ଇଣ୍ଡିଆନ ସ୍ପେଶ ଆସୋସିଏସନ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
October 11th, 11:19 am
ଦେଶର ଦୁଇ ମହାନ ସୁପୁତ୍ର, ଭାରତ ରତ୍ନ ଶ୍ରୀ ଜୟପ୍ରକାଶ ନାରାୟଣ ଜୀ ଏବଂ ଭାରତ ରତ୍ନ ଶ୍ରୀ ନାନାଜି ଦେଶମୁଖଙ୍କର ଆଜି ଜନ୍ମ ଜୟନ୍ତୀ ମଧ୍ୟ ଅଛି । ସ୍ୱାଧୀନତା ପରେ ଭାରତକୁ ମାର୍ଗ ଦେଖାଇବାରେ ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କର ବହୁତ ବଡ଼ ଭୂମିକା ରହିଛି । ସମସ୍ତଙ୍କୁ ସାଥୀରେ ନେଇ, ସମସ୍ତଙ୍କ ପ୍ରୟାସ ଦ୍ୱାରା, ଦେଶରେ କିପରି ବଡ଼-ବଡ଼ ପରିବର୍ତ୍ତନ ଆସିଥାଏ, ଏମାନଙ୍କର ଜୀବନ ଦର୍ଶନ ଆମକୁ ଆଜି ମଧ୍ୟ ଏହାର ପ୍ରେରଣା ଦେଇଥାଏ । ମୁଁ ଜୟପ୍ରକାଶ ନାରାୟଣ ଜୀ ଏବଂ ନାନାଜୀ ଦେଶମୁଖ ଜୀଙ୍କୁ ପ୍ରଣାମ କରୁଛି, ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭାରତୀୟ ମହାକାଶ ସଂଘ ଉଦ୍ଘାଟିତ
October 11th, 11:18 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଭାରତୀୟ ମହାକାଶ ସଂଘ (ଇସ୍ପା)କୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ମହାକାଶ ଉଦ୍ୟୋଗର ପ୍ରତିନିଧିମାନଙ୍କ ସହ ସେ ମଧ୍ୟ ମତବିନିମୟ କରି ବିଭିନ୍ନ କଥା ପଚାରି ବୁଝିଛନ୍ତି ।ଏସ୍ସିଓ କାଉନସିଲ ରାଷ୍ଟ୍ରମୁଖ୍ୟଙ୍କ ଏକବିଂଶ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
September 17th, 12:22 pm
ପ୍ରେସିଡେଣ୍ଟ ରହମନ ଏସ୍ସିଓ କାଉନସିଲର ଅଧ୍ୟକ୍ଷପଦ ସଫଳତାର ସହିତ ପରିଚାଳନା କରିଥିବାରୁ ପ୍ରାରମ୍ଭରେ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି । ଏକ ଅତ୍ୟନ୍ତ ଆହ୍ୱାନମୂଳକ ଆଞ୍ଚଳିକ ଓ ଆନ୍ତର୍ଜାତିକ ପରିସ୍ଥିତିରେ ତାଜିକ୍ସ୍ଥାନର ରାଷ୍ଟ୍ରପତି ଏହି ସଂଗଠନର ଦାୟିତ୍ୱ ଅତ୍ୟନ୍ତ ସୂଚାରୁରୂପେ ପରିଚାଳନାକରିଛନ୍ତି । ଚଳିତବର୍ଷ ତାଜିକସ୍ଥାନ ତାର ସ୍ୱାଧୀନତାର ୩୦ବର୍ଷ ପୂର୍ତ୍ତି ପାଳନ କରୁଥିବାରୁ ମୁଁ ଭାରତ ପକ୍ଷରୁ ତାଜିକବାସୀ ଭାଇଭଉଣୀ ଏବଂ ଏହାର ପ୍ରେସିଡେଣ୍ଟ ରହମନଙ୍କୁ ଶୁଭେଚ୍ଛା ଜଣାଉଛି ।ଉତ୍ତର ପ୍ରଦେଶର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ ଭାବ ବିନିମୟ ସମୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 05th, 01:01 pm
ଆଜି ଆଣମାନଙ୍କ ସହିତ କଥା ହୋଇ ବହୁତ ଆତ୍ମ ସନ୍ତୋଷ ମିଳୁଛି । ସନ୍ତୋଷ ଏହି କଥା ପାଇଁ ମିଳୁଛି, ଯେ ଦିଲ୍ଲୀରୁ ଅନ୍ନ ଯୋଜନାର ଯେଉଁ ଗୋଟିଏ- ଗୋଟିଏ ଦାନା ପଠାଗଲା, ତାହା ପ୍ରତ୍ୟେକ ହିତାଧିକାରୀଙ୍କ ଥାଳି ପର୍ପ୍ୟନ୍ତ ପହଞ୍ଚୁଛି । ସନ୍ତୋଷ ଏହି କଥା ପାଇଁ ମିଳୁଛି, ଯେ ପୂର୍ବ ସରକାରଙ୍କ ସମୟରେ ଉତ୍ତର ପ୍ରଦେଶରେ ଗରିବଙ୍କ ଖାଦ୍ୟଶସ୍ୟର ଯେଉଁ ଲୁଟ ହୋଇଯାଉଥିଲା, ଏବେ ସେଥିପାଇଁ ସେହି ରାସ୍ତା ଆଉ ନାହିଁ । ୟୁପିରେ ଯେଉଁଭଳି ଭାବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଲାଗୁ କରାଯାଉଛି, ତାହା ନୂଆ ଉତ୍ତର ପ୍ରଦେଶର ପରିଚୟକୁ ଆହୁରି ସୁଦୃଢ କରୁଛି । ମୋତେ ଆପଣମାନଙ୍କ ସହିତ କଥା ହୋଇ ବହୁତ ଭଲ ଳାଗିଲା, ଆଉ ଯେଭଳି ଆପଣମାନେ ସାହସର ସହିତ କହୁଥିଲେ, ଯେଉଁ ବିଶ୍ୱାସର ସହିତ ଆପଣମାନେ କହୁଥିଲେ। ଆଉ ସତ୍ୟତା, ଆପଣମାନଙ୍କର ପ୍ରତ୍ୟେକ ଶବ୍ଦରୁ ସତ୍ୟତା ବହାରୁ ଥିଲା। ସେଥିରୁ ମୋତେ ସନ୍ତୋଷ ମିଳିଲା । ଆପଣମାନଙ୍କ ପାଇଁ କାର୍ଯ୍ୟ କରିବା ନିମନ୍ତେ ମୋର ଆଜି ଉତ୍ସାହ ବୃଦ୍ଧି ପାଇଛି। ଚାଲନ୍ତୁ ଆପଣମାନଙ୍କ କଥାବାର୍ତ୍ତା କରି ଯେତେ କଥା ହେଲେ ମଧ୍ୟ ତାହା କମ୍ ହୋଇଯିବ । ଆସନ୍ତୁ, ଏବେ କାର୍ଯ୍ୟକ୍ରମ ଆଡ଼କୁ ଯିବା ।ଉତ୍ତରପ୍ରଦେଶର ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ
August 05th, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ମତ ବିନିମୟ କରିଛନ୍ତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।ଇ-ରୁପୀ ଡିଜିଟାଲ ଦେୟ ବ୍ୟବସ୍ଥାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 02nd, 04:52 pm
ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସାରା ଦେଶରୁ ସାମିଲ ହୋଇଥିବା ସମସ୍ତ ରାଜ୍ୟପାଳ ମହୋଦୟ, ଉପରାଜ୍ୟପାଳଗଣ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସାଥୀଗଣ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର, ରାଜ୍ୟଗୁଡିକର ମୁଖ୍ୟ ସଚିବ, ଭିନ୍ନ ଭିନ୍ନ ଶିଳ୍ପ ସଂଘ ସହିତ ସଂଶ୍ଳିଷ୍ଟ ବନ୍ଧୁଗଣ, ଷ୍ଟାର୍ଟ ଅପ୍, ଫିନଟେକ୍ର ଦୁନିଆରୁ ସାମିଲ ମୋର ଯୁବ ସାଥୀ, ବ୍ୟାଙ୍କ ଗୁଡିକର ବରିଷ୍ଠ ଅଧିକାରୀଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ଇ-ରୁପି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
August 02nd, 04:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଇ-ରୁପି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହା ହେଉଛି ଏକ ବ୍ୟକ୍ତି ଓ ଉଦ୍ଦେଶ୍ୟ ନିର୍ଦ୍ଦିଷ୍ଟ ଡିଜିଟାଲ ଅର୍ଥପଇଠ ବ୍ୟବସ୍ଥା। ଇ-ରୁପି ହେଉଛି ଡିଜିଟାଲ ଅର୍ଥପଇଠ ପାଇଁ ଏକ ନଗଦମୁକ୍ତ ଓ ସ୍ପର୍ଶବିହୀନ ଉପକରଣ।