ଗୁଜରାଟର ଏକତା ନଗରରେ ପରିବେଶ ମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 23rd, 04:26 pm
ଆପଣ ସମସ୍ତଙ୍କୁ ଏହି ରାଷ୍ଟ୍ରୀୟ ସମ୍ମିଳନୀକୁ ଏବଂ ବିଶେଷ କରି ଏକତା ନଗରକୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି । ଏକତା ନଗରରେ ଏହି ରାଷ୍ଟ୍ରୀୟ ସମ୍ମିଳନୀ ନିଜକୁ ନିଜ ମଧ୍ୟରେ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଁ ଅନୁଭବ କରୁଛି । ଯଦି ଆମେ ଜଙ୍ଗଲ କଥା କହିବା, ଆମର ଆଦିବାସୀ ଭାଇ-ଭଉଣୀ ମାନଙ୍କର କଥା କହିବା, ଆମେ ବନ ଜୀବନ କଥା କହିବା, ଆମେ ଜଳ ସଂରକ୍ଷଣ କଥା ଚର୍ଚ୍ଚା କରିବା, ଆମେ ପର୍ଯ୍ୟଟନ କଥା କହିବା, ଆମେ ପ୍ରକୃତି ଏବଂ ପର୍ଯ୍ୟାବରଣ ଓ ବିକାଶ, ଏକ ପ୍ରକାରରେ ଏକତା ନଗରରେ ତାହାର ଯେଉଁ ସାମଗ୍ରିକ ବିକାଶ ହୋଇଛି, ତାହା ନିଜକୁ ନିଜ ମଧ୍ୟରେ ଏହି ବାର୍ତ୍ତା ହେଉଛି । ବିଶ୍ୱାସ ସୃଷ୍ଟି କରୁଛି ଯେ, ବନ ଏବଂ ପର୍ଯ୍ୟାବରଣ କ୍ଷେତ୍ର ପାଇଁ ଆଜି ଏକତା ନଗର ଏକ ତୀର୍ଥ ସ୍ଥଳ ପାଲଟି ଯାଇଛି । ଆପଣ ସମସ୍ତେ ଏହି କ୍ଷେତ୍ର ସହିତ ଜଡିତ ଥିବା ମନ୍ତ୍ରୀ ଏବଂ ଅଧିକାରୀମାନେ ଆସିଛନ୍ତି । ମୁଁ ଚାହିଁବି ଯେ ଏକତା ନଗରରେ ଆପଣମାନେ ଯେତେ ସମୟ ଅତିବାହିତ କରିବେ, ତାହାକୁ ଅତି ସୁକ୍ଷ୍ମତାର ସହିତ ଅନୁଧ୍ୟାନ କରିବେ । ଯାହା ଦ୍ୱାରା ପର୍ଯ୍ୟାବରଣ ପ୍ରତି, ଆମର ଆଦିବାସୀ ସମାଜ ପ୍ରତି, ଆମର ବନ ଜୀବନ ପ୍ରତି କେତେ ସମ୍ବେଦନଶୀଳତା ସହିତ ସଂରଚନା କରାଯାଇଛି, ନିର୍ମାଣ କାର୍ଯ୍ୟ ହୋଇଛି ଏବଂ ଭବିଷ୍ୟତରେ ଦେଶର ଅନେକ କୋଣ ଅନୁକୋଣରେ ବନ ପର୍ଯ୍ୟାବରଣର ସୁରକ୍ଷା କରି ବିକାଶ ପଥରେ ଦ୍ରୁତ ଗତିରେ ଆଗକୁ ଅଗ୍ରସର ହୋଇ ପାରିବା, ଏଠାରେ ଏହାର ବହୁତ କିଛି ଦେଖିବା- ବୁଝିବାକୁ ମିଳିବ।PM inaugurates the National Conference of Environment Ministers of all States in Ekta Nagar, Gujarat
September 23rd, 09:59 am
PM Modi inaugurated National Conference of Environment Ministers in Ekta Nagar, Gujarat via video conferencing. He said that the role of the Environment Ministry was more as a promoter of the environment rather than as a regulator. He urged the states to own the measures like vehicle scrapping policy and ethanol blending.ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟ ପରିବେଶ ମନ୍ତ୍ରୀ ସମ୍ମିଳନୀକୁ ସେପ୍ଟେମ୍ବର ୨୩ରେ କରିବେ ଉଦ୍ଘାଟନ
September 21st, 04:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ପରିବେଶ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀକୁ ଆସନ୍ତା ୨୩ ତାରିଖ ପୂର୍ବାହ୍ନ ସାଢେ ଦଶଟାରେ ଗୁଜରାଟର ଏକତାନଗରଠାରେ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ । ଏହି ଅବସରରେ ସେ ସମବେତ ଜନତାଙ୍କୁ ମଧ୍ୟ ଉଦ୍ବୋଧନ ଦେବେ ।ଭାରତର ଚାରିଟି ସ୍ଥାନକୁ ରାମସାର ମାନ୍ୟତା ମିଳିବା ଆମ ପାଇଁ ଗର୍ବର କଥା: ପ୍ରଧାନମନ୍ତ୍ରୀ
August 14th, 07:03 pm
ଭାରତର ଚାରିଟି ସ୍ଥାନ ରାମସାର ମାନ୍ୟତା ପାଇବା ଆମ ପାଇଁ ଗର୍ବର କଥା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।ଶ୍ରୀ ଅନିଲ ମାଧବ ଦବେଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ
May 18th, 10:56 am
ପରିବେଶ ମନ୍ତ୍ରୀ ଶ୍ରୀ ଅନିଲ ମାଧବ ଦବେଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜ ଶୋକବାର୍ତ୍ତାରେ କହିଛନ୍ତି, “ମୋର ପ୍ରିୟ ବନ୍ଧୁ ଏବଂ ସମ୍ମାନନୀୟ ସହକର୍ମୀ ପରିବେଶ ମନ୍ତ୍ରୀ ଶ୍ରୀ ଅନିଲ ମାଧବ ଦବେଙ୍କ ଆକସ୍ମିକ ଦେହାନ୍ତରେ ମୁଁ ମର୍ମାହତ ।