ଗୁୟାନାରେ ଭାରତୀୟ ସମୁଦାୟଙ୍କୁ ଉଦବୋଧନ କଲେ ପ୍ରଧାନମନ୍ତ୍ରୀ

November 22nd, 03:02 am

ଆଜି ମୁଁ ଆପଣମାନଙ୍କ ସହ ଥିବାରୁ ବହୁତ ଖୁସି । ପ୍ରଥମତ ଆମ ସହ ଯୋଗ ଦେଇଥିବାରୁ ରାଷ୍ଟ୍ରପତି ଇରଫାନ ଅଲ୍ଲୀଙ୍କୁ ଧନ୍ୟବାଦ । ମୁଁ ଆସିବା ଦିନରୁ ମିଳୁଥିବା ଭଲପାଇବା ଓ ସ୍ନେହରେ ମୁଁ ଅଭିଭୂତ । ରାଷ୍ଟ୍ରପତି ଅଲ୍ଲୀ ତାଙ୍କର ଘରର ଦ୍ୱାର ମୋ ପାଇଁ ଖୋଲିଥିବାରୁ ଧନ୍ୟବାଦ । ଦୟାଳୁ ଭାବନା ଓ ଉତ୍ସାହ ପାଇଁ ତାଙ୍କ ପରିବାରଙ୍କୁ ଧନ୍ୟବାଦ । ଆତିଥେୟତାର ଆତ୍ମା ଆମ ସଂସ୍କୃତିର ହୃଦୟରେ ରହିଛି । ବିଗତ ଦୁଇ ଦିନ ଧରି ମୁଁ ତାହା ଅନୁଭବ କରିପାରୁଛି । ରାଷ୍ଟ୍ରପତି ଅଲ୍ଲୀ ଏବଂ ତାଙ୍କ ଜେଜେ ମା’ଙ୍କ ସହ ଆମେ ଏକ ବୃକ୍ଷରୋପଣ କରିଛୁ । ଏହା ‘ଏକ ପେଡ଼୍ ମା କେ ନାମ୍‌’ ତଥା ‘ମାଆଙ୍କ ନାମରେ ଗୋଟିଏ ଗଛ’ ଅଭିଯାନର ଅଂଶବିଶେଷ । ଏହା ଏକ ଆବେଗିକ ମୁହୂର୍ତ୍ତ ଥିଲା ଯାହା କି ସର୍ବଦା ମୋର ମନେ ରହିବ ।

ଗୁୟାନାରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

November 22nd, 03:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନାର ଜର୍ଜଟାଉନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଗୁୟାନାର ରାଷ୍ଟ୍ରପତି ଡ. ଇରଫାନ୍ ଅଲି, ପ୍ରଧାନମନ୍ତ୍ରୀ ମାର୍କ ଫିଲିପ୍ସ, ଉପରାଷ୍ଟ୍ରପତି ଭାରତ ଜଗଦେବ, ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ରାମୋତାରଙ୍କ ସହିତ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଆଗମନରେ ବିଶେଷ ଉତ୍ସାହ ସହ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ସେ ଆହୁରି ମଧ୍ୟ ରାଷ୍ଟ୍ରପତି ଏବଂ ତାଙ୍କ ପରିବାରକୁ ସେମାନଙ୍କର ଆତିଥ୍ୟ ଏବଂ ସହୃଦୟତା ପାଇଁ ଧନ୍ୟବାଦ ଦେଇଥିଲେ । ଶ୍ରୀ ମୋଦୀ କହିଛନ୍ତି ଯେ, ଆତିଥ୍ୟର ଭାବନା ଆମ ସଂସ୍କୃତିର ଆତ୍ମାରେ ରହିଛି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ସେ ଭାରତ ସରକାରଙ୍କର ‘ଏକ୍ ପେଡ୍ ମାଁ କେ ନାମ୍‌’ (ଗୋଟିଏ ଗଛ ମାଆଙ୍କ ନାମରେ) ଅଭିଯାନର ଅଂଶ ଭାବରେ ରାଷ୍ଟ୍ରପତି ଏବଂ ତାଙ୍କର ଜେଜେମାଆଙ୍କ ସହ ଏକ ବୃକ୍ଷ ରୋପଣ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଏକ ଭାବପ୍ରମଣ ମୁହୂର୍ତ୍ତ, ଯାହାକୁ ସେ ସବୁଦିନ ପାଇଁ ମନେ ରଖିବେ ।

ରାଷ୍ଟ୍ରପତିଙ୍କୁ ଭେଟି ଦୀପାବଳିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

October 31st, 10:46 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଶ୍ରୀମତି ଦୌପଦୀ ମୁର୍ମୁଙ୍କୁ ଭେଟି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।

ଉପରାଷ୍ଟ୍ରପତିଙ୍କୁ ଭେଟି ଦୀପାବଳିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

October 31st, 10:46 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନକରଙ୍କୁ ଭେଟି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।

Our Jawans have proved their mettle on every challenging occasion: PM Modi in Kutch

October 31st, 07:05 pm

PM Modi celebrated Diwali with the personnel of the BSF, Army, Navy and Air Force near the Indo-Pak border, at Lakki Nala in Sir Creek area in Gujarat's Kutch. The Prime Minister conveyed his deep appreciation for the soldiers' service to the nation, acknowledging the sacrifices they make in challenging environments.

PM Modi celebrates Diwali with security personnel in Kutch,Gujarat

October 31st, 07:00 pm

PM Modi celebrated Diwali with the personnel of the BSF, Army, Navy and Air Force near the Indo-Pak border, at Lakki Nala in Sir Creek area in Gujarat's Kutch. The Prime Minister conveyed his deep appreciation for the soldiers' service to the nation, acknowledging the sacrifices they make in challenging environments.

ଦୀପାବଳିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 31st, 07:32 am

ଦୀପାବଳି ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଗୁଜରାଟର କେଭାଡିଆଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 31st, 07:31 am

ସର୍ଦ୍ଦାର ସାହେବଙ୍କ ତେଜସ୍ଵୀ ଭାଷଣ... ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟରେ ଏହି ଭବ୍ୟ କାର୍ଯ୍ୟକ୍ରମ... ଏକତା ନଗରର ଏହି ମନୋରମ ଦୃଶ୍ୟ, ଏବଂ ଏଠାରେ ଅନୁଷ୍ଠିତ ଚମତ୍କାର ପ୍ରଦର୍ଶନ ... ଏହା ହେଉଛି ମିନି ଇଣ୍ଡିଆର ଝଲକ... ସବୁକିଛି ବହୁତ ଚମତ୍କାର, କେତେ ପ୍ରେରଣାଦାୟକ । ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ଭଳି... ଅକ୍ଟୋବର ୩୧ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ....ଏହା ସମଗ୍ର ଦେଶକୁ ନୂଆ ଶକ୍ତିରେ ଭରି ଦେଇଥାଏ। ଜାତୀୟ ଏକତା ଦିବସ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।

ଗୁଜରାଟର କେଭାଡିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 31st, 07:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେଭାଡିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରିଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖରେ ପାଳନ କରାଯାଉଥିବା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶ୍ରୀ ମୋଦୀ ଏକତା ଦିବସ ଶପଥ ପାଠ କରାଇବା ସହ ଏକତା ଦିବସ ପରେଡ୍ ଦେଖିଥିଲେ।

ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପେଟୋଙ୍ଗଟାର୍ନ ସିନାୱାତ୍ରାଙ୍କ ମନୋଭାବରେ ଖୁସି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

October 30th, 09:39 pm

ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପେଟୋଙ୍ଗଟାର୍ନ ସିନାୱାତ୍ରାଙ୍କ ମନୋଭାବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକାଶ କରିଛନ୍ତି । ମହାମାନ୍ୟ ପେଟୋଙ୍ଗଟାର୍ନ ସିନାୱାତ୍ରା ଥାଇଲାଣ୍ଡ ବ୍ୟାଙ୍ଗକକ୍ ଲିଟିଲ ଇଣ୍ଡିଆ ପାହୁରାତରେ ମନୋମୁଗ୍ଧକର ଥାଇଲାଣ୍ଡ ଦୀପାବଳି ଉତ୍ସବ ୨୦୨୪କୁ ଉଦଘାଟନ କରିଛନ୍ତି । ଏହି ଆକର୍ଷଣୀୟ ଥାଇଲାଣ୍ଡ ଦୀପାବଳି ଉତ୍ସବ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଏହା ଭାରତ ଓ ଥାଇଲାଣ୍ଡ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Now every senior citizen of the country above the age of 70 years will get free treatment: PM Modi

October 29th, 01:28 pm

PM Modi launched, inaugurated and laid the foundation stone for multiple projects related to the health sector worth around Rs 12,850 crore at All India Institute of Ayurveda (AIIA) in New Delhi. Noting that the progress of a nation is directly proportional to the health of its citizens, PM Modi outlined the five pillars of health policy.

୧୨,୮୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ, ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 29th, 01:00 pm

ଧନନ୍ତରୀ ଜୟନ୍ତୀ ଏବଂ ନବମ ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏଆଇଆଇଏ)ରେ ପ୍ରାୟ ୧୨,୮୫୦ କୋଟି ଟଙ୍କାର ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ, ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ।

The BJP government in Gujarat has prioritised water from the very beginning: PM Modi in Amreli

October 28th, 04:00 pm

PM Modi laid the foundation stone and inaugurated various development projects worth over Rs 4,900 crores in Amreli, Gujarat. The Prime Minister highlighted Gujarat's remarkable progress over the past two decades in ensuring water reaches every household and farm, setting an example for the entire nation. He said that the state's continuous efforts to provide water to every corner are ongoing and today's projects will further benefit millions of people in the region.

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଜି ଗୁଜରାଟର ଅମରେଲିଠାରେ ୪,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ

October 28th, 03:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅମରେଲିଠାରେ ୪ ହଜାର ୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଆଜିର ଏହି ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରେଳବାଇ, ସଡ଼କ, ଜଳ ବିକାଶ ଓ ପର୍ଯ୍ୟଟନ ଆଦି କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟର ଅମରେଲି, ଜାମନଗର, ମୋର୍ବି, ଦେବଭୂମି ଦ୍ୱାରକା, ଜୁନାଗଡ଼, ପୋରବନ୍ଦର, କଚ୍ଛ ଏବଂ ବୋଟାଦ ଆଦି ଜିଲ୍ଳାର ଜନସାଧାରଣ ପ୍ରତ୍ୟକ୍ଷ ଭାବରେ ଉପକୃତ ହୋଇପାରିବେ ।

Government has given new emphasis to women and youth empowerment: PM Modi in Varanasi

October 20th, 04:54 pm

Prime Minister Narendra Modi laid the foundation stone and inaugurated multiple development projects in Varanasi, Uttar Pradesh. The projects of today include multiple airport projects worth over Rs 6,100 crore and multiple development initiatives in Varanasi. Addressing the gathering, PM Modi emphasized that development projects pertaining to Education, Skill Development, Sports, Healthcare and Tourism among other sectors have been presented to Varanasi today which would not only boost services but also create employment opportunities for the youth.

Prime Minister Shri Narendra Modi lays foundation stone and inaugurates multiple development projects in Varanasi, Uttar Pradesh

October 20th, 04:15 pm

Prime Minister Narendra Modi laid the foundation stone and inaugurated multiple development projects in Varanasi, Uttar Pradesh. The projects of today include multiple airport projects worth over Rs 6,100 crore and multiple development initiatives in Varanasi. Addressing the gathering, PM Modi emphasized that development projects pertaining to Education, Skill Development, Sports, Healthcare and Tourism among other sectors have been presented to Varanasi today which would not only boost services but also create employment opportunities for the youth.

ରାମ ସମସ୍ତଙ୍କ ହୃଦୟରେ ଅଛନ୍ତି : ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

January 28th, 11:30 am

ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଦେଶର କୋଟି କୋଟି ଲୋକଙ୍କୁ ସତେ ଯେମିତି ଗୋଟିଏ ସୂତ୍ରରେ ବାନ୍ଧି ଦେଇଥିଲା । ସମସ୍ତଙ୍କ ଭାବନା ଏକ, ସମସ୍ତଙ୍କ ଭକ୍ତି ଏକ, ସମସ୍ତଙ୍କ ମୁଖରେ ରାମ, ସମସ୍ତଙ୍କ ହୃଦୟରେ ଥିଲେ ରାମ । ଦେଶର ଅନେକ ଲୋକ ଏହି ସମୟରେ ରାମଙ୍କ ଭଜନ ଗାନ କରି ତାହାକୁ ଶ୍ରୀ ରାମଙ୍କ ଚରଣରେ ସମର୍ପିତ କରିଥିଲେ । ଜାନୁଆରୀ ୨୨ ତାରିଖ ସନ୍ଧ୍ୟାରେ ସମଗ୍ର ଦେଶ ରାମଜ୍ୟୋତି ପ୍ରଜ୍ଜ୍ୱଳିତ କରି ଦୀପାବଳୀ ପାଳନ କରିଥିଲା । ଏହି ସମୟରେ ଦେଶ ଏକତାର ଶକ୍ତି ଦେଖିଲା, ଯାହା ବିକଶିତ ଭାରତର ଆମର ସଂକଳ୍ପର ମଧ୍ୟ ଏକ ବଡ଼ ଆଧାର । ମୁଁ ଦେଶବାସୀଙ୍କୁ ଅନୁରୋଧ କରିଥିଲି ଯେ, ମକର ସଂକ୍ରାନ୍ତି ଠାରୁ ଜାନୁଆରୀ ୨୨ ଯାଏଁ ଏକ ସ୍ୱଚ୍ଛତା ଅଭିଯାନ ପାଳନ କରାଯାଉ । ଲକ୍ଷ ଲକ୍ଷ ଲୋକେ ସଶ୍ରଦ୍ଧ ଭାବରେ ଯୋଡ଼ିହୋଇ ନିଜ ନିଜ ଅଞ୍ଚଳରେ ଥିବା ଧାର୍ମିକ ସ୍ଥାନଗୁଡ଼ିକରେ ସଫେଇ ଅଭିଯାନ ଚଳାଇଥିବାରୁ ମୋତେ ଭଲ ଲାଗିଲା । ଅନେକ ଲୋକ ମୋତେ ଏହାର ଛବିଗୁଡ଼ିକ ପଠାଇଛନ୍ତି, ଭିଡିଓମାନ ପଠାଇଛନ୍ତି । ଏହି ଭାବନା ବାଧାପ୍ରାପ୍ତ ନ ହେଉ, ଏହି ଅଭିଯାନ ଅଟକି ନ ଯାଉ । ଏକତାର ଏହି ଶକ୍ତି, ଆମ ଦେଶକୁ ସଫଳତାର ନୂତନ ଶିଖରକୁ ପହଞ୍ଚାଇବ ।

ଅଯୋଧ୍ୟାରେ ଶ୍ରୀରାମଲାଲାଙ୍କ ପ୍ରାଣ-ପ୍ରତିଷ୍ଠା ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 22nd, 05:12 pm

ଶ୍ରଦ୍ଧେୟ ମଞ୍ଚ, ସମସ୍ତ ସାଧୁ ସନ୍ଥ, ଏଠାରେ ଉପସ୍ଥିତ ଥିବା ଏବଂ ପୃଥିବୀର କୋଣ ଅନୁକୋଣରେ ଆମ ସମସ୍ତଙ୍କ ସହ ଯୋଡ଼ି ହୋଇ ରହିଥିବା ସମସ୍ତ ରାମ ଭକ୍ତ, ଆପଣ ସମସ୍ତଙ୍କୁ ନମସ୍କାର, ସମସ୍ତଙ୍କୁ ରାମ-ରାମ ।

ଅଯୋଧ୍ୟାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

January 22nd, 01:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟା ଠାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଇଥିଲେ । ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ ଯୋଗଦାନ କରିଥିବା ଶ୍ରମଜୀବୀ ମାନଙ୍କ ସହ ଶ୍ରୀ ମୋଦୀ ବାର୍ତ୍ତାଳାପ କରିଥିଲେ ।

ପିଏମ-ଜନମନ ଅଧୀନରେ ପିଏମଏୱାଇ (ଜି)ର ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଜାରି କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 15th, 12:15 pm

ଶୁଭେଚ୍ଛା! ଉତ୍ତରାୟଣ, ମକର ସଂକ୍ରାନ୍ତି, ପୋଙ୍ଗଲ ଓ ବିହୁ ଭଳି ଉତ୍ସବ କୁ ନେଇ ଏବେ ସମଗ୍ର ଦେଶରେ ଉତ୍ସବର ବାତାବରଣ ରହିଛି। ଅନେକ ପର୍ବପର୍ବାଣୀର ଉତ୍ସାହ ଆମକୁ ଚତୁଃପାର୍ଶ୍ବରେ ଭରି ରହିଛି। ଆଜିର ଏହି କାର୍ଯ୍ୟକ୍ରମ ଉତ୍ସାହରେ ପରିପୂର୍ଣ୍ଣ ବହୁତ ଉଚ୍ଚକୋଟିର ଏବଂ ଜୀବନ୍ତ କରିଦେଇଛି। ଏହି ଅବସରରେ ଆପଣମାନଙ୍କ ସହ କଥାବାର୍ତ୍ତା କରିବା ମୋ ପାଇଁ ଏକ ଉତ୍ସବ ପରି ମନେ ହେଉଛି। ବର୍ତ୍ତମାନ ଅଯୋଧ୍ୟାରେ ପ୍ରତିଷ୍ଠା ଉତ୍ସବ ପାଳନ ହେଉଥିବା ବେଳେ ମୋ ପରିବାରର ଅଂଶ ଭାବରେ ବିବେଚିତ ଏକ ଲକ୍ଷ ଅତ୍ୟନ୍ତ ପଛୁଆ ଆଦିବାସୀ ଭାଇ ଭଉଣୀ ନିଜ ନିଜ ଘରେ ଖୁସିରେ ଉତ୍ସବ ପାଳନ କରୁଛନ୍ତି । ଏହା ମୋତେ ଅତ୍ୟନ୍ତ ଆନନ୍ଦ ଦେଉଛି। ଆଜି ସେମାନଙ୍କ ପକ୍କା ଘର ନିର୍ମାଣ ହେବା ପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି। ମୁଁ ଏହି ସମସ୍ତ ପରିବାରକୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କୁ ମକର ସଂକ୍ରାନ୍ତିର ଶୁଭକାମନା ଜଣାଉଛି। ଏହି ମହାନ ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ମୋ ଜୀବନକୁ ବହୁତ ଆନନ୍ଦ ଆଣି ଦେଇଥାଏ।