Cabinet approves revised ethanol procurement mechanism and prices for Public Sector OMCs
January 29th, 03:04 pm
The Cabinet Committee on Economic Affairs, chaired by PM Modi, has approved the revision of ethanol procurement prices for Public Sector OMCs under the Ethanol Blended Petrol Programme for Ethanol Supply Year 2024-25 (Nov 1, 2024 – Oct 31, 2025). The ex-mill price of ethanol from C Heavy Molasses has been increased from Rs. 56.58 to Rs. 57.97 per litre.ମହାରାଷ୍ଟ୍ରର ୱାର୍ଦ୍ଧାରେ ଜାତୀୟ 'ପିଏମ୍ ବିଶ୍ୱକର୍ମା' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 20th, 11:45 am
ଦୁଇ ଦିନ ତଳେ ଆମେ ସମସ୍ତେ ବିଶ୍ୱକର୍ମା ପୂଜା ପାଳନ କରିଥିଲୁ। ଆଉ ଆଜି ୱାର୍ଦ୍ଧାର ପବିତ୍ର ଭୂମିରେ ଆମେ ପିଏମ ବିଶ୍ୱକର୍ମା ଯୋଜନାର ସଫଳତାର ଉତ୍ସବ ପାଳନ କରୁଛୁ । ଆଜିର ଦିନଟି ମଧ୍ୟ ବିଶେଷ, କାରଣ ୧୯୩୨ ମସିହା ଆଜିର ଦିନରେ ମହାତ୍ମା ଗାନ୍ଧୀ ଅସ୍ପୃଶ୍ୟତା ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ। ଏଭଳି ପରିସ୍ଥିତିରେ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତିର ଏହି ଉତ୍ସବ, ବିନୋବା ଭାବେ ଜୀ ଙ୍କର ଏହି ସାଧନାସ୍ଥଳୀ, ମହାତ୍ମା ଗାନ୍ଧୀଙ୍କର କର୍ମଭୂମି,ୱାର୍ଧାର ଏହି ଭୂମି, ସଫଳତା ଓ ପ୍ରେରଣାର ଏମିତି ସଂଗମ, ଯାହାକି ଭାରତର ବିକଶିତ ଭାରତ ପାଇଁ ଆମର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ। ବିଶ୍ୱକର୍ମା ଯୋଜନା ମାଧ୍ୟମରେ ଆମେ କଠିନ ପରିଶ୍ରମ ମାଧ୍ୟମରେ ସମୃଦ୍ଧି, ଏହାର ଦକ୍ଷତାକୁ ଏକ ଉନ୍ନତ ଭବିଷ୍ୟତର ଯେଉଁ ସଙ୍କଳ୍ପ ନେଇଛୁ, ୱାର୍ଦ୍ଧାରେ ବାପୁଙ୍କ ପ୍ରେରଣା ସେହି ସଂକଳ୍ପଗୁଡ଼ିକୁ ସଫଳତାର ସହ ନେବାରେ ମାଧ୍ୟମ ହେବ । ଏହି ଅବସରରେ ମୁଁ ଏହି ଯୋଜନା ସହ ଜଡ଼ିତ ସମସ୍ତ ଜନସାଧାରଣ, ଦେଶର ସମସ୍ତ ହିତାଧିକାରୀଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଉଛି ।ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ଜାତୀୟ ପିଏମ୍ ବିଶ୍ୱକର୍ମା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 20th, 11:30 am
: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ଜାତୀୟ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ 'ଆଚାର୍ଯ୍ୟ ଚାଣକ୍ୟ ଦକ୍ଷତା ବିକାଶ' ଯୋଜନା ଏବଂ 'ପୁଣ୍ୟଶ୍ଲୋକ ଅହଲ୍ୟାଦେବୀ ହୋଲକର ମହିଳା ଷ୍ଟାର୍ଟଅପ୍ ଯୋଜନା'ର ଶୁଭାରମ୍ଭ କରିଥିଲେ। ସେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ହିତାଧିକାରୀଙ୍କୁ ସାର୍ଟିଫିକେଟ୍ ଏବଂ ଋଣ ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଅଧୀନରେ ପ୍ରଗତିର ଏକ ବର୍ଷ ପୂର୍ତ୍ତି ଅବସରରେ ସମର୍ପିତ ଏକ ସ୍ମାରକୀ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ । ଶ୍ରୀ ମୋଦୀ ମହାରାଷ୍ଟ୍ରର ଅମରାବତୀଠାରେ ପ୍ରଧାନମନ୍ତ୍ରୀ ମେଗା ସମନ୍ୱିତ ଟେକ୍ସଟାଇଲ୍ ରିଜିୟନ୍ସ ଆଣ୍ଡ୍ ଆପାରେଲ୍ (ପିଏମ୍ ମିତ୍ର) ପାର୍କର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ପଦଯାତ୍ରା କରିଥିଲେ।ଅରୁଣାଚଳ ପ୍ରଦେଶରେ ବିକଶିତ ଭାରତ - ବିକଶିତ ଉତ୍ତର ପୂର୍ବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 09th, 11:09 am
ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକ୍କିମ ଏବଂ ତ୍ରିପୁରାର ରାଜ୍ୟପାଳ ମହୋଦୟ ଏବଂ ମୁଖ୍ୟମନ୍ତ୍ରୀ, କେନ୍ଦ୍ର କ୍ୟାବିନେଟରେ ମୋର ସାଥି, ରାଜ୍ୟର ମନ୍ତ୍ରୀଗଣ, ସାଂସଦ ସାଥି, ସମସ୍ତ ବିଧାୟକ ଗଣ, ଅନ୍ୟ ସମସ୍ତ ଜନପ୍ରତିନିଧି ଏବଂ ଏହି ସବୁ ରାଜ୍ୟର ମୋର ପ୍ରିୟ ଭାଇ ଭଉଣୀ!ଅରୁଣାଚଳ ପ୍ରଦେଶର ଇଟାନଗର ଠାରେ ବିକଶିତ ଭାରତ ବିକଶିତ ଉତ୍ତର ପୂର୍ବ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
March 09th, 10:46 am
ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଚାଲିଥିବା ଜାତୀୟ ପର୍ବ ବିକଶିତ ରାଜ୍ୟରୁ ବିକଶିତ ଭାରତ ବିଷୟରେ ଉଲ୍ଲେଖ କରିଥିଲେ । ସେ ବିକଶିତ ଉତ୍ତର ପୂର୍ବ ପାଇଁ ଉତ୍ତର -ପୂର୍ବାଞ୍ଚଳର ଲୋକମାନଙ୍କ ମଧ୍ୟରେ ନୂତନ ଉତ୍ସାହକୁ ସ୍ୱୀକାର କରିଥିଲେ । ଏହି ପଦକ୍ଷେପ ପାଇଁ ନାରୀ ଶକ୍ତିର ସହଯୋଗ ନିମନ୍ତେ ସେ କୃତଜ୍ଞତା ଜ୍ଞାପନ କରିଥିଲେ ।ବିହାରର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର ଜୀ, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଗିରିରାଜ ସିଂ ଜୀ, ହରଦୀପ ସିଂ ପୁରୀ ଜୀ, ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଜୀ, ସମ୍ରାଟ ଚୌଧୁରୀ ଜୀ, ମଞ୍ଚରେ ବସିଥିବା ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବେଗୁସରାଇରୁ ଆସିଥିବା ମୋର ପ୍ରିୟ ଭାଇ ଭଉଣୀମାନେ ।
March 02nd, 08:06 pm
ବିହାରର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର ଜୀ, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଗିରିରାଜ ସିଂ ଜୀ, ହରଦୀପ ସିଂ ପୁରୀ ଜୀ, ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଜୀ, ସମ୍ରାଟ ଚୌଧୁରୀ ଜୀ, ମଞ୍ଚରେ ବସିଥିବା ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବେଗୁସରାଇରୁ ଆସିଥିବା ମୋର ପ୍ରିୟ ଭାଇ ଭଉଣୀମାନେ ।ବିହାରର ବେଗୁସରାଇରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ
March 02nd, 04:50 pm
: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ବେଗୁସରାଇଠାରେ ଦେଶବ୍ୟାପୀ ପ୍ରାୟ ୧.୪୮ ଲକ୍ଷ କୋଟି ଟଙ୍କାର ଏକାଧିକ ତୈଳ ଓ ଗ୍ୟାସ କ୍ଷେତ୍ର ପ୍ରକଳ୍ପ ଏବଂ ବିହାରରେ ୧୩,୪୦୦ ଟଙ୍କାରୁ ଅଧିକ ମୂଲ୍ୟର ଅନେକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।ପଶ୍ଚିମବଙ୍ଗର ଆରାମବାଗରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 01st, 03:15 pm
ଏକବିଂଶ ଶତାବ୍ଦୀର ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ଆମେ ସମସ୍ତେ ମିଶି ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ହାସଲ କରିବାର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛୁ । ଦେଶର ଗରିବ, କୃଷକ, ମହିଳା ଓ ଯୁବବର୍ଗ କଲ୍ୟାଣ ଆମ ଦେଶ ପାଇଁ ସର୍ବୋଚ୍ଚ ପ୍ରାଥମିକତା। ଆମେ କ୍ରମାଗତ ଭାବରେ ସେମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଇଛୁ ଏବଂ ଏହାର ସକାରାତ୍ମକ ଫଳାଫଳ ଆଜି ବିଶ୍ୱ ଦେଖୁଛି। ଗତ ୧୦ ବର୍ଷରେ ଦେଶର ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରାଯାଇଛି। ଏହା ଦର୍ଶାଉଛି ଯେ ଆମ ସରକାରଙ୍କ ଦିଗ ସଠିକ ରହିଛି, ସଠିକ ରହିଛି, ସଠିକ ରହିଛି ଏବଂ ତାହାର ମୂଳ କାରଣ ହେଉଛି ସ୍ବଚ୍ଛତା।ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ହୁଗଳିର ଆରାମବାଗରେ ୭,୨୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଶିଳାନ୍ୟାସ କରିଛନ୍ତି
March 01st, 03:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ହୁଗଳିର ଆରାମବାଗ ଠାରେ ୭,୨୦୦ କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଆଜିର ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକ ରେଳ, ବନ୍ଦର, ତୈଳ ପାଇପଲାଇନ, ଏଲପିଜି ଯୋଗାଣ ଏବଂ ବର୍ଜ୍ୟ ଜଳ ବିଶୋଧନ ଭଳି କ୍ଷେତ୍ର ସହିତ ଜଡିତ ।ଜାନୁଆରୀ ୨ ଓ ୩ ରେ ତାମିଲନାଡୁ, ଲାକ୍ଷାଦ୍ୱୀପ ଏବଂ କେରଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
December 31st, 12:56 pm
ଜାନୁଆରୀ ୨, ୨୦୨୪ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ତାମିଲନାଡୁର ତିରୁଚିରାପଲ୍ଲୀରେ ପହଞ୍ଚିବେ । ସେ ତିରୁଚିରାପଲ୍ଲୀସ୍ଥିତ ଭାରତୀଦସନ ବିଶ୍ୱବିଦ୍ୟାଳୟର ୩୮ତମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ମଧ୍ୟାହ୍ନ ପ୍ରାୟ ୧୨ଟା ରେ ତିରୁଚିରାପଲ୍ଲୀଠାରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିମାନ ଚଳାଚଳ, ରେଳ, ସଡ଼କ, ତୈଳ ଏବଂ ଗ୍ୟାସ ସହ ଜଡିତ ୧୯,୮୫୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଉଦଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଯେଉଁଥିରେ ଜାହାଜ ଚଳାଚଳ ଏବଂ ଉଚ୍ଚଶିକ୍ଷା କ୍ଷେତ୍ର ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଅପରାହ୍ନ ପ୍ରାୟ ୩ଟା ୧୫ରେ ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ୱୀପର ଅଗାତିରେ ପହଞ୍ଚିବେ ଏବଂ ସେଠାରେ ଏକ ସାଧାରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଜାନୁଆରୀ ୪, ୨୦୨୪ ମଧ୍ୟାହ୍ନ ପ୍ରାୟ ୧୨ଟାରେ ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ୱୀପର କବରାତିରେ ପହଞ୍ଚିବେ, ଯେଉଁଠାରେ ସେ ରାଷ୍ଟ୍ର ଉଦ୍ଦେଶ୍ୟରେ କାର୍ଯ୍ୟ କରିବେ ଏବଂ ଲାକ୍ଷାଦ୍ୱୀପରେ ଟେଲିଯୋଗାଯୋଗ, ପାନୀୟ ଜଳ, ସୌର ଶକ୍ତି ଏବଂ ସ୍ୱାସ୍ଥ୍ୟ ଆଦି କ୍ଷେତ୍ର ସହିତ ଜଡ଼ିତ ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ।ଜାତୀୟ ଖାଇବା ତେଲ ମିଶନ-ଅଏଲ ପାମର କାର୍ଯ୍ୟକାରିତାକୁ କ୍ୟାବିନେଟ ମଞ୍ଜୁର
August 18th, 11:54 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପାମ ଅଏଲ (ତାଳ ତେଲ) ଲାଗି ଏକ ନୂତନ ମିଶନ ଆରମ୍ଭ କରାଯିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ଯୋଜନା ଜାତୀୟ ଖାଇବା ତେଲ ମିଶନ-ପାମ ଅଏଲ (ଏନଏମଇଓ-ଓପି) ନାମରେ ପରିଚିତ ହେବ। ଏହା ଏକ କେନ୍ଦ୍ର ପ୍ରୟୋଜିତ ଯୋଜନା। ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପ ସମୂହ ଉପରେ ବିଶେଷ ଗୁରୁତ୍ବାରୋପ କରାଯାଇ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଖାଇବା ତେଲ ପାଇଁ ବର୍ତ୍ତମାନ ଆମଦାନୀ ଉପରେ ଅଧିକ ନିର୍ଭରଶୀଳ ହେବାକୁ ପଡ଼ୁଛି, ସେଥିପାଇଁ ଖାଇବା ତେଲ ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଏଥିପାଇଁ ପାମ ଅଏଲ ଚାଷ ଓ ଉତ୍ପାଦନ ବଢ଼ାଇବା ଅତ୍ୟନ୍ତ ଜରୁରି।