ଡିସେମ୍ବର ୧୧ରେ ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ର ଓ ଗୋଆ ଗ୍ରସ୍ତ
December 09th, 07:39 pm
ପୂର୍ବାହ୍ନ ସାଢେ ନଅଟା ବେଳେ ପ୍ରଧାନମନ୍ତ୍ରୀ ନାଗପୁର ରେଳଷ୍ଟେସନରେ ପହଞ୍ôଚ ବନ୍ଦେ ଭାରତ ଏକ୍ସପ୍ରେସର ପତାକା ଦେଖାଇ ଚଳାଚଳର ଶୁଭାରମ୍ଭ କରାଇବେ । ପ୍ରାୟ ଦଶଟା ବେଳେ ପ୍ରଧାନମନ୍ତ୍ରୀ ଫ୍ରିଡମ୍ ପାର୍କ ମେଟ୍ରୋ ଷ୍ଟେସନରୁ ଖାଫ୍ରି ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିବେ । ସେଠାରେ ସେ ନାଗପୁର ମେଟ୍ରୋର ପ୍ରଥମ ପର୍ଯ୍ୟାୟକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । କାର୍ଯ୍ୟ୍ୟକ୍ରମ ଅବସରରେ ସେ ମଧ୍ୟ ନାଗପୁର ମେଟ୍ରୋ ଦ୍ୱିତୀୟ ପର୍ଯ୍ୟାୟକୁ ଉଦ୍ଘାଟନ କରିବେ । ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ମିନିଟ୍ରେ ପ୍ରଧାନମନ୍ତ୍ରୀ ନାଗପୁର-ସିରିଡିକୁ ସଂଯୋଗ କରୁଥିବା ସମୃଦ୍ଧି ମହାମାର୍ଗର ଉଦ୍ଘାଟନ କରି ଏହି ରାଜପଥରେ କିଛି ସମୟ ଯାତ୍ରା କରିବେ । ପୂର୍ବାହ୍ନ ୧୧ଟା ୧୫ମିନିଟ୍ରେ ପ୍ରଧାନମନ୍ତ୍ରୀ ଏଏମ୍ସ ନାଗପୁରକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ।ଜୟପୁରରେ ସିପେଟର ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜି ପ୍ରତିଷ୍ଠାନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 30th, 11:01 am
ରାଜସ୍ଥାନର ମାଟିର ସୁପୁତ୍ର ଆଉ ଭାରତର ସବୁଠାରୁ ବଡ଼ ପଂଚାୟତ ଲୋକସଭାର ରକ୍ଷାକର୍ତା, ଆମର ଆଦରଣୀୟ ବାଚସ୍ପତି ଶ୍ରୀମାନ ଓମ ବିରଲା ମହୋଦୟ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଅଶୋକ ଗହଲୋଟ ମହାଶୟ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖ ମଣ୍ଡଭ୍ୟ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ଅନ୍ୟ ସମସ୍ତ ସହଯୋଗୀ ଶ୍ରୀମାନ ଗଜେନ୍ଦ୍ର ସିଂହ ଶେଖାୱତ ମହାଶୟ, ଭୂପେନ୍ଦ୍ର ଯାଦବ ମହାଶୟ, ଅର୍ଜୁନ ରାମ ମେଘୱାଲ ମହାଶୟ, କୈଳାଶ ଚୌଧୂରୀ ମହାଶୟ, ଡକ୍ଟର ଭାରତୀ ପାୱାର ମହାଶୟ, ଭଗବନ୍ତ ଖୁବା ମହାଶୟ, ରାଜସ୍ଥାନର ପୂବତର୍ନ ମୁଖ୍ୟମନ୍ତ୍ରୀ ଭଉଣୀ ବସୁନ୍ଧରା ରାଜେ ମହାଶୟା, ବିରୋଧୀ ଦଳ ନେତା ଶ୍ରୀମାନ ଗୁଲାବ ଚନ୍ଦ କଟାରିୟା ମହାଶୟ, ରାଜସ୍ଥାନ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ, କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ, ଆଉ ରାଜସ୍ଥାନର ମୋର ପ୍ରିୟ ଭାଇ ଓ ଭଉଣୀମାନେ,ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସିଆଇପିଇଟି- ପେଟ୍ରୋରସାୟନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଜୟପୁରଠାରେ ଉଦ୍ଘାଟିତ
September 30th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ପେଟ୍ରୋରସାୟନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ -ସିପେଟ ଜୟପୁରଠାରେ ଉଦ୍ଘାଟନ କରିଛନ୍ତି । ସେ ମଧ୍ୟ ରାଜସ୍ଥାନର ବାଂସୱାଡା, ସିରୋହୀ, ହନୁମାନଗଡ ଓ ଦଉସା ଜିଲ୍ଲାରେ ଚାରୋଟି ନୂତନ ମେଡିକାଲ କଲେଜର ଶିଳାନ୍ୟାସ ମଧ୍ୟ କରିଛନ୍ତି । ସିପେଟ ପ୍ରତିଷ୍ଠାନ ଓ ଚାରିଟି ନୂତନ ମେଡିକାଲ କଲେଜ ନିମନ୍ତେ ସେ ରାଜସ୍ଥାନବାସୀଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ । ୨୦୧୪ ମସିହା ପରେ କେନ୍ଦ୍ର ସରକାର ରାଜସ୍ଥାନ ପାଇଁ ୨୩ଟି ମେଡିକାଲ କଲେଜ ଅନୁମୋଦନ କରିଥିଲେ ଓ ସେଥିରୁ ସାତଟିର କାର୍ଯ୍ୟ ଶେଷ ହୋଇଛି ବୋଲି ସେ କହିଛଛନ୍ତି ।ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୩୦ରେ ସିପେଟ: ପେଟ୍ରୋକେମିକାଲ୍ସ ପ୍ରଯୁକ୍ତି ସଂସ୍ଥାନ, ଜୟପୁରକୁ ଉଦଘାଟନ କରିବେ
September 29th, 12:57 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୩୦, ୨୦୨୧ ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିପେଟ: ପେଟ୍ରୋକେମିକାଲ୍ସ ପ୍ରଯୁକ୍ତି ସଂସ୍ଥାନ, ଜୟପୁରକୁ ଉଦଘାଟନ କରିବା ସହ ରାଜସ୍ଥାନର ବଂଶଓ୍ୱାଡା, ସିରୋହି, ହନୁମାନଗଡ ଓ ଦୌସା ଜିଲ୍ଲାରେ ଚାରିଟି ନୂଆ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।