ଅରୁଣାଚଳ ପ୍ରଦେଶର ଇଟାନଗରଠାରେ ବିକାଶ ପ୍ରକଳ୍ପସମୂହକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (15.02.2018)
February 15th, 12:38 pm
ଯେତେବେଳେ ସାରା ହିନ୍ଦୁସ୍ଥାନ ଉଦୀୟମାନ ସୂର୍ଯ୍ୟଙ୍କ ଆଡ଼କୁ ଦେଖିଥାଏ, ସୂର୍ଯ୍ୟଙ୍କ ଉଦୟକୁ ଦେଖିଥାଏ; ସାରା ହିନ୍ଦୁସ୍ଥାନକୁ ସର୍ବପ୍ରଥମେ ଅରୁଣାଚଳ ପ୍ରଦେଶ ଆଡ଼କୁ ମୁହଁ ବୁଲାଇବାକୁ ପଡ଼ିଥାଏ । ଆମର ସାରା ଦେଶ, 130ରୁ କୋଟିରୁ ଅଧିକ ଦେଶବାସୀଙ୍କୁ ସୂର୍ଯ୍ୟଙ୍କ ଉଦୟକୁ ଦେଖିବାକୁ ହେଲେ ଅରୁଣାଚଳ ଆଡ଼କୁ ନଚାହିଁ ସୂର୍ଯ୍ୟଙ୍କ ଉଦୟକୁ ଦେଖିପାରିନଥା’ନ୍ତି । ଯେଉଁ ଅରୁଣାଚଳ ପ୍ରଦେଶରୁ ଅନ୍ଧାର ଦୂର ହେଉଛି, ଆଲୋକ ବ୍ୟାପୁଛି, ଆଗାମୀ ଦିନରେ ମଧ୍ୟ ଏଠାରେ ବିକାଶର ଏପରି ଆଲୋକ ବ୍ୟାପିବ ଯାହା ସାରା ଭାରତକୁ ଆଲୋକିତ କରିବାରେ ସହାୟକ ହେବ ।ପ୍ରଧାନମନ୍ତ୍ରୀଙ୍କ ଅରୁଣାଚଳ ପ୍ରଦେଶ ଗସ୍ତ, ଇଟାନଗରରେ ଉଦ୍ଘାଟନ କଲେ ସମ୍ମେଳନ କେନ୍ଦ୍ର
February 15th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳ ପ୍ରଦେଶ ଗସ୍ତ କରିବା ସହ ଇଟାନଗରରେ ଆୟୋଜିତ ଏକ ସମାରୋହରେ ଦୋର୍ଜୀ ଖାଣ୍ଡୁ ରାଜ୍ୟ ସମ୍ମେଳନ କେନ୍ଦ୍ରର ଉଦ୍ଘାଟନ କରିଥିଲେ । ଏହି ସମ୍ମେଳନ କେନ୍ଦ୍ରରେ ଏକ ସଭାଗୃହ, ଏକ ସମ୍ମିଳନୀ କକ୍ଷ ସହ ପ୍ରଦର୍ଶନୀ କକ୍ଷ ରହିଛି ।ପ୍ରଧାନମନ୍ତ୍ରୀଙ୍କ ଆସନ୍ତାକାଲି ଅରୁଣାଚଳ ପ୍ରଦେଶ ଗସ୍ତ
February 14th, 06:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅରୁଣାଚଳ ପ୍ରଦେଶ ଗସ୍ତରେ ଯିବେ । ଇଟାନଗରରେ ଆୟୋଜିତ ଏକ ସମାରୋହରେ ସେ ଦୋର୍ଜିଖଣ୍ଡୁ ରାଜ୍ୟ ସମ୍ମେଳନ କେନ୍ଦ୍ରର ଉଦଘାଟନ କରିବେ । ଏହି ସମ୍ମେଳନ କେନ୍ଦ୍ରରେ ଏକ ପ୍ରେକ୍ଷାଳୟ, ସମ୍ମିଳନୀ କକ୍ଷ ଏବଂ ଏକ ପ୍ରଦର୍ଶନୀ କକ୍ଷ ରହିଛି । ଏହା ଇଟାନଗରର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ପରିଚିତି ଲାଭ କରିବ ବୋଲି ଆଶା କରାଯାଉଛି ।