ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 10th, 12:01 pm

ଦେଶ ତରଫରୁ, ବିହାର ତରଫରୁ ଗାଁର ତଥା ଗ୍ରାମାଂଚଳର ଜୀବନକୁ ସହଜ କରିବା ଉଦ୍ଦେଶ୍ୟରେ ଏବଂ ବ୍ୟବସ୍ଥା ଗୁଡିକୁ ସୁଦୃଢ କରିବା ଉଦ୍ଦେଶ୍ୟରେ, ମାଛ ଉତ୍ପାଦନ, ଦୁଗ୍ଧ ଉତ୍ପାଦନ ଏବଂ ପଶୁପାଳନ ଓ କୃଷି କ୍ଷେତ୍ରରେ ଅଧ୍ୟୟନ ଏବଂ ଗବେଷଣା ସହିତ ଜଡିତ ଶହ ଶହ କୋଟି ଟଙ୍କାର ଯୋଜନାର ଶିଳାନ୍ୟାସ ଏବଂ ଲୋକାର୍ପଣ ହେଉଛି । ଏଥିପାଇଁ ବିହାରର ଭାଇ-ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପିଏମ୍‌ ମତ୍ସ୍ୟ ସଂପଦ ଯୋଜନା, ଇ-ଗୋପାଳ ଆପ୍‌ ଏବଂ ବିହାରରେ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ

September 10th, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ୍‌ ମତ୍ସ୍ୟ ସଂପଦ ଯୋଜନା, ଇ-ଗୋପାଳ ଆପ୍‌ ଏବଂ ବିହାରରେ ମତ୍ସ୍ୟ ଓ ପଶୁସଂପଦ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏକ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।

ଆସନ୍ତାକାଲି ପିଏମ ମତ୍ସ୍ୟ ସମ୍ପଦ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

September 09th, 01:58 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ସେପ୍‌ଟେମ୍ବର 10) ଡିଜିଟାଲ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାର ଶୁଭାରମ୍ଭ କରିବେ । ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଇ-ଗୋପାଳ ଆପ୍‌ର ଶୁଭାରମ୍ଭ କରାଯିବ । ଏହି ଆପ୍‌ଟି ଏକ ପୂର୍ଣ୍ଣାଙ୍ଗ କିସମ ବିକାଶ ବଜାର ଏବଂ ସୂଚନା ପୋର୍ଟାଲ ଯାହାକୁ ଚାଷୀମାନେ ସିଧାସଳଖ ବ୍ୟବହାର କରିପାରିବେ । ଏହାଛଡା ଏହି ଅବସରରେ ପ୍ରଧାନମନ୍ତ୍ରୀ ବିହାରର ପଶୁ ସଂପଦ ଓ ମତ୍ସ୍ୟ ଚାଷ ବିକାଶ ବିଭିନ୍ନ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବାର କାର୍ଯ୍ୟସୂଚୀ ରହିଛି । ଏହି କାର୍ଯ୍ୟକ୍ରମରେ ବିହାରର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମତ୍ସ୍ୟ ଓ ପଶୁସଂପଦ ତଥା ଡେରି ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିବେ ।