ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍”
September 24th, 11:30 am
ମୋର ପ୍ରିୟ ପରିବାରଜନ, ନମସ୍କାର । ‘ମନ୍ କି ବାତ୍’ର ଆଉ ଏକ ଅଧ୍ୟାୟରେ ଦେଶର ସଫଳତା, ଦେଶବାସୀଙ୍କ ସଫଳତା, ସେମାନଙ୍କ ପ୍ରେରଣାଦାୟୀ ଜୀବନଯାତ୍ରା ସମ୍ପର୍କରେ ଆପଣମାନଙ୍କ ସହ ଭାବବିନିମୟ କରିବାର ସୁଯୋଗ ମିଳିଛି । ବିଗତ ଦିନରେ ସବୁଠାରୁ ଅଧିକ ଚିଠି, ବାର୍ତ୍ତା ଆଦି ଯାହା ମୋତେ ମିଳିଛି, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଦୁଇଟି ପ୍ରସଙ୍ଗ ଉପରେ କେନ୍ଦ୍ରିତ । ପ୍ରଥମ ପ୍ରସଙ୍ଗଟି ହେଲା ଚନ୍ଦ୍ରଯାନ-୩ ର ସଫଳ ଅବତରଣ ଏବଂ ଦ୍ୱିତୀୟ ପ୍ରସଙ୍ଗଟି ହେଲା ଦିଲ୍ଲୀରେ ଜି-୨୦ର ସଫଳ ଆୟୋଜନ । ଦେଶର ପ୍ରତ୍ୟେକ ଭାଗରୁ ସମାଜର ପ୍ରତ୍ୟେକ ବର୍ଗରୁ, ସବୁ ବୟସର ଲୋକଙ୍କର ଅସଂଖ୍ୟ ଚିଠି ମୋତେ ମିଳିଛି । ଯେତେବେଳେ ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର୍ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଥିଲା, ସେତେବେଳେ କୋଟି କୋଟି ଲୋକ ଭିନ୍ନ ଭିନ୍ନ ମାଧ୍ୟମରେ ଏହି ଘଟଣାର ପ୍ରତିଟି ମୁହୁର୍ତ୍ତର ସାକ୍ଷୀ ହେଉଥିଲେ । ଇସ୍ରୋର ୟୁ-ଟ୍ୟୁବ୍ ଲାଇଭ୍ ଚ୍ୟାନେଲ୍ରେ ୮୦ ଲକ୍ଷରୁ ଅଧିକ ଲୋକ ଏହି ଘଟଣାକୁ ଦେଖିଲେ, ଯାହା ଏକ ରେକର୍ଡ଼ । ଏଥିରୁ ଜଣାପଡ଼ୁଛି ଯେ, ଚନ୍ଦ୍ରଯାନ-୩ ସହ କୋଟି କୋଟି ଭାରତୀୟଙ୍କ କେତେ ଗଭୀର ଭାବାବେଗ ଜଡ଼ିତ ହୋଇରହିଛି । ଚନ୍ଦ୍ରଯାନର ଏହି ସଫଳତା ପରେ ଦେଶରେ ଏବେ ଗୋଟିଏ ସୁନ୍ଦର କୁଇଜ୍ ପ୍ରତିଯୋଗିତା ମଧ୍ୟ ଚାଲିଛି, ଯାହାକୁ ଚନ୍ଦ୍ରଯାନ-୩ ମହାକୁଇଜ୍ ନାମରେ ନାମିତ କରାଯାଇଛି । ମାଇ ଗଭ୍ ପୋର୍ଟାଲ୍ରେ ଚାଲିଥିବା ଏହି ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିସାରିଲେଣି । ମାଇ ଗଭ୍ ଆରମ୍ଭ ହେବାପରେ କୌଣସି କୁଇଜ୍ ପ୍ରତିଯୋଗିତାରେ ଏହା ସର୍ବାଧିକ ଅଂଶଗ୍ରହଣ । ଯଦି ଆପଣ ଏ ଯାଏଁ ଏଥିରେ ଅଂଶଗ୍ରହଣ କରିନାହାନ୍ତି, ତାହେଲେ ବିଳମ୍ବ ନ କରି ଏଥିରେ ଅଂଶଗ୍ରହଣ କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଏଥିପାଇଁ ଆଉ ମାତ୍ର ଛଅ ଦିନ ସମୟ ଅଛି । ଏହି କୁଇଜ୍ରେ ନିଶ୍ଚୟ ଭାଗ ନିଅନ୍ତୁ ।ଭ୍ଲାଡିଭୋଷ୍ଟକରେ ଅନୁଷ୍ଠିତ 7ତମ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମର ପୂର୍ଣ୍ଣାଙ୍ଗ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟ
September 07th, 02:14 pm
ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ ବାର୍ତ୍ତା ମାଧ୍ୟମରେ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ 2022 ର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆର୍କଟିକ୍ ଅଞ୍ଚଳରେ ଋଷ ସହ ଭାଗିଦାରୀକୁ ସୁଦୃଢ଼ କରିବାକୁ ଭାରତ ଆଗ୍ରହୀ । ଶକ୍ତି କ୍ଷେତ୍ରରେ ସହଯୋଗର ବିପୁଳ ସୁଯୋଗ ରହିଛି । ସେ କହିଥିଲେ ଯେ ୟୁକ୍ରେନ ବିବାଦର ଆରମ୍ଭରୁ ଭାରତ କୂଟନୀତି ଏବଂ ଆଲୋଚନାର ମାର୍ଗ ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି ।ଇଷ୍ଣର୍ଣ୍ଣ ଇକ୍ନମିକ୍ ଫୋରମ୍ ୨୦୨୧ରେ ପ୍ରଧାନମନ୍ତ୍ରୀ ଦେଇଥିବା ‘ଆଭାସୀ’ ଭାଷଣର ମୂଳପାଠ
September 03rd, 10:33 am
ମୁଁ ଇଷ୍ଟର୍ଣ୍ଣ ଇକ୍ନମିକ୍ ଫୋରମ୍ରେ ଉଦ୍ବୋଧନ ଦେଇ ଅତ୍ୟନ୍ତ ଆନନ୍ଦିତ । ମୋତେ ଏହି ସୌଭାଗ୍ୟ ଦେଇଥିବାରୁ ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଉଛି ।ଭ୍ଲାଡିଭଷ୍ଟକ ଠାରେ ଷଷ୍ଠ ପୂର୍ବାଞ୍ଚଳ ଆର୍ଥିକ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ ସମ୍ବୋଧନ
September 03rd, 10:32 am
ଭ୍ଳାଡିଭୋଷ୍ଟକ ଠାରେ ଅନୁଷ୍ଠିତ ଷଷ୍ଠ ପୂର୍ବାଞ୍ଚଳ ଆର୍ଥିକ ମଞ୍ଚ (ଇଇଏଫ)ର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ଅଧିବେଶନକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ବୋଧନ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପଞ୍ଚମ ଇଇଏଫ-୨୦୧୯ ମସିହାରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିଥିଲେ ।ପଞ୍ଚମ ପ୍ରାଚ୍ୟ ଆର୍ଥିକ ମଞ୍ଚ (ସେପ୍ଟେମ୍ବର 5, 2019)ର ପୂର୍ଣ୍ଣାଙ୍ଗ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
September 05th, 01:33 pm
ଭାରତ ଓ ସୁଦୂର ପ୍ରାଚ୍ୟ ମଧ୍ୟରେ ସମ୍ପର୍କ ଆଜିର ନୁହେଁ । ଏହା ବହୁତ ପୁରୁଣା । ଭାରତ ହେଉଛି ପ୍ରଥମ ଦେଶ ଯିଏକି ଭ୍ଲାଡିଭୋଷ୍ଟକରେ ଏହାର ବାଣିଜ୍ୟିକ ଦୂତାବାସ ଖୋଲିଛି । ସେତେବେଳେ ଓ ଏହା ପୂର୍ବରୁ ମଧ୍ୟ ଭାରତ ଓ ରୁଷ ମଧ୍ୟରେ ଅନେକ ଭରସା ଥିଲା । ସୋଭିଏତ ରୁଷ ସମୟରେ ମଧ୍ୟ ଯେତବେଳେ ଅନ୍ୟ ବିଦେଶୀମାନଙ୍କୁ ଏଠାକୁ ଆସିବା ନେଇ ପ୍ରତିବନ୍ଧକ ଥିଲା, ଭ୍ଲାଡିଭୋଷ୍ଟକ ଭାରତୀୟ ନାଗରିକମାନଙ୍କ ପାଇଁ ଖୋଲା ଥିଲା । ରକ୍ଷା ଓ ବିକାଶର ଅନେକ ସାମଗ୍ରୀ ଭ୍ଲାଡିଭୋଷ୍ଟକ ଜରିଆରେ ଭାରତରେ ପହଂଚୁଥିଲା ଏବଂ ଆଜି ଏହି ଭାଗିଦାରୀତାର ବୃକ୍ଷ ଏହାର ଚେରକୁ ଆହୁରି ଗଭୀର କରୁଛି । ଦୁଇ ଦେଶର ଜନସାଧାରଣଙ୍କ ପାଇଁ ସୁଖ-ସମୃଦ୍ଧିର ସାହାରା ହେଉଛି । ଭାରତ ଏଠାରେ ଶକ୍ତି କ୍ଷେତ୍ର ଏବଂ ଅନ୍ୟ ପ୍ରାକୃତିକ ସମ୍ବଳ ଯେପରିକି ହୀରା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ନିବେଶ କରିଛି । ସାଖାଲିନର ତୈଳ କ୍ଷେତ୍ର ଭାରତୀୟ ନିବେଶର ସଫଳତା କ୍ଷେତ୍ରର ଏକ ପ୍ରକୃଷ୍ଟ ଉଦାହରଣ ।India - Russia Joint Statement during visit of Prime Minister to Vladivostok
September 04th, 02:45 pm
"ରୁଷିଆର ନ୍ୟୁଜ ଏଜେନ୍ସି TASS କୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର "
September 04th, 10:30 am
ରୁଷିଆର ନ୍ୟୁଜ ଏଜେନ୍ସି TASS କୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ,ରୁଷ ଏବଂ ଭାରତର ଭାଗିଦାରୀ ସାମରିକ ଏବଂ ଟେକ୍ନିକାଲ ସହଯୋଗର ଫ୍ରେମୱର୍କ ଉପରେ ରହିଛି I ପ୍ରଧାନମନ୍ତ୍ରୀ କହିଛନ୍ତି , ମୋର ବିଶ୍ୱାସ ଯେ ରୁଷ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଏକ ନୂଆ ବିଚାର ,ନୂଆ ଶକ୍ତି ଏବଂ ନୂଆ ପ୍ରେରଣା ମିଳିବ I ଆମେ ଘନିଷ୍ଠ ବନ୍ଧୁ ଏବଂ ଘନିଷ୍ଠ ବନ୍ଧୁ ହିସାବରେ ଏହା ବିଚାର କରିବା ଉଚିତ ଯେ ଆମେ ଭବିଷ୍ୟରେ ମିଳିତ କାମ କରିପାରିବା I"ରୁଷିଆର ଭ୍ଲାଡିଭୋଷ୍ଟକରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ "
September 04th, 05:15 am
ପ୍ରଧାନମନ୍ତ୍ରୀ ମୋଦୀ ରୁଷିଆ ଭ୍ଲାଡିଭୋଷ୍ଟକରେ ପହଂଚିଛନ୍ତି । ନିଜର ଗସ୍ତ ଅବସରରେ ,ପ୍ରଧାନମନ୍ତ୍ରୀ ମୋଦୀ ଇଷ୍ଟର୍ନ ଇକୋନୋମିକ ଫୋରମ (ଇଇଏଫ) ର ପଞ୍ଚମ ବୈଠକରେ ଯୋଗଦେବେ ଏବଂ ରାଷ୍ଟ୍ରପତି ପୁଟିନଙ୍କ ସହ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ ମଧ୍ୟ କରିବେ ।ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ଯୋଗଦେବା ପାଇଁ ରୁଷର ଭ୍ଲାଡିଭୋଷ୍ଟକ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
September 03rd, 11:35 am
ମୁଁ ସେପ୍ଟେମ୍ବର 4-5, 2019ରେ ରୁଷର ଭ୍ଲାଡିଭୋଷ୍ଟକ ଗସ୍ତ କରିବି ।ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ରୁଷର ସୁଦୂର ପୂର୍ବାଂଚଳକୁ ମୋର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବିବିଧ ଏବଂ ସୁଦୃଢ଼ କରିବା ନେଇ ଉଭୟ ପକ୍ଷଙ୍କ ଆଗ୍ରହକୁ ଦର୍ଶାଉଛି ।