ମିଳିତ ବିବୃତି: ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ବାର୍ଷିକ ଶିଖର ସମ୍ମିଳନୀ

November 19th, 11:22 pm

୧୯ନଭେମ୍ବର ୨୦୨୪ରେ ରିଓ ଡି ଜେନେରିଓ ଠାରେ ଗ୍ରୁପ୍ ଅଫ୍ ୨୦ (ଜି-୨୦) ଶିଖର ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିସଙ୍କ ଉପସ୍ଥିତିରେ ଦ୍ୱିତୀୟ ଭାରତ-ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ୨୦୨୫ରେଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ଭାଗିଦାରୀର ପଞ୍ଚମ ବାର୍ଷିକୀ ପୂର୍ବରୁ ଉଭୟ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଏବଂ ଅକ୍ଷୟ ଶକ୍ତି, ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଏବଂ ନିରାପତ୍ତା, ଶିକ୍ଷା ଏବଂ ଗବେଷଣା,ଦକ୍ଷତା, ଗତିଶୀଳତା, ବିଜ୍ଞାନ ଏବଂପ୍ରଯୁକ୍ତି ବିଦ୍ୟା ଏବଂବହୁପାକ୍ଷିକ ସହଯୋଗ ଭଳି ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା କରିଥିଲେ।ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାଦିଗରେ ସେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ବିଷୟରେ ସେ ଉଲ୍ଲେଖ କରିଥିଲେ ।

ଇଟାଲୀ-ଭାରତ ମିଳିତ ରଣନୀତିକ କାର୍ଯ୍ୟ ଯୋଜନା ୨୦୨୫-୨୦୨୯

November 19th, 09:25 am

ଭାରତ ଏବଂ ଇଟାଲୀ ମଧ୍ୟରେ ରଣନୈତିକ ଭାଗିଦାରୀର ଅନନ୍ୟ ସମ୍ଭାବନାକୁ ଅନୁଭବ କରି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀର ପ୍ରଧାନମନ୍ତ୍ରୀ ସୁଶ୍ରୀ ଜର୍ଜିଆ ମେଲୋନି ୧୮ ନଭେମ୍ବର ୨୦୨୪ରେ ବ୍ରାଜିଲର ରିଓ ଡି ଜେନେରିକଠାରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ସେମାନଙ୍କର ବୈଠକରେ ନିମ୍ନଲିଖିତ କେନ୍ଦ୍ରୀଭୂତ, ସମୟବଦ୍ଧ ପଦକ୍ଷେପ ଏବଂ ରଣନୈତିକ କାର୍ଯ୍ୟର ମିଳିତ ଯୋଜନା ମାଧ୍ୟମରେ ଏହାକୁ ଅଧିକ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଉଦ୍ଦେଶ୍ୟରେ ଇଟାଲୀ ଏବଂ ଭାରତ ନିମ୍ନଲିଖିତ ବିଷୟରେ ସହମତ ହୋଇଛନ୍ତି:

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

November 19th, 05:41 am

ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ସାର୍ କିର୍ ଷ୍ଟାର୍ମର୍‌ଙ୍କ ସହ ମତ ବିନିମୟ କରିଛନ୍ତି । ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଷ୍ଟାର୍ମରଙ୍କୁ ନୂଆ ପଦଭାର ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଷ୍ଟାର୍ମର ମଧ୍ୟ ତାଙ୍କର ଐତିହାସିକ ତୃତୀୟ କାର୍ଯ୍ୟକାଳ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ।

ତାମିଲନାଡୁର ମଦୁରାଇ ଠାରେ ଅଟୋମୋଟିଭ୍ ଏମ୍‌ଏସ୍‌ଏମ୍‌ଇ ଗୁଡିକ ପାଇଁ ଡିଜିଟାଲ ମୋବିଲିଟି ଇନିସିଏଟିଭ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

February 27th, 06:30 pm

ସର୍ବପ୍ରଥମେ ମୁଁ ଆପଣ ସମସ୍ତଙ୍କୁ କ୍ଷମା ମାଗୁଛି, କାରଣ ମତେ ଆସିବାରେ ବିଳମ୍ବ ହେଲା ଏବଂ ଆପଣମାନଙ୍କୁ ବହୁତ ସମୟ ଧରି ଅପେକ୍ଷା କରିବାକୁ ପଡିଲା । ମୁଁ ସକାଳେ ଦିଲ୍ଲୀରୁ ତ ଠିକ୍ ସମୟରେ ବାହାରିଥିଲି, କିନ୍ତୁ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଉ ଦେଉ ସମସ୍ତେ ୫ ଦଶ ମିନିଟ୍ ଅଧିକ ସମୟ ନେଇଯାଆନ୍ତି । ତେଣୁ ଫଳସ୍ୱରୂପ ଯିଏ ଶେଷ ବ୍ୟକ୍ତି ତାକୁ ଶାସ୍ତି ମିଳିଯାଏ । ତେଣୁ ମୁଁ ବିଳମ୍ବରେ ଆସିଥିବାରୁ ପୁଣି ଥରେ ଆପଣମାନଙ୍କୁ କ୍ଷମା ମାଗିନେଉଛି ।

PM participates in ‘Creating the Future – Digital Mobility for Automotive MSME Entrepreneurs’ program in Madurai, Tamil Nadu

February 27th, 06:13 pm

Prime Minister Narendra Modi participated in the program ‘Creating the Future – Digital Mobility for Automotive MSME Entrepreneurs’ in Madurai, Tamil Nadu today and addressed thousands of MSMEs entrepreneurs working in the motive sector. Addressing the event, the Prime Minister mentioned that 7 percent of the country’s GDP comes from the mobile industry which makes it a major part of the nation’s nomy. The Prime Minister also acknowledged the role of the mobile industry in promoting manufacturing and innovation.