ଜି -୨୦ ଶିକ୍ଷା ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

June 22nd, 11:00 am

ଜି -୨୦ ଶିକ୍ଷା ମନ୍ତ୍ରୀ ବୈଠକ ପାଇଁ ମୁଁ ଆପଣ ସମସ୍ତଙ୍କୁ ଭାରତକୁ ସ୍ୱାଗତ କରୁଛି । ଶିକ୍ଷା କେବଳ ଯାହା ଉପରେ ଆମର ସଭ୍ୟତା ନିର୍ମିତ ହୋଇଛି ତାହାର ଭିତ୍ତିଭୂମି ନୁହେଁ, ଏହା ମାନବିକତାର ଭବିଷ୍ୟତର ସ୍ଥାପତ୍ୟ ମଧ୍ୟ ଅଟେ । ଶିକ୍ଷା ମନ୍ତ୍ରୀ ଭାବରେ, ଆପଣ ବିକାଶ, ଶାନ୍ତି ଏବଂ ସମୃଦ୍ଧତା ପାଇଁ ଆମର ପ୍ରୟାସ କ୍ଷେତ୍ରରେ ଶେର୍ପା ଭାବେ ମାନବିକତାକୁ ଆଗେଇ ନେଉଛନ୍ତି । ଭାରତୀୟ ଶାସ୍ତ୍ରରେ ଶିକ୍ଷାର ଭୂମିକାକୁ ଆନନ୍ଦ ଆଣିବା କ୍ଷେତ୍ରରେ ପ୍ରମୁଖ ବୋଲି ବର୍ଣ୍ଣନା କରାଯାଇଛି । ବିଦ୍ୟା ଦଦାତି ବିନୟଂ ବିୟାଦ୍ ପାତ୍ରତାମ୍‌ । ପାତ୍ରତ୍ୱାତ୍ ଧନମାପ୍ନୋତି ଧନାର୍ଦ୍ଧମ୍ ତତଃ / विद्या ददाति विनयं विनयाद् पात्रताम् । पात्रत्वात् धनमाप्नोति धनाद्धर्मं ततः।। ଏହାର ଅର୍ଥ ହେଉଛି : “ପ୍ରକୃତ ଜ୍ଞାନ ନମ୍ରତା ପ୍ରଦାନ କରେ । ନମ୍ରତା ଠାରୁ ମୂଲ୍ୟବୋଧ ଆସେ । ମୂଲ୍ୟବୋଧରୁ ଜଣେ ଧନ ପ୍ରାପ୍ତ ହୁଏ । ଧନ ଜଣେ ବ୍ୟକ୍ତିଙ୍କୁ ଭଲ କାର୍ଯ୍ୟ କରିବାକୁ ସକ୍ଷମ କରେ । ଏବଂ, ଏହା ହିଁ ଆନନ୍ଦ ଆଣିଥାଏ । ଏହି କାରଣରୁ, ଭାରତରେ, ଆମେ ଏକ ସାମଗ୍ରିକ ଏବଂ ବ୍ୟାପକ ଯାତ୍ରା ଆରମ୍ଭ କରିଛୁ । ଆମେ ବିଶ୍ୱାସ କରୁ ଯେ ଭିତ୍ତିଭୂମି ସାକ୍ଷରତା ଆମର ଯୁବକ ମାନଙ୍କ ପାଇଁ ଏକ ମଜଭୁତ ଆଧାର ଅଟେ । ଏବଂ, ଆମେ ଏହାକୁ ପ୍ରଯୁକ୍ତି ସହିତ ମିଶ୍ରଣ କରୁଛୁ । ଏଥି ପାଇଁ ଆମେ “ବୁଝିବା ଏବଂ ସାଂଖ୍ୟିକତା ସହିତ ପଠନରେ ଦକ୍ଷତା ପାଇଁ ଜାତୀୟ ପଦକ୍ଷେପ'' କିମ୍ବା '' ନିପୁଣ ଭାରତ'' ପଦକ୍ଷେପ ଆରମ୍ଭ କରିଛୁ । ମୁଁ ଖୁସି ଯେ “ଭିତ୍ତିଭୂମି ସାକ୍ଷରତା ଏବଂ ସାଂଖ୍ୟିକତା '' ଆପଣ ମାନଙ୍କ ଗୋଷ୍ଠୀ ଦ୍ୱାରା ପ୍ରାଥମିକତା ଭାବରେ ଚିହ୍ନଟ ହୋଇଛି । ୨୦୩୦ ସୁଦ୍ଧା ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହା ଉପରେ କାର୍ଯ୍ୟ କରିବାକୁ ଆମେ ସଂକଳ୍ପବଦ୍ଧ ହେବା ଆବଶ୍ୟକ ।

ଜି ୨୦ ଶିକ୍ଷା ମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

June 22nd, 10:36 am

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା କେବଳ ଆମର ମୂଳଦୁଆ ନୁହେଁ, ଏହା ଭବିଷ୍ୟତର ମାନବିକତା ପାଇଁ ମଧ୍ୟ ଆୟୁଦ୍ଧ ଅଟେ । ପ୍ରଧାନମନ୍ତ୍ରୀ ଶିକ୍ଷା ମନ୍ତ୍ରୀମାନଙ୍କୁ ଶେରପା ବୋଲି କହିଥିଲେ ଏବଂ ସମସ୍ତଙ୍କ ବିକାଶ, ଶାନ୍ତି ଏବଂ ସମୃଦ୍ଧି ପାଇଁ ସେମାନେ ମାନବଜାତିର ନେତୃତ୍ୱ ନେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ । ଶ୍ରୀ ମୋଦୀ ଆଲୋକପାତ କରି କହିଛନ୍ତି ଯେ ଭାରତୀୟ ଶାସ୍ତ୍ରଗୁଡ଼ିକ ଉଲ୍ଲେଖ କରିଛନ୍ତି ଯେ ଖୁସି ପାଇବାର ଏକ ମାତ୍ର ଚାବିକାଠି ହେଉଛି ଶିକ୍ଷା । ଏକ ସଂସ୍କୃତ ଶ୍ଲୋକ ପଢିବାର ଅର୍ଥ ହେଉଛି ‘ପ୍ରକୃତ ଜ୍ଞାନ ନମ୍ରତା ପ୍ରଦାନ କରେ, ନମ୍ରତା ଠାରୁ ମୂଲ୍ୟବୋଧ, ମୂଲ୍ୟବୋଧରୁ ଧନ ପ୍ରାପ୍ତ ହୁଏ, ଧନ ଜଣେ ବ୍ୟକ୍ତିକୁ ଭଲ କାର୍ଯ୍ୟ କରିବାକୁ ସକ୍ଷମ କରେ ଏବଂ ଏହା ହିଁ ଆନନ୍ଦ ଆଣିଥାଏ' ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏ କ୍ଷେତ୍ରରେ ସାମଗ୍ରିକ ଏବଂ ବିସ୍ତୃତ ଯାତ୍ରା ଆରମ୍ଭ କରିଛି । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ ମୂଳଦୂଆର ସାକ୍ଷରତା ଯୁବପିଢୀ ପାଇଁ ଏକ ଦୃଢ ଆଧାର ଅଟେ ଏବଂ ଭାରତ ଏହାକୁ ଜ୍ଞାନକୌଶଳ ସହିତ ସମ୍ମିଶ୍ରଣ କରୁଛି । ସେ ନେସନାଲ ଇନିସିଏଟିଭ ଫର ପ୍ରଫିସିଏନ୍ସି ଇନ୍‍ ରିଡିଂ ୱିଥ୍‍ ଅଣ୍ଡରଷ୍ଟାଣ୍ଡିଂ ଆଣ୍ଡ ନ୍ୟୁମେରେସି” କିମ୍ବା ସରକାରଙ୍କ ନିପୁଣ ଭାରତ” ପଦକ୍ଷେପ ଆଲୋକପାତ କରି ଖୁସି ବ୍ୟକ୍ତ କରିଛନ୍ତି ଯେ ମୌଳିକ ଶିକ୍ଷା ଏବଂ ସଂଖ୍ୟା” ମଧ୍ୟ ଜି୨୦ ଦ୍ୱାରା ପ୍ରାଥମିକତା ଭାବରେ ଚିହ୍ନଟ ହୋଇଛି । ୨୦୩୦ ସୁଦ୍ଧା ଏକ ର୍ନିଦ୍ଦିଷ୍ଟ ସମୟ ମଧ୍ୟରେ ଏହା ଉପରେ କାର୍ଯ୍ୟ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ ।

ପରାକ୍ରମ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ସଂସଦରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସମ୍ମାନିତ କରିବା ପାଇଁ ଉଦ୍ଦିଷ୍ଟ ସମାରୋହରେ ଅଂଶଗ୍ରହଣ ଲାଗି ‘ନିଜ ନେତାଙ୍କୁ ଜାଣନ୍ତୁ କାର୍ଯ୍ୟକ୍ରମ’ ଦ୍ୱାରା ମନୋନୀତ ଯୁବପିଢ଼ିଙ୍କ ସହ ୭, ଲୋକ କଲ୍ୟାଣ ମାର୍ଗରେ ମତବିନିମୟ କଲେ

January 23rd, 08:03 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦର ସେଣ୍ଟ୍ରାଲ ହଲରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ମାନ ସମାରୋହରେ ଭାଗନେବା ପାଇଁ ‘ନିଜ ନେତାଙ୍କୁ ଜାଣନ୍ତୁ’ କାର୍ଯ୍ୟକ୍ରମ ଦ୍ୱାରା ମନୋନୀତ ହୋଇଥିବା ଯୁବ ବର୍ଗର ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଏହି ଆଲୋଚନା ତାଙ୍କ ବାସଭବନ ୭, ଲୋକ କଲ୍ୟାଣ ମାର୍ଗରେ ହୋଇଥିଲା ।

ଜୁଲାଇ ୪ରେ ପ୍ରଧାନମନ୍ତ୍ରୀଙ୍କ ଭୀମାଭରମ ଓ ଗାନ୍ଧୀନଗର ଗସ୍ତ

July 01st, 12:16 pm

ପ୍ରଧାନମନ୍ତ୍ରୀ ଜୁଲାଇ ୪ତାରିଖ ଦିନ ଆନ୍ଧ୍ରପ୍ରଦେଶର ଭୀମାଭରମ ଓ ଗୁଜରାଟର ଗାନ୍ଧୀନଗର ଗସ୍ତରେ ଯିବେ । ପ୍ରାୟ ପୂର୍ବାହ୍ନ ୧୧ଟାବେଳେ ପ୍ରଧାନମନ୍ତ୍ରୀ ଭୀମାଭରମଠାରେ ବର୍ଷେ ବ୍ୟାପୀ ପାଳିତ ହେବାକୁ ଥିବା କିମ୍ବଦନ୍ତୀ ପୁରୁଷ ତଥା ସ୍ୱାଧୀନତା ସଂଗ୍ରାମୀ ଆଲୁରୀ ସୀତାରାମ ରାଜୁଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ଉଦ୍‌ଘାଟନ କରିବେ । ପରେ ପ୍ରାୟ ଅପରାହ୍ନ ୪ଟା ୩୦ମିନିଟ୍‌ରେ ଗାନ୍ଧିନଗରଠାରେ ପ୍ରଧାନମନ୍ତ୍ରୀଙ୍କୁ ଡିଜିଟାଲ ଇଣ୍ଡିଆ ସପ୍ତାହ-୨୦୨୨ର ଉଦ୍‌ଘାଟନ କରିବେ ।

ଜାତୀୟ ଶିକ୍ଷା ନୀତି ୨୦୨୦ର ପ୍ରଥମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

July 29th, 05:54 pm

କାର୍ଯ୍ୟକ୍ରମରେ ମୋ ସହ ସାମିଲ ହୋଇଥିବା କ୍ୟାବିନେଟର ମୋର ସମସ୍ତ ସହଯୋଗୀଗଣ, ରାଜ୍ୟଗୁଡିକର ମାନନୀୟ ରାଜ୍ୟପାଳବୃନ୍ଦ, ସମସ୍ତ ସମ୍ମାନିତ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ଉପସ୍ଥିତ ଶିକ୍ଷାବିତ୍‌, ଅଧ୍ୟାପକଗଣ, ସମସ୍ତ ଅଭିଭାବକ ଏବଂ ମୋର ପ୍ରିୟ ଯୁବ ସାଥୀଗଣ!

ଜାତୀୟ ଶିକ୍ଷା ନୀତି 2020ର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଶିକ୍ଷା ସମୁଦାୟକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 29th, 05:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଶିକ୍ଷା ନୀତି 2020 ଅନ୍ତର୍ଗତ ଆସିଥିବା ସଂସ୍କାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶର ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରର ନୀତି ନିର୍ଦ୍ଧାରକ, ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି। ସେ ମଧ୍ୟ ଶିକ୍ଷାକ୍ଷେତ୍ର ପାଇଁ ବହୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।