ପ୍ରଧାନମନ୍ତ୍ରୀଙ୍କ ଆସନ୍ତା ଜୁନ ୧୭ ଓ ୧୮ ଦୁଇଦିନ ଗୁଜରାଟ ଗସ୍ତ
June 16th, 03:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୁନ ୧୭ ଓ ୧୮ ଦୁଇଦିନ ଧରି ଗୁଜରାଟ ଗସ୍ତ କରିବେ । ଜୁନ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୯.୧୫ ମିନିଟରେ ପ୍ରଧାନମନ୍ତ୍ରୀ ପାଭଗଡ଼ ପାହାଡ଼ରେ ପୁନଃନିର୍ମିତ ଶ୍ରୀ କାଳିକା ମାତା ମନ୍ଦିର ଦର୍ଶନ କରି ଏହାର ଉଦଘାଟନ କରିବେ । ପରେ ପରେ ପ୍ରାୟ ସାଢ଼େ ଏଗାରଟା ବେଳେ ସେ ଭିରାସତ ଭ୍ୟାନ ପରିଦର୍ଶନ କରିବେ । ପରେ ଦିନ ପ୍ରାୟ ସାଢ଼େ ବାରଟା ବେଳେ ସେ ଭଦୋଦରା ଠାରେ ଗୁଜରାର ବିକାଶ ଅଭିଯାନରେ ଅଂଶଗ୍ରହଣ କରି ସେଠାରେ ପ୍ରାୟ ୨୧ ହଜାର କୋଟିରୁ ଊଦ୍ଧ୍ୱର୍ ଟଙ୍କା ମୂଲ୍ୟର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବେ ।ଆଜି ଆମେ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ସ୍ୱପ୍ନ ନେଇ ଆଗକୁ ବଢ଼ୁଛୁ ଏବଂ ତାହା ସର୍ଦ୍ଦାର ପଟେଲଙ୍କ ଦ୍ଵାରା ହିଁ ସମ୍ଭବ ହୋଇପାରିଛି :ପ୍ରଧାନମନ୍ତ୍ରୀ ମୋଦୀ
September 17th, 12:26 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଗୁଜରାଟର ଧାବୋଇଠାରେ 'ଜାତୀୟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ' ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବକ ଏକ ଫଳକ ଅନାବରଣ କରିଛନ୍ତି । ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ,'' ଆମେ ଆଦିବାସୀ ସମୁଦାୟ ସହିତ ଜଡିତ ଆମର ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରୁଛୁ ଯେଉଁମାନେ ଉପନିବେଶବାଦ ବିରୋଧରେ ନିଜର ସ୍ୱର ଉତ୍ତୋଳନ କରିଥିଲେ ।ସର୍ଦ୍ଦାର ସରୋବର ନଦୀବନ୍ଧକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ; ଦାଭୋଇ ନର୍ମଦା ମହୋତ୍ସବର ଉଦ୍ଯାପନୀ ଉତ୍ସବରେ ଯୋଗଦାନ
September 17th, 12:25 pm
ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ଦ୍ଦାର ସରୋବର ନଦୀବନ୍ଧ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । କେଭାଡିଆ ଠାରେ ମନ୍ତ୍ର ଉଚ୍ଚାରଣ କରାଯାଇ ଏହି ସମାରୋହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଏହି ଅବସରକୁ ସ୍ମରଣୀୟ କରିବା ଲାଗି ଏକ ଫଳକ ଅନାବରଣ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ‘ଷ୍ଟେଚ୍ୟୁ ଅଫ୍ ୟୁନିଟି’ ନିର୍ମାଣସ୍ଥଳୀ ପରିଦର୍ଶନରେ ଯାଇଥିଲେ । ସାଧୁ ବେଟ୍ ଠାରେ ଥିବା ଏହି ସ୍ଥାନରେ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି, ଯାହା ସର୍ଦ୍ଦାର ସରୋବର ନଦୀବନ୍ଧ ଠାରୁ କିଛି ଦୂରରେ ଅବସ୍ଥିତ । ପ୍ରଧାନମନ୍ତ୍ରୀ ସେଠାରେ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟର ଅଗ୍ରଗତି ନିରୀକ୍ଷଣ କରିଥିଲେ ।