ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ- ବିଶ୍ୱ ଦୂରସଞ୍ଚାର ମାନକୀକରଣ ସମାବେଶ ୨୦୨୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ଉଦ୍ୟୋଗ ମୁଖ୍ୟଙ୍କ ପ୍ରଶଂସା
October 15th, 02:23 pm
ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଆଜି ଅନୁଷ୍ଠିତ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ - ବିଶ୍ୱ ଦୂରସଞ୍ଚାର ମାନକୀକରଣ ସମାବେଶ (ITU-WTSA) ୨୦୨୪ରେ ଇଣ୍ଡିଆ ମୋବାଇଲ କଂଗ୍ରେସର ଅଷ୍ଟମ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି । ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ଜାତିସଂଘର ଏକ ସଂସ୍ଥା ଏବଂ ଏହାର ମାନକୀକରଣ କାର୍ଯ୍ୟ ପାଇଁ ଡବ୍ଲୁଟିଏସଏ ପ୍ରଶାସନିକ ସଭା ଭାବେ କାର୍ଯ୍ୟ କରେ । ଏହା ପ୍ରତି ୪ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ପ୍ରଥମ ଥର ପାଇଁ ଭାରତ ଏବଂ ଏସିଆ-ପ୍ରଶାନ୍ତ ମହାସାଗରରେ ITU-WTSA ଅନୁଷ୍ଠିତ ହେଉଛି । ଟେଲିକମ୍, ଡିଜିଟାଲ ଏବଂ ଆଇସିଟି କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଥିବା ୧୯୦ରୁ ଅଧିକ ଦେଶର ୩୦୦୦ ରୁ ଅଧିକ ଉଦ୍ୟୋଗ ମୁଖ୍ୟ, ନୀତି ନିର୍ମାତା ଏବଂ ବୈଷୟିକ ବିଶେଷଜ୍ଞଙ୍କୁ ଏକାଠି କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ।ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷତ କରିଛନ୍ତି ଆନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘର ମହାସଚିବ ଡୋରେନ୍ ବୋଗଡାନ- ମାର୍ଟିନ
March 24th, 08:28 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ ସଂଘର ମହାସଚିବ ଡୋରେନ୍ ବୋଗଡାନ- ମାର୍ଟିନ ଭେଟିଛନ୍ତି । ଏକ ଉନ୍ନତ ତଥା ସ୍ଥାୟୀ ଗ୍ରହ ପାଇଁ ଡିଜିଟାଲ୍ ଜ୍ଞାନକୌଶଳର ଉପଯୋଗ ଉପରେ ଉଭୟ ମାନ୍ୟଗଣ୍ୟ ବ୍ୟକ୍ତି ବିସ୍ତୃତ ଆଲୋଚନା କରିଥିଲେ ।