Tribal society is the one that led the fight for centuries to protect India's culture and independence: PM Modi

November 15th, 11:20 am

PM Modi addressed Janjatiya Gaurav Diwas, emphasizing India's efforts to empower tribal communities, preserve their rich heritage, and acknowledge their vital role in nation-building.

ଜନଜାତୀୟ ଗୌରବ ଦିବସ ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 15th, 11:00 am

ଭାରତର ବିଭିନ୍ନ ଜିଲ୍ଲାରେ ଆଦିବାସୀ ଦିବସ ସମାରୋହରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତବର୍ଷରୁ ଅଭାସୀ ମାଧ୍ୟମରେ ଯୋଗ ଦେଇଥିବା ଅଗଣିତ ଆଦିବାସୀ ଭାଇ ଭଉଣୀଙ୍କୁ ସେ ସ୍ୱାଗତ କରିଥିଲେ । କାର୍ତ୍ତିକ ପୂର୍ଣ୍ଣମୀ, ଦେବ ଦୀପାବଳି ଏବଂ ଶ୍ରୀ ଗୁରୁ ନାନକ ଦେବଙ୍କ ୫୫୫ତମ ଜୟନ୍ତୀ ପାଳନ କରାଯାଉଛି ବୋଲି ଶ୍ରୀ ମୋଦୀ ଆଜିର ଦିନକୁ ଅତ୍ୟନ୍ତ ପବିତ୍ର ଦିନ ବୋଲି ବର୍ଣ୍ଣନା କରିବା ସହ ଏଥିପାଇଁ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଥିବାରୁ ଆଜି ନାଗରିକଙ୍କ ପାଇଁ ଏକ ଐତିହାସିକ ଦିନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଭାରତର ନାଗରିକ ଏବଂ ବିଶେଷ କରି ଆଦିବାସୀ ଭାଇ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଜିର ଜନଜାତୀୟ ଗୌରବ ଦିବସର ପୂର୍ବସୂଚୀ ଭାବରେ ଜାମୁଇରେ ଗତ ୩ ଦିନ ମଧ୍ୟରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସ୍ୱଚ୍ଛତା ଅଭିଯାନ ପାଇଁ ସେ ପ୍ରଶାସନ, ଜାମୁଇର ନାଗରିକ ଏବଂ ବିଶେଷ କରି ମହିଳା ମାନଙ୍କ ଭଳି ବିଭିନ୍ନ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ବାରାଣସୀରେ ବିିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

December 18th, 02:16 pm

ମୋ କାଶୀର ଲୋକମାନଙ୍କ ଏହି ଉତ୍ସାହ ଥଣ୍ଡା ପରିବେଶରେ ମଧ୍ୟ ଉତାପ ଭରି ଦେଇଛି । ବାରଣାସୀରେ କ’ଣ କୁହାଯାଏ .. ଜିୟା ରଜା ବନାରସ !!! ହଁ, ପ୍ରଥମେ କାଶୀର ଲୋକମାନଙ୍କ ପାଖରେ ମୋର ଗୋଟିଏ ଅଭିଯୋଗ ରହିଛି । ଚଳିତ ଥର ଦେବ ଦୀପାବଳୀରେ ମୁଁ ଏଠାରେ ନଥିଲି ଏବଂ ଏଥର ଦେବ ଦୀପାବଳୀରେ କାଶୀର ଲୋକମାନେ ଏକ ସଙ୍ଗେ ମିଶି ରେକର୍ଡ ଭାଙ୍ଗି ଦେଲେ ।

ଉତ୍ତର ପ୍ରଦେଶର ବାରଣାସୀରେ ପ୍ରଧାନମନ୍ତ୍ରୀ ୧୯,୧୫୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି

December 18th, 02:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରଣାସୀ ଠାରେ ୧୯,୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

କାଶୀ ଦେବ ଦୀପାବଳିର ଅନୁରୂପ: ପ୍ରଧାନମନ୍ତ୍ରୀ

November 27th, 10:08 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାଶୀ ଦେବ ଦୀପାବଳିରେ ଭାରତର ସାଂସ୍କୃତିକ ଜୀବନ୍ତତାର ଝଲକ ପାଇଥିବା ଅନେକ ଦେଶର କୂଟନୀତିଜ୍ଞଙ୍କ ଉପସ୍ଥିତିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।

140 କୋଟି ଲୋକ ଅନେକ ପରିବର୍ତ୍ତନ କରୁଛନ୍ତି : ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

November 26th, 11:30 am

ମୋର ପରିବାରଜନ, ନଭେମ୍ବର ୨୬ ତାରିଖର ଆଜିର ଦିନଟି ଅନ୍ୟ ଏକ କାରଣରୁ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । ୧୯୪୯ ମସିହାରେ ଆଜିର ଦିନରେ ହିଁ ସମ୍ବିଧାନ ସଭା ଭାରତର ସମ୍ବିଧାନ ପ୍ରଣୟନ କରିଥିଲେ । ମୋର ମନେଅଛି, ୨୦୧୫ରେ ଯେତେବେଳେ ଆମେ ବାବା ସାହେବ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଥିଲୁ, ସେତେବେଳେ ମନକୁ ଗୋଟିଏ କଥା ଆସିଥିଲା ଯେ, ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯିବା ଉଚିତ । ସେହିଦିନ ଠାରୁ ଆଜିର ଦିନଟିକୁ ପ୍ରତିବର୍ଷ ସମ୍ବିଧାନ ଦିବସ ରୂପେ ଆମେ ପାଳନ କରିଆସୁଛୁ । ମୁଁ ସମସ୍ତ ଦେଶବାସୀଙ୍କୁ ସମ୍ବିଧାନ ଦିବସ ଉପଲକ୍ଷେ ଶୁଭକାମନା ଜଣାଉଛି । ଆଉ ଆମେ ସବୁ ମିଶି ନାଗରିକର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ, ବିକଶିତ ଭାରତର ସଂକଳ୍ପକୁ ନିଶ୍ଚିତ ଭାବେ ପୂରଣ କରିବା ।

କାଶୀରେ ଦେବ ଦୀପାବଳି ପାଳନର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ

November 07th, 10:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଶୀ ଠାରେ ଦେବ ଦୀପାବଳି ପାଳନର ସୁନ୍ଦର ଝଲକ ଶେୟାର କରିଛନ୍ତି ।

କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ ଦୀପାବଳି ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

November 07th, 05:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।