Since 2014 difficulties in the North East are reducing and development is taking place: PM Modi
April 28th, 11:33 am
PM Modi addressed the ‘Peace, Unity and Development Rally’ at Diphu in Karbi Anglong District of Assam. The PM said that the ‘double engine’ government was working with the spirit of Sabka Saath Sabka Vikas, Sabka Vishwas and Sabka Prayas. “Today this resolve has been reinforced on this land of Karbi Anglong. The work of carrying out the agreement which was signed for the permanent peace and rapid development of Assam is going on at a brisk pace”, he said.ଆସାମର ଦିଫୁରେ ପ୍ରଧାନମନ୍ତ୍ରୀଙ୍କ ଶାନ୍ତି, ଏକତା ଓ ବିକାଶ ରାଲିରେ ସମ୍ବୋଧନ
April 28th, 11:32 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮.୦୪.୨୦୨୨) ଆସାମର କର୍ବି ଆଙ୍ଗଲଙ୍ଗ୍ ଜିଲ୍ଲାର ଦୀଫୁଠାରେ ଶାନ୍ତି, ଏକତା ଓ ବିକାଶର ରାଲିକୁ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ମଧ୍ୟ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ଦୀଫୁଠାରେ ପଶୁ ଚିକିତ୍ସା ମହାବିଦ୍ୟାଳୟ ଓ (ପଶ୍ଚିମ କର୍ବି ଆଙ୍ଗଲଙ୍ଗ)ଠାରେ ସ୍ନାତକ ମହାବିଦ୍ୟାଳୟ ଓ କୋଲଙ୍ଗ୍ (ପଶ୍ଚିମ କର୍ବି ଆଙ୍ଗଲଙ୍ଗ)ରେ କୃଷି ମହାବିଦ୍ୟାଳୟର ମଧ୍ୟ ଶିଳାନ୍ୟାସ କରିଛନ୍ତି ।ଏପ୍ରିଲ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଆସାମ ଗସ୍ତରେ ଯିବେ
April 26th, 07:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଏପ୍ରିଲ ୨୦୨୨ ରେ ଆସାମ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ସେ କାର୍ବି ଆଙ୍ଗଲଙ୍ଗ ଜିଲ୍ଲାର ଦିଫୁ ଠାରେ ଶାନ୍ତି, ଏକତା ଏବଂ ବିକାଶ ରାଲି'କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମ ସମୟରେ ସେ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା ପରେ, ଅପରାହ୍ନ ପ୍ରାୟ ୧:୪୫ ସମୟରେ ପ୍ରଧାନମନ୍ତ୍ରୀ ଦିବ୍ରୁଗଡରେ ଥିବା ଆସାମ ମେଡିକାଲ୍ କଲେଜରେ ପହଞ୍ଚିବେ ଏବଂ ଦିବ୍ରୁଗଡ କର୍କଟ ଡାକ୍ତରଖାନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପରେ ଅପରାହ୍ନ ପ୍ରାୟ ୩ ଟା ସମୟରେ ସେ ଡିବ୍ରୁଗଡ଼ର ଖାନିକର ଗ୍ରାଉଣ୍ଡରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସେ ଦେଶକୁ ଆଉ ୭ଟି କର୍କଟ ଡାକ୍ତରଖାନା ଉତ୍ସର୍ଗ କରିବେ ଏବଂ ସାତୋଟି ନୂତନ କର୍କଟ ଡାକ୍ତରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।