ଇଟାଲୀର ପ୍ରଧାନମନ୍ତ୍ରୀଙ୍କ ସହିତ ମିଳିତ ପ୍ରେସ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟର ଅନୁବାଦ
March 02nd, 01:01 pm
ଇଟାଲୀର ପ୍ରଧାନମନ୍ତ୍ରୀ ମେଲୋନିଙ୍କର ପ୍ରଥମ ଭାରତ ଗସ୍ତ ଅବସରରେ , ମୁଁ ତାଙ୍କୁ ଏବଂ ତାଙ୍କ ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ ଜଣାଉଛି । ଗତ ବର୍ଷ ସେଠାରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଇଟାଲୀର ନାଗରିକମାନେ ତାଙ୍କୁ ପ୍ରଥମ ମହିଳା ଏବଂ ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଥିଲେ । ଏହି ଐତିହାସିକ ସଫଳତା ପାଇଁ , ସମସ୍ତ ଭାରତୀୟଙ୍କ ପକ୍ଷରୁ ମୁଁ ତାଙ୍କୁ ବହୁତ ବହୁତ ଶୁଭେଚ୍ଛା ପ୍ରଦାନ କରୁଛି ଏବଂ ଅଭିନନ୍ଦନ ଜଣାଉଛି । ସେ କାର୍ଯ୍ୟଭାର ଗ୍ରହଣ କରିବାର କିଛି ଦିନ ପରେ ବାଲି ଠାରେ ଅନୁଷ୍ଠିତ ଜି -୨୦ ସମ୍ମିଳନୀରେ ଆମର ପ୍ରଥମ ସାକ୍ଷାତ ହୋଇଥିଲା ।ଗୁଜରାଟରେ ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 13th, 11:01 am
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ନିତୀନ ଗଡ଼କରୀ ମହାଶୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୁପାଣୀ ମହାଶୟ, ଅଟୋ ଉଦ୍ୟୋଗ ସହିତ ଜଡିତ ସମସ୍ତ ହିତଧାରକ, ସମସ୍ତ ଓଇଏମ ଆସୋସିଏସନ, ମେଟଲ ଏବଂ ସ୍କ୍ରାପିଂ ଉଦ୍ୟାଗର ସମସ୍ତ ସଦସ୍ୟ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ!ପ୍ରଧାନମନ୍ତ୍ରୀ ଗୁଜୁରାଟରେ ନିବେଶକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି
August 13th, 11:00 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଅଟୋମୋବାଇଲ ସ୍କ୍ରାପିଂ ନୀତିର ଶୁଭାରମ୍ଭ ଅବସରରେ କହିଛନ୍ତି ଯେ, ଏହି ନୀତି ଅଟୋମୋବାଇଲ କ୍ଷେତ୍ର ଏବଂ ନୂତନ ଭାରତର ଗତିଶୀଳତାକୁ ଏକ ନୂତନ ପରିଚୟ ଦେବାକୁ ଯାଉଛି । ସେ କହିଛନ୍ତି, ଗତିଶୀଳତାରେ ଆଧୁନିକତା କେବଳ ଭ୍ରମଣ ଏବଂ ପରିବହନର ବୋଝକୁ ହ୍ରାସ କରେ ନାହିଁ, ବରଂ ଅର୍ଥନୈତିକ ବିକାଶ ପାଇଁ ମଧ୍ୟ ସହାୟକ ବୋଲି ପ୍ରମାଣିତ ହୁଏ । ଏକବିଂଶ ଶତାବ୍ଦୀର ଭାରତ ସ୍ୱଚ୍ଛ, ଭିଡ଼ ମୁକ୍ତ ଏବଂ ସୁବିଧାଜନକ ଗତିଶୀଳତା ପାଇଁ ଲକ୍ଷ୍ୟ ହେଉଛି ସମୟର ଆବଶ୍ୟକତା।ଭାରତର ବିକାଶ ଯାତ୍ରାରେ ବାହାନ ସ୍କ୍ରାପିଂ ନୀତି ଆରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ: ପ୍ରଧାନମନ୍ତ୍ରୀ
August 13th, 10:22 am
ଭାରତର ବିକାଶ ଯାତ୍ରାରେ ଆଜି ଆରମ୍ଭ ହୋଇଥିବା ବାହାନ ସ୍କ୍ରାପିଂ ନୀତି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।ଅଗଷ୍ଟ ୧୩ରେ ଗୁଜୁରାଟ ଠାରେ ନିବେଶକଙ୍କ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 11th, 09:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୩, ୨୦୨୧ ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜୁରାଟରେ ଆୟୋଜିତ ନିବେଶକ ଶିଖର ସମ୍ମିଳନୀରେ ଉଦବୋଧନ ଦେବେ । ସ୍ୱେଚ୍ଛାକୃତ ବାହାନଭେଳା ଆଧୁନିକୀକରଣ କାର୍ଯ୍ୟକ୍ରମ ବା ବାହାନ ସ୍କ୍ରାପିଂ ନୀତି ଅନୁଯାୟୀ ବାହାନ ସ୍କ୍ରାପିଂ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ନିବେଶ ଆହ୍ୱାନ ପାଇଁ ଏହି ସମ୍ମିଳନୀର ଆୟୋଜନ ହୋଇଛି । ଏକୀକୃତ ସ୍କ୍ରାପିଂ ହବ ବିକାଶ ପାଇଁ ଅଲଙ୍ଗ ଠାରେ ଜାହାଜଭଙ୍ଗା ଉଦ୍ୟୋଗ ଦ୍ୱାରା ପ୍ରସ୍ତୁତ ସମନ୍ୱୟ ପ୍ରତି ମଧ୍ୟ ଧ୍ୟାନ ଆକର୍ଷଣ କରିବ ।