ସତର୍କ ରହିବା ଏବଂ ନିୟମର ପାଳନ କରିବା ଗୁରୁତ୍ୱପୂର୍ଣ୍ଣ :'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

February 25th, 11:00 am

ପ୍ରଧାନମନ୍ତ୍ରୀ ମୋଦୀ 'ମନ କି ବାତ' ଅବସରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦେଶବାସୀଙ୍କ ସହ କଥାବାର୍ତ୍ତା କରିଥିଲେ । ନିଜ କାର୍ଯ୍ୟକ୍ରମରେ ସେ ଔଦ୍ୟୋଗିକଠାରୁ ନେଇ ଆପଦ ପ୍ରବନ୍ଧନ ପର୍ଯ୍ୟନ୍ତ ,'ସ୍ୱଚ୍ଛ ଭାରତ' ରୁ ନେଇ ' ଗୋବର-ଧନ ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ନିଜ ବିଚାର ବାଣ୍ଟିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମହିଳା ନେତୃତ୍ୱରେ ବିକାଶକୁ ପ୍ରୋତ୍ସାହନ ଦେବା ବିଷୟରେ କହିଥିଲେ ଏବଂ କିପରି ମହିଳା ବିଭିନ୍ନ କ୍ଷେତ୍ରରେ 'ନ୍ୟୁ ଇଣ୍ଡିଆ' ର ଫାଉଣ୍ଡେସନକୁ ମଜବୁତ କରିବାର କାମ କରୁଛନ୍ତି ସେ ଉପରେ କହୁଥିଲେ ।