୧୮ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳରେ ୯୧ ଏଫଏମ ଟ୍ରାନ୍ସମିଟରର ଉଦଘାଟନୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

April 28th, 10:50 am

ଆଜିର ଏହି କାର୍ଯ୍ୟକ୍ରମରେ ପଦ୍ମ ପୁରସ୍କାର ଗ୍ରହଣ କରିଥିବା ଅନେକ ବ୍ୟକ୍ତିତ୍ୱ ମଧ୍ୟ ଆମ ସହିତ ଯୋଡ଼ି ହୋଇଛନ୍ତି । ମୁଁ ସେମାନଙ୍କୁ ସମ୍ମାନର ସହିତ ସ୍ୱାଗତ କରୁଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ଆଜି ଆକାଶବାଣୀର ଏଫଏମ ସେବାର ସମ୍ପ୍ରସାରଣ ହେଉଛି । ଆକାଶବାଣୀ ଏଫଏମ ହେବା ଦିଗରେ ଆହୁରି ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆକାଶବାଣୀର ୯୧ ଏଫଏମ ଟ୍ରାନ୍ସମିଟରର ଏହି ଶୁଭାରମ୍ଭ ଦେଶର ୮୫ଟି ଜିଲ୍ଲାର ୨ କୋଟି ଲୋକଙ୍କ ପାଇଁ ଉପହାର ସଦୃଶ ଅଟେ । ଗୋଟିଏ ପ୍ରକାରରେ, ଏହି ଆୟୋଜନରେ ଭାରତର ବିବିଧତା ଭିନ୍ନ ଭିନ୍ନ ରଙ୍ଗର ଝଲକ ମଧ୍ୟ ରହିଛି । ଯେଉଁ ଜିଲ୍ଲାଗୁଡ଼ିକରେ ଉଦଘାଟିତ ହେଉଛି, ଆକାଂକ୍ଷୀ ଜିଲ୍ଲା, ଆକାଂକ୍ଷୀ ବ୍ଲକଗୁଡ଼ିକ ମଧ୍ୟ ଏହି ସେବାଗୁଡ଼ିକର ଲାଭ ପାଇପାରିବେ । ଏହି ସଫଳତା ପାଇଁ ମୁଁ ଆକାଶବାଣୀକୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଏହାର ବହୁତ ଲାଭ ଆମର ଉତ୍ତର-ପୂର୍ବର ଭାଇ ଓ ଭଉଣୀମାନଙ୍କୁ ହେବ, ଯୁବ ବନ୍ଧୁମାନେ ବହୁତ ଉପକୃତ ହେବେ । ଏଥିପାଇଁ ମୁଁ ତାଙ୍କୁ ବିଶେଷ ଭାବରେ ଅଭିନନ୍ଦନ ଜଣାଉଛି ।

ଦେଶରେ ଏଫ୍‌ଏମ୍ ରେଡିଓ ସଂଯୋଗ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୯୧ଟି ୧୦୦ଡବ୍ଲ୍ୟୁ କ୍ଷମତା ବିଶିଷ୍ଟ ଟ୍ରାନ୍ସମିଟର ଉଦ୍‌ଘାଟିତ

April 28th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ୯୧ଟି ନୂଆ ଏଫ୍‌ଏମ୍ ରେଡିଓ ଟ୍ରାନ୍ସମିଟର ଉଦ୍‌ଘାଟନ କରିଛନ୍ତି । ଏହି ଟ୍ରାନ୍ସମିଟରର କ୍ଷମତା ପ୍ରତ୍ୟେକ ୧୦୦ଡବ୍ଲ୍ୟ । ଏହା ଫଳରେ ରେଡିଓ ସଂଯୋଗ ବୃଦ୍ଧି ପାଇବ ଓ ଶ୍ରୋତା ଉପକୃତ ହେବେ ।

ଦକ୍ଷିଣ ଏସୀୟ ଉପଗ୍ରହ- କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ

May 05th, 07:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଏସୀୟ ପଡ଼ୋଶୀ ରାଷ୍ଟ୍ର ମାନଙ୍କୁ ମହାକାଶରେ ଏକ ବିଶେଷ ଉପହାର ଦେବା ପରେ ମହାକାଶ କୂଟନୀତି ଏକ ନୂତନ ସୋପାନରେ ପହଞ୍ଚିଛି ।ପଡ଼ୋଶୀ ରାଷ୍ଟ୍ର ଗୁଡିକୁ ବୀନା ମୂଲ୍ୟରେ ଏକ ଯୋଗାଯୋଗ ଉପଗ୍ରହ ବ୍ୟବାହାର କରିବା ଲାଗି ଦେବା ବୋଧହୁଏ ବିଶ୍ଵର ଅନ୍ୟ କୌଣସି ଠାରେ ଦେଖିବାକୁ ମିଳିନାହିଁ ।