ପ୍ରଧାନମନ୍ତ୍ରୀ ଡିସେମ୍ବର ୧୩ରେ ଉତ୍ତରପ୍ରଦେଶ ଗସ୍ତରେ ଯିବେ

December 12th, 02:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୩ରେ ଉତ୍ତର ପ୍ରଦେଶ ଗସ୍ତରେ ଯିବେ। ସେ ଅପରାହ୍ନ ପ୍ରାୟ ୧୨ଟା ୧୫ରେ ପ୍ରୟାଗରାଜ ଯାଇ ସଙ୍ଗମ ସ୍ଥଳରେ ପୂଜାର୍ଚ୍ଚନା ଓ ଦର୍ଶନ କରିବେ। ଏହାପରେ ମଧ୍ୟାହ୍ନ ପ୍ରାୟ ୧୨ଟା ୪୦ରେ ପ୍ରଧାନମନ୍ତ୍ରୀ ଅକ୍ଷୟ ବଟବୃକ୍ଷ ସ୍ଥଳରେ ପୂଜାର୍ଚ୍ଚନା କରିବେ ଓ ତା’ ପରେ ହନୁମାନ ମନ୍ଦିର ଓ ସରସ୍ୱତୀ କୂପ ଯାଇ ପୂଜାର୍ଚ୍ଚନା କରିବେ। ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ସେ ମହାକୁମ୍ଭ ପ୍ରଦର୍ଶନୀ ସ୍ଥଳ ପରିଦର୍ଶନ କରିବେ। ଏହାପରେ ଅପରାହ୍ନ ପ୍ରାୟ ୨ଟାରେ ସେ ପ୍ରୟାଗରାଜରେ ୫୫୦୦ କୋଟି ରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ କରିବେ ।

ଗିରିଧର ମାଲବ୍ୟଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୋକ

November 18th, 06:18 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ରତ୍ନ ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଅଣନାତି ଶ୍ରୀ ଗିରିଧର ମାଲବ୍ୟଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଗଙ୍ଗା ସ୍ୱଚ୍ଛତା ଅଭିଯାନ ଏବଂ ଶିକ୍ଷା ଜଗତରେ ଶ୍ରୀ ଗିରିଧର ମାଲବ୍ୟଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି ।

ଉତ୍ତର ପ୍ରଦେଶର ଗୋରଖପୁରରେ ଗୀତା ପ୍ରେସର ଶତବାର୍ଷିକୀ ସମାରୋହ ଉଦଯାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

July 07th, 04:00 pm

ଶ୍ରାବଣର ପବିତ୍ର ମାସ, ଇନ୍ଦ୍ର ଦେବଙ୍କ ଆଶୀର୍ବାଦ, ଶିବାବତାର ଗୁରୁ ଗୋରଖନାଥଙ୍କ ତପସ୍ୟାସ୍ଥଳୀ, ଏବଂ ଅନେକ-ଅନେକ ସନ୍ଥଙ୍କ କର୍ମସ୍ଥଳୀ ହେଉଛି ଏହି ଗୀତା ପ୍ରେସ ଗୋରଖପୁର! ଯେତେବେଳେ ସନ୍ଥମାନଙ୍କର ଆଶୀର୍ବାଦ ଫଳବତୀ ହୋଇଥାଏ, ସେତେବେଳେ ଏଭଳି ସୁଖଦ ସୁଯୋଗର ଲାଭ ମିଳିଥାଏ । ଚଳିତ ଥରର ମୋର ଗୋରଖପୁର ଗସ୍ତ, ‘ବିକାଶ ମଧ୍ୟ, ପରମ୍ପରା ମଧ୍ୟ’ ଏହି ନୀତିର ହେଉଛି ଏକ ଅଦ୍ଭୁତ ଉଦାହରଣ । ମୋତେ ଏବେ ସଚିତ୍ର ଶିବପୁରାଣ ଏବଂ ନେପାଳୀ ଭାଷାରେ ଶିବପୁରାଣର ଉନ୍ମୋଚନ କରିବାର ସୌଭାଗ୍ୟ ମିଳିଛି। ଗୀତା ପ୍ରେସର ଏହି କାର୍ଯ୍ୟକ୍ରମ ପରେ ହିଁ ଗୋରଖପୁର ରେଳ ଷ୍ଟେସନ ଯିବି । ଆଜିଠାରୁ ହିଁ ଗୋରଖପୁର ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଆଉ ମୁଁ ଯେବେ ଠାରୁ ସାମାଜିକ ଗଣମାଧ୍ୟମରେ ଏହାର ଫଟୋଚ୍ଚିତ୍ର ପକାଇଛି, ଲୋକମାନେ ଆଶ୍ଚର୍ଯ୍ୟର ସହିତ ଦେଖୁଛନ୍ତି । ଲୋକମାନେ କେବେ ମଧ୍ୟ ଭାବି ନ ଥିଲେ ଯେ ରେଳ ଷ୍ଟେସନର ମଧ୍ୟ ଏଭଳି ଭାବେ କାୟାକଳ୍ପ ହୋଇ ପାରିବ । ଆଉ ଏହି କାର୍ଯ୍ୟକ୍ରମରେ, ମୁଁ ଗୋରଖପୁରରୁ ଲକ୍ଷନୌଉ ପାଇଁ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇବି । ଆଉ ସେହି ସମୟରେ ଯୋଧପୁରରୁ ଅହମ୍ମଦାବାଦ ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ମଧ୍ୟ ଯାତ୍ରା ଆରମ୍ଭ ହେବ। ବନ୍ଦେ ଭାରତ ଟ୍ରେନ, ଦେଶର ମଧ୍ୟମ ବର୍ଗଙ୍କୁ ସୁବିଧାଗୁଡ଼ିକ ସହିତ ସୁଲଭ ଯାତ୍ରାର ନୂତନ ଉଡ଼ାଣ ଦେଇଛି। ଗୋଟିଏ ସମୟ ଥିଲା, ଯେତେବେଳେ ନେତାମାନେ ଚିଠି ଲେଖୁଥିଲେ ଯେ ଆମ ଅଞ୍ଚଳରେ ଏହି ଟ୍ରେନ ରହଣୀ ପାଇଁ ମଞ୍ଜୁରୀ ଦିଅନ୍ତୁ, ସେହି ଟ୍ରେନର ପାସେଞ୍ଜର ହଲ୍ଟ ନିର୍ମାଣ କରାନ୍ତୁ । କିନ୍ତୁ ଆଜି ଦେଶରେ କୋଣ- ଅନୁକୋଣରୁ ନେତାମାନେ ମୋତେ ଚିଠି ଲେଖି କହୁଛନ୍ତି ଯେ ଆମ ଅଞ୍ଚଳରେ ମଧ୍ୟ ବନ୍ଦେ ଭାରତ ଚଳାନ୍ତୁ । ଏହା ହେଉଛି ବନ୍ଦେ ଭାରତର ଏକ ସ୍ୱତନ୍ତ୍ର ଆକର୍ଷଣ । ଏହି ସମସ୍ତ ଆୟୋଜନ ପାଇଁ ମୁଁ ଗୋରଖପୁରର ଲୋକମାନଙ୍କୁ, ଦେଶର ଲୋକମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି।

ଉତ୍ତରପ୍ରଦେଶର ଗୋରଖପୁରରେ ଗୀତା ପ୍ରେସର ଶତବାର୍ଷିକୀ ପାଳନର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

July 07th, 03:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗୋରଖପୁରରେ ଐତିହାସିକ ଗୀତା ପ୍ରେସର ଶତବାର୍ଷିକୀ ପାଳନର ଉଦ୍‍ଯାପନୀ ସମାରୋହକୁ ସମ୍ବୋଧିତ କରି ଚିତ୍ରମାୟା ଶିବ ପୁରାଣ ଗ୍ରନ୍ଥକୁ ଉନ୍ମୋଚନ କରିଛନ୍ତି । ପ୍ରଧାନମନ୍ତ୍ରୀ ଗୀତା ପ୍ରେସରେ ଲୀଳା ଚିତ୍ର ମନ୍ଦିର ପରିଦର୍ଶନ କରି ଭଗବାନ ଶ୍ରୀ ରାମଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ରାଜସ୍ଥାନର ଆବୁ ରୋଡ ବ୍ରହ୍ମକୁମାରୀଙ୍କ ଶାନ୍ତି ବନ ପରିସରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

May 10th, 07:02 pm

ଏହା ମୋର ସୌଭାଗ୍ୟ ଯେ ମୋତେ ଅନେକ ଥର ଆପଣଙ୍କ ମଧ୍ୟକୁ ଆସିବାର ସୁଯୋଗ ମିଳିଛି, ଯେତେବେଳେ ମଧ୍ୟ ମୁଁ ଆପଣମାନଙ୍କ ମଧ୍ୟକୁ ଆସିଥାଏ, ମୋତେ ଏକ ଆଧ୍ୟାତ୍ମିକ ଅନୁଭୂତି ହୋଇଥାଏ ଏବଂ ଗତ କିଛି ମାସରେ ଦ୍ୱିତୀୟ ଥର ମୋତେ ବ୍ରହ୍ମ କୁମାରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିଛି । ଏହା ପୂର୍ବରୁ, ଆପଣ ମୋତେ ଫେବ୍ରୁଆରୀରେ ନିମନ୍ତ୍ରଣ କରିଥିଲେ ଯେତେବେଳେ ଆପଣ ‘ଜଲ ଜନ ଅଭିଯାନ’ ଆରମ୍ଭ କରିଥିଲେ । ପୁଣି ମୋତେ ବିସ୍ତୃତ ଭାବରେ ମନେ ପକାଇଲେ କିପରି ବ୍ରହ୍ମା କୁମାରୀଙ୍କ ସହିତ ମୋର ସମ୍ପର୍କ ଲଗାତାର ବଢ଼ିବାରେ ଲାଗିଛି । ଏହା ଭଗବାନଙ୍କ ଆଶୀର୍ବାଦ ଏବଂ ରାଜଯୋଗିନୀ ଦାଦୀ ଜୀଙ୍କ ଭଲପାଇବା ଯୋଗୁ ହୋଇଥାଏ ।

ରାଜସ୍ଥାନର ଆବୁ ରୋଡରେ ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ

May 10th, 03:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଆବୁ ରୋଡରେ ଥିବା ବ୍ରହ୍ମ କୁମାରୀଙ୍କ ଶାନ୍ତିବନ କମ୍ପ୍ଲେକ୍ସ ପରିଦର୍ଶନ କରିଛନ୍ତି। ସେ ଏକ ସୁପର ସ୍ପେସିଆଲିଟି ଚାରିଟେବୁଲ୍ ଗ୍ଲୋବାଲ୍ ହସ୍ପିଟାଲ୍, ଶିବମଣି ଓଲଡ ଏଜ୍ ହୋମର ଦ୍ୱିତୀୟ ପର୍ଯ୍ୟାୟ ଏବଂ ନର୍ସିଂ କଲେଜର ସମ୍ପ୍ରସାରଣ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସାଂସ୍କୃତିକ ପ୍ରଦର୍ଶନ ମଧ୍ୟ କରିଥିଲେ।

ଉତ୍ତର ପ୍ରଦେଶର ବାରାଣସୀଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 24th, 05:42 pm

ନବରାତ୍ରର ପୁଣ୍ୟ ସମୟ ଅଟେ, ଆଜି ହେଉଛି ମା’ ଚନ୍ଦ୍ରଘଣ୍ଟାଙ୍କ ପୂଜାର ଦିନ। ଏହା ମୋର ସୌଭାଗ୍ୟ ଯେ, ଏହି ପବିତ୍ର ଅବସରରେ ଆଜି ମୁଁ କାଶୀର ମାଟିରେ ଆପଣ ସମସ୍ତଙ୍କ ଗହଣରେ ଅଛି। ମା’ ଚନ୍ଦ୍ରଘଣ୍ଟାଙ୍କ ଆଶୀର୍ବାଦରେ ଆଜି ବନାରସର ସୁଖ- ସମୃଦ୍ଧିରେ ଆଉ ଏକ ଅଧ୍ୟାୟ ଯୋଡି ହେଉଛି । ଆଜି ଏଠାରେ ସର୍ବସାଧାରଣ ପରିବହନ ରୋପୱେର ଶିଳାନ୍ୟାସ କରାଯାଇଛି। ଚତୁଃର୍ଦିଗରୁ ବନାରସର ବିକାଶ ସହିତ ଜଡିତ ଶହ- ଶହ, କୋଟି- କୋଟି ଟଙ୍କାର ଅନ୍ୟାନ୍ୟ ପ୍ରକଳ୍ପର ମଧ୍ୟ ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି। ଏଥିରେ ପିଇବା ପାଣି, ସ୍ୱାସ୍ଥ୍ୟ, ଶିକ୍ଷା, ମାଆ ଗଙ୍ଗାଙ୍କ ପରିସ୍କାର- ପରିଚ୍ଛନ୍ନତା, ବନ୍ୟା ନିୟନ୍ତ୍ରଣ, ପୁଲିସ ସୁବିଧା, ଖେଳର ସୁବିଧା, ଏଭଳି ଅନେକ ପ୍ରକଳ୍ପ ସାମିଲ ହୋଇଛି । ଆଜି ଏଠାରେ ଆଇଆଇଟି, ବିଏଚୟୁରେ ‘ମେସିନ ଟୁଲ ଡିଜାଇନର ଉତ୍କର୍ଷ କେନ୍ଦ୍ର’(‘Centre of Excellence on Machine Tools Design’)ର ମଧ୍ୟ ଶିଳାନ୍ୟାସ ହୋଇଛି। ଅର୍ଥାତ ବନାରସକୁ ଆଉ ଏକ ବିଶ୍ୱସ୍ତରୀୟ ସଂସ୍ଥାନ ମିଳିବାକୁ ଯାଉଛି। ଏହି ସମସ୍ତ ପ୍ରକଳ୍ପ ଗୁଡିକ ପାଇଁ ବନାରସର ଲୋକମାନଙ୍କୁ, ପୂର୍ବାଞ୍ଚଳର ଲୋକମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉତ୍ତର ପ୍ରଦେଶର ବାରଣାସୀରେ ୧୭୮ଠ କୋଟିରୁ ଅଧିକ ଟଙ୍କାର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ

March 24th, 01:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪-୦୩-୨୦୨୩) ବାରଣାସୀ ଠାରେ ୧୭୮ଠ କୋଟି ଟଙ୍କାରୁ ଅଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ବାରଣାସୀ ଛାଉଣୀ ଷ୍ଟେସନରୁ ଗୋଡ଼ୱାଲିଆ ପର୍ଯ୍ୟନ୍ତ ରୋପ ୱେ’ର ଶିଳାନ୍ୟାସ, ନମାମି ଗଙ୍ଗା ଯୋଜନା ଅଧିନରେ ଗୋଟିଏ ୫୫ ଏମଏଲଡି ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ, ସିଗ୍ରା ଷ୍ଟାଡିୟମର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପୁନର୍ବିକାଶ କାର୍ଯ୍ୟ, ଇଶରୱାର ଗ୍ରାମରେ ଏକ ଏଲପିଜି ବଟଲିଂ ପ୍ଲାଣ୍ଟ, ସେବା ପୁରୀ ଠାରେ ହିନ୍ଦୁସ୍ତାନ ପେଟ୍ରୋଲିୟମ ନିଗମ ଲିମିଟେଡ ଦ୍ୱାରା ଏହା ନିର୍ମିତ ହେବ । ବରଥରା ଗ୍ରାମରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଲୁଗା ବଦଳିବା ପ୍ରକୋଷ୍ଠ ସହ ଭାସମାନ ଜେଟି ଇତ୍ୟାଦି ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ମଧ୍ୟ ଜଳ ଜୀବନ ମିଶନ ଅଧୀନରେ ୧୯ଟି ପାନୀୟଜଳ ଯୋଜନା ଲୋକାର୍ପିତ କରିଛନ୍ତି । ଏହା ଦ୍ୱାରା ୬୩ଟି ଗ୍ରାମପଞ୍ଚାୟତରେ ତିନି ଲକ୍ଷରୁ ଊଦ୍ଧ୍ୱର୍ ଜନସାଧାରଣ ଉପକୃତ ହେବ । ଏହି ଅଭିଯାନ ଅଧୀନରେ ସେ ମଧ୍ୟ ୫୯ଟି ପାନୀୟ ଜଳ ଯୋଜନା ପାଇଁ ଶିଳାନ୍ୟାସ କରିଛନ୍ତି । ସେ ମଧ୍ୟ କାରଖିୟାଁ ଠାରେ ଗ୍ରେଡିଂ ପାଇଁ ସମନ୍ୱିତ ପ୍ୟାକ ହାଉସର ଲୋକାର୍ପଣ କରୁଛନ୍ତି । ଏହା ଫଳ ଓ ପନିପରିବା ବାଛିବା ଓ ପ୍ରକ୍ରିୟାକରଣ କରିବ । ସେ ମଧ୍ୟ ବାରଣାସୀ ସ୍ମାର୍ଟସିଟି ଅଧୀନରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିଥିଲେ ।

ବ୍ରହ୍ମାକୁମାରୀମାନଙ୍କ ଦ୍ୱାରା ‘ଜଳ-ଜନ ଅଭିଯାନ’ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ଅନୁବାଦ

February 16th, 01:00 pm

ବ୍ରହ୍ମା କୁମାରୀ ସଂସ୍ଥାର ପ୍ରମୁଖ ରାଜଯୋଗିନୀ ଦାଦୀ ରତନ ମୋହିନୀ ଜୀ, କ୍ୟାବିନେଟରେ ମୋର ସାଥୀ ଗଜେନ୍ଦ୍ର ସିଂହ ଶେଖାୱତ ଜୀ, ବ୍ରହ୍ମା କୁମାରୀ ସଂସ୍ଥାର ସଦସ୍ୟ, ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି, ମହିଳାମାନେ ଏବଂ ଭଦ୍ର ଲୋକମାନେ! ମୋତେ ଖୁସି ଲାଗୁଛି ଯେ ବ୍ରହ୍ମା କୁମାରୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଜଳ-ଜନ ଅଭିଯାନ’ର ଶୁଭାରମ୍ଭ ଅବସରରେ ମୁଁ ଏଠାରେ ଅଛି । ଆପଣ ସମସ୍ତଙ୍କ ମଧ୍ୟରେ ଆସିବା ଏବଂ ଆପଣମାନଙ୍କ ଠାରୁ ଶିଖିବା ମୋ ପାଇଁ ସର୍ବଦା ସ୍ୱତନ୍ତ୍ର ରହିଥିଲା । ସ୍ୱର୍ଗତ ରାଜଯୋଗିନୀ ଦାଦୀ ଜାନକୀ ଜୀଙ୍କ ଠାରୁ ମୁଁ ପାଇଥିବା ଆଶୀର୍ବାଦ ହେଉଛି ମୋର ସବୁଠାରୁ ବଡ଼ ସମ୍ପତ୍ତି । ଦାଦୀ ପ୍ରକାଶ ମଣି ଜୀଙ୍କ ନିଧନ ପରେ ଆବୁ ରୋଡରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ମୋର ମନେ ଅଛି । ବିଗତ କିଛି ବର୍ଷ ମଧ୍ୟରେ, ମୋତେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବ୍ରହ୍ମା କୁମାରୀ ଭଉଣୀମାନଙ୍କ ଠାରୁ ଅନେକ ଉତ୍ସାହପୂର୍ଣ୍ଣ ନିମନ୍ତ୍ରଣ ପାଇଛି । ମୁଁ ଏହି ଆଧ୍ୟାତ୍ମିକ ପରିବାରର ସଦସ୍ୟ ଭାବରେ ସର୍ବଦା ଆପଣମାନଙ୍କ ମଧ୍ୟରେ ରହିବାକୁ ଚେଷ୍ଟା କରିଥାଏ ।

ଭିଡିଓ ବାର୍ତ୍ତା ଜରିଆରେ ‘ଜଳ-ଜନ ଅଭିଯାନ' ର ଶୁଭାରମ୍ଭକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

February 16th, 12:55 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ବ୍ରହ୍ମା କୁମାରୀଙ୍କ ‘ଜଳ-ଜନ ଅଭିଯାନ' କୁ ସମ୍ବୋଧିତ କରିଛନ୍ତି ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁଜ ପତାକା ଦେଖାଇ ଏବଂ ବାରଣାସୀରେ ଟେଣ୍ଟ ସିଟିର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

January 13th, 10:35 am

କାର୍ଯ୍ୟକ୍ରମରେ ଆମ ସହିତ ଯୋଡ଼ି ହୋଇଥିବା ବିଭିନ୍ନ ରାଜ୍ୟର ଆଦରଣୀୟ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀଗଣ, ପର୍ଯ୍ୟଟନ ଶିଳ୍ପର ବନ୍ଧୁ, ଦେଶ ବିଦେଶରୁ ବାରଣାସୀରେ ପହଞ୍ଚିଥିବା ପର୍ଯ୍ୟଟକ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ର ଲୋକମାନେ,

ବିଶ୍ୱର ଦୀର୍ଘତମ ନଦୀ ପର୍ଯ୍ୟଟନ ଯାତ୍ରା-ଏମ୍‌ଭି ଗଙ୍ଗା ବିଳାସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

January 13th, 10:18 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୩-୧୦-୨୦୨୩) ବାରାଣସୀ ଠାରେ ବିଶ୍ୱର ଦୀର୍ଘତମ ନଦୀ ପର୍ଯ୍ୟଟନ - (ଏମଭି ଗଙ୍ଗାବିଳାସ)ର ଆଭାସୀ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ ସହ ତମ୍ବୁ ନଗରୀର ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ମଧ୍ୟ ହଜାର କୋଟି ଟଙ୍କାରୁ ଅଧିକ ଦେଶର କେତେକ ଆଭ୍ୟନ୍ତରୀଣ ଜଳପଥ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ।

ଭିଡିଓ କନଫରେନସିଂ ମାଧ୍ୟମରେ ହାଓଡ଼ାରୁ ନ୍ୟୁ ଜଳପାଇଗୁଡ଼ିକୁ ସଂଯୋଗ କରୁଥିବା ବଂଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବା ଏବଂ କୋଲକାତା ମେଟ୍ରୋର ପର୍ପଲ ଲାଇନର ଜୋକା-ତାରାତେଲା ଖଣ୍ଡର ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

December 30th, 11:50 am

ଆଜି ମୋତେ ଆପଣ ସମସ୍ତଙ୍କ ସମ୍ମୁଖକୁ ଆସିବାର ଥିଲା, କିନ୍ତୁ ମୋର ବ୍ୟକ୍ତିଗତ କାରଣ ଯୋଗୁ ମୁଁ ଆପଣ ସମସ୍ତଙ୍କ ମଧ୍ୟକୁ ଆସିପାରିଲି ନାହିଁ, ଏଥିପାଇଁ ମୁଁ ଆପଣଙ୍କୁ, ବଙ୍ଗଳାକୁ କ୍ଷମା ମାଗୁଛି । ବଙ୍ଗଳାର ପୁଣ୍ୟ ଧରିତ୍ରୀକୁ, କଲିକତାର ଐତିହାସିକ ଧରିତ୍ରୀକୁ ଆଜି ମୋ ପାଇଁ ପ୍ରଣାମ କରିବାର ଅବସର ଅଟେ । ବଙ୍ଗଳାର କୋଣ ଅନୁକୋଣରେ ସ୍ୱାଧୀନତାର ଆଂଦୋଳନର ଇତିହାସ ସମାହିତ ହୋଇ ରହିଛି । ଯେଉଁ ମାଟିରୁ ବଂଦେ ମାତରମର ଜୟଘୋଷ ହୋଇଥିଲା, ସେଠାରେ ବର୍ତ୍ତମାନ ବଂଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଗଲା । ଆଜି ୩ଠ ଡିସେମ୍ବରର ତାରିଖର ଇତିହାସରେ ମଧ୍ୟ ନିଜସ୍ୱ ବହୁତ ମହତ୍ୱ ରହିଛି । ୩ଠ ଡିସେମ୍ବର, ୧୯୪୩, ସେହି ଦିନ ନେତାଜୀ ସୁଭାଷ ଆଣ୍ଡାମାନରେ ତ୍ରିରଙ୍ଗା ଉଡ଼ାଇ ଭାରତର ସ୍ୱାଧୀନତାର ବିଗୁଲ ଫୁଙ୍କିଥିଲେ ।

PM flags off Vande Bharat Express connecting Howrah to New Jalpaiguri via video conferencing

December 30th, 11:25 am

PM Modi flagged off the Vande Bharat Express, connecting Howrah to New Jalpaiguri as well as inaugurated other metro and railway projects in West Bengal via video conferencing. The PM linked reforms and development of Indian Railways with the development of the country. He said that the central government was making record investments in the modern railway infrastructure.

ପ୍ରଧାନମନ୍ତ୍ରୀ ଡିସେମ୍ବର ୩୦ରେ ପଶ୍ଚିମବଙ୍ଗ ଗସ୍ତ କରିବେ

December 29th, 12:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ଡିସେମ୍ବର ୩୦ରେ ପଶ୍ଚିମବଙ୍ଗ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ପ୍ରାୟ ୧୧.୧୫ରେ ହାଓଡ଼ା ରେଳଷ୍ଟେସନରେ ପହଞ୍ଚିବେ, ଯେଉଁଠାରେ ସେ ହାଓଡ଼ାକୁ ନୁ୍ୟ ଜଳପାଇଗୁଡ଼ି ସହ ଯୋଡ଼ୁଥିବା ବନେ୍ଦ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେ କୋଲକାତାରେ ମେଟ୍ରୋର ଜୋକା-ତାରାତଲା ପର୍ପଲ ଲାଇନର ଭିତ୍ତିପ୍ରସ୍ତର ରଖିବେ ଏବଂ ବିଭିନ୍ନ ରେଳ ପ୍ରକଳ୍ପର ଲୋକାର୍ପଣ କରିବେ । ମଧ୍ୟାହ୍ନ ୧୨ଟାରେ ପ୍ରଧାନମନ୍ତ୍ରୀ ଆଇଏନଏସ ନେତାଜୀ ସୁଭାଷରେ ପହଞ୍ଚି ନେତାଜୀ ସୁଭାଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ସେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ - ନ୍ୟାସନାଲ ଇନଷ୍ଟିଚୁ୍ୟଟ୍ ଅଫ ୱାଟର ଆଣ୍ଡ ସାନିଟେସନର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନ ଅଧୀନରେ ପଶ୍ଚିମବଙ୍ଗ ନିମନ୍ତେ ଅନେକ ସ୍ୱେରେଜ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ସେ ଅପରାହ୍ନ ପ୍ରାୟ ୧୨.୨୫ରେ ରାଷ୍ଟ୍ରୀୟ ଗଙ୍ଗା ପରିଷଦର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିବେ ।

ହରିୟାଣାର ଫରିଦାବାଦଠାରେ ଅମୃତା ହସ୍ପିଟାଲର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 24th, 11:01 am

ଅମୃତା ହସ୍ପିଟାଲ ରୂପରେ ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରୁଥିବା ମାଆ ଅମୃତାନନ୍ଦମୟୀ ମହାଶୟାଙ୍କୁ ମୁଁ ପ୍ରଣାମ କରୁଛି । ସ୍ୱାମୀ ଅମୃତାସ୍ୱରୂପାନନ୍ଦ ପୁରୀ ମହୋଦୟ, ହରିୟାଣାର ରାଜ୍ୟପାଳ ଶ୍ରୀ ବନ୍ଦାରୁ ଦତାତ୍ରେୟ ମହାଶୟ, ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ମହାଶୟ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ କୃଷ୍ଣପାଲ ମହାଶୟ, ହରିୟାଣାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଦୁଷ୍ମନ୍ତ ଚୌତାଲା ମହାଶୟ, ଅନ୍ୟ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ,

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଫରିଦାବାଦରେ ଅତ୍ୟାଧୁନିକ ହସ୍ପିଟାଲ ଉଦ୍ଘାଟିତ

August 24th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪.୦୮.୨୦୨୨) ଫରିଦାବାଦଠାରେ ଅତ୍ୟାଧୁନିକ ଅମ୍ରିତ ହସ୍‌ପିଟାଲର ଉଦ୍‌ଘାଟନ କରିଛନ୍ତି । ହରିୟାଣା ରାଜ୍ୟପାଳ ଶ୍ରୀ ବନ୍ଦାରୁ ଦତ୍ତାତ୍ରେୟ, ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହାର ଲାଲ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦୁଷ୍ମନ୍ତ ଚୌଥାଲା, କେନ୍ଦ୍ରମନ୍ତ୍ରୀ ଶ୍ରୀ କ୍ରିଷନ ପାଲ ଗୁଜ୍ଜର, ଶ୍ରୀ ମାତା ଅମ୍ରିତାନନ୍ଦ ମୟୀ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ।

Congress is not even ready to consider India a nation: PM Modi

February 12th, 01:31 pm

Continuing his election campaigning spree, PM Modi addressed an election rally in Uttarakhand’s Rudrapur. Praising the people of the state, PM Modi reiterated, “Uttarakhand has achieved 100% single dose vaccination in record time. I congratulate the people here for this awareness and loyalty. I congratulate your young Chief Minister Dhami ji. Your CM’s work has shut the mouth of such people who used to say that vaccine cannot reach in hilly areas.”

PM Modi addresses a Vijay Sankalp Rally in Uttarakhand’s Rudrapur

February 12th, 01:30 pm

Continuing his election campaigning spree, PM Modi addressed an election rally in Uttarakhand’s Rudrapur. Praising the people of the state, PM Modi reiterated, “Uttarakhand has achieved 100% single dose vaccination in record time. I congratulate the people here for this awareness and loyalty. I congratulate your young Chief Minister Dhami ji. Your CM’s work has shut the mouth of such people who used to say that vaccine cannot reach in hilly areas.”

This is Uttarakhand's decade: PM Modi in Haldwani

December 30th, 01:55 pm

Prime Minister Narendra Modi inaugurated and laid the foundation stone of 23 projects worth over Rs 17500 crore in Uttarakhand. In his remarks, PM Modi said, The strength of the people of Uttarakhand will make this decade the decade of Uttarakhand. Modern infrastructure in Uttarakhand, Char Dham project, new rail routes being built, will make this decade the decade of Uttarakhand.