ମହୀଶୂର ବ୍ୟାଘ ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ଅବସରରେ ଉଦଘାଟନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
April 09th, 01:00 pm
ସର୍ବ ପ୍ରଥମେ ମୁଁ ଆପଣ ସମସ୍ତଙ୍କଠାରୁ କ୍ଷମା ଚାହୁଁଛି ଯେ, ସକାଳ 6ଟାରୁ ଚାଲି ଯାଇଥିଲି ମୁଁ ଭାବିଥିଲି ଯେ ଠିକ ସମୟରେ ଜଙ୍ଗଲ ଭ୍ରମଣ କରି ଫେରିଆସିବି କିନ୍ତୁ ମୋତେ ଆସିବାରେ 1 ଘଣ୍ଟ। ବିଳମ୍ବ ହୋଇଗଲା । ଆପଣ ସମସ୍ତଙ୍କୁ ପ୍ରତୀକ୍ଷା କରିବାକୁ ପଡିଲା ଏଥିପାଇଁ ମୁଁ ଆପଣ ସମସ୍ତଙ୍କଠାରୁ କ୍ଷମା ଚାହୁଁଛି । ମୋ କଥା, ପ୍ରଥମେ ଆମେ ଏ ଯେଉଁ ବାଘ ସଂଖ୍ୟା ସଂଖ୍ୟାକୁ ଆମେ ଛୁଇଁଛେ, ଯାହା ଦେଖୁଛେ, ଆମର ଏହି ବାଘଙ୍କ ପରବାରର ଯେଉଁ ବିସ୍ତାର ହେଉଛି, ଏହା ହେଉଛି ଗୌରବମୟ ମୁହୂର୍ତ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଏହି ବାଘଙ୍କ ସମ୍ମାନରେ ନିଜ ସ୍ଥାନରେ ଠିଆ ହୋଇ ଆମେ ବାଘମାନଙ୍କୁ ଉତ୍ସାହପୂର୍ଣ୍ଣ ସ୍ୱାଗତ କରିବା । ଧନ୍ୟବାଦ!କର୍ଣ୍ଣାଟକର ମହୀଶୂରରେ "ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷର ପୂର୍ତ୍ତି ସ୍ମାରକୀ” କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
April 09th, 12:37 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ମହୀଶୂର ସ୍ଥିତ ମହୀଶୂର ବିଶ୍ୱବିଦ୍ୟାଳୟ ଠାରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷର ପୂର୍ତ୍ତି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଇଣ୍ଟରନେସନାଲ ବିଗ୍ କ୍ୟାଟ ଆଲାଏନ୍ସ (ଆଇବିସିଏ)ର ମଧ୍ୟ ଶୁଭାରମ୍ଭ କରିଛନ୍ତି । ବ୍ୟାଘ୍ର ସଂରକ୍ଷଣର ପରିଚାଳନା ପ୍ରଭାବର ମୂଲ୍ୟାଙ୍କନର ୫ ମ ଚକ୍ରର ଏକ ସାରାଂଶ ରିପୋର୍ଟ ଅମୃତ କାଲ କା ଭିଜନ ଫର ଟାଇଗର କନଜରଭେସନ” ପୁସ୍ତକର ଉନ୍ମୋଚନ କରିଥିଲେ, ବାଘ ସଂଖ୍ୟା ଘୋଷଣା କରି ସର୍ବ ଭାରତୀୟ ବ୍ୟାଘ୍ର ଆକଳନ (୫ମ ଚକ୍ର) ର ସାରାଂଶ ରିପୋର୍ଟ ଉନ୍ମୋଚନ କରିଥିଲେ । ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂରଣ ହେବା ଅବସରରେ ସେ ଏକ ସ୍ମରଣୀୟ ମୁଦ୍ରା ମଧ୍ୟ ଜାରି କରିଥିଲେ ।ଗୁଜରାଟର ଗାନ୍ଧିନଗର ଠାରେ ସୁଜୁକି ଇଣ୍ଡିଆର ୪୦ ବର୍ଷ ପୂର୍ତିର ସ୍ମୃତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 28th, 08:06 pm
ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଭାଇ ପଟେଲ, ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ମହାଶୟ, ଉପ ମୁଖ୍ୟମନ୍ତ୍ରୀ ଭାଇ ଶ୍ରୀକୃଷ୍ଣ ଚୌତାଲା ମହାଶୟ, ସଂସଦରେ ମୋର ସାଥୀ ଶ୍ରୀମାନ ସି.ଆର ପାଟିଲ, ସୁଜୁକି ମୋଟର୍ସ କର୍ପୋରେସନର ବରିଷ୍ଠ ପଦାଧିକାରୀଗଣ, ଭାରତରେ ଜାପାନର ରାଷ୍ଟ୍ରଦୂତ, ମାରୁତି- ସୁଜୁକିର ବରିଷ୍ଠ ଅଧିକାରୀଗଣ, ଅନ୍ୟ ସମସ୍ତ ମହାନୁଭବ, ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତିଗଣ!ଗାନ୍ଧିନଗରର ମହାତ୍ମା ମନ୍ଦିର ଠାରେ ଭାରତରେ ସୁଜୁକିର ୪୦ ବର୍ଷ ପୂର୍ତ୍ତିର ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
August 28th, 05:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାନ୍ଧିନଗରର ମହାତ୍ମା ମନ୍ଦିରରେ ଆୟୋଜିତ ଭାରତରେ ସୁଜୁକିର ୪୦ ବର୍ଷ ପୂର୍ତ୍ତିର ସ୍ମୃତି ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଭାରତରେ ଜାପାନର ରାଷ୍ଟ୍ରଦୂତ ମାନ୍ୟବର ଶ୍ରୀ ସାତୋସି ସୁଜୁକି, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ, ସାଂସଦ ଶ୍ରୀ ସି ଆର ପାଟିଲ, ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଜଗଦୀଶ ପଞ୍ଚଲ, ସୁଜୁକି ମୋଟର ନିଗମର ପୂର୍ବତନ ସଭାପତି ଶ୍ରୀ ଓ ସୁଜୁକି, ସୁଜୁକି ମୋଟର ନିଗମର ସଭାପତି ଶ୍ରୀ ଟି ସୁଜୁକି ଏବଂ ମାରୁତି-ସୁଜୁକିର ଅଧ୍ୟକ୍ଷ ଶ୍ରୀ ଆର ସି ଭାର୍ଗବ ଏହି ଉତ୍ସବରେ ଉପସ୍ଥିତ ଥିଲେ । ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ବୋଧନ ଦେଇଥିଲେ ଏବଂ ଜାପାନର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ଫୁମିଓ କିଶିଡାଙ୍କ ଭିଡିଓ ବାର୍ତ୍ତା ଉପସ୍ଥାପିତ ହୋଇଥିଲା ।ରୋଟାରୀ ଇଣ୍ଟରନେସନାଲର ବିଶ୍ୱ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 05th, 09:46 pm
ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ରୋଟାରିଆନମାନଙ୍କର ବୃହତ ପରିବାର, ପ୍ରିୟ ବନ୍ଧୁଗଣ, ନମସ୍କାର! ରୋଟାରୀ ଇଣ୍ଟରନେସନାଲ ସମ୍ମିଳନୀକୁ ସମ୍ବୋଧିତ କରି ମୁଁ ଖୁସି ଯେ ଏହି ଭଳି ପ୍ରତ୍ୟେକ ରୋଟାରୀ ସମାବେଶ ଏକ ମିନି-ଗ୍ଲୋବାଲ୍ ଆସେମ୍ବ୍ଲି ପରି । ସେଠାରେ ବିବିଧତା ଏବଂ ସ୍ପନ୍ଦନ ଅଛି । ଆପଣ ସମସ୍ତେ ନିଜ ନିଜ କ୍ଷେତ୍ରରେ ସଫଳ ଅଟନ୍ତି । ତଥାପି, ଆପଣ କେବଳ କାର୍ଯ୍ୟ କରିବାରେ ନିଜକୁ ସୀମିତ କରିନାହାଁନ୍ତି । ଆମର ପୃଥିବୀକୁ ଉନ୍ନତ କରିବାକୁ ତୁମର ଇଚ୍ଛା ତୁମକୁ ଏହି ପ୍ଲାଟଫର୍ମରେ ଏକାଠି କରିଛି । ଏହା ସଫଳତା ଏବଂ ସେବାର ପ୍ରକୃତ ମିଶ୍ରଣ ।ରୋଟାରୀ ଇଣ୍ଟରନେସନାଲ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
June 05th, 09:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ରୋଟାରୀ ଇଣ୍ଟରନେସନାଲ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ରୋଟାରୀଆନମାନଙ୍କୁ ଏକ ସେବା ଓ ସଫଳତାର ପ୍ରକୃତ ମିଶ୍ରଣ” ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକାରର ପ୍ରତ୍ୟେକ ରୋଟାରୀ ସମାବେଶ ଏକ ମିନି-ଗ୍ଲୋବାଲ୍ ଆସେମ୍ବଲି । ସେଠାରେ ବିବିଧତା ଏବଂ ସ୍ପନ୍ଦନ ଅଛି ।‘ଲାଇଫ୍’ ଆନ୍ଦୋଳନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣ
June 05th, 07:42 pm
ୟୁଏନଇପିର ଗ୍ଲୋବାଲ୍ ମୁଖ୍ୟ ମହାମହୀମ ଇଙ୍ଗର ଆଣ୍ଡରସନ, ୟୁଏନଡିପିର ଗ୍ଲୋବାଲ୍ ହେଡ୍ ମହାବହୀମ ଆଚିମ୍ ଷ୍ଟେନର, ମୋର ବନ୍ଧୁ ବିଶ୍ୱ ବ୍ୟାଙ୍କର ସଭାପତି ଲର୍ଡ ନିକୋଲାସ୍ ଷ୍ଟର୍ଣ୍ଣ, ମିଷ୍ଟର କାସ୍ ସନଷ୍ଟେନ୍, ମୋର ବନ୍ଧୁ ବିଲ୍ ଗେଟ୍ସ, ଶ୍ରୀ ଅନୀଲ ଦାସଗୁପ୍ତା, ଭାରତର ପରିବେଶ ବିଭାଗ ମନ୍ତ୍ରୀ ଶ୍ରୀ ଭୂପୀନ୍ଦର ଯାଦବ,PM launches global initiative ‘Lifestyle for the Environment- LiFE Movement’
June 05th, 07:41 pm
Prime Minister Narendra Modi launched a global initiative ‘Lifestyle for the Environment - LiFE Movement’. He said that the vision of LiFE was to live a lifestyle in tune with our planet and which does not harm it.ଜୁନ ୫ରେ ପ୍ରଧାନମନ୍ତ୍ରୀ ଆରମ୍ଭ କରିବେ “ଲାଇଫ ମୁଭମେଣ୍ଟ’ ବୈଶ୍ୱିକ ପ୍ରୟାସ
June 04th, 02:08 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଜୁନ୫, ୨୦୨୨) ବୈଶ୍ୱିକ ପ୍ରୟାସ, ପରିବେଶ ପାଇଁ ଜୀବନ ଶୈଳୀ ଆନ୍ଦୋଳନ (ଲାଇଫ)ର ଶୁଭାରମ୍ଭ କରିବେ । ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ‘ଲାଇଫ’ର ପୂର୍ଣ୍ଣାଙ୍ଗ ଇଂରାଜୀ ଅର୍ଥ ହେଲା, “ଲାଇଫ ଷ୍ଟାଇଲ ଫର ଦି ଏନଭିରୋନମେଣ୍ଟ” ଏହି କାର୍ଯ୍ୟକ୍ରମ ମାଧ୍ୟମରେ “ଲାଇଫ ଗ୍ଲୋବଲ କଲ ଫର ପେପର୍ସ”ମାଧ୍ୟମରେ ବିଭିନ୍ନ କ୍ଷେତ୍ରରୁ ପରିବେଶ ସଚେତନ ଜୀବନ ଶୈଳୀ ସମ୍ପର୍କରେ ବିଚାର ଓ ପ୍ରସ୍ତାବମାନ ଆହ୍ୱାନ କରାଯିବ । ବିଶେଷକରି ଶିକ୍ଷାବିତ୍, ବିଶେଷଜ୍ଞ, ବିଶ୍ୱବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନମାନଙ୍କଠାରୁ ଏହି ପ୍ରୟାସ ମାଧ୍ୟମରେ ପ୍ରସ୍ତାବ ଓ ବିଚାରମାନ ଆମନ୍ତ୍ରଣ କରାଯିବ । ଏହାର ଲକ୍ଷ୍ୟ ହେଲା ବିଶେଷଜ୍ଞ ମାନଙ୍କ ବିଚାର ଓ ପ୍ରସ୍ତାବ ଆଦି ଦ୍ୱାରା ଜନସାଧାରଣ, ଗୋଷ୍ଠୀ,ସମୁଦାୟ ଓ ସମାଜର ସଦସ୍ୟମାନଙ୍କୁ ପରିବେଶ ସଚେତନ ଜୀବନଶୈଳୀ ଆପଣାଇବା ପାଇଁ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବା । ଆସନ୍ତାକାଲିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିବେ ।ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥିତିସ୍ଥାପକ ଭିତ୍ତିଭୂମି ନିର୍ମାଣ ସଂକ୍ରାନ୍ତ ଆନ୍ତର୍ଜାତିକ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
May 04th, 12:15 pm
ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥିତିସ୍ଥାପକ ଭିତ୍ତିଭୂମି ନିର୍ମାଣ ସଂକ୍ରାନ୍ତ ଚତୁର୍ଥ ଆନ୍ତର୍ଜାତିକ ସମ୍ମିଳନୀରେ ଆପଣମାନଙ୍କ ସହିତ ଯୋଗଦେଇ ମୁଁ ବିଶେଷ ଆନନ୍ଦିତ । ପ୍ରାରମ୍ଭରେ ଆମମାନଙ୍କୁ ସମସ୍ତଙ୍କୁ ସ୍ମରଣ କରିବାକୁ ପଡିବ ଯେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଆମେ ଯେଉଁ ସଂକଳ୍ପ ନେଇଥିଲେ ତାହାର ପ୍ରଥମ କଥା ହେଲା, “କେହି ଯେପରି ପଛରେ ପଡି ନ ଯାଆନ୍ତି ।” ସେଥିପାଇଁ ଆମେ ଦରିଦ୍ରତମ ଉପେକ୍ଷିତ, ଅବହେଳିତ ଓ ସବୁଠୁ ଦୁର୍ବଳ ବ୍ୟକ୍ତିର ଆବଶ୍ୟକତା ପୂରଣ ପାଇଁ ଅଙ୍ଗୀକୃତ ହୋଇଥିଲେ ଓ ସେମାନଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ ପରବର୍ତ୍ତୀ ପିଢିର ଭିତ୍ତିଭୂମି ନିର୍ମାଣ କରିବାକୁ ସଂକଳ୍ପ ନେଇଥିଲେ । ଆହୁରି ମଧ୍ୟ ଭିତ୍ତିଭୂମି କେବଳ ପୁ୍ଞ୍ଜିଗତ ସମ୍ପତ୍ତି ନିର୍ମାଣ ଏବଂ ନିବେଶ ମାଧ୍ୟମରେ ଦୀର୍ଘ ମିଆଦି ଆୟ ବ୍ୟବସ୍ଥା ତିଆରି କରିବା ଏକମାତ୍ର ଲକ୍ଷ୍ୟ ନୁହେଁ ।ଆନ୍ତର୍ଜାତିକ ବିପର୍ଯ୍ୟୟ ନମନୀୟ ଭିତ୍ତିଭୂମି ସମ୍ମିଳନୀର ଚତୁର୍ଥ ସଂସ୍କରଣ ଉଦ୍ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
May 04th, 10:29 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ବିପର୍ଯ୍ୟୟ ଭିତ୍ତିଭୂମି ସମ୍ମିଳନୀର ଚତୁର୍ଥ ସଂସ୍କରଣରେ ଉଦ୍ଘାଟନୀ ଅଧିବେଶନକୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି । ଏହି ଅଧିବେଶନକୁ ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍, ଘାନା ରାଷ୍ଟ୍ରପତି ନାନା ଆଡୋ ଡାନକାୱା ଆକୁଫୋ -ଆଡୋ, ଜାପାନ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଫୁମିଓ କିସିଡା ଓ ମାଡାଗାସ୍କର ରାଷ୍ଟ୍ରପତି ମହମହିମ ଆଣ୍ଡ୍ରି ମିରିନା ରାଜୋଲିନା ମଧ୍ୟ ସମ୍ବୋଧନ କରିଛନ୍ତି ।ଡେନମାର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତ୍ତି
May 03rd, 07:11 pm
ମାନ୍ୟବର ପ୍ରଧାନମନ୍ତ୍ରୀ, ମୋତେ ଏବଂ ମୋର ପ୍ରତିନିଧୀଙ୍କୁ ଡେନମାର୍କରେ ଏକ ଭବ୍ୟ ସ୍ୱାଗତ ପାଇଁ ଆୟୋଜନ କରିଥିବାରୁ ଆପଣଙ୍କୁ ଏବଂ ଆପଣଙ୍କ ଦଳକୁ ଧନ୍ୟବାଦ । ତୁମର ସୁନ୍ଦର ଦେଶକୁ ଏହା ମୋର ପ୍ରଥମ ଗସ୍ତ । ଗତ ବର୍ଷ ଅକ୍ଟୋବରରେ, ମୁଁ ଆପଣଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ପାଇଥିଲି । ଏହି ଦୁଇ ଗସ୍ତ ସହିତ, ଆମେ ଆମର ସମ୍ପର୍କରେ ଘନିଷ୍ଠତା ଏବଂ ଗତିଶୀଳତା ଆଣିବାରେ ସକ୍ଷମ ହୋଇଛୁ । ଆମର ଦୁଇ ଦେଶ କେବଳ ଗଣତନ୍ତ୍ରର ମୂଲ୍ୟବୋଧ, ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଆଇନର ନିୟମ ସେୟାର କରି ନାହାଁନ୍ତି ବରଂ ଆମର ଉଭୟଙ୍କର ମଧ୍ୟ ଅନେକ ସମ୍ମାନଜନକ ଶକ୍ତି ଅଛି ।ଷଷ୍ଠ ଭାରତ- ଜର୍ମାନୀ ଆନ୍ତଃ- ସରକାରୀସ୍ତରୀୟ ବିଚାରବିମର୍ଷ ସମ୍ପର୍କୀତ ମିଳିତ ବିବୃତି
May 02nd, 08:28 pm
ଆଜି ଜର୍ମାନ ସଂଘୀୟ ଗଣରାଜ୍ୟ ସରକାର ଏବଂ ଭାରତୀୟ ପ୍ରଜାତନ୍ତ୍ର ସରକାରଙ୍କ ମଧ୍ୟରେ ସଂଘୀୟ ଚାନସେଲର ଓଲାଫ ସୋଲଜ୍ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ଅଧ୍ୟକ୍ଷତାରେ ଷଷ୍ଠ ଆନ୍ତଃ- ସରକାରୀ ସ୍ତରୀୟ ବିଚାର ଆଲୋଚନା ଅନୁଷ୍ଠିତ ହୋଇଛି । ଉଭୟ ରାଷ୍ଟ୍ରର ଦୁଇ ନେତାଙ୍କ ବ୍ୟତୀତ ଏହି ବିଚାରବିମର୍ଷରେ ଉଭୟ ରାଷ୍ଟ୍ରର ମନ୍ତ୍ରୀବୃନ୍ଦ ଏବଂ ଅନ୍ୟାନ୍ୟ ଉଚ୍ଚସ୍ତରୀୟ ପ୍ରତିନିଧି ଯେଉଁମାନେ କି ଆଲୋଚନା ସମ୍ପର୍କୀତ ମନ୍ତ୍ରଣାଳୟ ସହିତ ସଂପୃକ୍ତ ଏହି ପ୍ରତିନିଧିମଣ୍ଡଳରେ ସାମିଲ ହୋଇଥିଲେ ଓ ସେମାନଙ୍କ ନାମ ପରିଶିଷ୍ଟରେ ପ୍ରଦାନ କରାଯାଇଛି ।ଯୁକ୍ତରାଜ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ଅନୁବାଦ
April 22nd, 12:22 pm
ପ୍ରଧାନମନ୍ତ୍ରୀଭାବେ ଭାରତକୁ ଏହା ତଙ୍କର ପ୍ରଥମ ଗସ୍ତ ହୋଇପାରେ, ମାତ୍ର ଜଣେ ପୁରୁଣା ବନ୍ଧୁଭାବେ ଭାରତକୁ ଖୁବ ଭଲଭାବେ ଜାଣନ୍ତି । ବିଗତ କେତେ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଜନସନ୍ ଭାରତ ଓ ଯୁକ୍ତରାଜ୍ୟ ମଧ୍ୟରେ ସମ୍ପର୍କ ମଜବୁତ କରିବାରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।ଭାରତ - ଅଷ୍ଟ୍ରେଲିଆ ଆଭାସୀ ସମ୍ମିଳନୀ
March 17th, 08:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମହାମହିମ ସ୍କଟ୍ ମୋରିସନ୍ ୨୧ ମାର୍ଚ୍ଚ, ୨୦୨୨ରେ ଦ୍ୱିତୀୟ ଭାରତ - ଅଷ୍ଟ୍ରେଲିଆ ଆଭାସୀ ଶିଖର ସମ୍ମିଳନୀରେ ଯୋଗଦେବେ । ଏହି ଶିଖର ସମ୍ମିଳନୀ ୪ ଜୁନ୍ ୨୦୨୦ରେ ଅନୁଷ୍ଠିତ ପ୍ରଥମ ଐତିହାସିକ ଆଭାସୀ ଶିଖର ସମ୍ମିଳନୀର ଅନୁକ୍ରମଣିକା ଭାବରେ ଅନୁଷ୍ଠିତ ହେବାକୁ ଯାଉଛି, ଯେତେବେଳେ କି ସମ୍ବନ୍ଧକୁ ଏକ ବ୍ୟାପକ ରଣନୀତିପୂର୍ଣ୍ଣ ଭାଗିଦାରୀତା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।‘ନିରନ୍ତର ବିକାଶ ପାଇଁ ଶକ୍ତି’ଉପରେ ବଜେଟ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
March 04th, 11:05 am
‘ନିରନ୍ତର ବିକାଶ ପାଇଁ ଶକ୍ତି’, ଏହା ଆମର ପ୍ରାଚୀନ ପରମ୍ପରା ଦ୍ୱାରା ମଧ୍ୟ ଅନୁପ୍ରାଣିତ ଏବଂ ଭବିଷ୍ୟତର ଆବଶ୍ୟକତାକୁ- ଆକାଂକ୍ଷାଗୁଡ଼ିକୁ ପୂରଣ କରିବାର ମାର୍ଗ ମଧ୍ୟ ଅଟେ । ଭାରତର ଏକ ସ୍ୱଚ୍ଛ ଦୃଷ୍ଟି ହେଉଛି ଯେ ସ୍ଥାୟୀ ଅଭିବୃଦ୍ଧି, ସ୍ଥାୟୀ ଶକ୍ତିର ଉତ୍ସ ମାଧ୍ୟମରେ ହିଁ ସମ୍ଭବ ଅଟେ । ଗ୍ଲାସଗୋରେ ଆମେ ୨ଠ୭ଠ ସୁଦ୍ଧା ନେଟ - ଠ ପର୍ଯ୍ୟନ୍ତ ପହଂଚିବାକୁ ପ୍ରତିଶ୍ରୁତି ଦେଇଛୁ ।‘ନିରନ୍ତର ଅଭିବୃଦ୍ଧିରେ ଶକ୍ତି’ ଶୀର୍ଷକ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 04th, 11:03 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୪.୦୩.୨୦୨୨) ନିରନ୍ତର ଅଭିବୃଦ୍ଧି ଶକ୍ତି ଶୀର୍ଷକ ଏକ ୱେବିନାରରେ ନିଜର ଅଭିଭାଷଣ ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ବୋଧିତ ବଜେଟ୍ ପରର ଏହା ହେଉଛି ନବମ ୱେବିନାର ।ବିଭିନ୍ନ ଶିଳ୍ପ କ୍ଷେତ୍ର କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
December 20th, 09:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗ ଠାରେ ବିଭିନ୍ନ କ୍ଷେତ୍ରର ଶିଳ୍ପ ଉଦ୍ୟୋଗ କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଗାମୀ ସାଧାରଣ ବଜେଟ ପୂର୍ବରୁ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଏପରି ଆଲୋଚନା କରିଛନ୍ତି।ଗ୍ଲାସଗୋରେ ସିଓପି୨୬ ଶିଖର ସମ୍ମିଳନୀରେ ‘ସ୍ୱଚ୍ଛ ପ୍ରଯୁକ୍ତି ଉଦ୍ଭାବନ ଓ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ’ ପ୍ରସଙ୍ଗରେ ଆୟୋଜିତ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ସମ୍ଭାଷଣ
November 02nd, 07:45 pm
ଆଜି ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରିଡ’ ଶୁଭାରମ୍ଭ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି । ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ) ଏବଂ ବ୍ରିଟେନର ଗ୍ରିନ ଗ୍ରିଡ କାର୍ଯ୍ୟକ୍ରମରୁ ଆସିଥିବା ଏହି ପଦକ୍ଷେପ ଦ୍ୱାରା ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରିଡ’ ନେଇ ଥିବା ମୋର ଦୀର୍ଘ ବର୍ଷର ପରିକଳ୍ପନାକୁ ଆଜି ଏକ ଠୋସ ରୂପ ମିଳିଛି । ମାନ୍ୟଗଣ, ଶିଳ୍ପ ବିପ୍ଳବକୁ ଜୀବାଶ୍ମ ଇନ୍ଧନ ଶକ୍ତି ଦେଉଥିଲା । ଜୀବାଶ୍ମ ଇନ୍ଧନର ବ୍ୟବହାର ଦ୍ୱାରା ଅନେକ ଦେଶ ସମୃଦ୍ଧ ତ ହୋଇଛନ୍ତି, କିନ୍ତୁ ଆମ ପୃଥିବୀ, ଆମର ପରିବେଶ ଏହାଦ୍ୱାରା ପ୍ରଭାବିତ ହୋଇଛି । ଜୀବାଶ୍ମ ଇନ୍ଧନ ପାଇଁ ଏହି ଦୌଡ଼ ଭୌଗୋଳିକ-ରାଜନୈତିକ ବିବାଦ ମଧ୍ୟ ସୃଷ୍ଟି କରିଛି । କିନ୍ତୁ ଆଜି ପ୍ରଯୁକ୍ତି ଆମକୁ ଏକ ମହତ୍ତ୍ୱପୂର୍ଣ୍ଣ ବିକଳ୍ପ ପ୍ରଦାନ କରିଛି ।ପ୍ରଧାନମନ୍ତ୍ରୀ ବ୍ରିଟେନର ଗ୍ଲାସଗୋରେ ସିଓପି୨୬ ଅବସରରେ ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି
November 02nd, 07:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨, ୨୦୨୧ ରେ ଗ୍ଲାସଗୋରେ ସିଓପି୨୬ ଅବସରରେର ଇସ୍ରାଏଲର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ନାଫତାଲି ବେନେଟଙ୍କୁ ଭେଟିଛନ୍ତି । ଏହା ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ବୈଠକ ଥିଲା ।