ଅକ୍ଟୋବର ୨ ତାରିଖରେ ଝାଡ଼ଖଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

September 30th, 05:09 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨ ଅକ୍ଟୋବର ୨୦୨୪ରେ ଝାଡ଼ଖଣ୍ଡ ଗସ୍ତରେ ଯିବେ । ସେ ଝାଡ଼ଖଣ୍ଡର ହଜାରୀବାଗରେ ଅପରାହ୍ଣ ୨ଟା ବେଳେ ୮୩,୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଶୁଭାରମ୍ଭ କରିବେ । ଦେଶରେ ଜନଜାତି ସମ୍ପ୍ରଦାୟର ବିକାଶ ଦିଗରେ ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ୭୯,୧୫୦ କୋଟି ଟଙ୍କାର ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ କରିବେ । ଏହି ଅଭିଯାନ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୪୯ ଜିଲ୍ଲା ଏବଂ ୨୭୪୦ ବ୍ଲକର ୬୩ ହଜାର ଗ୍ରାମରେ ଥିବା ୫ କୋଟିରୁ ଅଧିକ ଜନଜାତି ଲୋକଙ୍କୁ ଫାଇଦା ଦେବ । ଏହି ଅଭିଯାନରେ କେନ୍ଦ୍ର ସରକାରଙ୍କ ୧୭ଟି ମନ୍ତ୍ରଣାଳୟ ଓ ବିଭାଗ ଦ୍ୱାରା ସାମାଜିକ ମୌଳିକ ଢାଞ୍ଚା, ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ଅଦି କ୍ଷେତ୍ରରେ ଥିବା ଦୁର୍ବଳତା ଦୂର କରିବାକୁ ୨୫ଟି ଯୋଜନା କାର୍ଯ୍ୟକାରୀ କରିବେ ।