Today India is working in every sector, in every area with unprecedented speed: PM at NDTV World Summit
October 21st, 10:25 am
Prime Minister Narendra Modi addressed the NDTV World Summit 2024. “Today, India is working in every sector and area with unprecedented speed”, the Prime Minister said. Noting the completion of 125 days of the third term of the government, PM Modi threw light on the work done in the country.ନୂଆଦିଲ୍ଲୀରେ ଏନଡିଟିଭି ବିଶ୍ୱ ଶିଖର ସମ୍ମିଳନୀ ୨୦୨୪କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 21st, 10:16 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏନଡିଟିଭି ବିଶ୍ୱ ସମ୍ମିଳନୀ ୨୦୨୪ କୁ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିବା ସହ ଏହି ସମ୍ମିଳନୀରେ ବହୁ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି କହିଥିଲେ। ବିଭିନ୍ନ କ୍ଷେତ୍ରରୁ ବିଶ୍ୱସ୍ତରୀୟ ନେତାଙ୍କ ଉପସ୍ଥିତିକୁ ମଧ୍ୟ ସେ ସ୍ୱୀକାର କରିଥିଲେ, ଯେଉଁମାନେ ସେମାନଙ୍କର ମତ ରଖିବେ।ଗୁଜରାଟର ଗାନ୍ଧୀନଗରରେ ପୁନଃନିବେଶ ୨୦୨୪ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 16th, 11:30 am
ଗୁଜୁରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ଜୀ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରବାବୁ ନାଇଡୁ ଜୀ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଶର୍ମା ଜୀ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଯାଦବ ଜୀ, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଜୀ ମଧ୍ୟ ଏଠାରେ ଦେଖୁଛି, ଗୋଆରେ ମୁଖ୍ୟମନ୍ତ୍ରୀ ମଧ୍ୟ ଦେଖାଯାଉଛନ୍ତି ଏବଂ ମୁଁ ଅନେକ ରାଜ୍ୟର ଶକ୍ତି ମନ୍ତ୍ରୀମାନଙ୍କୁ ମଧ୍ୟ ଦେଖୁଛି । ସେହିଭଳି ବିଦେଶରୁ ଆସିଥିବା ଅତିଥି, ଜର୍ମାନୀର ଅର୍ଥନୈତିକ ସହଯୋଗ ମନ୍ତ୍ରୀ, ଡେନମାର୍କର ଶିଳ୍ପ ବ୍ୟବସାୟ ମନ୍ତ୍ରୀମଣ୍ଡଳର ମୋର ସହଯୋଗୀ ପ୍ରହ୍ଲାଦ ଯୋଶୀଜୀ, ଶ୍ରୀପଦ ନାଏକ, ଏବଂ ବିଶ୍ୱର ବିଭିନ୍ନ ଦେଶର ସମସ୍ତ ପ୍ରତିନିଧି, ମହିଳା ଓ ଭଦ୍ରବ୍ୟକ୍ତି ମାନେ!ଗୁଜରାଟର ଗାନ୍ଧୀନଗରଠାରେ ଚତୁର୍ଥ ବିଶ୍ଵ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନଭେଷ୍ଟ)କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 16th, 11:11 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଚତୁର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀକୁ (ରି-ଇନଭେଷ୍ଟ)କୁ ଉଦଘାଟନ କରିଛନ୍ତି । ୩ ଦିନ ଧରି ଚାଲିବାକୁ ଥିବା ଏହି ଶିଖର ସମ୍ମିଳନୀରେ ୨୦୦ ଗିଗାୱାଟ୍ ରୁ ଅଧିକ ଅଣ-ଜୀବାଶ୍ମ ଇନ୍ଧନ କ୍ଷମତା ହାସଲ କରିବାରେ ଭାରତର ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରାଯାଇଛି। ଏହି ପ୍ରଦର୍ଶନୀରେ ସରକାରୀ ଓ ବେସରକାରୀ କମ୍ପାନି, ଷ୍ଟାର୍ଟଅପ୍ ଏବଂ ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକର ଅତ୍ୟାଧୁନିକ ଉଦ୍ଭାବନକୁ ପ୍ରଦର୍ଶିତ କରାଯାଇଥିଲା।ମାର୍ଚ୍ଚ ୪-୬ ରେ ତେଲେଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ
March 03rd, 11:58 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାର୍ଚ୍ଚ ୪-୬, ୨୦୨୪ରେ ତେଲଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ ।ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ସେଣ୍ଟର ଉଦଘାଟନ ଏବଂ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 19th, 03:15 pm
ମୁଁ ବେଙ୍ଗାଲୁରୁକୁ ବିଦେଶରୁ ଆସିଥିବା ସମସ୍ତ ଅତିଥିମାନଙ୍କୁ ବିଶେଷ ଶୁଭେଚ୍ଛା ଜଣାଉଛି । ବେଙ୍ଗାଲୁରୁ ହେଉଛି ଏକ ସହର ଯାହା ଆକାଂକ୍ଷାକୁ ଉଦ୍ଭାବନ ଏବଂ ଉପଲବ୍ଧି ସହିତ ଯୋଡିଥାଏ | ବେଙ୍ଗାଲୁରୁ ଭାରତର ବୈଷୟିକ ସମ୍ଭାବନାକୁ ବିଶ୍ୱ ଚାହିଦା ସହ ଯୋଡ଼ିଛି। ବୋଇଂର ନୂଆ ଗ୍ଲୋବାଲ ଟେକ୍ନୋଲୋଜି କ୍ୟାମ୍ପସ ମଧ୍ୟ ବେଙ୍ଗାଲୁରୁର ଏହି ପରିଚୟକୁ ସୁଦୃଢ଼ କରିବାକୁ ଯାଉଛି। ଆମେରିକା ବାହାରେ ଏହା ବୋଇଂର ସବୁଠାରୁ ବଡ଼ ସୁବିଧା ହେବ। ତେଣୁ ଏହି ସୁବିଧା କେବଳ ଭାରତନୁହେଁ ସମଗ୍ର ବିଶ୍ୱର ବିମାନ ଚଳାଚଳ ବଜାରକୁ ଏକ ନୂତନ ଶକ୍ତି ଦେବାକୁ ଯାଉଛି । କିନ୍ତୁ ସାଥୀମାନେ, ଏହି ସୁବିଧାର ଗୁରୁତ୍ୱ କେବଳ ସେତିକି ନୁହେଁ । ଏହା ବୈଶ୍ୱିକ ଜ୍ଞାନକୌଶଳ, ଗବେଷଣା ଏବଂ ଉଦ୍ଭାବନ, ଡିଜାଇନ୍ ଏବଂ ଚାହିଦା ବୃଦ୍ଧି ପାଇଁ ଭାରତର ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଉଛି । ଏହି ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ୱାର୍ଲ୍ଡ ଏହି ସଂକଳ୍ପକୁ ଦୃଢ଼ କରିଥାଏ। ଏହି କ୍ୟାମ୍ପସ ଭାରତର ପ୍ରତିଭା ଉପରେ ବିଶ୍ୱର ବିଶ୍ୱାସକୁ ଆହୁରି ମଜବୁତ କରିଥାଏ । ଏହି ଦିବସରେ ଏହା ମଧ୍ୟ ପାଳନ କରାଯାଏ ଯେ ଦିନେ ଭାରତ ମଧ୍ୟ ଏହି କେନ୍ଦ୍ରରେ ଭବିଷ୍ୟତର ବିମାନ ଡିଜାଇନ୍ କରିବ ଏବଂ ତେଣୁ ମୁଁ ବୋଇଂର ସମଗ୍ର ପରିଚାଳନା, ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ।କର୍ଣ୍ଣାଟକର ବେଙ୍ଗାଲୁରୁରେ ନୂତନ ଅତ୍ୟାଧୁନିକ ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର କ୍ୟାମ୍ପସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
January 19th, 02:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ନୂତନ ଅତ୍ୟାଧୁନିକ ବୋଇଂ ଇଣ୍ଡିଆ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର (ବିଆଇଇଟିସି) କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ୧୬୦୦ କୋଟି ଟଙ୍କା ନିବେଶରେ ନିର୍ମିତ ଏହି ୪୩ ଏକର ପରିମିତ କ୍ୟାମ୍ପସ ଆମେରିକା ବାହାରେ ବୋଇଂର ସବୁଠାରୁ ବଡ଼ ପୁଞ୍ଜିନିବେଶ। ପ୍ରଧାନମନ୍ତ୍ରୀ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ ଯାହାର ଉଦ୍ଦେଶ୍ୟ ହେଉଛି ଦେଶର ବଢୁଥିବା ବିମାନ ଚଳାଚଳ କ୍ଷେତ୍ରରେ ସମଗ୍ର ଭାରତରୁ ଅଧିକ ଝିଅଙ୍କ ପ୍ରବେଶକୁ ପ୍ରୋତ୍ସାହିତ କରିବା ।ଗ୍ରୀସର ଏଥେନ୍ସରେ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 25th, 09:30 pm
ଯେତେବେଳେ ଉତ୍ସବର ମାହୋଲ ହୋଇଥାଏ, ଉତ୍ସବର ବାତାବରଣ ହୋଇଥାଏ ସେତେବେଳେ ମନ ହୋଇଥାଏ ଶୀଘ୍ର ଶୀଘ୍ର ନିଜ ପରିବାରର ଲୋକଙ୍କ ଗହଣରେ ପହଞ୍ଚିଯିବା, ମୁଁ ମଧ୍ୟ ନିଜ ପରିବାରଜନଙ୍କ ମଧ୍ୟକୁ ଆସିଯାଇଛି । ଶ୍ରାବଣ ମାସ ଏକ ପ୍ରକାରରେ ହେଉଛି ଶିବଙ୍କ ମାସ, ଆଉ ଏହି ପବିତ୍ର ମାସରେ ଦେଶ ପୁଣି ଥରେ ଏକ ନୂଆ ଉପଳବ୍ଧି ହାସଲ କରିଛି । ଭାରତ ଚନ୍ଦ୍ରମାର ଅନ୍ଧକାର କ୍ଷେତ୍ର ଡାର୍କ ଜୋନ୍ ରେ ଦକ୍ଷିଣ ମେରୁରେ ଅବତରଣ କରିବାବାଲା ବିଶ୍ୱର ପ୍ରଥମ ଦେଶ ପାଲଟି ଗଲା । ଭାରତ ଚନ୍ଦ୍ରମାରେ ତିରଙ୍ଗା ଲହରାଇ ସମଗ୍ର ବିଶ୍ୱକୁ ଭାରତର ସାମର୍ଥ୍ୟ ସହିତ ପରିଚୟ କରାଇଛି । ସାରା ବିଶ୍ୱରୁ ଶୁଭେଚ୍ଛା ସନ୍ଦେଶ ମାନ ଆସୁଛି, ଲୋକ ନିଜର ଶୁଭକାମନା ପଠାଉଛନ୍ତି ଆଉ ମୋର ଦୃଢ଼ ବିଶ୍ୱାସ ଯେ ଲୋକମାନେ ଆପଣମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଥିବେ, ଦେଉଛନ୍ତି ନା ? ଅନେକ ଗୁଡ଼ିଏ ଶୁଭେଚ୍ଛା ଆପଣମାନଙ୍କୁ ମଧ୍ୟ ମିଳଛି ନା ? ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କୁ ମିଳୁଛି । ସମଗ୍ର ସାମାଜିକ ଗଣମାଧ୍ୟମ ଶୁଭେଚ୍ଛା ସନ୍ଦେଶରେ ଭରପୂର ହୋଇ ରହିଛି । ଯେତେବେଳେ ସଫଳତା ଏତେ ବଡ଼ ହୋଇଥାଏ ସେତେବେଳେ ସଫଳତାର ଉତ୍ସାହ ଏହା ମଧ୍ୟ କ୍ରମାଗତ ଭାବେ ବଜାୟ ରହିଥାଏ । ଆପଣମାନଙ୍କ ଚେହେରା ମଧ୍ୟ କହୁଛି ବିଶ୍ୱର କେଉଁଠାରେ ମଧ୍ୟ ରୁହନ୍ତୁ କିନ୍ତୁ ଆପଣମାନଙ୍କ ହୃଦୟ ଭାରତ ପାଇଁ ସ୍ପନ୍ଦିତ ହେଉଛି । ଆପଣମାନଙ୍କ ହୃଦୟରେ ସ୍ପନ୍ଦିତ ହେଉଛି ଭାରତ, ଆପଣମାନଙ୍କ ହୃଦୟରେ ସ୍ପନ୍ଦିତ ହେଉଛି ଭାରତ, ଆପଣମାନଙ୍କ ହୃଦୟରେ ସ୍ପନ୍ଦିତ ହେଉଛି ଭାରତ । ମୁଁ ଆଜି ଗ୍ରୀସରେ ଆପଣମାନଙ୍କ ଗହଣକୁ ଆସି ପୁଣି ଥରେ ସମସ୍ତଙ୍କୁ ଚନ୍ଦ୍ରଯାନ, ତାହାର ଭବ୍ୟ ସଫଳତା ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।ଏଥେନ୍ସରେ ଭାରତୀୟ ସମୁଦାୟକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ
August 25th, 09:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୫ରେ ଏଥେନ୍ସର ଏଥେନ୍ସ କଞ୍ଜରଭଟୋଏରଠାରେ ଭାରତୀୟ ସମୁଦାୟକୁ ସମ୍ବୋଧନ କରିଥିଲେ ।ହେଲିକପ୍ଟର ପାଇଁ ପ୍ରଦର୍ଶନ-ଆଧାରିତ ନାଭିଗେଶନ ନିମନ୍ତେ ଏସିଆର ପ୍ରଥମ ପ୍ରଦର୍ଶନୀର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
June 02nd, 08:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଗନ ସାଟେଲାଇଟ୍ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ଜୁହୁରୁ ପୁନେ ପର୍ଯ୍ୟନ୍ତ ଉଡ଼ାଣ ନିମନ୍ତେ ହେଲିକପ୍ଟରଗୁଡ଼ିକର ପ୍ରଦର୍ଶନ-ଆଧାରିତ ନାଭିଗେଶନ ପାଇଁ ଏସିଆର ପ୍ରଥମ ପ୍ରଦର୍ଶନୀର ପ୍ରଶଂସା କରିଛନ୍ତି ।ବିମାନ ବନ୍ଦର ସମ୍ପର୍କିତ ନିଜ କାର୍ଯ୍ୟକ୍ରମଗୁଡିକର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ
April 12th, 07:24 pm
ପ୍ରଧାନମନ୍ତ୍ରୀ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି । ଯେଉଁଥିରେ ମନ୍ତ୍ରୀ ବିମାନ ଚଳାଚଳ ଭିତ୍ତିଭୂମି ବିକାଶ ପାଇଁ ୨୦୨୩ ଆର୍ଥିକ ବର୍ଷରେ ସର୍ବାଧିକ ପୁଞ୍ଜି ବିନିଯୋଗ ସମ୍ପର୍କରେ ସୂଚନା ଦେଇଛନ୍ତି ।‘ମିଶନ ମୋଡରେ ପର୍ଯ୍ୟଟନର ବିକାଶ’ଉପରେ ବଜେଟ ପରବର୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 03rd, 10:21 am
ଏହି ୱେବିନାରରେ ଉପସ୍ଥିତ ସମସ୍ତ ମହାନୁଭବଙ୍କୁ ସ୍ୱାଗତ। ଆଜିର ନୂତନ ଭାରତ, ନୂତନ କାର୍ଯ୍ୟ ସଂସ୍କୃତି ସହିତ ଆଗକୁ ବଢ଼ୁଛି। ଚଳିତ ଥରର ବଜେଟରେ ମଧ୍ୟ ବେଶ ପ୍ରଶଂସା ହୋଇଛି, ଦେଶର ଲୋକମାନେ ଏହାକୁ ବହୁତ ସକାରାତ୍ମକ ଭାବରେ ଗ୍ରହଣ କରିଛନ୍ତି। ଯଦି ପୁରୁଣା କାର୍ଯ୍ୟ ସଂସ୍କୃତି ହୋଇଥାନ୍ତା, ତେବେ ଏଭଳି ବଜେଟ ୱେବିନାର ଗୁଡିକ ବିଷୟରେ କେହି ଚିନ୍ତା ହିଁ କରି ନ ଥାନ୍ତେ। କିନ୍ତୁ ଆଜି ଆମ ସରକାର ବଜେଟ ପୂର୍ବରୁ ଏବଂ ବଜେଟ ପରେ ମଧ୍ୟ ପ୍ରତ୍ୟେକ ଅଂଶୀଦାରଙ୍କ ସହିତ ବିସ୍ତୃତ ଭାବେ ଚର୍ଚ୍ଚା କରୁଛନ୍ତି, ସେମାନଙ୍କୁ ସାଙ୍ଗରେ ନେଇ ଚାଲିବାର ପ୍ରୟାସ କରୁଛନ୍ତି। ବଜେଟର ସର୍ବାଧିକ ସଫଳତା ବା ପରିଣାମ କିପରି ଆସିବ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କିଭଳି ହୋଇପାରିବ, ଯେଉଁ ଲକ୍ଷ୍ୟ ବଜେଟରେ ସ୍ଥିର କରାଯାଇଛି, ତାହା ହାସଲ କରିବାରେ ଏହି ୱେବିନାର ଏକ ଉତପ୍ରେରକ ଭଳି କାର୍ଯ୍ୟ କରିଥାଏ । ଆପଣମାନେ ମଧ୍ୟ ଜାଣିଛନ୍ତି ଯେ, ସାରକାରର ମୁଖ୍ୟ ଭାବେ କାର୍ଯ୍ୟ କରିବାରେ ମୋର 20 ବର୍ଷରୁ ଅଧିକ ସମୟର ଅନୁଭବ ରହିଛି । ଏହି ଅନୁଭବର ଏକ ସାରାଂଶ ମଧ୍ୟ ଏହା ହେଉଛି ଯେ, ଯେତେବେଳେ କିଛି ନୀତିଗତ ନିଷ୍ପତିରେ ସମସ୍ତ ସହଯୋଗୀମାନେ ସାମିଲ ହୋଇଥାନ୍ତି, ସେତେବେଳେ ଆଶାନୁରୂପ ପରିଣାମ ମିଳିଥାଏ, ସମୟସୀମା ମଧ୍ୟରେ ପରିଣାମ ଆସିଥାଏ । ଆମେ ଦେଖିଛୁ ଯେ ବିଗତ କିଛି ଦିନରେ ଯେଉଁ ୱେବିନାର ହୋଇଛି ସେଥିରେ ହଜାର ହଜାର ଲୋକ ଆମ ସହିତ ଯୋଡି ହୋଇଛନ୍ତି, ସାରା ଦିନ ସବୁଲୋକମାନେ ମିଳିମିଶି ବହୁତ ମନ୍ଥନ କରି ଚାଲିଥିଲେ ଏବଂ ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ ମତାମତ ଆସିଲା ଏବଂ ଆଗକୁ ମଧ୍ୟ ଆସିବ । ଯେଉଁ ବଜେଟ ଅଛି ତାହା ଉପରେ ଧ୍ୟାନ କେନ୍ଦ୍ରୀତ କରାଗଲା ଏବଂ ତାହାକୁ ନେଇ କିପରି ଆଗକୁ ବଢି ହେବ ତାହା ଉପରେ ବହୁତ ଉତମ ପ୍ରସ୍ତାବ ଆସୁ । ଆଜି ଆମେ ଦେଶର ପର୍ଯ୍ୟଟନ କ୍ଷେତ୍ରର କାୟାକଳ୍ପ ପାଇଁ ଏହି ବଜେଟ ୱେବିନାର କରୁଛେ ।ମିଶନ ମୋଡରେ ପର୍ଯ୍ୟଟନର ବିକାଶ” ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
March 03rd, 10:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଶନ ମୋଡରେ ପର୍ଯ୍ୟଟନର ବିକାଶ” ଉପରେ ଏକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି । କେନ୍ଦ୍ର ବଜେଟ୍ ୨୦୨୩ ରେ ଘୋଷିତ ପଦକ୍ଷେପଗୁଡ଼ିକୁ ଫଳପ୍ରଦ ଭାବରେ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ଦ୍ୱାରା ଆୟୋଜିତ ୧୨ ଟି ବଜେଟ୍ ପରବର୍ତ୍ତୀ ୱେବିନାରର ଏହା ହେଉଛି ସପ୍ତମ ।ବିମାନ ଚଳାଚଳ କ୍ଷେତ୍ର ଲୋକଙ୍କ ନିକଟତର ହେବା ସହିତ ଜାତୀୟ ବିକାଶକୁ ଆଗେଇ ନେଉଛି : ପ୍ରଧାନମନ୍ତ୍ରୀ
February 22nd, 12:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘରୋଇ ବିମାନ ବନ୍ଦର ବୃଦ୍ଧି ସହିତ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ୪.୪୫ ଲକ୍ଷରେ ପହଞ୍ଚିଛି ଯାହା କି କୋଭିଡ ପରବର୍ତ୍ତୀ ସମୟରେ ସର୍ବାଧିକ ତାହାକୁ ପ୍ରଶଂସା କରିଛନ୍ତି ।ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭର୍ଚୁଆଲ୍ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ
February 14th, 04:31 pm
ସର୍ବପ୍ରଥମେ, ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ପାଇଁ ମୁଁ ଏୟାର ଇଣ୍ଡିଆ ଏବଂ ଏୟାରବସ୍ କୁ ଅଭିନନ୍ଦନ ଜଣାଉଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ମାକ୍ରୋନ୍ଙ୍କୁ ବିଶେଷ ଧନ୍ୟବାଦ ଦେଉଛି ।ନୂତନ ଏୟାର ଇଣ୍ଡିଆ-ଏୟାରବସ୍ ସହଯୋଗିତା ଶୁଭାରମ୍ଭ ଅବସରରେ ଫ୍ରାନ୍ସ ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ୍ ମାକ୍ରନ୍ଙ୍କ ସହ ଭିଡିଓ ବାର୍ତ୍ତାରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
February 14th, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏୟାର ଇଣ୍ଡିଆ ଏବଂ ଏୟାରବସ୍ ମଧ୍ୟରେ ଏକ ସହଭାଗିତାର ଶୁଭାରମ୍ଭ ଅବସରରେ ଆୟୋଜିତ ଏଭ ଭିଡିଓ କଲ୍ରେ ଫ୍ରାନ୍ସର ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ୍ ମାକ୍ରନ୍, ଏମେରିଟସ ଓ ଟାଟା ସନ୍ସର ଅଧ୍ୟକ୍ଷ ଶ୍ରୀ ରତନ ଟାଟା, ଟାଟା ସନ୍ସ ବୋର୍ଡର ଅଧ୍ୟକ୍ଷ ଶ୍ରୀ ଏନ ଚନ୍ଦ୍ରଶେଖରନ୍, ଏୟାର ଇଣ୍ଡିଆ ସିଇଓ ଶ୍ରୀ କ୍ୟାମ୍ପବେଲ ୱିଲସନ, ଏବଂ ଏୟାରବସ୍ର ସିଇଓ ଶ୍ରୀ ଗୁଇଲାଉାମେ ଫୌରୀଙ୍କ ସହିତ ଅଂଶଗ୍ରହଣ କରିଛନ୍ତି ।କୋଭିଡ ୧୯ ଠାରୁ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ସଂଖ୍ୟକ ଯାତ୍ରୀ ପରିବହନ ପାଇଁ ଭାରତୀୟ ବେସାମରିକ ବିମାନ ଚଳାଚଳକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
October 11th, 10:26 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେସାମରିକ ବିମାନ ଚଳାଚଳକୁ କେବଳ ଦୈନିକ ୪ ଲକ୍ଷ ଯାତ୍ରୀ ଯାତ୍ରୀ ପରିବହନକୁ ଟପିବାପାଇଁ ନୁହେଁ, ବରଂ କୋଭିଡ ୧୯ ପୂର୍ବରୁ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ସଂଖ୍ୟା ହାସଲ କରିଥିବାରୁ ପ୍ରଶଂସା କରିଛନ୍ତି । ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ସମଗ୍ର ଭାରତରେ ଯୋଗାଯୋଗକୁ ଆହୁରି ସୁଦୃ ଉପରେ ଗୁୀରୁତ୍ୱ ଦିଆଯାଉଛି, ଯାହା ଜୀବନ ଯାପନରେ ସହଜତା” ଏବଂ ଅର୍ଥନୈତିକ ପ୍ରଗତି ପାଇଁ ଗୁରୁତ୍ୱପୂର୍ଣ୍ଣ ।ସ୍ୱିଡେନ୍ର ପ୍ରଧାନମନ୍ତ୍ରୀଙ୍କ ସହିତ ଭାରତର ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ
May 04th, 02:28 pm
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱିଡେନ୍ର ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ମ୍ୟାଗଡାଲେନା ଆଣ୍ଡରସନ୍ଙ୍କୁ କୋପେନହାଗେନ୍ ଠାରେ ଦ୍ୱିତୀୟ ଭାରତ – ନୋର୍ଡିକ୍ ଶିଖର ସମ୍ମିଳନୀ ଅବସରରେ ସାକ୍ଷାତ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଥିଲା ।ବଡ ଚିନ୍ତା କରନ୍ତୁ, ବଡ ସ୍ୱପ୍ନ ଦେଖନ୍ତୁ ଏବଂ ସେଗୁଡ଼ିକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରନ୍ତୁ: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
December 26th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏବେ ଆପଣମାନେ ନିଶ୍ଚୟ ୨୦୨୧କୁ ବିଦାୟ ଦେବା ଓ ୨୦୨୨କୁ ସ୍ୱାଗତ କରିବାର ପ୍ରସ୍ତୁତିରେ ଲାଗିଥିବେ । ନୂଆବର୍ଷରେ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ସଂସ୍ଥା, ଆଗାମୀ ବର୍ଷରେ କିଛି ଆହୁରି ଭଲ କରିବା, ଆହୁରି ଭଲ ହେବାର ସଂକଳ୍ପ ଗ୍ରହଣ କରିଥାନ୍ତି । ବିଗତ ସାତ ବର୍ଷରୁ ଆମର ଏହି ‘ମନ୍ କି ବାତ୍’ ମଧ୍ୟ ବ୍ୟକ୍ତିର, ସମାଜର, ଦେଶର ଭଲ କଥାଗୁଡ଼ିକୁ ଉଜାଗର କରି ଆହୁରି ଭଲ କରିବା, ଆହୁରି ଭଲ ହେବା ପାଇଁ ପ୍ରେରଣା ଯୋଗାଇଆସିଛି । ଏହି ସାତ ବର୍ଷରେ ‘ମନ୍ କି ବାତ୍’ କହିବା ଭିତରେ ମୁଁ ସରକାରଙ୍କ ଉପଲବ୍ଧିଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିପାରିଥାଆନ୍ତି । ଆପଣମାନଙ୍କୁ ମଧ୍ୟ ଭଲ ଲାଗିଥାଆନ୍ତା, ଆପଣମାନେ ମଧ୍ୟ ଏହାକୁ ପ୍ରଶଂସା କରିଥାଆନ୍ତେ । କିନ୍ତୁ ଏହା ମୋର ଅନେକ ଦଶନ୍ଧିର ଅନୁଭୂତି ଯେ, ଗଣମାଧ୍ୟମର ଚାକଚକ୍ୟଠାରୁ ଦୂରରେ, ଖବରକାଗଜର ଶିରୋନାମାଠାରୁ ଦୂରରେ, କୋଟି କୋଟି ଲୋକ ଅଛନ୍ତି, ଯେଉଁମାନେ ଅନେକ ଭଲ କାମ କରୁଛନ୍ତି । ସେମାନେ ଦେଶର ଭବିଷ୍ୟତ ପାଇଁ ନିଜର ବର୍ତ୍ତମାନକୁ ବିନିଯୋଗ କରୁଛନ୍ତି । ସେମାନେ ଦେଶର ଆଗାମୀ ପିଢ଼ିମାନଙ୍କ ପାଇଁ ନିଜର ପ୍ରଚେଷ୍ଟାରେ ଆଜି ମନ-ପ୍ରାଣ ଦେଇ ଲାଗିଛନ୍ତି । ଏଭଳି ଲୋକଙ୍କ କଥା ବହୁତ ଶାନ୍ତି ପ୍ରଦାନ କରିଥାଏ, ଗଭୀର ପ୍ରେରଣା ଦେଇଥାଏ । ମୋ ପାଇଁ ‘ମନ୍ କି ବାତ୍’ ସବୁବେଳେ ଏଭଳି ଲୋକଙ୍କ ପ୍ରଚେଷ୍ଟାରେ ପରିପୂର୍ଣ୍ଣ, ପ୍ରସ୍ଫୁଟିତ, ସୁସଜ୍ଜିତ, ଗୋଟିଏ ସୁନ୍ଦର ଉପବନ । ‘ମନ୍ କି ବାତ୍’ରେ ପ୍ରତି ମାସ ମୋର ପ୍ରଚେଷ୍ଟା ରହିଥାଏ ଯେ, ଏଥର ଫୁଲର କେଉଁ ପାଖୁଡ଼ାଟିକୁ ଆପଣଙ୍କ ପାଇଁ ଧରି ଆସିବି । ଆମର ବହୁରତ୍ନା ବସୁନ୍ଧରାର ପୂଣ୍ୟକାର୍ଯ୍ୟର ଅବିରତ ପ୍ରବାହ ନିରନ୍ତର ଭାବେ ବହିଚାଲିଥାଏ । ଆଜି ଯେତେବେଳେ ଦେଶ ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଆମର ଯେଉଁ ଜନଶକ୍ତି ରହିଛି, ପ୍ରତ୍ୟେକ ବ୍ୟକ୍ତିର ଶକ୍ତି ରହିଛି – ତାହାର ଉଲ୍ଲେଖ, ତା’ର ପ୍ରୟାସ, ତା’ର ପରିଶ୍ରମ, ଭାରତ ଏବଂ ମାନବ ଜାତିର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ଏକ ପ୍ରକାର ଗ୍ୟାରେଣ୍ଟି ଦେଉଛି ।ଉତ୍ତରପ୍ରଦେଶରେ କୁଶୀନଗର ଆନ୍ତର୍ଜାତୀୟ ବିମାନବନ୍ଦରର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୁଖ୍ୟାଂଶ
October 20th, 10:33 am
ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ ଜୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ରମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ଶ୍ରୀ କିରଣ ରିଜିଜ୍ଜୁ ଜୀ, ଶ୍ରୀ କିଷନ ରେଡ୍ଡୀ ଜୀ, ଜେନେରାଲ ବି.କେ. ସିଂ ଜୀ, ଶ୍ରୀ ଅର୍ଜୁନରାମ ମେଘୱାଲ ଜୀ, ଶ୍ରୀ ଶ୍ରୀପଦ ନାୟକ ଜୀ, ଶ୍ରୀମତୀ ମିନାକ୍ଷୀ ଲେଖି ଜୀ, ୟୁପି ସରକାରରେ ମନ୍ତ୍ରୀ ଶ୍ରୀ ନନ୍ଦଗୋପାଳ ନନ୍ଦୀ ଜୀ, ସଂସଦରେ ମୋର ସାଥୀ ଶ୍ରୀ ବିଜୟ କୁମାର ଦୁବେ ଜୀ, ବିଧାୟକ ଶ୍ରୀ ରଜନୀକାନ୍ତମଣି ତ୍ରିପାଠୀ ଜୀ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ-କୁଟନୀତିଜ୍ଞ, ଅନ୍ୟାନ୍ୟ ଜନପ୍ରତିନିଧି ବୃନ୍ଦ,