ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ବିକଶିତ ଭାରତ ଯୁବ ନେତା ସଂଳାପ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 12th, 02:15 pm

ଭାରତର ଯୁବ ଶକ୍ତିର ଶକ୍ତି ଯୋଗୁଁ ଆଜି ଏହି ଭାରତ ମଣ୍ଡପମ୍ ମଧ୍ୟ ଶକ୍ତିରେ ପରିପୂର୍ଣ୍ଣ ହୋଇଛି ଏବଂ ଶକ୍ତିଶାଳୀ ହୋଇଛି । ଆଜି ସମଗ୍ର ଦେଶ ସ୍ୱାମୀ ବିବେକାନନ୍ଦଜୀଙ୍କୁ ସ୍ମରଣ କରୁଛି ଏବଂ ସ୍ୱାମୀଜୀଙ୍କୁ ପ୍ରଣାମ କରୁଛି । ସ୍ୱାମୀ ବିବେକାନନ୍ଦ ଜୀଙ୍କର ଦେଶର ଯୁବବର୍ଗଙ୍କ ଉପରେ ବହୁତ ବିଶ୍ୱାସ ଥିଲା । ସ୍ୱାମୀଜୀ କହୁଥିଲେ- ମୋର ବିଶ୍ୱାସ ଯୁବପିଢ଼ିଙ୍କୁ ଉପରେ ରହିଛି, ନୂଆ ପିଢ଼ି ଉପରେ ରହିଛି । ସ୍ୱାମୀଜୀ କହୁଥିଲେ ଯେ ମୋ ର କର୍ମକର୍ତ୍ତାମାନେ ଯୁବପିଢ଼ିଙ୍କଠାରୁ ଆସିବେ, ସିଂହଙ୍କ ଭଳି ସେମାନେ ସବୁ ସମସ୍ୟାର ସମାଧାନ କରିବେ। ବିବେକାନନ୍ଦଜୀଙ୍କର ଯେମିତି ଆପଣମାନଙ୍କ ଉପରେ ଥିଲା, ମୋର ବିବେକାନନ୍ଦଜୀଙ୍କ ଉପରେ ଭରସା ଅଛି, ତାଙ୍କର ସବୁ କଥା ଉପରେ ମୋର ଭରସା ରହିଛି । ଭାରତର ଯୁବପିଢ଼ିଙ୍କ ପାଇଁ ଯାହା ଭାବିଛନ୍ତି ଓ କହିଛନ୍ତି ତାହା ଉପରେ ମୁଁ ଅନ୍ଧ ଭାବରେ ବିଶ୍ବାସ ରହିଛି । ପ୍ରକୃତରେ ସ୍ୱାମୀ ବିବେକାନନ୍ଦ ଜୀ ସଶରୀରେ ଯଦି ଆମ ମଧ୍ୟରେ ଥାଆନ୍ତେ, ତେବେ ଏକବିଂଶ ଶତାବ୍ଦୀର ଯୁବକମାନଙ୍କର ଜାଗ୍ରତ ଶକ୍ତି ଦେଖି ଭାରତରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଥାନ୍ତେ, ନୂତନ ଶକ୍ତିରେ ଭରି ଦେଇଥାନ୍ତେ ଏବଂ ନୂତନ ସ୍ୱପ୍ନର ମଞ୍ଜି ବୁଣି ଦେଇଥାନ୍ତେ ।

ବିକଶିତ ଭାରତ ଯୁବ ନେତାଙ୍କ ସହ ଆଲୋଚନା ୨୦୨୫ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

January 12th, 02:00 pm

ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ପାଳନ ହେଉଥିବା ଜାତୀୟ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ “ବିକଶିତ ଭାରତ ଯୁବ ନେତାଙ୍କ ସହ ଆଲୋଚନା ୨୦୨୫” ରେ ଅଂଶଗ୍ରହଣ କରିଥିଲେ । ସେ ସମଗ୍ର ଭାରତର ୩୦୦୦ ସଫଳ ଯୁବ ନେତାଙ୍କ ସହ ମତ ବିନିମୟ କରିଥିଲେ । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଭାରତ ମଣ୍ଡପମରେ ଜୀବନ ଓ ଶକ୍ତି ନିୟୋଜିତ କରିଥିବା ଭାରତର ଯୁବବର୍ଗଙ୍କ ଜାଗ୍ରତ ଶକ୍ତି ଉପରେ ଆଲୋକପାତ କରିଥିଲେ। ଦେଶର ଯୁବବର୍ଗଙ୍କ ଉପରେ ଅସୀମ ବିଶ୍ୱାସ ରଖିଥିବା ସ୍ୱାମୀ ବିବେକାନନ୍ଦଙ୍କୁ ସମଗ୍ର ଦେଶ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ବିଶ୍ୱାସ କରୁଥିଲେ ଯେ ତାଙ୍କର ଯୁବ ଶିଷ୍ୟମାନେ ସିଂହ ପରି ପ୍ରତ୍ୟେକ ସମସ୍ୟାର ସମାଧାନ କରିବେ । ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାମୀଜୀ ଯେପରି ଯୁବକମାନଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ ଠିକ୍ ସେହିଭଳି ତାଙ୍କର ସ୍ୱାମୀଜୀ ଏବଂ ତାଙ୍କ ଆସ୍ଥା ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଯୁବପିଢ଼ିଙ୍କ ଉପରେ ସ୍ବାମୀଜୀଙ୍କର ଥିବା ଦୂରଦୃଷ୍ଟି ଉପରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ଯଦି ଆଜି ଆମ ମଧ୍ୟରେ ଥାନ୍ତେ, ତେବେ ସେ ଏକବିଂଶ ଶତାବ୍ଦୀର ଯୁବକମାନଙ୍କର ଜାଗ୍ରତ ଶକ୍ତି ଏବଂ ସକ୍ରିୟ ପ୍ରୟାସକୁ ଦେଖି ନୂତନ ଆତ୍ମବିଶ୍ୱାସରେ ଭରପୂର ହୋଇଥାନ୍ତେ ।

ଉଦ୍ୟୋଗୀ ନିଖିଲ କାମାଥଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

January 10th, 02:15 pm

ବର୍ତ୍ତମାନ ପର୍ଯ୍ୟନ୍ତ କେତେ ପୋଷ୍ଟ ପୋଡକାଷ୍ଟ କରିଛନ୍ତି ଆପଣ

ପ୍ରଥମ ପଡକାଷ୍ଟରେ ଉଦ୍ୟୋଗୀ ନିଖିଲ କାମାତଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା

January 10th, 02:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରଥମ ପଡ୍‌କାଷ୍ଟରେ ଉଦ୍ୟୋଗୀ ଓ ନିବେଶକ ନିଖିଲ କାମାତଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଜି ଆଲୋଚନା କରିଛନ୍ତି। ଏହି ମନଖୋଲା ଆଲୋଚନାରେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ପିଲାବେଳର କଥା ପଚରାଗଲା, ଉତ୍ତର ଗୁଜରାଟର ମେହସାନା ଜିଲ୍ଲାର ଏକ ଛୋଟ ସହର ବଡ଼ନଗରରେ ତାଙ୍କର ପିଲାଦିନ କେମିତି କଟିଥିଲା, ସେ ସଂପର୍କରେ ନିଜ ବାଲ୍ୟଜୀବନର ସବୁ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେ କହିଛନ୍ତି, ଶିକ୍ଷା ପ୍ରତି ନିଜର ପ୍ରତିଶ୍ରୁତିବଦ୍ଧତା, ପୋଖରୀ, ଡାକ ଘର ଓ ପାଠାଗାର ପରି ଜରୁରୀ ସୁବିଧା ପାଇଁ ବେଶ୍ ପରିଚିତ ଗାଏକଓ୍ୱାଡ୍ ରାଜ୍ୟର ଏହି ସହର ବଡ଼ନଗର। ଗାଏକଓ୍ୱାଡ଼ ସରକାରୀ ପ୍ରାଥମିକ ସ୍କୁଲ ଓ ଭଗବତାଚାର୍ଯ୍ୟ ନାରାୟଣାଚାର୍ଯ୍ୟ ହାଇସ୍କୁଲରେ ପାଠ ପଢ଼ିବା ବେଳର ସ୍ମତି ସବୁ ମନେପକାଇଥିଲେ ପ୍ରଧାନମନ୍ତ୍ରୀ। ବଡ଼ନଗରରେ ବେଶ୍ କିଛି ଦିନ ରହିଥିବା ଚୀନର ଦାର୍ଶନିକ ହୁଏନସାଂଙ୍କ ଉପରେ ନିର୍ମିତ ହୋଇଥିବା ଏକ ଫିଲ୍ମ ସଂପର୍କରେ ଚୀନର ଦୂତାବାସକୁ ସେ ଲେଖିଥିବା ଚିଠି ସଂପର୍କରେ ଏକ ମଜାଦାର କଥା କହିଥିଲେ ମୋଦୀ। ୨୦୧୪ରେ ମୋଦିଜୀ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଗୁଜରାଟ ଓ ବଡ଼ ନଗର ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଥିବାର ଅଭିଜ୍ଞତା ବି ବର୍ଣ୍ଣନା କରିଥିଲେ ମୋଦୀଜୀ। କାରଣ ହୁଏନସାଂଙ୍କ ସହିତ ଦୁଇ ରାଷ୍ଟ୍ରନେତାଙ୍କ ସହରର ଐତିହାସିକ ସଂପର୍କ ଦୃଷ୍ଟିରୁ ସି ଜିଙ୍ଗପିନ ଗୁଜରାଟ ଓ ବଡ଼ନଗର ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଲେ। ଦୁଇ ଦେଶ ମଧ୍ୟରେ ଥିବା ଦୃଢ଼ ସଂପର୍କ ଓ ମିଳିତ ଐତିହ୍ୟର ଏହା ଅନନ୍ୟ ଉଦାହରଣ ବୋଲି ମୋଦୀଜୀ କହିଥିଲେ।

The Genome India Project marks a defining moment in the country's biotechnology landscape: PM

January 09th, 06:38 pm

PM Modi delivered his remarks at the start of the Genome India Project. “Genome India Project is an important milestone in the biotechnology revolution”, exclaimed Shri Modi. He noted that this project has successfully created a perse genetic resource by sequencing the genomes of 10,000 inpiduals from various populations.

ଜେନୋମଇଣ୍ଡିଆ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ

January 09th, 05:53 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଜେନୋମଇଣ୍ଡିଆ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ନିଜର ମତାମତ ପ୍ରଦାନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଆଜି ଭାରତ ଗବେଷଣା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ନେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜେନୋମଇଣ୍ଡିଆ ପ୍ରକଳ୍ପକୁ ୫ ବର୍ଷ ପୂର୍ବେ ମଞ୍ଜୁରୀ ମିଳିଥିଲା ଏବଂ ଆମର ବୈଜ୍ଞାନିକମାନେ କୋଭିଡ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନ ସତ୍ତ୍ୱେ କଠିନ ପରିଶ୍ରମ କରି ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିଛନ୍ତି। ଆଇଆଇଏସସି, ଆଇଆଇଟି, ସିଏସଆଇଆର ଏବଂ ଡିବିଟି-ବ୍ରିକ୍ ଭଳି ୨୦ରୁ ଅଧିକ ପ୍ରତିଷ୍ଠିତ ଗବେଷଣା ଅନୁଷ୍ଠାନ ଏହି ଗବେଷଣାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୦,୦୦୦ ଭାରତୀୟଙ୍କ ଜେନୋମ ସିକ୍ୱେନ୍ସକୁ ନେଇ ତଥ୍ୟ ଏବେ ଇଣ୍ଡିଆନ ବାୟୋଲୋଜିକାଲ ଡାଟା ସେଣ୍ଟରରେ ଉପଲବ୍ଧ ଅଛି । ଏହି ପ୍ରକଳ୍ପ ବାୟୋଟେକ୍ନୋଲୋଜି ଗବେଷଣା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିବା ସହ ପ୍ରକଳ୍ପ ସହିତ ଜଡ଼ିତ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଭାରତର କ୍ୟାଥଲିକ ବିଶପ ସମ୍ମିଳନୀ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 23rd, 09:24 pm

ମାତ୍ର ୩-୪ ଦିନ ତଳେ ମୁଁ ଖ୍ରୀଷ୍ଟମାସ ପାଳନ ପାଇଁ ଭାରତ ସରକାରରେ ଥିବା ମୋର ସହକର୍ମୀ ଜର୍ଜ କୁରିୟନଜୀଙ୍କ ଘରକୁ ଯାଇଥିଲି। ବର୍ତ୍ତମାନ ଆପଣଙ୍କ ମଧ୍ୟରେ ଉପସ୍ଥିତ ରହିବା ମଧ୍ୟ ଏକ ଆନନ୍ଦର ବିଷୟ। କାଥୋଲିକ ବିଶପ୍ କନଫରେନ୍ସ ଅଫ୍ ଇଣ୍ଡିଆ (ସିବିସିଆଇ)ର ଏହି କାର୍ଯ୍ୟକ୍ରମ ଖ୍ରୀଷ୍ଟମାସରେ ଆପଣଙ୍କ ସହ ମିଶିବା ମୋ ପାଇଁ ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି । ସିବିସିଆଇ ପ୍ରତିଷ୍ଠାର ୮୦ ବର୍ଷ ପୂର୍ତ୍ତି ପାଳନ ହେଉଥିବାରୁ ଏହି ଅବସର ମଧ୍ୟ ବିଶେଷ। ଏହି ଅବସରରେ ମୁଁ ସିବିସିଆଇ ଏବଂ ଏହା ସହିତ ଜଡ଼ିତ ସମସ୍ତଙ୍କୁ ବହୁତ -ବହୁତ ଅଭିନନ୍ଦନ ଜଣାଉଛି ।

କ୍ୟାଥୋଲିକ ବିଶପ୍ସ କନ୍‌ଫରେନ୍ସ ଅଫ୍‌ ଇଣ୍ଡିଆ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 23rd, 09:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସିବିସିଆଇ କେନ୍ଦ୍ର ପରିସରରେ କାଥୋଲିକ୍ ବିଶପ୍ସ କନ୍‌ଫରେନ୍ସ ଅଫ୍ ଇଣ୍ଡିଆ (ସିବିସିଆଇ) ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀ ଭାରତର କ୍ୟାଥଲିକ ଚର୍ଚ୍ଚ ମୁଖ୍ୟାଳୟରେ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଡିନାଲ, ବିଶପ ଏବଂ ଚର୍ଚ୍ଚର ପ୍ରମୁଖ ନେତାଙ୍କ ସମେତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରମୁଖ ନେତାଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ।

The relationship between India and Kuwait is one of civilizations, seas and commerce: PM Modi

December 21st, 06:34 pm

PM Modi addressed a large gathering of the Indian community in Kuwait. Indian nationals representing a cross-section of the community in Kuwait attended the event. The PM appreciated the hard work, achievement and contribution of the community to the development of Kuwait, which he said was widely recognised by the local government and society.

କୁଏତରେ ‘ହାଲା ମୋଦୀ’ କାର୍ଯ୍ୟକ୍ରମରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 21st, 06:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁଏତର ଶେଖ ସାଦ ଅଲ ଅବଦୁଲ୍ଲା ଇଣ୍ଡୋର ସ୍ପୋର୍ଟସ କମ୍ପ୍ଲେକ୍ସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ 'ହାଲା ମୋଦୀ'ରେ ଭାରତୀୟ ସମ୍ପ୍ରଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କୁଏତରେ ସମ୍ପ୍ରଦାୟର ବିଭିନ୍ନ ବର୍ଗର ପ୍ରତିନିଧିତ୍ୱ କରୁଥିବା ଭାରତୀୟ ନାଗରିକମାନେ ଯୋଗ ଦେଇଥିଲେ।

Why India’s Public Sector Banks Are Thriving Like Never Before - Inside the Modi Era Banking Success Story

December 18th, 07:36 pm

A competitive advantage that sets the Modi era apart from its predecessors has not only been sustaining successful policies but also amplifying and expanding upon them for the national good at the right time.

Institutional service has the ability to solve big problems of the society and the country: PM at the Karyakar Suvarna Mahotsav

December 07th, 05:52 pm

PM Modi addressed the Karyakar Suvarna Mahotsav in Ahmedabad via video conferencing. He highlighted the Karyakar Suvarna Mahotsav as a key milestone in 50 years of service by BAPS. He praised the initiative of connecting volunteers to service work, which began five decades ago and applauded the dedication of lakhs of BAPS workers.

ଅହମ୍ମଦାବାଦରେ କାର୍ଯ୍ୟକାର ସୁବର୍ଣ୍ଣ ମହୋତ୍ସବକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 07th, 05:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦରେ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକାର ସୁବର୍ଣ୍ଣ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି । ଉପସ୍ଥିତ ସମାବେଶକୁ ଉଦବୋଧନ ଦେଇ ସେ ପରମ ପୂଜ୍ୟ ଗୁରୁ ହରି ମହନ୍ତ ସ୍ୱାମୀ ମହାରାଜ,ସତସଙ୍ଗୀ ପରିବାରର ଶ୍ରଦ୍ଧେୟ ସନ୍ଥ ଓ ସଦସ୍ୟମାନେ, ଗଣ୍ୟମାନ୍ୟ ବ୍ୟକ୍ତି ଓ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ୟକାର ସୁବର୍ଣ୍ଣ ମହୋତ୍ସବ ଅବସରରେ ଶ୍ରୀ ମୋଦୀ ଭଗବାନ ସ୍ୱାମୀ ନାରାୟଣଙ୍କୁ ପ୍ରଣିପାତ କରିବା ସହ କହିଥିଲେ, ଆଜି ମଧ୍ୟ ପ୍ରମୁଖ ସ୍ୱାମୀ ମହାରାଜଙ୍କ ୧୦୩ ତମ ଜୟନ୍ତୀ । ସେ କହିଥିଲେ, ଭଗବାନ ସ୍ୱାମୀ ନାରାୟଣଙ୍କ ଶିକ୍ଷା, ପ୍ରମୁଖ ସ୍ୱାମୀ ମହାରାଜଙ୍କ ସଂକଳ୍ପ ଆଜି ପରମ ପୂଜ୍ୟ ଗୁରୁ ହରି ମହନ୍ତ ସ୍ୱାମୀ ମହାରାଜଙ୍କ ପ୍ରଗାଢ଼ ଉଦ୍ୟମ ଯୋଗୁ ଫଳ ଆଣିପାରିଛି । ପ୍ରାୟ ଏକ ଲକ୍ଷ କର୍ମୀଙ୍କ ସମାବେଶରେ ଏପରି ଏକ ବିଶାଳ କାର୍ଯ୍ୟକ୍ରମର ସାକ୍ଷୀ ହୋଇପାରିଥିବାରୁ ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଥିଲେ । ବ୍ୟକ୍ତିଗତ ଭାବେ ସେ କାର୍ଯ୍ୟକ୍ରମରେ ଉପସ୍ଥିତ ନଥିଲେ ମଧ୍ୟ ଯୁବକ ଓ ପିଲାମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମରୁ ଉତ୍ସବର ଉତ୍ସାହକୁ ଭଲ ଭ।।ବେ ଅନୁଭବ କରିପାରିଥିଲେ । ଏଭଳି ଭବ୍ୟ ଦିବ୍ୟ ସମାରୋହ ପାଇଁ ସେ ପରମ ପୂଜ୍ୟ ଗୁରୁ ହରି ମହନ୍ତ ସ୍ୱାମୀ ମହାରାଜ ଓ ସମସ୍ତ ସନ୍ଥଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଦ୍ଵିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 21st, 02:15 am

ମୋର ବନ୍ଧୁ ରାଷ୍ଟ୍ରପତି ଇରଫାନ ଅଲ୍ଲୀ ଏବଂ ପ୍ରଧାନମନ୍ତ୍ରୀ ଡ଼ିଙ୍କନ ମିଚେଲଙ୍କ ସହ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀର ଆୟୋଜନ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ମୁଁ କାରିକମ୍ ପରିବାରର ସମସ୍ତ ସଦସ୍ୟଙ୍କୁ ହୃଦୟରୁ ସ୍ୱାଗତ କରୁଛି ଏବଂ ଏହି ଶିଖର ସମ୍ମିଳନୀର ଉତ୍ତମ ଆୟୋଜନ ପାଇଁ ରାଷ୍ଟ୍ରପତି ଇରଫାନ ଅଲ୍ଲୀଙ୍କୁ ବିଶେଷ ଭାବରେ ଧନ୍ୟବାଦ ଜଣାଉଛି ।

ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ

November 21st, 02:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଗ୍ରେନାଡା ର ପ୍ରଧାନମନ୍ତ୍ରୀ, ବର୍ତ୍ତମାନର କାରିକମ୍ ଅଧ୍ୟକ୍ଷ ମହାମହିମ ଶ୍ରୀ ଡିକନ୍ ମିଚେଲ, 20 ନଭେମ୍ବର 2024 ରେ ଜର୍ଜଟାଉନରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ଏହି ଶିଖର ସମ୍ମିଳନୀର ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଗୁୟାନା ରାଷ୍ଟ୍ରପତି ମହାମହିମ ଇରଫାନ ଅଲ୍ଲୀଙ୍କୁ ଧନ୍ୟବାଦ ଜଣାଇଥିଲେ । ୨୦୧୯ରେ ନ୍ୟୁୟର୍କରେ ପ୍ରଥମ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଗୁୟାନା ରାଷ୍ଟ୍ରପତି ଏବଂ ଗ୍ରେନାଡା ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଏହି ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ -

ନାଇଜେରିଆରେ ଭାରତୀୟ ଗୋଷ୍ଠୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 17th, 07:20 pm

ଆଜି ଆପଣ ଅବୁଜାରେ ଚମତ୍କାର କରି ଦେଇଛନ୍ତି । ଅବୁଜାରେ ଆମେ ଏକ ଚମତ୍କାର ସମୟ ବାନ୍ଧିଛୁ। ଆଉ ଏସବୁ ଦେଖି ମୁଁ ଗତକାଲି ସନ୍ଧ୍ୟାରୁ ଦେଖୁଛି ଯେ ମୁଁ ଅବୁଜାରେ ନୁହେଁ ବରଂ ଭାରତର ଏକ ସହରରେ ଉପସ୍ଥିତ ଅଛି । ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଲାଗୋସ୍‌, କାନୋ, କାଡୁନା ଏବଂ ପୋର୍ଟ ହାରର୍କୋର୍ଟରୁ, ଏମିତି ଭିନ୍ନ ଭିନ୍ନ ଅଞ୍ଚଳରୁ ଅବୁଜାରେ ପହଞ୍ଚିଛନ୍ତି ଏବଂ ଆପଣଙ୍କ ମୁହଁରେ ଏହି ଚମକ, ଆପଣଙ୍କର ଏହି ଉତ୍ସାହ ଯେତିକି ଆପଣ ଏଠାକୁ ଆସିବାକୁ ଆଗ୍ରହୀ ଥିଲେ, ମୁଁ ମଧ୍ୟ ଆପଣମାନଙ୍କୁ ଭେଟିବାକୁ ଅପେକ୍ଷା କରିଥିଲି । ଆପଣମାନଙ୍କର ଭଲ ପାଇବା, ଏହି ସ୍ନେହ ମୋ ପାଇଁ ଏକ ବଡ଼ ସମ୍ପତ୍ତି । ଆପଣଙ୍କ ମଧ୍ୟକୁ ଆସିବା, ଆପଣଙ୍କ ଭିତରେ ଆସୁଛି, ତୁମ ସହିତ ସମୟ ବିତାଇବା ଏବଂ ଏହି ମୁହୂର୍ତ୍ତଗୁଡ଼ିକ ମୋ ସହିତ ସାରା ଜୀବନ ରହିବ।

ନାଇଜେରିଆରେ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

November 17th, 07:15 pm

ନାଇଜେରିଆର ଅବୁଜାରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମାନାର୍ଥେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସେ ଉଦବୋଧନ ଦେଇଛନ୍ତି । ଭାରତୀୟ ସମୁଦାୟଙ୍କ ପକ୍ଷରୁ ତାଙ୍କୁ ଦିଆଯାଇଥିବା ଉତ୍ସାହଭରା ସମ୍ବର୍ଦ୍ଧନାରେ ପ୍ରଧାନମନ୍ତ୍ରୀ ଖୁସି ଜାହିର କରିଛନ୍ତି । ସେ କହିଛନ୍ତି ପ୍ରବାସୀଙ୍କ ପକ୍ଷରୁ ଦିଆଯାଇଥିବା ଭଲପାଇବା ଓ ବନ୍ଧୁତ୍ୱ ତାଙ୍କ ପାଇଁ ବଡ଼ ପୁଞ୍ଜି ।

ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 16th, 10:15 am

୧୦୦ ବର୍ଷ ପୂର୍ବେ ହିନ୍ଦୁସ୍ତାନ ଟାଇମ୍ସକୁ ଉଦଘାଟନକୁ ପୂଜ୍ୟ ବାପୁ କରିଥିଲେ.... ସେମାନେ ଗୁଜୁରାଟୀ ଭାଷୀ ଥିଲେ ଏବଂ ୧୦୦ ବର୍ଷ ପରେ ଆପଣମାନେ ଆଉ ଜଣେ ଗୁଜରାଟୀଙ୍କୁ ଡାକିଛନ୍ତି । ଏହି ଐତିହାସିକ ଯାତ୍ରା ପାଇଁ ମୁଁ ହିନ୍ଦୁସ୍ତାନ ଟାଇମ୍ସକୁ ଅଭିନନ୍ଦନ ଜଣାଉଛି ଏବଂ ଯେଉଁମାନେ ୧୦୦ ବର୍ଷର ଯାତ୍ରାରେ ଏହା ସହିତ ଜଡ଼ିତ ଅଛନ୍ତି, ଯେଉଁମାନେ ନିଜର ଭାତହାଣ୍ଡି ଭାବି କାମ କରିଛନ୍ତି, ସଂଘର୍ଷ କରିଛନ୍ତି, ସଙ୍କଟର ସମ୍ମୁଖୀନ ହୋଇଛନ୍ତି ..., କିନ୍ତୁ ଅଟଳ ରହିଛନ୍ତି । ସେମାନେ ସମସ୍ତେ ଆଜି ଅଭିନନ୍ଦନର ଯୋଗ୍ୟ, ଅଭିନନ୍ଦନର ଯୋଗ୍ୟ। ଆପଣ ସମସ୍ତଙ୍କ ପାଇଁ ୧୦୦ ବର୍ଷର ଯାତ୍ରା ବହୁତ ବଡ ହୋଇଛି । ଆପଣମାନେ ସମସ୍ତେ ଏହି ଅଭିନନ୍ଦନ ପାଇବାକୁ ଯୋଗ୍ୟ ଏବଂ ମୁଁ ଆପଣମାନଙ୍କୁ ଭବିଷ୍ୟତ ପାଇଁ ଅନେକ ଶୁଭେଚ୍ଛା ଜଣାଉଛି । ଯେତେବେଳେ ମୁଁ ଏଠାକୁ ଆସିଥିଲି, ମୁଁ ପରିବାର ସଦସ୍ୟଙ୍କୁ ଭେଟିଥିଲି, କିନ୍ତୁ ମୋତେ ୧୦୦ ବର୍ଷର ଯାତ୍ରାର ଏକ ଚମତ୍କାର ପ୍ରଦର୍ଶନୀ ଦେଖିବାର ସୁଯୋଗ ମିଳିଥିଲା । ମୁଁ ଆପଣମାନଙ୍କୁ ଏହା ମଧ୍ୟ କହିବି ଯେ ଯଦି ସମୟ ଅଛି, ତେବେ ସେଠାରେ କିଛି ସମୟ ବିତାନ୍ତୁ । ଏହା କେବଳ ଏକ ପ୍ରଦର୍ଶନୀ ନୁହେଁ, ମୁଁ କହୁଛି ଏହା ଏକ ଅନୁଭୂତି । ଏମିତି ଲାଗୁଥିଲା ଯେମିତି ୧୦୦ ବର୍ଷର ଇତିହାସ ଆମ ଆଖି ସାମ୍ନାରେ ବିତିଗଲା । ମୁଁ ସେହି ଦିନର ଖବରକାଗଜ ଦେଖିଲି ଯାହା ଦେଶ ସ୍ୱାଧୀନ ହେବା ଏବଂ ସମ୍ବିଧାନ ଗ୍ରହଣ ହେବା ଦିନ ଛପା ଯାଇଥିଲା । ବହୁତ ବଡ ବଡ ଲେଖକ, ମହାନୁଭବ ହିନ୍ଦୁସ୍ତାନ ଟାଇମ୍ସ ପାଇଁ ଲେଖୁଥିଲେ। ମାର୍ଟିନ ଲୁଥର କିଙ୍ଗ, ନେତାଜୀ ସୁଭାଷ ବାବୁ, ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ, ଅଟଳ ବିହାରୀ ବାଜପେୟୀ, ଡ. ଏମ୍.ଏସ୍ ସ୍ଵାମୀନାଥନ ଲେଖା ଆପଣଙ୍କ ଖବରକାଗଜକୁ ଉଜ୍ଜ୍ୱଳ କରିଛି । ପ୍ରକୃତରେ ଏକ ଲମ୍ବା ଯାତ୍ରା ପରେ ଆମେ ଏହି ସ୍ଥାନରେ ପହଞ୍ଚି ପାରିଛୁ । ସ୍ୱାଧୀନତା ପାଇଁ ଲଢ଼େଇ ଠାରୁ ଆରମ୍ଭ କରି ସ୍ୱାଧୀନତା ପରେ ଆଶାର ଅଥଳ ତଳବିହୀନ ସମୁଦ୍ରର ଚଢ଼ିବା ପର୍ଯ୍ୟନ୍ତ ଆମେ ଆଗକୁ ବଢ଼ିଛୁ। ଏହି ଯାତ୍ରା ନିଜେ ହିଁ ଅଭୂତପୂର୍ବ ଏବଂ ଏହା ଆଶ୍ଚର୍ଯ୍ୟଜନକ । ଅକ୍ଟୋବର ୧୯୪୭ରେ କଶ୍ମୀର ର ମିଶ୍ରଣ ପରେ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଯେଉଁ ଉତ୍ସାହ ଥିଲା ତାହା ମୁଁ ଆପଣଙ୍କ ଖବରକାଗଜ ରିପୋର୍ଟରେ ଅନୁଭବ କଲି | କିନ୍ତୁ ସେହି ମୁହୂର୍ତ୍ତରେ ମୁଁ ଏହା ମଧ୍ୟ ଅନୁଭବ କରିଥିଲି ଯେ କିପରି ୭ ଦଶନ୍ଧି ଧରି କାଶ୍ମୀରରେ ଅନିଶ୍ଚିତତା ପରିସ୍ଥିତି ହିଂସାରେ ଘେରି ରହିଥିଲା। ଆଜି ଆପଣଙ୍କ ଖବରକାଗଜ ଜମ୍ମୁ-କଶ୍ମୀରରେ ରେକର୍ଡ ଭୋଟିଂ ଭଳି ଖବର ପ୍ରକାଶ କରୁଛି, ଏହା ବିପରୀତ। ଗୋଟିଏ ପ୍ରକାରରେ ପ୍ରତ୍ୟେକ ଖବରକାଗଜକୁ ଏକ ପ୍ରକାର ଦେଖାଯିବ, ଆପଣଙ୍କ ଆଖି ସେଠାରେ ସ୍ଥିର ହୋଇଯିବ । ଗୋଟିଏ ପଟେ ଆସାମକୁ ଅଶାନ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ଖବର ଆସିଥିବା ବେଳେ ଅନ୍ୟପଟେ ଅଟଳଜୀ ବିଜେପିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଖବର ସାମ୍ନାକୁ ଆସିଥିଲା । ଆଉ କେତେ ଖୁସିର କଥା ଯେ ବିଜେପି ଆଜି ଆସାମରେ ସ୍ଥାୟୀ ଶାନ୍ତି ଆଣିବାରେ ବଡ଼ ଭୂମିକା ଗ୍ରହଣ କରୁଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମ୍ମିଳନୀ 2024କୁ ସମ୍ବୋଧିତ କରିଛନ୍ତି

November 16th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଠାରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ ୨୦୨୪କୁ ସମ୍ବୋଧିତ କରିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ହିନ୍ଦୁସ୍ତାନ ଟାଇମ୍ସକୁ ମହାତ୍ମା ଗାନ୍ଧୀ ୧୦୦ ବର୍ଷ ପୂର୍ବେ ଉଦଘାଟନ କରିଥିଲେ ଏବଂ ହିନ୍ଦୁସ୍ତାନ ଟାଇମ୍ସ (ଏଚ୍ ଟି)ର ୧୦୦ ବର୍ଷର ଐତିହାସିକ ଯାତ୍ରା ଏବଂ ଏହାର ଉଦଘାଟନ ପରଠାରୁ ଏହା ସହ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ଅଭିନନ୍ଦନ ଜଣାଇଥିଲେ । ଭବିଷ୍ୟତର କାର୍ଯ୍ୟପନ୍ଥା ପାଇଁ ସେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କାର୍ଯ୍ୟକ୍ରମ ସ୍ଥଳରେ ଏଚ୍ ଟିର ପ୍ରଦର୍ଶନୀ ପରିଦର୍ଶନ କରିବା ପରେ ଶ୍ରୀ ମୋଦୀ କହିଥିଲେ ଯେ ଏହା ଏକ ଅନନ୍ୟ ଅନୁଭୂତି ଏବଂ ଏହା ପରିଦର୍ଶନ କରିବାକୁ ସମସ୍ତ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ସେହି ସମୟର ପୁରୁଣା ଖବରକାଗଜ ଦେଖିଛନ୍ତି ଯେତେବେଳେ ଭାରତ ସ୍ୱାଧୀନ ହୋଇଥିଲା ଏବଂ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ମାର୍ଟିନ ଲୁଥର କିଙ୍ଗ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ, ଅଟଳ ବିହାରୀ ବାଜପେୟୀ, ଡକ୍ଟର ଏମ୍, ଏସ୍. ସ୍ୱାମୀନାଥନଙ୍କ ଭଳି ଅନେକ ବିଶିଷ୍ଟ ବ୍ୟକ୍ତି ହିନ୍ଦୁସ୍ତାନ ଟାଇମ୍ସ ପାଇଁ ନିବନ୍ଧ ଲେଖିଥିଲେ ବୋଲି ଶ୍ରୀ ମୋଦୀ ସ୍ୱୀକାର କରିଥିଲେ ।

Now every senior citizen of the country above the age of 70 years will get free treatment: PM Modi

October 29th, 01:28 pm

PM Modi launched, inaugurated and laid the foundation stone for multiple projects related to the health sector worth around Rs 12,850 crore at All India Institute of Ayurveda (AIIA) in New Delhi. Noting that the progress of a nation is directly proportional to the health of its citizens, PM Modi outlined the five pillars of health policy.