ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

February 23rd, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’କୁ ଆପଣ ସମସ୍ତଙ୍କୁ ସ୍ୱାଗତ । ଏବେ ଚମ୍ପିଆନ୍ସ ଟ୍ରଫି ଚାଲିଛି ଏବଂ ଚାରିଆଡ଼େ କ୍ରିକେଟ୍ ବିଷୟରେ ଆଲୋଚନା ହେଉଛି । କ୍ରିକେଟରେ ଶତକର ରୋମାଞ୍ଚ କ’ଣ, ତାହା ତ ଆମେ ସମସ୍ତେ ଭଲ ଭାବେ ଜାଣୁଁ, କିନ୍ତୁ ଆଜି ମୁଁ ଆପଣ ସମସ୍ତଙ୍କୁ କ୍ରିକେଟ୍ ନୁହେଁ, ବରଂ ଭାରତ ମହାକାଶରେ ଯେଉଁ ଶତକ ହାସଲ କରିଛି ସେ ବିଷୟରେ କହିବାକୁ ଯାଉଛି । ଗତ ମାସରେ ଦେଶ ଇସ୍ରୋର ୧୦୦ତମ ରକେଟ୍ ପ୍ରେରଣର ସାକ୍ଷୀ ହେଲା । ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ଏଥିରୁ ମହାକାଶ ବିଜ୍ଞାନରେ ଆମର ନିତ୍ୟନୂତନ ଶିଖର ସ୍ପର୍ଶ କରିବାର ସଂକଳ୍ପ ବିଷୟରେ ମଧ୍ୟ ସୂଚନା ମିଳୁଛି । ଆମର ମହାକାଶ ଯାତ୍ରାର ଶୁଭାରମ୍ଭ ଅତି ସାଧାରଣ ଭାବେ ହୋଇଥିଲା । ଏଥିରେ ପ୍ରତି ପଦକ୍ଷେପରେ ଆହ୍ୱାନ ଥିଲା, କିନ୍ତୁ ଆମ ବୈଜ୍ଞାନିକମାନେ ବିଜୟ ଲାଭ କରି ଆଗକୁ ଆଗକୁ ବଢ଼ିଚାଲିଲେ । ସମୟ ସହିତ ମହାକାଶର ଏହି ଯାତ୍ରାରେ ଆମ ସଫଳତାର ତାଲିକା ଲମ୍ବା ହୋଇ ଚାଲିଲା । ଲଞ୍ଚ ଭେଇକିଲ୍ ନିର୍ମାଣ ହେଉ, ଚନ୍ଦ୍ରଯାନର ସଫଳତା ହେଉ, ମଙ୍ଗଳଯାନ ହେଉ, ଆଦିତ୍ୟ ଏଲ୍- ୱାନ୍ କିମ୍ବା ଗୋଟିଏ ରକେଟରେ ଏକାଥରରେ ୧୦୪ଟି ଉପଗ୍ରହ ପ୍ରେରଣର ଅଭୂତପୂର୍ବ ଅଭିଯାନ ହେଉ – ଇସ୍ରୋର ସଫଳତାର ପରିସର ବିଶାଳ ହୋଇଛି । ଗତ ୧୦ ବର୍ଷରେ ହିଁ ପ୍ରାୟଃ ୪୬୦ ଟି ଉପଗ୍ରହ ଲଞ୍ଚ୍ କରାଯାଇଛି ଏବଂ ଏଥିରେ ଅନ୍ୟ ଦେଶମାନଙ୍କର ମଧ୍ୟ ଅନେକ ଉପଗ୍ରହ ରହିଛି । ଗୋଟିଏ ବଡ଼ କଥା ହେଉଛି ଯେ, ଆମ ମହାକାଶ ବିଜ୍ଞାନୀମାନଙ୍କ ଦଳରେ ନାରୀଶକ୍ତିର ଅଂଶଗ୍ରହଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାଦେଖି ମଧ୍ୟ ମୋତେ ବହୁତ ଖୁସି ଲାଗୁଛି ଯେ, ଆଜି ମହାକାଶ କ୍ଷେତ୍ର ଆମ ଯୁବବର୍ଗଙ୍କର ପ୍ରିୟ ହୋଇଯାଇଛି । କିଛି ବର୍ଷ ପୂର୍ବେ ଏ କଥା କିଏ ବା ଚିନ୍ତା କରିଥିବ ଯେ, ଏହି କ୍ଷେତ୍ରରେ ଷ୍ଟାର୍ଟ-ଅପ୍ ଏବଂ ଘରୋଇ କମ୍ପାନୀଗୁଡ଼ିକର ସଂଖ୍ୟା ଶହ ଶହ ହୋଇଯିବ । ଆମର ଯେଉଁ ଯୁବକ-ଯୁବତୀ ଜୀବନରେ କିଛି ରୋମାଂଚକର ଏବଂ ଉତ୍ସାହଜନକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ମହାକାଶ କ୍ଷେତ୍ର ଗୋଟିଏ ସୁନ୍ଦର ବିକଳ୍ପ ହେବାକୁ ଯାଉଛି ।

ପରୀକ୍ଷାର ଚାପ ଓ ଚିନ୍ତାକୁ ସଫଳତାର ସହ ଦୂର କରିପାରିଥିବା ଅଭିଜ୍ଞ ଏକଜାମ୍ ୱାରିୟର୍ସମାନଙ୍କ ଠାରୁ ଶୁଣନ୍ତୁ : ପ୍ରଧାନମନ୍ତ୍ରୀ

ପରୀକ୍ଷାର ଚାପ ଓ ଚିନ୍ତାକୁ ସଫଳତାର ସହ ଦୂର କରିପାରିଥିବା ଅଭିଜ୍ଞ ଏକଜାମ୍ ୱାରିୟର୍ସମାନଙ୍କ ଠାରୁ ଶୁଣନ୍ତୁ : ପ୍ରଧାନମନ୍ତ୍ରୀ

February 17th, 07:41 pm

ଫେବୃଆରୀ ୧୮ ତାରିଖ ପୂର୍ବାହ୍ନ ୧୧ଟାରେ ପରୀକ୍ଷା ପେ ଚର୍ଚ୍ଚା ୨୦୨୫ର ଏକ ସ୍ୱତନ୍ତ୍ର ଏପିସୋଡ ପ୍ରସାରିତ ହେବ । ପରୀକ୍ଷାର ଚାପ ଓ ଚିନ୍ତାକୁ ସଫଳତାର ସହ ଅତିକ୍ରମ କରିପାରିଥିବା ଯୁବ ଏକଜମା୍ ୱାରିୟର୍ସମାନେ ଏଥିରେ ଅଂଶ ଗ୍ରହଣ କରିବେ ।

ପରୀକ୍ଷା ସମୟରେ ସକରାତ୍ମକତା ଏକଜାମ୍ ୱାରିୟର୍ସଙ୍କ ସବୁଠୁ ବଡ଼ ସହଯୋଗୀଙ୍କ ମଧ୍ୟରୁ ଅନ୍ୟତମ:ପ୍ରଧାନମନ୍ତ୍ରୀ

ପରୀକ୍ଷା ସମୟରେ ସକରାତ୍ମକତା ଏକଜାମ୍ ୱାରିୟର୍ସଙ୍କ ସବୁଠୁ ବଡ଼ ସହଯୋଗୀଙ୍କ ମଧ୍ୟରୁ ଅନ୍ୟତମ:ପ୍ରଧାନମନ୍ତ୍ରୀ

February 15th, 05:58 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପ୍ରସ୍ତୁତି ସମୟରେ ସକରାତ୍ମକତାକୁ ବିଦ୍ୟାର୍ଥୀମାନଙ୍କ ମହତ୍ୱପୂର୍ଣ୍ଣ ସହଯୋଗୀ ଭାବେ ଦର୍ଶାଇ ସମସ୍ତଙ୍କୁ ଆସନ୍ତାକାଲି ଠାରୁ ‘ପରୀକ୍ଷା ପେ ଚର୍ଚ୍ଚା’ ଦେଖିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ସୁସ୍ଥତା ଏବଂ ମାନସିକ ଶାନ୍ତି ବିଷୟ ଉପରେ କଥା ଆସିଲେ ସଦ୍‌ଗୁରୁ ଜଗ୍‌ଗୀ ବାସୁଦେବ ସର୍ବଦା ସବୁଠାରୁ ପ୍ରେରଣାଦାୟକ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରହିଛନ୍ତି : ପ୍ରଧାନମନ୍ତ୍ରୀ

February 14th, 08:15 pm

ଯେତେବେଳେ ସମ୍ପୂର୍ଣ୍ଣ ସୁସ୍ଥତା ଏବଂ ମାନସିକ ଶାନ୍ତି ବିଷୟ ଉପରେ କଥା ଆସେ ସଦ୍‌ଗୁରୁ ଜଗ୍‌ଗୀ ବାସୁଦେବ ସର୍ବଦା ସବୁଠାରୁ ପ୍ରେରଣାଦାୟକ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରହିଛନ୍ତି ବୋଲି ମନ୍ତବ୍ୟ ଦେବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ‘ପରୀକ୍ଷା ପେ ଚର୍ଚ୍ଚା’ର ଚତୁର୍ଥ ଏପିସୋଡ ଦେଖିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ମେଦବହୁଳତା ବିରୋଧରେ ଲଢ଼େଇ ଓ ଫିଟନେସକୁ ପ୍ରୋତ୍ସାହିତ କରିବା ଦିଗରେ ନିରଜ ଚୋପ୍ରାଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

February 12th, 02:00 pm

ମେଦବହୁଳତା ବିରୋଧରେ ଲଢ଼େଇ ଓ ଫିଟନେସକୁ ପ୍ରୋତ୍ସାହିତ କରିବା ଦିଗରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ମେଦବହୁଳତା ବିରୋଧରେ ଲଢ଼େଇ ଏବଂ ସୁସ୍ଥ ଜୀବନଶୈଳୀ ଜାରି ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ପରୀକ୍ଷା ପେ ଚର୍ଚ୍ଚାର ସମସ୍ତ ଏପିସୋଡ୍ ଦେଖିବାକୁ ସମସ୍ତଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

February 11th, 02:57 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତଙ୍କୁ ପରୀକ୍ଷା ପେ ଚର୍ଚ୍ଚା ୨୦୨୫ର ସମସ୍ତ ଏପିସୋଡ୍ ଦେଖିବାକୁ ଏବଂ ପରୀକ୍ଷା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଛନ୍ତି ।

Pariksha Pe Charcha to Feature Special Episode on Mental Health and Wellbeing on 12th February: PM

February 11th, 01:53 pm

The Prime Minister, Shri Narendra Modi remarked that one of the most common topics that 'Exam Warriors' want to discuss is mental health and wellbeing. Therefore, this year’s Pariksha Pe Charcha has an episode specially dedicated to this topic which will play tomorrow, 12th February, Shri Modi added.

‘Pariksha Pe Charcha’ is back and that too in a fresh and livelier format!: Prime Minister

February 06th, 01:18 pm

Urging all Exam Warriors, their parents and teachers to watch the Pariksha Pe Charcha 2025, the Prime Minister Shri Narendra Modi in a post on X wrote

ଏକଜାମ୍ ୱାରିୟର୍ସ ୱାର ଫେଷ୍ଟିଭାଲକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

January 07th, 07:33 pm

ପରୀକ୍ଷା ଚିନ୍ତାକୁ ଆର୍ଟ ବା କଳା ମାଧ୍ୟମରେ ହ୍ରାସ ସକାଶେ ଅନୁଷ୍ଠିତ ହୋଇଥିବା ଏକଜାମ୍ ୱାରିୟର୍ସ ଆର୍ଟ ଫେଷ୍ଟିଭାଲକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

The bond between students and teachers must be beyond syllabus and curriculum: PM Modi

January 29th, 11:26 am

PM Modi interacted with students, teachers and parents at Bharat Mandapam in New Delhi today during the 7th edition of Pariksha Pe Charcha (PPC). PM Modi urged the students to prepare themselves in advance to deal with stress and pressure situations. He said that students should possess the ability of standing firm against adverse situations and challenges.

PM interacts with students, teachers and parents during Pariksha Pe Charcha 2024

January 29th, 11:25 am

PM Modi interacted with students, teachers and parents at Bharat Mandapam in New Delhi today during the 7th edition of Pariksha Pe Charcha (PPC). PM Modi urged the students to prepare themselves in advance to deal with stress and pressure situations. He said that students should possess the ability of standing firm against adverse situations and challenges.

Pariksha Pe Charcha aims to transform stress into success, enabling Exam Warriors to ace exams with a smile: Prime Minister

December 14th, 11:22 pm

The Prime Minister, Shri Narendra Modi said that Pariksha Pe Charcha aims to transform stress into success, enabling Exam Warriors to ace exams with a smile.

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

May 12th, 04:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ #ExamWarriorsଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

‘ଏଗଜାମ ୱାରିୟର୍ସ’ ପୁସ୍ତିକାର ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମ୍ପର୍କିତ ସମସ୍ତ ଚିନ୍ତାରୁ ମୁକ୍ତ ରଖିବା: ପ୍ରଧାନମନ୍ତ୍ରୀ

February 25th, 09:44 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ସମ୍ପର୍କିତ ସମସ୍ତ ଚିନ୍ତାରୁ ମୁକ୍ତ ରଖିବା ଏଗଜାମ ୱାରିୟର୍ସ ପୁସ୍ତିକାର ଉଦ୍ଦେଶ୍ୟ । ଶ୍ରୀ ମୋଦୀ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି, ଯେଉଁଥିରେ ମନ୍ତ୍ରୀ ସୂଚନା ଦେଇଛନ୍ତି ଝାଡଖଣ୍ଡ, କୋଦର୍ମାର ଏକ ସ୍କୁଲର ଛାତ୍ରଛାତ୍ରୀମାନେ ଏକଜାମ ୱାରିୟର୍ସ ପୁସ୍ତିକା ପଢି ନିଜକୁ ପରୀକ୍ଷା ସମ୍ପର୍କିତ ଚିନ୍ତାରୁ ମୁକ୍ତ ରଖିପାରିଛନ୍ତି ।

“ପରୀକ୍ଷା ପେ ଚର୍ଚ୍ଚା ୨ଠ୨୩”ରେ ଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହିତ କଥାବାର୍ତ୍ତା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

January 27th, 11:15 am

ବୋଧହୁଏ ଏହି ଥଣ୍ଡାରେ ପ୍ରଥମ ଥର ପାଇଁ ‘ପରୀକ୍ଷା ପେ ଚର୍ଚ୍ଚା’ ହେଉଛି । ସାଧାରଣତଃ ଏହା ଫେବ୍ରୁଆରୀରେ କରାଯାଇଥାଏ; କିନ୍ତୁ ବର୍ତ୍ତମାନ ଚିନ୍ତା ଆସିଛି ଯେ ଆପଣ ସମସ୍ତେ ୨୬ ଜାନୁଆରୀର ଲାଭ ମଧ୍ୟ ପାଇବା ଉଚିତ, ବାହାର ଲୋକ ମଧ୍ୟ ଏହାର ଫାଇଦା ଉଠାଇଲେ, ନୁହେଁ କି? କର୍ତ୍ତବ୍ୟ ପଥରେ ଗଲେ । ଏହା କେମିତି ଥିଲା? ବହୁତ ଭଲ ଲାଗିଲା । ଘରକୁ ଯିବା ପରେ ତୁମେ କ’ଣ କହିବ? କିଛି କହିବ ନାହିଁ । ଭଲ ସାଥୀମାନେ, ମୁଁ ଅଧିକ ସମୟ ନେବି ନାହିଁ, କିନ୍ତୁ ମୁଁ ନିଶ୍ଚିତ ଭାବରେ କହିବି ଯେ ପରୀକ୍ଷା ଉପରେ ଆଲୋଚନା କରିବା ମଧ୍ୟ ମୋର ଗୋଟିଏ ପରୀକ୍ଷା ।

ପରୀକ୍ଷା ପେ ଚର୍ଚ୍ଚା ୨ଠ୨୩ରେ ପରୀକ୍ଷାର୍ଥୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

January 27th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ର ଷଷ୍ଠ ସଂସ୍କରଣରେ ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ପରୀକ୍ଷାର୍ଥୀ, ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କ ସହିତ ମତ ବିନିମୟ କରିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ସେହି ଷ୍ଟାଡିୟମରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଏକ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ଏହି ପ୍ରଦର୍ଶନୀରେ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବିଷୟ ଆଧାରିତ ସାମଗ୍ରୀ ସ୍ଥାନିତ ହୋଇଛି । ଏହି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ବିଚାର ପ୍ରସ୍ତୁତ ଏବଂ ଏଥିରେ ପରୀକ୍ଷାର୍ଥୀ, ଛାତ୍ରଛାତ୍ରୀ, ସେମାନଙ୍କର ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଜୀବନ ଓ ଶିକ୍ଷା ସଂକ୍ରାନ୍ତ ବିଷୟବସ୍ତୁ ଉପରେ ଶ୍ରୀ ମୋଦୀ ବିଗତ ଛ’ ବର୍ଷ ଧରି ଆଲୋଚନା, ମତ ବିନିମୟ କରି ଆସୁଛନ୍ତି । ଚଳିତ ବର୍ଷର ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ବିଶ୍ୱର ୧୫୫ ଦେଶରୁ ୩୮.୮୦ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଥିଲେ ।

‘ଏଗଜାମ ୱାରିୟର୍ସ’ ଏବେ ୧୩ଟି ଭାଷାରେ ଉପଲବ୍ଧ

January 21st, 07:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରୀକ୍ଷା ସମ୍ପର୍କିତ ପ୍ରସଙ୍ଗଗୁଡିକୁ ନେଇ ଲିଖିତ ପୁସ୍ତକ “ଏଗଜାମ ୱାରିୟର୍ସ” ଏବେ ୧୩ଟି ଭାଷାରେ ଉପଲବ୍ଧ ହୋଇଛି ।

ପରୀକ୍ଷା ପ୍ରସ୍ତୁତି ବେଳେ ଅଭିଭାବକମାନଙ୍କ ଗଠନମୂଳକ ଭୂମିକା ସମ୍ପର୍କରେ ଏଗଜାମ ୱାରିୟର ପୁସ୍ତକରୁ ଆକର୍ଷଣୀୟ ସଂକଳନ ଶେୟାର କଲେ ପ୍ରଧାନମନ୍ତ୍ରୀ

January 19th, 02:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଗଜାମ ୱାରିୟର ପୁସ୍ତକରୁ ପରୀକ୍ଷା ପ୍ରସ୍ତୁତି ବେଳେ ଅଭିଭାବକମାନଙ୍କ ଭୂମିକା ସମ୍ପର୍କରେ ଏକ ଆକର୍ଷଣୀୟ ସଂକଳନ ଶେୟାର କରିଛନ୍ତି ।

ଏଗଜାମ ୱାରିୟର ପୁସ୍ତକରୁ “ୟୋର ଏଗଜାମ, ୟୋର ମେଥଡ୍ସ- ଚୁଜ ୟୋର ଓନ ଷ୍ଟାଇଲ” ଶୀର୍ଷକ ଭାଗ ଶେୟାର କଲେ ପ୍ରଧାନମନ୍ତ୍ରୀ

January 16th, 02:21 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଗଜାମ ୱାରିୟର ପୁସ୍ତକରୁ “ୟୋର ଏଗଜାମ, ୟୋର ମେଥଡ୍ସ- ଚୁଜ ୟୋର ଓନ ଷ୍ଟାଇଲ” ଶୀର୍ଷକ ଭାଗ ଶେୟାର କରିବା ସହ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ କିପରି ପ୍ରସ୍ତୁତ ହେଉଛନ୍ତି ଶେୟାର କରିବାକୁ ଆହ୍ୱାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ପରୀକ୍ଷା ଯୋଦ୍ଧାଙ୍କ ଅନ୍ତଃଦୃଷ୍ଟି ଏବଂ ପିପିସିରେ ସକି୍ରୟ ଯୋଗଦାନକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି

January 10th, 10:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବୋଦୟ ବିଦ୍ୟାଳୟ ସମିତି (ଏନଭିଏସ) ଦ୍ୱାରା ହୋଇଥିବା ଏକ ଟ୍ୱିଟର ପ୍ରତିକି୍ରୟା ଦେଇଛନ୍ତି, ଯେଉଁଥିରେ ଓଡ଼ିଶାର ଜେଏନଭି ଢେଙ୍କାନାଳ ଛାତ୍ରୀ କେଏମ. ଶିବାଙ୍ଗୀ ‘ପରୀକ୍ଷା ପେ ଚର୍ଚ୍ଚା’ ଉପରେ ନିଜର ମତାମତ ପ୍ରଦାନ କରିଛନ୍ତି ।