର୍ଚ୍ଚାର ବହୁ ପ୍ରତୀକ୍ଷିତ ଅଷ୍ଟମ ସଂସ୍କରଣ ଆଜି ପୂର୍ବାହ୍ନ 11ଟାରେ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଦେଶର ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ଏକାଠି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଚିନ୍ତାପ୍ରବଣ ଆଲୋଚନା କରାଯାଇଥିଲା। ପରୀକ୍ଷା ସମ୍ବନ୍ଧୀୟ ଚାପ କୁ ଦୂର କରିବା ଏବଂ ଶିକ୍ଷା ପ୍ରତି ସକାରାତ୍ମକ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ବାର୍ଷିକ କାର୍ଯ୍ୟକ୍ରମ ପୁଣି ଥରେ ଶିକ୍ଷା, ଜୀବନ ଦକ୍ଷତା ଏବଂ ମାନସିକ ସୁସ୍ଥତା ବିଷୟରେ ଅମୂଲ୍ୟ ଜ୍ଞାନ ପ୍ରଦାନ କରିଛି ।A New Era for India’s Middle Class: How Policy Reforms Are Reshaping Aspirations and Opportunities
February 08th, 05:48 pm
India’s middle class, long hailed as the backbone of the nation’s economic aspirations, is witnessing a transformative phase. Over the past decade, targeted policy interventions across taxation, healthcare, education, and infrastructure have not only alleviated financial burdens but also unlocked unprecedented opportunities. As the architect of India’s $10 trillion economy vision, this demographic is now poised to drive innovation, consumption, and equitable growth. Let’s explore how systemic reforms are rewriting their future.ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ
February 06th, 04:21 pm
ଭାରତର ଉପଲବ୍ଧି ସମ୍ପର୍କରେ ଭାରତଠାରୁ ବିଶ୍ୱର ଆଶା ଏବଂ ଏକ 'ବିକଶିତ ଭାରତ' ଗଠନ ସମ୍ବନ୍ଧରେ ଭାରତରେ ସାଧାରଣ ଲୋକଙ୍କ ଆତ୍ମବିଶ୍ୱାସ ବିକଶିତ କରିବାର ସଂକଳ୍ପ ଉପରେ ସମ୍ମାନନୀୟ ରାଷ୍ଟ୍ରପତି ମହୋଦୟ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି, ସେ ଦେଶର ଭବିଷ୍ୟତ ପାଇଁ ଏକ ଦିଗ ମଧ୍ୟ ଦେଖାଇଛନ୍ତି। ସମ୍ମାନନୀୟ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରେରଣାଦାୟୀ ଏବଂ ପ୍ରଭାବଶାଳୀ ଥିଲା, ଏବଂ ଏହା ଭବିଷ୍ୟତ କାର୍ଯ୍ୟ ପାଇଁ ଆମ ସମସ୍ତଙ୍କ ପାଇଁ ମାର୍ଗଦର୍ଶନ ଭାବରେ କାର୍ଯ୍ୟ କରିଥିଲା। ମୁଁ ଏଠାରେ ସମ୍ମାନନୀୟ ରାଷ୍ଟ୍ରପତି ମହୋଦୟଙ୍କୁ ତାଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ଜଣାଇବାକୁ ଆସି ଏହି ସ୍ଥାନରେ ଉପସ୍ଥିତ ହୋଇଛି ।ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
February 06th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇଛନ୍ତି। ଗୃହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭାରତର ସଫଳତା, ଭାରତଠାରୁ ବିଶ୍ୱର ଆଶା ଏବଂ ଏକ ବିକଶିତ ଭାରତ ନିର୍ମାଣରେ ସାଧାରଣ ଜନତାଙ୍କ ଆତ୍ମବିଶ୍ୱାସ ସାମିଲ ଥିଲା। ସେ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଭାଷଣ ପ୍ରେରଣାଦାୟୀ, ପ୍ରଭାବଶାଳୀ ଏବଂ ଭବିଷ୍ୟତର କାର୍ଯ୍ୟ ପାଇଁ ମାର୍ଗଦର୍ଶନ ପ୍ରଦାନ କରିଛି । ଏହି ଅଭିଭାଷଣ ପାଇଁ ସେ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଥିଲେ।କେନ୍ଦ୍ର ବଜେଟ୍ ଉପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 01st, 03:00 pm
ଆଜି ଭାରତର ବିକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ! ଏହା 140 କୋଟି ଭାରତୀୟଙ୍କ ଆକାଂକ୍ଷାର ବଜେଟ୍, ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଏହା ଏକ ବଜେଟ୍। ଆମେ ଯୁବକମାନଙ୍କ ପାଇଁ ଅନେକ କ୍ଷେତ୍ର ଉନ୍ମୁକ୍ତ କରିଛୁ। ସାଧାରଣ ନାଗରିକ ବିକଶିତ ଭାରତର ଅଭିଯାନକୁ ଆଗେଇ ନେବାକୁ ଯାଉଛନ୍ତି। ଏହି ବଜେଟ୍ ବହୁ ଶକ୍ତି ଗୁଣକ। ଏହି ବଜେଟ୍ ସଞ୍ଚୟ ବୃଦ୍ଧି କରିବ, ନିବେଶ ବୃଦ୍ଧି କରିବ, ଉପଭୋଗ ବୃଦ୍ଧି କରିବ ଏବଂ ଅଭିବୃଦ୍ଧିକୁ ମଧ୍ୟ ତ୍ୱରାନ୍ୱିତ କରିବ। ମୁଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ଜୀ ଏବଂ ତାଙ୍କ ସମଗ୍ର ଟିମକୁ ଏହି ଜନତା ଜନାର୍ଦନଙ୍କ ବଜେଟ୍, ପିପୁଲ୍ସ ବଜେଟ୍ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି।କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ
February 01st, 02:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି। ଆଜି ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ବଜେଟରେ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପ୍ରତିଫଳିତ ହୋଇଛି ଏବଂ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣ ହୋଇଛି। ସେ ଦର୍ଶାଇଛନ୍ତି ଯେ ଯୁବକମାନଙ୍କ ପାଇଁ ବଜେଟରେ ଅନେକ କ୍ଷେତ୍ର ଓ ସୁଯୋଗ ଖୋଲାଯାଇଛି ଏବଂ ସାଧାରଣ ନାଗରିକଙ୍କୁ ଏହା ବିକଶିତ ଭାରତ ଯାତ୍ରାରେ ସାମିଲ କରିବ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ବଜେଟ୍ ହେଉଛି ଏକ ବୃହତ ଶକ୍ତି, ଯାହା ସଞ୍ଚୟ, ବିନିଯୋଗ, ବ୍ୟବହାର ଏବଂ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ। ସେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମ୍କୁ ଏହି ‘ଲୋକଙ୍କ ବଜେଟ୍’ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।ନୀତି ଆୟୋଗଠାରେ ବିଶିଷ୍ଟ ଅର୍ଥନୀତିଜ୍ଞମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
December 24th, 06:57 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୀତି ଆୟୋଗରେ ୨୦୨୫-୨୬ କେନ୍ଦ୍ର ବଜେଟ୍ ପ୍ରସ୍ତୁତି ନେଇ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା କରିଛନ୍ତି ।ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଓ ଦାରିଦ୍ର୍ୟ ମୁକାବିଲା ଉପରେ ଜି୨୦ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବିବୃତି
November 18th, 08:00 pm
ପ୍ରାରମ୍ଭରେ, ମୁଁ ରାଷ୍ଟ୍ରପତି ଲୁଲାଙ୍କୁ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ ଏବଂ ତାଙ୍କର ସଫଳ ଜି-୨୦ ଅଧ୍ୟକ୍ଷତା ପାଇଁ କରାଯାଇଥିବା ଭବ୍ୟ ବ୍ୟବସ୍ଥା ପାଇଁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ।ପ୍ରଧାନମନ୍ତ୍ରୀ ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଏବଂ ଦାରିଦ୍ର୍ୟ ବିରୋଧରେ ଲଢ଼େଇ ଉପରେ ଜି-୨୦ ଅଧିବେଶନକୁ ସମ୍ବୋଧିତ କରିଛନ୍ତି
November 18th, 07:55 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 'ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଏବଂ ଦାରିଦ୍ର୍ୟ ବିରୋଧରେ ଲଢ଼େଇ' ଶୀର୍ଷକ ଜି-୨୦ ଶିଖର ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ବ୍ରାଜିଲ ରାଷ୍ଟ୍ରପତି ମହାମହିମ ଲୁଇସ ଇନାସିଓ ଲୁଲା ଡା ସିଲଭାଙ୍କୁ ଶିଖର ସମ୍ମିଳନୀ ଆୟୋଜନ କରିଥିବାରୁ ଏବଂ ତାଙ୍କର ଉଦାର ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ । ନିରନ୍ତର ବିକାଶ ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେଇ ବ୍ରାଜିଲର ଜି-୨୦ ଏଜେଣ୍ଡାକୁ ସେ ପ୍ରଶଂସା କରି କହିଥିଲେ ଯେ ଏହି ଆଭିମୁଖ୍ୟ ଦକ୍ଷିଣ ବିଶ୍ୱର ସମସ୍ୟାଗୁଡିକ ଉପରେ ଆଲୋକପାତ କରିଛି ଏବଂ ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀର ଲୋକାଭିମୁଖୀ ନିଷ୍ପତ୍ତିକୁ ଆଗେଇ ନେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ଜି-୨୦ ଅଧ୍ୟକ୍ଷତାରେ 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' ଆହ୍ୱାନ ରିଓ ଆଲୋଚନାରେ ପ୍ରତିଫଳିତ ହେଉଛି।Cabinet approves PM-Vidyalaxmi scheme to provide financial support to meritorious students
November 06th, 03:14 pm
The Union Cabinet, chaired by PM Modi, has approved PM Vidyalaxmi—a new scheme offering collateral-free loans and interest subvention to meritorious students for higher education. Covering top-ranked institutions, it aims to ensure financial constraints don't hinder academic ambitions, supporting over 22 lakh students through a streamlined, digital system.Union Cabinet approves establishment of Rs.1,000 crore Venture Capital Fund for Space Sector under aegis of IN-SPACe
October 24th, 03:25 pm
The Union Cabinet, chaired by the Prime Minister Shri Narendra Modi, has approved setting up of Rs.1000 crore Venture Capital Fund dedicated to space sector, under aegis of IN-SPACe.ଷୋଡ଼ଶ ବ୍ରିକ୍ସ ଶିଖର ସମ୍ମିଳନୀର ପୂର୍ଣ୍ଣ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
October 23rd, 05:22 pm
ଷୋଡ଼ଶ ବ୍ରିକ୍ସ ଶିଖର ସମ୍ମିଳନୀର ଭବ୍ୟ ଆୟୋଜନ ପାଇଁ ରାଷ୍ଟ୍ରପତି ପୁତିନଙ୍କୁ ଅଭିନନ୍ଦନ ।