ବାରଣାସୀରେ ଆର ଜେ ଶଙ୍କରା ନେତ୍ର ଚିକିତ୍ସାଳୟର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 20th, 02:21 pm
ଶ୍ରୀ କାଞ୍ଚି କାମକୋଟି ପୀଠରେ ଶଙ୍କରାଚାର୍ଯ୍ୟ ଜୀ, ପୂଜ୍ୟ ଜଗତଗୁରୁ ଶ୍ରୀ ଶଙ୍କର ବିଜୟେନ୍ଦ୍ର ସରସ୍ୱତୀ ଜୀ, ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦି ବେନ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଯୋଗୀ ଆଦିତ୍ୟନାଥ ଜୀ, ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଜୀ, ଶଙ୍କରା ନେତ୍ର ଫାଉଣ୍ଡେସନର ଆର ବି ରମଣି ଜୀ, ଡାକ୍ତର ଏସ.ବି. ବାଲସୁଭ୍ରମଣ୍ୟମ୍ ଜୀ, ଶ୍ରୀ ମୂରଲୀ କୃଷ୍ଣମୂର୍ତ୍ତୀ ଜୀ, ରେଖା ଝୁନଝୁନୱାଲା ଜୀ ସଂସ୍ଥା ସହ ଜଡିତ ଅନ୍ୟ ସମସ୍ତ ସଦସ୍ୟଗଣ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ ।ଉତ୍ତରପ୍ରଦେଶର ବାରଣାସୀରେ ଆରଜେ ସଙ୍କର ଚକ୍ଷୁ ହସ୍ପିଟାଲର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 20th, 02:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀରେ ଆରଜେ ସଙ୍କର ଚକ୍ଷୁ ଚିକିତ୍ସାଳୟର ଉଦଘାଟନ କରିଛନ୍ତି। ବିଭିନ୍ନ ଚକ୍ଷୁ ଅବସ୍ଥା ପାଇଁ ଡାକ୍ତରଖାନା ବିସ୍ତୃତ ପରାମର୍ଶ ଏବଂ ଚିକିତ୍ସା ପ୍ରଦାନ କରିଥାଏ। ଏହି ଅବସରରେ ଅନୁଷ୍ଠିତ ପ୍ରଦର୍ଶନୀରେ ଶ୍ରୀ ମୋଦୀ ମଧ୍ୟ ପରିଦର୍ଶନ କରିଥିଲେ।ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
August 18th, 02:15 pm
ଭାରତର ୧୪୦ କୋଟି ଲୋକଙ୍କ ତରଫରୁ, ମୁଁ ଆପଣମାନଙ୍କୁ ଭାରତ ଏବଂ ମୋର ନିଜ ରାଜ୍ୟ ଗୁଜରାଟକୁ ସ୍ୱାଗତ କରୁଛି । ଆପଣଙ୍କୁ ସ୍ୱାଗତ କରିବା ରେ ମୋ ସହିତ ଭାରତରେ ୨.୪ ନିୟୁତ ଡାକ୍ତର, ୩.୫ ନିୟୁତ ନର୍ସ, ୧.୩ ନିୟୁତ ପାରାମେଡିକ୍ସ, ୧.୬ ନିୟୁତ ଫାର୍ମାସିଷ୍ଟ ଏବଂ ଅନ୍ୟ ଲକ୍ଷ ଲକ୍ଷ ଲୋକ ଅଛନ୍ତି ।ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 18th, 01:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧୀନଗର ଠାରେ ଆୟୋଜିତ ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି ।ନୂଆଦିଲ୍ଲୀରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 11th, 11:00 am
ଆଜି ୧୧ ମେ’ର ଏହି ଦିନ, ଭାରତ ଇତିହାସର ସବୁଠାରୁ ଗୌରବମୟ ଦିନ ମଧ୍ୟରେ ଅନ୍ୟତମ । ଆଜି ଭାରତୀୟ ବୈଜ୍ଞାନିକମାନେ ପୋଖରାନରେ ସେହି ସଫଳତା ହାସଲ କରିଥିଲେ, ଯାହା ମାତା ଭାରତୀଙ୍କର ପ୍ରତ୍ୟେକ ସନ୍ତାନଙ୍କର ମଥା ଗର୍ବର ସହିତ ଉପରକୁ ଉଠିଥିଲା । ମୁଁ ସେହି ଦିନକୁ କେବେ ଭୁଲିପାରିବି ନାହିଁ, ଯେତେବେଳେ ଅଟଳ ଜୀ ଭାରତର ସଫଳ ପରମାଣୁ ପରୀକ୍ଷଣର ଘୋଷଣା କରିଥିଲେ । ପୋଖରାନ ପରମାଣୁ ପରୀକ୍ଷଣ ମାଧ୍ୟମରେ ଭାରତ କେବଳ ଏହାର ବୈଜ୍ଞାନିକମାନଙ୍କର ଦକ୍ଷତାକୁ ପ୍ରମାଣ କରିନାହିଁ, ବରଂ ଭାରତକୁ ବିଶ୍ୱ ସ୍ତରରେ ଏକ ନୂତନ ଉଚ୍ଚତା ମଧ୍ୟ ଆଣି ଦେଇଛି । ଅଟଳ ଜୀଙ୍କ ଶବ୍ଦରେ ମୁଁ କହିବି, ତେବେ- “ଅପନୀ ଧେୟ-ୟାତ୍ରା ମେଁ, ହମ୍ କଭି ରୁକେ ନେହିଁ ହେ । କିସି ଚୁନୋତି କେ ସମକ୍ଷ, କଭି ଝୁକେ ନେହିଁ ହେ ।” ମୁଁ ସମସ୍ତ ଦେଶବାସୀଙ୍କୁ ଆଜିର ଦିନର, ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ବହୁତ ବହୁତ ଶୁଭକାମନା ଜଣାଉଛି ।ପ୍ରଧାନମନ୍ତ୍ରୀ ୧୧ ମଇରେ ନୂଆଦିଲ୍ଲୀ ଠାରେ ଜାତୀୟ ପ୍ରଯୁକ୍ତି ଦିବସ ୨୦୨୩ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି
May 11th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ଜାତୀୟ ପ୍ରଯୁକ୍ତିି ଦିବସ ୨୦୨୩ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି । ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରଯୁକ୍ତି ଦିବସର ୨୫ ତମ ଉତ୍ସବ ପାଳନର ଶୁଭାରମ୍ଭ ହୋଇଛି । ଏହି ମହତ୍ତ୍ୱପୂର୍ଣ୍ଣ ଦିବସ ଅବସରରେ , ପ୍ରଧାନମନ୍ତ୍ରୀ ସାରା ଦେଶରେ ୫୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ସହ ଜଡିତ ଏକାଧିକ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ । ଏହା ଦେଶର ବିଜ୍ଞାନ ଭିତ୍ତିକ ଅନୁଷ୍ଠାନ ଗୁଡ଼ିକୁ ମଜବୁତ କରି ଭାରତକୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ ଅଟେ ।ଏମ୍ସ ଗୌହାଟୀର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
April 14th, 12:45 pm
ଆସାମର ରାଜ୍ୟପାଳ ଶ୍ରୀମାନ ଗୁଲାବ ଚନ୍ଦ କଟାରିୟା ମହାଶୟ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ହେମନ୍ତ ବିଶ୍ବଶର୍ମା ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ, ଦେଶର ଆରୋଗ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭ୍ୟ ମହାଶୟ, ଡାକ୍ଟର ଭାରତୀ ପାୱାର ମହାଶୟ, ଆସାମ ସରକାରରେ ମନ୍ତ୍ରୀ କେଶବ ମହନ୍ତା ମହାଶୟ, ଏଠାରେ ଉପସ୍ଥିତ ମେଡିକାଲ ଜଗତର ସମସ୍ତ ମହାନୁଭବ, ଅନ୍ୟ ମହାନୁଭବ, ଭିନ୍ନ- ଭିନ୍ନ ସ୍ଥାନମାନଙ୍କରେ ଭିଡିଓ କନଫରେନ୍ସ ସହିତ ଯୋଡି ହୋଇଥିବା ସମସ୍ତ ମହାନୁଭବ ଏବଂ ଆସାମର ମୋର ପ୍ରିୟ ଭାଇ ଭଉଣୀମାନେ।ଆସାମର ଗୌହାଟୀ ଠାରେ ୩୪୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦଘାଟନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ
April 14th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଆଜି ଆମାମର ଗୌହାଟୀ ଠାରେ ୩୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଏମ୍ସ ଗୌହାଟୀ ଏବଂ ଅନ୍ୟ ତିନୋଟି ମେଡିକାଲ କଲେଜକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ । ସେ ଆସାମ ଆଡଭାନ୍ସଡ ହେଲଥ କେୟାର ଇନୋଭେସନ୍ ଇନଷ୍ଟିଚ୍ୟୁଟ୍ (ଏଏଏଚଆଇଆଇ) ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ) କାର୍ଡ ବଣ୍ଟନ କରି ଆପକେ ଦ୍ୱାର ଆୟୁଷ୍ମାନ” ଅଭିଯାନର ଶୁଭାରମ୍ଭ କରିଛନ୍ତି ।ଇଣ୍ଡିଆ ଟୁଡେ କନକ୍ଲେଭ୍ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 18th, 11:17 pm
ଇଣ୍ଡିଆ ଟୁଡେ କନକ୍ଲେଭ୍ ସହିତ ସଂଶ୍ଳିଷ୍ଟ ସମସ୍ତ ମହାନୁଭବମାନଙ୍କୁ ମୋର ନମସ୍କାର । ଦେଶ- ବିଦେଶରୁ ଯେଉଁ ଦର୍ଶକ- ପାଠକ, ଡିଜିଟାଲ ମାଧ୍ୟମ ଆମ ସହିତ ଯୋଡ଼ି ହୋଇଛନ୍ତି, ସେମାନଙ୍କୁ ମଧ୍ୟ ଅଭିନନ୍ଦନ । ମୋତେ ଏହା ଦେଖି ଅତ୍ୟନ୍ତ ଖୁସି ଲାଗୁଛି ଯେ ଏହି କନକ୍ଲେଭ୍ ଯାହା ରଖାଯାଇଛି - ଦି ଇଣ୍ଡିଆ ମୁମେଣ୍ଟ୍ - ଅର୍ଥାତ୍ ଆଜି ବିଶ୍ୱର ବଡ଼ ବଡ଼ ଅର୍ଥନୀତିଜ୍ଞ, ବିଶ୍ଳେଷକ, ଚିନ୍ତକ ସମସ୍ତେ ଏଇ କଥା କହୁଛନ୍ତି ଏବଂ ସମ ସ୍ୱରରେ କହୁଛନ୍ତି “ଏହା ହେଉଛି ଭାରତର ସମୟ”। କିନ୍ତୁ ଯେତେବେଳେ ଇଣ୍ଡିଆ ଟୁଡେ ଗ୍ରୁପ୍ ଏହି ସକାରାତ୍ମକ ମାନସିକତା ଦେଖାଉଛନ୍ତି, ସେତେବେଳେ ଏହାର କିଛି ଅଧିକ ବିଶେଷତା ରହିଛି । ଏମିତିରେ ତ ମୁଁ ୨୦ ମାସ ପୂର୍ବରୁ ଲାଲକିଲ୍ଲାର ମଞ୍ଚ ଉପଯୁ କହିଥିଲା- ଏହା ହେଉଛି ଉପଯୁକ୍ତ ଅବସର, ଏହା ହେଉଛି ପ୍ରକୃଷ୍ଟ ସମୟ । କିନ୍ତୁ ସେହି ବାର୍ତ୍ତା ଏଠାରେ ପହଞ୍ଚôବାକୁ ୨୦ ମାସ ସମୟ ଲାଗିଗଲା । ସେଇ ଏକା ଭାବନା ଥିଲା – ଦିସ୍ ଇଜ୍ ଇଣ୍ଡିଆସ୍ ମୁମେଣ୍ଟ୍ ।ଇଣ୍ଡିଆ ଟୁଡେ କନକ୍ଲେଭକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
March 18th, 08:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ହୋଟେଲ ତାଜ ପ୍ୟାଲେସରେ ଇଣ୍ଡିଆ ଟୁଡେ କନକ୍ଲେଭକୁ ସମ୍ବୋଧିତ କରିଛନ୍ତି।ପ୍ରଯୁକ୍ତି ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ସହ ନାଗରିକଙ୍କୁ ସଶକ୍ତ କରୁଛି: ପ୍ରଧାନମନ୍ତ୍ରୀ
March 06th, 09:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପ୍ରଯୁକ୍ତି ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ସହ ନାଗରିକଙ୍କୁ ସଶକ୍ତ କରୁଛି । ଶ୍ରୀ ମୋଦୀ, ରାଜ୍ୟସଭା ସାଂସଦ ଶ୍ରୀ ନବମ ରେବିଆଙ୍କ ଟ୍ୱିଟ ପ୍ରତ୍ୟୁତ୍ତର ଦେଇ ଏହା କହିଛନ୍ତି । ଶ୍ରୀ ରେବିଆ ନିଜ ଟ୍ୱିଟରେ ସୂଚନା ଦେଇଛନ୍ତି, ଡିଜିଟାଲ ଇଣ୍ଡିଆ ଅଭିଯାନ ଆରମ୍ଭ ହେବା ପୂର୍ବରୁ ଅରୁଣାଚଳ ପ୍ରଦେଶର ଶେରଗାଓଁ ଗାଁରେ ମାତ୍ର ଗୋଟିଏ ମୋବାଇଲ ସେବା ପ୍ରଦାନକାରୀ ଥିଲା । କିନ୍ତୁ ଏବେ ସେଠାରେ ତିନି ମୋବାଇଲ ସେବା ପ୍ରଦାନକାରୀ ଅଛନ୍ତି ।‘ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଅନୁସନ୍ଧାନ’ଉପରେ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
March 06th, 10:30 am
କୋଭିଡ ପୂର୍ବର ସମୟ ଏବଂ ମହାମାରୀ ପରବର୍ତ୍ତୀ ସମୟ, ଉଭୟ ବିଷୟରେ ସ୍ୱାସ୍ଥ୍ୟ ସେବା ଦେଖାଯିବା ଉଚିତ । କରୋନା ବିଶ୍ୱକୁ ଦେଖାଇଛି ଏବଂ ଶିକ୍ଷା ଦେଇଛି ଯେ ସମୃଦ୍ଧ ଦେଶର ବିକଶିତ ପ୍ରଣାଳୀ ମଧ୍ୟ ଏହିପରି ବିପର୍ଯ୍ୟୟ ପରେ ନଷ୍ଟ ହୋଇ ଯାଇଥାଏ । ବିଶ୍ୱର ଧ୍ୟାନ ବର୍ତ୍ତମାନ ପୂର୍ବାପେକ୍ଷା ବହୁ ଅଧିକ ମାତ୍ରାରେ ସ୍ୱାସ୍ଥ୍ୟସେବା ଉପରେ ରହିଛି। କିନ୍ତୁ ଭାରତର ଆଭିମୁଖ୍ୟ କେବଳ ସ୍ୱାସ୍ଥ୍ୟ ସେବାରେ ସୀମିତ ନୁହେଁ । ଏହା ପରିବର୍ତ୍ତେ, ଆମେ ଗୋଟି, ପାଦ ଆଗକୁ ଯାଉଛୁ ଏବଂ ସାମଗ୍ରିକ ସୁସ୍ଥତା ପାଇଁ କାର୍ଯ୍ୟ କରୁଛୁ । ଏଥିପାଇଁ, ଆମେ ବିଶ୍ୱ ସମ୍ମୁଖରେ ଗୋଟିଏ ଲକ୍ଷ୍ୟ ରଖିଛୁ ଏବଂ ତାହା ହେଉଛି - ‘ଗୋଟିଏ ପୃଥିବୀ-ଗୋଟିଏ ସ୍ୱାସ୍ଥ୍ୟ’ । ଏହାର ଅର୍ଥ ହେଉଛି ଯେ ଆମେ ଜୀବିତ ପ୍ରାଣୀମାନଙ୍କ ପାଇଁ ସମଗ୍ର ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଉଛୁ, ସେ ମଣିଷ ହୁଅନ୍ତୁ, ପଶୁ ହୁଅନ୍ତୁ କିମ୍ବା ଉଦ୍ଭିଦ । କରୋନ ବୈଶ୍ୱିକ ମହାମାରୀ ମଧ୍ୟ ଯୋଗାଣ ଶୃଙ୍ଖଳାର ଗୁରୁତ୍ୱକୁ ସୂଚିତ କରିଛି । ଯେତେବେଳେ କରୋନା ମହାମାରୀ ଶିଖରରେ ଥିଲା, ସେତେବେଳେ ଔଷଧ, ଟିକା ଏବଂ ଚିକିତ୍ସା ଉପକରଣ ଭଳି ଜୀବନ ରକ୍ଷାକାରୀ ଜିନିଷ ଦୁର୍ଭାଗ୍ୟବଶତଃ କିଛି ଦେଶ ପାଇଁ ଅସ୍ତ୍ର ହୋଇ ଯାଇଥିଲା । ଭାରତ ଗତ କିଛି ବର୍ଷର ବଜେଟରେ ଏହି ସମସ୍ତ ପ୍ରସଙ୍ଗ ପ୍ରତି ବହୁତ ଧ୍ୟାନ ଦେଇଛି । ବିଦେଶୀ ଦେଶ ଉପରେ ଭାରତର ନିର୍ଭରଶୀଳତାକୁ କମ କରିବାକୁ ଆମେ ନିରନ୍ତର ଚେଷ୍ଟା କରୁଛୁ । ତେଣୁ, ଏହି ପ୍ରସଙ୍ଗରେ ସମସ୍ତ ହିତାଧିକାରୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।ସ୍ୱାସ୍ଥ୍ୟ ଓ ଚିକିତ୍ସା ଗବେଷଣା ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
March 06th, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱାସ୍ଥ୍ୟ ଓ ଚିକିତ୍ସା ଗବେଷଣା’ ବିଷୟବସ୍ତୁ ଉପରେ ଆଧାରିତ ଏକ ବଜେଟ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି । ୨୦୨୩ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଯୋଜନା ଓ କାର୍ଯ୍ୟକ୍ରମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଆୟୋଜିତ ୧୨ଟି ବଜେଟ୍ ପରବର୍ତ୍ତୀ ୱେବିନାର ମଧ୍ୟରୁ ଏହା ନବମ ।'ମନ୍ କୀ ବାତ୍' ଜନ ଭାଗିଦାରୀର ପରିପ୍ରକାଶର ଏକ ଅଦ୍ଭୁତ ମାଧ୍ୟମ ପାଲଟିଛି: ପ୍ରଧାନମନ୍ତ୍ରୀ ମୋଦୀ
February 26th, 11:00 am
ଆପଣମାନଙ୍କର ମନେଥିବ, ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅର୍ଥାତ ଏକତା ଦିବସ ଅବସରରେ ‘ମନ୍ କି ବାତ୍’ରେ ଆମେ ତିନୋଟି ପ୍ରତିଯୋଗିତା କଥା କହିଥିଲୁ । ଏହି ପ୍ରତିଯୋଗିତାଗୁଡ଼ିକ ଦେଶଭକ୍ତି ଗୀତ ରଚନା, ନାନାବାୟା ଗୀତ ରଚନା ଏବଂ ରଙ୍ଗୋଲି ଅଙ୍କନ ଉପରେ ଆଧାରିତ ଥିଲା । ଏ କଥା କହିବାରେ ମୋତେ ଖୁସି ଲାଗୁଛି ଯେ, ସମଗ୍ର ଦେଶର ୭୦୦ରୁ ଅଧିକ ଜିଲ୍ଲାରୁ ୫ ଲକ୍ଷରୁ ଅଧିକ ଲୋକେ ଏଥିରେ ଉତ୍ସାହର ସହିତ ଅଂଶଗ୍ରହଣ କରିଛନ୍ତି । ପିଲା, ବୟସ୍କ ବ୍ୟକ୍ତି, ବରିଷ୍ଠ ଲୋକେ, ସମସ୍ତେ ଉତ୍ସାହର ସହିତ ଏଥିରେ ଅଂଶଗ୍ରହଣ କରି ୨୦ରୁ ଅଧିକ ଭାଷାରେ ନିଜର କୃତିମାନ ପଠାଇଛନ୍ତି । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଅଂଶ ଗ୍ରହଣକାରୀ ମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକେ ଜଣେ ଜଣେ ଚମ୍ପିଆନ୍, କଳାର ସାଧକ । ନିଜ ଦେଶର ବିବିଧତା ଏବଂ ସଂସ୍କୃତି ପ୍ରତି ଆପଣମାନଙ୍କ ହୃଦୟରେ କେତେ କେତେ ପ୍ରେମ ଭରି ରହିଛି, ତାହା ଆପଣମାନେ ଦର୍ଶାଇଛନ୍ତି ।