ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

May 25th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ସାରା ଦେଶ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ, ଆକ୍ରୋଶରେ ପୂର୍ଣ୍ଣ ଏବଂ ସଂକଳ୍ପବଦ୍ଧ । ଆଜି ପ୍ରତ୍ୟେକ ଭାରତୀୟର ସଂକଳ୍ପ ହେଉଛି, ଆମକୁ ଆତଙ୍କବାଦର ଅନ୍ତ ଘଟାଇବାକୁ ପଡ଼ିବ । ବନ୍ଧୁଗଣ, ଅପରେଶନ୍ ସିନ୍ଦୂର ସମୟରେ ଆମ ସେନାବାହିନୀ ଯେଉଁ ବୀରତ୍ୱ ପ୍ରଦର୍ଶନ କରିଛନ୍ତି, ତାହା ପ୍ରତ୍ୟେକ ଭାରତୀୟକୁ ଗର୍ବିତ କରିଛି । ଯେଉଁ ସଠିକତା ସହିତ ଆମ ସେନାବାହିନୀ ସୀମା ଆରପାରିରେ ରହିଥିବା ଆତଙ୍କବାଦୀ ଆଡ୍ଡାସ୍ଥଳୀଗୁଡ଼ିକୁ ଧ୍ୱଂସ କଲେ ତାହା ବେଶ୍ ଚମତ୍କାର । ଅପରେଶନ୍ ସିନ୍ଦୂର ସାରା ବିଶ୍ୱରେ ଆତଙ୍କ ବିରୁଦ୍ଧରେ ହେଉଥିବା ସଂଗ୍ରାମକୁ ନୂତନ ବିଶ୍ୱାସ ଏବଂ ଉତ୍ସାହରେ ଭରିଦେଇଛି ।

ଇ. ଟି. ନାଓ ବୈଶ୍ୱିକ ବ୍ୟବସାୟ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଇ. ଟି. ନାଓ ବୈଶ୍ୱିକ ବ୍ୟବସାୟ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 15th, 08:30 pm

ଶେଷ ଥର ଯେତେବେଳେ ମୁଁ ଇ. ଟି. ଶିଖର ସମ୍ମିଳନୀକୁ ଆସିଥିଲି, ସେତେବେଳେ ନିର୍ବାଚନ ହେବାକୁ ଯାଉଥିଲା। ଏବଂ ସେହି ସମୟରେ, ମୁଁ ଆପଣମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ବିନମ୍ରତାର ସହ କହିଥିଲି ଯେ ଆମର ତୃତୀୟ କାର୍ଯ୍ୟକାଳରେ ଭାରତ ଏକ ନୂତନ ଗତିରେ କାର୍ଯ୍ୟ କରିବ। ମୁଁ ସନ୍ତୁଷ୍ଟ ଯେ ଏହି ଗତି ଆଜି ଦୃଶ୍ୟମାନ ହେଉଛି ଏବଂ ଦେଶ ମଧ୍ୟ ଏହାକୁ ସମର୍ଥନ କରୁଛି। ନୂଆ ସରକାର ଗଠନ ହେବା ପରେ ବି. ଜେ. ପି.- ଏନ୍. ଡି. ଏ. କୁ ଦେଶର ଅନେକ ରାଜ୍ୟରେ ଲୋକଙ୍କ ଆଶୀର୍ବାଦ ମିଳିବା ଜାରି ରହିଛି। ଜୁନ ମାସରେ ଓଡ଼ିଶାର ଲୋକମାନେ ବିକଶିତ ଭାରତର ସଂକଳ୍ପକୁ ଗତି ଦେଇଥିଲେ, ପୁଣି ହରିୟାଣାର ଲୋକମାନେ ସମର୍ଥନ କରିଥିଲେ ଏବଂ ଏବେ ଦିଲ୍ଲୀର ଲୋକମାନେ ଆମକୁ ସମ୍ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ଏକ ବିକଶିତ ଭାରତର ଲକ୍ଷ୍ୟ ପାଇଁ ଦେଶର ଲୋକମାନେ ଆଜି କିପରି କାନ୍ଧରେ କାନ୍ଧ ମିଶାଇ ଚାଲିଛନ୍ତି, ଏହା ତାହାର ଏକ ସ୍ୱୀକୃତି।

ଇଟି ନାଓ ଗ୍ଲୋବାଲ ବିଜିନେସ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭାଭାଷଣ

ଇଟି ନାଓ ଗ୍ଲୋବାଲ ବିଜିନେସ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭାଭାଷଣ

February 15th, 08:00 pm

ଶନିବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଇଟି ନାଓଗ୍ଲୋବାଲ ବିଜିନେସ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଅଂଶଗ୍ରହଣ କରିଥିଲେ । ତୃତୀୟ ପାଳିରେ ଭାରତବର୍ଷଏକ ବିକାଶମ୍ନୁଖୀ ଦିଗରେ ଗତି କରୁଥିବ ବୋଲି ପୂର୍ବ ଇଟିସିମିଟରେ ସେ କହିଥିବା ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ।ବିକଶିତ ଭାରତ ହେବା ଲକ୍ଷ୍ୟରେ ଅନନ୍ୟ ଯୋଗଦାନଦେଇଥିବା ଓଡିଶା, ମହାରାଷ୍ଟ୍ର, ହରିୟାଣା ଓ ନୂଆଦିଲ୍ଲୀଅଧିବାସୀଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ । ଏକବିକଶିତ ଭାରତ ଲକ୍ଷ୍ୟରେ ଏହି ଦେଶର ନାଗରିକମାନେକାନ୍ଧକୁ କାନ୍ଧ ମିଳାଇ କାମ କରୁଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖକରିଥିଲେ ।

We launched the SVAMITVA Yojana to map houses and lands using drones, ensuring property ownership in villages: PM

January 18th, 06:04 pm

PM Modi distributed over 65 lakh property cards under the SVAMITVA Scheme to property owners across more than 50,000 villages in over 230 districts across 10 states and 2 Union Territories. Reflecting on the scheme's inception five years ago, he emphasised its mission to ensure rural residents receive their rightful property documents. He expressed that the government remains committed to realising Gram Swaraj at the grassroots level.

ସ୍ୱାମୀତ୍ଵ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

January 18th, 05:33 pm

ମଧ୍ୟପ୍ରଦେଶର ସିହୋରର ଜଣେ ସ୍ୱାମୀତ୍ଵ ହିତାଧିକାରୀ ଶ୍ରୀ ମନୋହର ମେଓ୍ଵାଡାଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ତାଙ୍କୁ ସ୍ୱାମୀତ୍ଵ ଯୋଜନା ସମ୍ବନ୍ଧୀୟ ତାଙ୍କର ଅଭିଜ୍ଞତା ବାଣ୍ଟିବାକୁ କହିଥିଲେ । ସମ୍ପତ୍ତି କାଗଜପତ୍ର ବ୍ୟବହାର କରି ଧାର କରିଥିବା ଋଣ ତାଙ୍କୁ କିପରି ସାହାଯ୍ୟ କରିଛି ଏବଂ ଏହା ତାଙ୍କ ଜୀବନରେ କ'ଣ ପରିବର୍ତ୍ତନ ଆଣିଛି ବୋଲି ସେ ଶ୍ରୀ ମନୋହରଙ୍କୁ ପଚାରିଥିଲେ। ଶ୍ରୀ ମନୋହର କହିଛନ୍ତି ଯେ ସେ ତାଙ୍କ ଦୁଗ୍ଧ ଫାର୍ମ ପାଇଁ ୧୦ ଲକ୍ଷ ଟଙ୍କାର ଋଣ ନେଇଥିଲେ, ଯାହା ତାଙ୍କୁ ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ କରିଥିଲା । ସେ ଉଲ୍ଲେଖ କରିଛନ୍ତି ଯେ ସେ, ତାଙ୍କ ପିଲାମାନେ ଏବଂ ଏପରିକି ତାଙ୍କ ପତ୍ନୀ ମଧ୍ୟ ଦୁଗ୍ଧ ଫାର୍ମରେ କାମ କରନ୍ତି ଏବଂ ଏହା ଅତିରିକ୍ତ ରୋଜଗାର ଆଣିଛି । ଶ୍ରୀ ମନୋହର ଏହା ମଧ୍ୟ ଆଲୋକପାତ କରିଥିଲେ ଯେ ସମ୍ପତ୍ତି କାଗଜପତ୍ର ରହିବା ଦ୍ୱାରା ତାଙ୍କ ପାଇଁ ବ୍ୟାଙ୍କରୁ ଋଣ ପାଇବା ସହଜ ହୋଇଥାଏ । କେନ୍ଦ୍ର ସରକାରଙ୍କ ଯୋଜନା ଲୋକଙ୍କ ଜୀବନରେ କଷ୍ଟ ହ୍ରାସ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସ୍ୱାମୀତ୍ଵ ଯୋଜନା ଲକ୍ଷ ଲକ୍ଷ ପରିବାରର ଆୟ ବୃଦ୍ଧି କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ପ୍ରତ୍ୟେକ ନାଗରିକ ଯେପରି ନିଜ ଜୀବନରେ ଗର୍ବ ଏବଂ ଅଭିଜ୍ଞତା ସହିତ ମୁଣ୍ଡ ଉଚ୍ଚରେ ରହିବେ ତାହା ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସ୍ଵାମୀତ୍ୱ ଯୋଜନା ଏହି ଦୃଷ୍ଟିକୋଣର ସମ୍ପ୍ରସାରଣ ବୋଲି ସେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଵାମୀତ୍ୱ ଯୋଜନା ଅଧୀନରେ ୧୦ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କଲେ

January 18th, 12:30 pm

ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ଯେପରି ସେମାନଙ୍କର ସମ୍ପତ୍ତି କାର୍ଡ ପାଇପାରିବେ ତାହା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପାଞ୍ଚ ବର୍ଷ ପୂର୍ବେ ସ୍ଵାମୀତ୍ୱ ଯୋଜନା ଆରମ୍ଭ କରାଯାଇଥିଲା । ସେ କହିଥିଲେ ଯେ ବିଭିନ୍ନ ରାଜ୍ୟରେ ସଂପତ୍ତି ମାଲିକାନାର ଭିନ୍ନ ଭିନ୍ନ ନାମ ରହିଛି ଯେପରିକି ଘରୋନି, ଅଧିକାର ଅଭିଲେଖ, ପ୍ରପର୍ଟି କାର୍ଡ, ମାଲମଟ୍ଟା ପତ୍ରକ ଓ ଆବାସୀୟ ଭୂମି ପଟ୍ଟା ଇତ୍ୟାଦି । ଶ୍ରୀ ମୋଦୀ କହିଥିଲେ, ଗତ ପାଞ୍ଚ ବର୍ଷ ମଧ୍ୟରେ ୧.୫ କୋଟିରୁ ଅଧିକ ଲୋକଙ୍କୁ ସ୍ବାମୀତ୍ବ କାର୍ଡ ପ୍ରଦାନ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ସେ ଆହୁରି କହିଛନ୍ତି ଯେ ୬୫ ଲକ୍ଷରୁ ଅଧିକ ପରିବାର ଏହି କାର୍ଡ ପାଇଛନ୍ତି | ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସ୍ଵାମୀତ୍ବ ଯୋଜନା ଅଧୀନରେ ଏବେ ଗାଁର ପ୍ରାୟ ୨.୨୫ କୋଟି ଲୋକ ସେମାନଙ୍କ ଘର ପାଇଁ ଆଇନଗତ କାଗଜପତ୍ର ପାଇଛନ୍ତି । ସେ ସମସ୍ତ ହିତାଧିକାରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

"ଏକ ବର୍ଷ - ଫଳାଫଳ ଉତ୍କର୍ଷ" ଏବଂ ରାଜସ୍ଥାନର ଜୟପୁରରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 17th, 12:05 pm

ରାଜସ୍ଥାନର ରାଜ୍ୟପାଳ ଶ୍ରୀ ହରିଭାଉ ବାଗଡେ ଜୀ, ରାଜସ୍ଥାନର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଶର୍ମା ଜୀ, ମଧ୍ୟପ୍ରଦେଶରୁ ବିଶେଷ ଭାବେ ଏଠାକୁ ଆସିଥିବା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଜୀ, ଯିଏ କେନ୍ଦ୍ରର ମନ୍ତ୍ରିମଣ୍ଡଳରେ ମୋର ସହକର୍ମୀ ଶ୍ରୀମାନ ସିଂ। ଆର ପାଟିଲ ଜୀ, ଭାଗୀରଥ ଚୌଧୁରୀ ଜୀ, ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଜୀ, ପ୍ରେମ ଚାନ୍ଦ ଭୈରବଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ରାଜସ୍ଥାନର ବିଧାୟକ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ରାଜସ୍ଥାନର ମୋର ପ୍ରିୟ ଭାଇ ଭଉଣୀମାନେ। ଏବଂ ଭର୍ଚୁଆଲ ମାଧ୍ୟମରେ ଆମ ସହିତ ଯୋଡି ହୋଇଥିବା ଆମର ରାଜସ୍ଥାନର ହଜାର ହଜାର ପଞ୍ଚାୟତରେ ଏକାଠି ହୋଇଥିବା ମୋର ସମସ୍ତ ଭାଇ ଭଉଣୀ ମାନେ ଆମ ସହିତ ଭର୍ଚୁଆଲ ଭାବରେ ଯୋଡ଼ି ହୋଇଛନ୍ତି।

ରାଜସ୍ଥାନର ଜୟପୁରଠାରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ 'ଏକ ବର୍ଷ - ପରିଣାମ ଉତ୍କର୍ଷ'ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 17th, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ 'ଏକ ବର୍ଷ-ପରିଣାମ ଉତ୍କର୍ଷ'​‌ରେ ଅଂଶଗ୍ରହଣ କରିଥିଲେ । ସଭାକୁ ସମ୍ବୋଧିତ କରି ସେ ରାଜସ୍ଥାନ ସରକାର ଏକ ବର୍ଷ ସଫଳତାର ସହ ପୂରଣ କରିଥିବାରୁ ରାଜସ୍ଥାନ ସରକାର ଏବଂ ରାଜସ୍ଥାନବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଏକାଠି ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ଆଶୀର୍ବାଦ ଲାଭ କରିଥିବାରୁ ସେ ଭାଗ୍ୟବାନ ବୋଲି କହିଛନ୍ତି। ରାଜସ୍ଥାନର ବିକାଶମୂଳକ କାର୍ଯ୍ୟକୁ ଏକ ନୂତନ ଦିଗ ଓ ଗତି ଦେବା ପାଇଁ ନିଆଯାଇଥିବା ପ୍ରୟାସ ନିମନ୍ତେ ଶ୍ରୀ ମୋଦୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମକୁ ପ୍ରଶଂସା କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମ ବର୍ଷ ଆଗାମୀ ଅନେକ ବର୍ଷର ବିକାଶ ପାଇଁ ଏକ ମଜଭୁତ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର କାର୍ଯ୍ୟକ୍ରମ କେବଳ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ହେବାର ପ୍ରତୀକ ନୁହେଁ, ବରଂ ରାଜସ୍ଥାନର ଉଜ୍ଜ୍ୱଳତା ଏବଂ ରାଜସ୍ଥାନର ବିକାଶର ପର୍ବର ପ୍ରତୀକ । ନିକଟରେ ରାଇଜିଂ ରାଜସ୍ଥାନ ଶିଖର ସମ୍ମିଳନୀ ୨୦୨୪ ଗସ୍ତକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ସେଠାରେ ସମଗ୍ର ବିଶ୍ୱର ଅନେକ ନିବେଶକ ଉପସ୍ଥିତ ଥିଲେ ଏବଂ ଆଜି ୪୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ ରାଜସ୍ଥାନରେ ଜଳକୁ ନେଇ ସାମନା କରୁଥିବା ପ୍ରତିବନ୍ଧକ ଗୁଡ଼ିକର ଉପଯୁକ୍ତ ସମାଧାନ ପ୍ରଦାନ କରିବ ଏବଂ ରାଜସ୍ଥାନକୁ ଭାରତର ସବୁଠାରୁ ଭଲ ଭାବରେ ସଂଯୋଜିତ ରାଜ୍ୟରେ ପରିଣତ କରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକ ଅଧିକ ନିବେଶକଙ୍କୁ ଆମନ୍ତ୍ରଣ କରିବ, ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ କରିବ ଏବଂ ରାଜସ୍ଥାନର କୃଷକ, ମହିଳା ଏବଂ ଯୁବକମାନଙ୍କୁ ଉପକୃତ କରିବ ।

ସୁପ୍ରିମକୋର୍ଟରେ ସମ୍ବିଧାନ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 26th, 08:15 pm

ଆପଣ ସମସ୍ତଙ୍କୁ ସମଗ୍ର ଦେଶବାସୀଙ୍କୁ ସମ୍ବିଧାନ ଦିବସ ଅବସରରେ ବହୁତ ବହୁତ ଶୁଭକାମନା । ଭାରତର ସମ୍ବିଧାନ ଦିବସର ଏହି ୭୫ ତମ ବର୍ଷ, ସମଗ୍ର ଦେଶ ପାଇଁ ଗର୍ବର ବିଷୟ । ଆଜି ମୁଁ ଭାରତର ସମ୍ବିଧାନକୁ, ସମ୍ବିଧାନ ସଭାର ସମସ୍ତ ସଦସ୍ୟଙ୍କୁ ଆଦର ପୂର୍ବକ ପ୍ରଣାମ କରୁଛି ।

ସୁପ୍ରିମକୋର୍ଟରେ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 26th, 08:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶାସନିକ ଭବନ ଠାରେ ଆୟୋଜିତ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଧାନ ବିଚାରପତି ଶ୍ରୀ ସଞ୍ଜୀବ ଖନ୍ନା, ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଶ୍ରୀ ବି. ଆର. ଗାଭାଇ ଏବଂ ବିଚାରପତି ଶ୍ରୀ ସୂର୍ଯ୍ୟକାନ୍ତ, ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ, ଭାରତର ଆଟର୍ଣ୍ଣି ଜେନେରାଲ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

୨୫ ନଭେମ୍ବରରେ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

November 24th, 05:54 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୫ ତାରିଖ ଅପରାହ୍ଣ ପ୍ରାୟ ୩ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪କୁ ଉଦଘାଟନ କରିବା ସହ ଜାତିସଂଘ ଅନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ର ଶୁଭାରମ୍ଭ କରିବେ।

ଦ୍ଵିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 21st, 02:15 am

ମୋର ବନ୍ଧୁ ରାଷ୍ଟ୍ରପତି ଇରଫାନ ଅଲ୍ଲୀ ଏବଂ ପ୍ରଧାନମନ୍ତ୍ରୀ ଡ଼ିଙ୍କନ ମିଚେଲଙ୍କ ସହ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀର ଆୟୋଜନ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ମୁଁ କାରିକମ୍ ପରିବାରର ସମସ୍ତ ସଦସ୍ୟଙ୍କୁ ହୃଦୟରୁ ସ୍ୱାଗତ କରୁଛି ଏବଂ ଏହି ଶିଖର ସମ୍ମିଳନୀର ଉତ୍ତମ ଆୟୋଜନ ପାଇଁ ରାଷ୍ଟ୍ରପତି ଇରଫାନ ଅଲ୍ଲୀଙ୍କୁ ବିଶେଷ ଭାବରେ ଧନ୍ୟବାଦ ଜଣାଉଛି ।

ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ

November 21st, 02:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଗ୍ରେନାଡା ର ପ୍ରଧାନମନ୍ତ୍ରୀ, ବର୍ତ୍ତମାନର କାରିକମ୍ ଅଧ୍ୟକ୍ଷ ମହାମହିମ ଶ୍ରୀ ଡିକନ୍ ମିଚେଲ, 20 ନଭେମ୍ବର 2024 ରେ ଜର୍ଜଟାଉନରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଏହି ଶିଖର ସମ୍ମିଳନୀର ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଗୁୟାନା ରାଷ୍ଟ୍ରପତି ମହାମହିମ ଇରଫାନ ଅଲ୍ଲୀଙ୍କୁ ଧନ୍ୟବାଦ ଜଣାଇଥିଲେ । ୨୦୧୯ରେ ନ୍ୟୁୟର୍କରେ ପ୍ରଥମ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗୁୟାନା ରାଷ୍ଟ୍ରପତି ଏବଂ ଗ୍ରେନାଡା ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଏହି ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ -

Our Jawans have proved their mettle on every challenging occasion: PM Modi in Kutch

October 31st, 07:05 pm

PM Modi celebrated Diwali with the personnel of the BSF, Army, Navy and Air Force near the Indo-Pak border, at Lakki Nala in Sir Creek area in Gujarat's Kutch. The Prime Minister conveyed his deep appreciation for the soldiers' service to the nation, acknowledging the sacrifices they make in challenging environments.

PM Modi celebrates Diwali with security personnel in Kutch,Gujarat

October 31st, 07:00 pm

PM Modi celebrated Diwali with the personnel of the BSF, Army, Navy and Air Force near the Indo-Pak border, at Lakki Nala in Sir Creek area in Gujarat's Kutch. The Prime Minister conveyed his deep appreciation for the soldiers' service to the nation, acknowledging the sacrifices they make in challenging environments.

ଆମେରିକାର ନ୍ୟୁୟର୍କରେ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 22nd, 10:00 pm

ନମସ୍କାର ଆମେରିକା ! ବର୍ତ୍ତମାନ ମୋର ‘ନମସ୍ତେ’ ମଧ୍ୟ ବିଶ୍ୱସ୍ତରୀୟ ହୋଇଯାଇଛି, ସ୍ଥାନୀୟ ଠାରୁ ଆରମ୍ଭ କରି ବିଶ୍ୱସ୍ତରରେ ପରିଣତ ହୋଇଯାଇଛି, ଏବଂ ଏସବୁ ଆପଣମାନେ କରିଛନ୍ତି । ଭାରତକୁ ନିଜ ହୃଦୟରେ ସ୍ଥାନ ଦେଇଥିବା ପ୍ରତ୍ୟେକ ଭାରତୀୟ ଏହା କରିଛନ୍ତି।

ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ

September 22nd, 09:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁୟର୍କର ଲଙ୍ଗ ଆଇଲ୍ୟାଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ଏକ ବିଶାଳ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ୧୫ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ।

India is progressing towards the goal of becoming a leading aviation hub: PM Modi

September 12th, 04:00 pm

PM Modi welcomed global leaders to the Civil Aviation Summit, emphasizing the sector's potential and growth in the Asia Pacific region. Highlighting India's aviation transformation, he noted the inclusive expansion of air travel, especially in Tier-2 and Tier-3 cities, through initiatives like the UDAN scheme. This has made air travel more accessible, benefiting millions, with regional connectivity and sustainable growth being key priorities.

PM Modi's conversation with Lakhpati Didis in Jalgaon, Maharashtra

August 26th, 01:46 pm

PM Modi had an enriching interaction with Lakhpati Didis in Jalgaon, Maharashtra. The women, who are associated with various self-help groups shared their life journeys and how the Lakhpati Didi initiative is transforming their lives.

ମହାରାଷ୍ଟ୍ରର ଜଲଗାଓଁରେ ଲକ୍ଷପତି ଦିଦି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 25th, 01:00 pm

ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ସିପି ରାଧାକ୍ରିଷ୍ଣନଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ, ଦେଶର କୃଷି ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନଜୀ, ଏହି ମାଟିର ସନ୍ତାନ, ମନ୍ତ୍ରିମଣ୍ଡଳର ମୋର ସହକର୍ମୀ ପ୍ରତାପ ରାଓ ଯାଦବ, କେନ୍ଦ୍ର ସରକାରରେ ଥିବା ଆମ ମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖରଜୀ, ଏହି ମାଟିର ସନ୍ତାନ, ଭଉଣୀ ରକ୍ଷା ଖଡ଼ସେଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାରଜୀ, ଦେବେନ୍ଦ୍ର ଫଡନାଭିସଜୀ, ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ, ସାଂସଦ ଏବଂ ବିଧାୟକଗଣ ଏବଂ ବହୁ ସଂଖ୍ୟାରେ ମୋତେ ଆଶୀର୍ବାଦ ଦେବାକୁ ଆସିଥିବା ଭାଇ ଭଉଣୀମାନେ । ଦୂର ଦୂରାନ୍ତରୁ ମୋର ଦୃଷ୍ଟି ଯେପର୍ଯ୍ୟନ୍ତ ପହଞ୍ଛୁଛି, ଏଠାରେ କେବଳ ମା’ ମାନଙ୍କର ବିଶାଳ ମହାସାଗର ଏହି ଦୃଶ୍ୟ ମନକୁ ଶାନ୍ତି ଦେଇଥିବାରୁ ମୁଁ ଆରମ୍ଭ କରିବା ପୂର୍ବରୁ, ମୁଁ ନେପାଳ ସହାୟତାରେ ମୋର ଦୁଃଖ ପ୍ରକାଶ କରିବାକୁ ଚାହେଁ| ଏହି ଋତୁରେ ଆମେ ମହାରାଷ୍ଟ୍ରର ଜଲଗାଓଁରୁ ଅନେକ ବନ୍ଧୁଙ୍କୁ ହରାଇଛୁ । ମୁଁ ସମସ୍ତ ମୃତକଙ୍କ ପରିବାର କୁ ସମବେଦନା ଜଣାଉଛି । ଏହି ଘଟଣା ଘଟିବା ମାତ୍ରେ ଭାରତ ସରକାର ତୁରନ୍ତ ନେପାଳ ସରକାରଙ୍କ ସହ ଯୋଗାଯୋଗ କରିଥିଲେ। ଆମେ ଆମ ମନ୍ତ୍ରୀ ରକ୍ଷାତାଇ ଖଡ଼ସେଙ୍କୁ ତୁରନ୍ତ ନେପାଳ ଯିବାକୁ କହିଥିଲୁ। ଆମେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆମ ଯେଉଁ ପରିବାର ସଦସ୍ୟ ଚାଲିଗଲେ ସେମାନଙ୍କୁ ଆମ ପରିବାର ସଦସ୍ୟଙ୍କ ମରଶରୀରକୁ ଫେରାଇ ଆଣିଛୁ । ଯେଉଁମାନେ ଆହତ ହୋଇଛନ୍ତି ସେମାନେ ଭଲ ଚିକିତ୍ସା ପାଉଛନ୍ତି। ମୁଁ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ମୁଁ ସମସ୍ତ ପୀଡିତଙ୍କୁ ଆଶ୍ୱାସନା ଦେଉଛି ଯେ ସେମାନଙ୍କୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦିଆଯିବ ।