ଭିଡିଓ କନଫରେନ୍ସିଂ ଜରିଆରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 18th, 12:47 pm

ବିକାଶ ଭାରତ ସଂକଳ୍ପ ଯାତ୍ରାକୁ ଦୁଇ ମାସ ପୂରିଛି। ଏହି ଯାତ୍ରାରେ ଚାଲୁଥିବା ବିକାଶ ରଥ ହେଉଛି ବିଶ୍ୱାସ ରଥ ଏବଂ ଏବେ ଲୋକମାନେ ଏହାକୁ ଗ୍ୟାରେଣ୍ଟି ରଥ ମଧ୍ୟ କହୁଛନ୍ତି । ଏଥିରୁ କେହି ବଞ୍ଚିତ ହେବେ ନାହିଁ ଏବଂ କୌଣସି ଯୋଜନାର ଲାଭରୁ କେହି ବଞ୍ଚିତ ହେବେ ନାହିଁ ବୋଲି ବିଶ୍ୱାସ ରହିଛି। ତେଣୁ ଯେଉଁ ଗାଁରେ ମୋଦିଙ୍କ ଗ୍ୟାରେଣ୍ଟି ଗାଡ଼ି ଏପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ, ସେଠାରେ ଏବେ ଏହାକୁ ଉତ୍କଣ୍ଠାର ସହ ଅପେକ୍ଷା କରାଯାଇଛି। ଆଉ ସେଥିପାଇଁ ପୂର୍ବରୁ ଆମେ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା କରିବାକୁ ଯୋଜନା କରିଥିଲୁ, କିନ୍ତୁ ଆମକୁ ଏତେ ସମର୍ଥନ ମିଳିଛି, ଏହାର ଏତେ ଚାହିଦା ବଢିଛି, ପ୍ରତ୍ୟେକ ଗାଁର ଲୋକମାନେ କହୁଛନ୍ତି ମୋଦିଙ୍କ ନିଶ୍ଚିତ ଗାଡି ଆମ ସ୍ଥାନକୁ ଆସିବା ଉଚିତ । ତେଣୁ ଯେତେବେଳେ ମୁଁ ଏ ବିଷୟରେ ଜାଣିବାକୁ ପାଉଛି, ମୁଁ ଆମ ସରକାରୀ ଅଧିକାରୀମାନଙ୍କୁ କହିଛି ଯେ ଜାନୁଆରୀ ୨୬ ପର୍ଯ୍ୟନ୍ତ ନୁହେଁ ବରଂ ଏହାକୁ ଟିକିଏ ବୃଦ୍ଧି କରନ୍ତୁ। ଲୋକଙ୍କୁ ଏହାର ଆବଶ୍ୟକତା ରହିଛି, ଲୋକଙ୍କ ଦାବି ରହିଛି, ତେଣୁ ଆମକୁ ଏହାକୁ ପୂରଣ କରିବାକୁ ପଡ଼ିବ। ତେଣୁ ବୋଧହୁଏ କିଛି ଦିନ ପରେ ନିଷ୍ପତ୍ତି ନିଆଯିବ ଯେ ଏହି ମୋଦିଙ୍କ ଗ୍ୟାରେଣ୍ଟି ଗାଡ଼ି ସମ୍ଭବତଃ ଫେବ୍ରୁଆରି ମାସରେ ମଧ୍ୟ ଚାଲିବ।

ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

January 18th, 12:46 pm

ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଦୁଇ ମାସ ପୂର୍ତ୍ତି ଅବସରରେ ଉଲ୍ଲେଖ କରି କହିଥିଲେ ଯେ ଯାତ୍ରାର ବିକାଶ ରଥ ବିଶ୍ୱାସ ରଥରେ ପରିଣତ ହୋଇଛି ଏବଂ କେହି ପଛରେ ପଡ଼ିବେ ନାହିଁ ବୋଲି ବିଶ୍ୱାସ ରହିଛି। ହିତାଧିକାରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଆଗ୍ରହକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜାନୁଆରୀ ୨୬ ପରେ ଏବଂ ଫେବୃଆରୀ ପର୍ଯ୍ୟନ୍ତ ଭିବିଏସୱାଇ ସଂପ୍ରସାରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏମ୍ସରେ ବିଭିନ୍ନ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

June 29th, 11:52 am

ମନ୍ତ୍ରୀପରିଷଦରେ ମୋର ସାଥୀ ଶ୍ରୀମାନ ଜେପି ନଡ୍ଡା ମହୋଦୟ, ଅଶ୍ୱିନୀ ଚୌବେ ମହୋଦୟ, ଅନୁପ୍ରିୟା ପଟେଲ ମହୋଦୟା ଏବଂ ଏହି ମଂଚରେ ଉପସ୍ଥିତ ଶ୍ରୀମାନ ରଣଦୀପ ଗୁଲେରିଆ ମହୋଦୟ, ଶ୍ରୀ ଆଇ.ଏସ. ଝା, ଡା. ରାଜେଶ ଶର୍ମା ଏବଂ ସମସ୍ତ ମହାନୁଭବଗଣ ।

ଏମ୍ସରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

June 29th, 11:45 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଶୁକ୍ରବାର) ନୂଆଦିଲ୍ଲୀଠାରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ରେ ରାଷ୍ଟ୍ରୀୟ ବୟୋବୃଦ୍ଧ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାଦ୍ୱାରା ବୃଦ୍ଧଜନମାନଙ୍କ ପାଇଁ ବହୁମୂଖୀ ସ୍ପେଶାଲିଟି ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ ହୋଇପାରିବ । 200 ଶଯ୍ୟା ବିଶିଷ୍ଟ ଜେନେରାଲ ୱାର୍ଡ ବ୍ୟବସ୍ଥା ଏଠାରେ ରହିବ ।

ଦେଶବ୍ୟାପୀ ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଜନାର ହିତାଧିକାରୀଙ୍କ ସହ ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

June 07th, 10:30 am

ଭାରତୀୟ ଜନଔଷଧି ପରିଯୋଜନା ତଥା କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଯୋଜନା ଅଧୀନରେ ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ମତ ବିନିମୟ କରିଛନ୍ତି । ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହ ଭିଡିଓ ବ୍ରିଜ ମାଧ୍ୟମରେ ମତ ବିନିମୟ କରିବା କ୍ରମରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କର ପଞ୍ଚମ କାର୍ଯ୍ୟକ୍ରମ ।

ପ୍ରଧାନମନ୍ତ୍ରୀ ମୋଦୀ ଡକ୍ଟର ଆମ୍ବେଦକର ରାଷ୍ଟ୍ରୀୟ ସ୍ମାରକୀର ଉଦ୍ଘାଟନ କରିଛନ୍ତି

April 13th, 07:30 pm

ପ୍ରଧାନମନ୍ତ୍ରୀ ମୋଦୀ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀର ପୂର୍ବ ସନ୍ଧ୍ୟାରେ ଦିଲ୍ଲୀର 26 ଆଲିପୁର ରୋଡରେ ଡକ୍ଟର ଆମ୍ବେଦକର ରାଷ୍ଟ୍ରୀୟ ସ୍ମାରକୀକୁ ଦେଶ ଉଦ୍ଦେଶ୍ୟ ସମର୍ପଣ କରିଛନ୍ତି ।

ଭାରତକୁ ନେଇ ବିଶ୍ୱର ଦୃଷ୍ଟିକୋଣ ପରିବର୍ତ୍ତନ ହୋଇଛି ,ଆଜି ସାରା ବିଶ୍ୱ ଭାରତକୁ ସମ୍ମାନରେ ଦେଖୁଛି :ମନ କି ବାତ ରେ ପ୍ରଧାନମନ୍ତ୍ରୀ ମୋଦୀ

March 25th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ପବିତ୍ର ରାମନବମୀ । ରାମନବମୀର ଏହି ପବିତ୍ର ପର୍ବରେ ଦେଶବାସୀଙ୍କୁ ମୋର ଅନେକ ଅନେକ ଶୁଭକାମନା । ପୂଜ୍ୟ ବାପୁଙ୍କ ଜୀବନରେ “ରାମ ନାମ”ର ଶକ୍ତି କେତେ ଥିଲା, ତାହା ତାଙ୍କ ଜୀବନର ପ୍ରତି ମୁହୂର୍ତ୍ତରେ ଆମେ ଦେଖିଛୁ । ଗତ ଜାନୁଆରୀ 26 ତାରିଖ ଦିନ ଯେତେବେଳେ ଆସିଆନ୍ ଦେଶର ସମସ୍ତ ମହାନୁଭବ ଏଠାରେ ଉପସ୍ଥିତ ଥିଲେ ସେତେବେଳେ ସେମାନେ ନିଜ ସହ ସେମାନଙ୍କ ସାଂସ୍କୃତିକ ଦଳଗୁଡ଼ିକୁ ସାଙ୍ଗରେ ଆଣିଥିଲେ ଏବଂ ଏହା ବଡ଼ ଗର୍ବର କଥା ଯେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଦେଶ ରାମାୟଣକୁ ହିଁ ଆମ ଆଗରେ ଉପସ୍ଥାପନ କରିଥିଲେ । ଅର୍ଥାତ ରାମ ଓ ରାମାୟଣ କେବଳ ଭାରତରେ ନୁହେଁ ବରଂ ବିଶ୍ୱର ଏହି ଭୂଖଣ୍ଡରେ ଆସିଆନ୍ ଦେଶମାନଙ୍କରେ ଆଜି ମଧ୍ୟ ସେତିକି ପ୍ରେରଣା ଏବଂ ପ୍ରଭାବ ସୃଷ୍ଟି କରୁଛି । ମୁଁ ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ଶ୍ରୀରାମନବମୀ ଉପଲକ୍ଷେ ଶୁଭେଚ୍ଛା ଜଣାଉଛି ।

ମଣିପୁରରେ ଆୟୋଜିତ 105ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 16th, 11:32 am

ନିକଟ ଅତୀତରେ ପରଲୋକ ଗମନ କରିଥିବା ତିନି ଜଣ ଅତ୍ୟନ୍ତ ସମ୍ମାନାସ୍ପଦ ଭାରତୀୟ ବୈଜ୍ଞାନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଁ ମୋର ବକ୍ତବ୍ୟ ଆରମ୍ଭ କରୁଛି । ସେମାନେ ହେଲେ ପଦ୍ମବିଭୂଷଣ ପ୍ରଫେସର ଯଶପାଲ, ପଦ୍ମ ବିଭୂଷଣ ପ୍ରଫେସର ୟୁଆର ରାଓ ଏବଂ ପଦ୍ମଶ୍ରୀ ଡ. ବଳଦେବ ରାଜ । ଏମାନେ ସମସ୍ତେ ଭାରତୀୟ ବିଜ୍ଞାନ ଏବଂ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି ।

ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 13, 2018

March 13th, 08:07 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

“ଯକ୍ଷ୍ମା ବିଲୋପ” ଶିଖର ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

March 13th, 11:01 am

‘ଯକ୍ଷ୍ମା ବିଲୋପ ଶିଖର ସମ୍ମିଳନୀ’ରେ ସମ୍ମିଳିତ ହେବା ଲାଗି ଆପଣମାନେ ସମସ୍ତେ ଭାରତ ଆସିଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କ ପ୍ରତି ଅତ୍ୟନ୍ତ କୃତଜ୍ଞ ଅଟେ ଏବଂ ହୃଦୟରୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ।

“ଯକ୍ଷ୍ମା ବିଲୋପ” ଶିଖର ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 13th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ “ଯକ୍ଷ୍ମା ବିଲୋପ” ଶିଖର ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ।

ଦିଲ୍ଲୀରେ ଯକ୍ଷ୍ମା ଶିଖର ସମ୍ମିଳନୀକୁ ଆସନ୍ତା କାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ;

March 12th, 02:24 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ “ଦିଲ୍ଲୀ ପର୍ଯ୍ୟାୟ ଯକ୍ଷ୍ମା ଶିଖର ସମ୍ମିଳନୀ”କୁ ଉଦ୍ଘାଟନ କରିବେ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ-ପୂର୍ବ ଏସିଆ ଆଂଚଳିକ କାର୍ଯ୍ୟାଳୟ ଏବଂ ଷ୍ଟପ୍ ଟିବି ପାର୍ଟନରସିପ୍ ସଂସ୍ଥାର ମିଳିତ ଆନୁକୂଲ୍ୟରେ ଏହି ଶିଖର ସମ୍ମିଳନୀ ଆୟୋଜନ କରାଯାଉଛି ।