ଧନୁଷକୋଡ଼ିରେ କୋଦଣ୍ଡରାମାସ୍ୱାମୀ ମନ୍ଦିରରେ ଦର୍ଶନ ଓ ପୂଜା କଲେ ପ୍ରଧାନମନ୍ତ୍ରୀ

January 21st, 03:41 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଧନୁଷକୋଡ଼ିରେ କୋଦଣ୍ଡରାମାସ୍ୱାମୀ ମନ୍ଦିରରେ ଦର୍ଶନ ସହ ପୂଜା କରିଛନ୍ତି ।

ତାମିଲନାଡୁର ରାମେଶ୍ୱରମଠାରେ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

July 27th, 12:34 pm

ରାମେଶ୍ୱରମ ହେଉଛି ସେହି ଭୂମି ଯାହା ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଦେଶର ଆଧ୍ୟାତ୍ମିକ ଜୀବନକୁ ଗୋଟିଏ ବତୀଘର ଭଳି ରାସ୍ତା ଦେଖାଇଆସିଛି । ଆଉ ଏହି ଶତାବ୍ଦୀରେ ରାମେଶ୍ୱରମ୍ ଅନ୍ୟ ଏକ କଥା ପାଇଁ ପ୍ରସିଦ୍ଧି ପାଇଛି । ଅବଦୁଲ କଲାମ ମହୋଦୟଙ୍କ ଭଳି ଜଣେ କର୍ମଯୋଗୀ ବୈଜ୍ଞାନିକ, ଜଣେ ପ୍ରେରଣାଦାୟୀ ଶିକ୍ଷକ, ଜଣେ ପ୍ରଖର ଚିନ୍ତାନାୟକ ଆଉ ଜଣେ ମହାନ ରାଷ୍ଟ୍ରପତି ଏହି ଦେଶକୁ ଦେବା ପାଇଁ ରାମେଶ୍ୱରମ୍ ଜଣାଯିବ ।

ପ୍ରଧାନମନ୍ତ୍ରୀ ମୋଦୀ ତାମିଲନାଡୁ ରାମେଶ୍ୱରମର ପେଇକୁରୁମ୍ବୁଠାରେ ପୂର୍ବତନ ରାଷ୍ଟ୍ରପତି ଡଃ.ଏପିଜେ ଅବଦୁଲ୍ କଲାମ ସ୍ମାରକୀ ସ୍ଥଳ ଉଦ୍ଘାଟନ କଲେ

July 27th, 12:29 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁ ରାମେଶ୍ୱରମର ପେଇକୁରୁମ୍ବୁଠାରେ ପୂର୍ବତନ ରାଷ୍ଟ୍ରପତି ଡଃ.ଏପିଜେ ଅବଦୁଲ୍ କଲାମ ସ୍ମାରକୀ ସ୍ଥଳ ଉଦ୍ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ‘କଲାମ୍ ସନ୍ଦେଶ ବାହିନୀ’ ନାମକ ପ୍ରଦର୍ଶନୀ ବସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଯାହା ଦେଶର ବିଭିନ୍ନ ରାଜ୍ୟକୁ ପରିଭ୍ରମଣ କରିବ । ମୋଦୀ ନୀଳ ବିପ୍ଳବ ଯୋଜନା ଅଧୀନରେ ଲମ୍ବା ଲାଇନ୍ ଟ୍ରଲର ହିତାଧିକାରୀମାନଙ୍କୁ ସ୍ୱୀକୃତିପତ୍ର ପ୍ରଦାନ କରିଛନ୍ତି , ସେ ଅଯୋଧ୍ୟାରୁ ରାମେଶ୍ୱରମ୍ ପର୍ଯ୍ୟନ୍ତ ନୂଆ ଏକ୍ସପ୍ରେସ୍ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ଏବଂ ସବୁଜ ରାମେଶ୍ୱରମ୍ ପ୍ରକଳ୍ପର ରୂପରେଖ ମଧ୍ୟ ଜାରି କରିଛନ୍ତି ।